ETV Bharat / politics

କଂଗ୍ରେସ ଭବନରେ ତାଲା; ବାହାରେ ଧାରଣାରେ ବସିଲେ, ପିସିସି ସଭାପତିଙ୍କ ଉପରେ ବର୍ଷିଲେ ଶ୍ରୀୟାସ୍ମିତା - Congress Bhawan Locked

author img

By ETV Bharat Odisha Team

Published : Jun 24, 2024, 10:57 PM IST

Congress Bhawan Locked: କଂଗ୍ରେସ ଭବନ ଗେଟରେ ତାଲା । ଆଜି ପୁଣି କଂଗ୍ରେସ ଭବନ ସାମ୍ନାରେ ଧାରଣାରେ ବସିବା ସହ ଶରତ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ଶ୍ରୀୟାସ୍ମିତା ପଣ୍ଡା । ଅଧିକ ପଢ଼ନ୍ତୁ

Congress Bhawan Locked
Congress Bhawan Locked (ETV Bharat Odisha)

ଭୁବନେଶ୍ବର: ପ୍ରଥମେ ପ୍ରତିବାଦ, ତା' ପରେ ବିରୋଧ । ଆଉ ବିରୋଧର ସବୁ ସୀମା ସରହଦ ପାର ହେବା ପରେ ଏବେ ଖଡ୍ଗହସ୍ତ କଂଗ୍ରେସର ବିତାଡିତ ନେତା ! ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଂଗ୍ରେସ ଭବନ ଗେଟ ସମ୍ମୁଖରେ । ଗତକାଲି ଦଳରୁ 6 ବର୍ଷ ପାଇଁ ବହିଷ୍କୃତ ହେବା ପରେ ଦଳର ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଶ୍ରୀୟାସ୍ମିତା ପଣ୍ଡା କଂଗ୍ରେସ ଭବନ ମୁଖ୍ୟ ଫାଟକ ସମ୍ମୁଖରେ ଛାତିଫଟା ଚିତ୍କାର କରିବା ସହ ଦଳୀୟ ନେତୃତ୍ୱଙ୍କ ଆଚରଣକୁ ନେଇ ବର୍ଷିଛନ୍ତି ।

ତେଜିଲା କଂଗ୍ରେସ କଳି । କଂଗ୍ରେସ ଦଳର ଗୋଷ୍ଠୀ କନ୍ଦଳ ବର୍ତ୍ତମାନ ଜଟିଳ ପରିସ୍ଥିତିରେ ପହଞ୍ଚିଛି । ଦଳ ବିରୋଧୀ କାର୍ଯ୍ୟ ଓ ଦଳର ଶୃଙ୍ଖଳା ଭଙ୍ଗ କାରଣ ଦର୍ଶାଇ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜାଙ୍କ ଦ୍ଵାରା ଦଳରୁ 5 ଜଣ ସଦସ୍ୟ ବହିଷ୍କୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀୟାସ୍ମିତା ପଣ୍ଡା ଏହି ନିଷ୍ପତ୍ତିକୁ କଠୋର ବିରୋଧ କରି ଗତକାଲି ଦିନ ତମାମ କଂଗ୍ରେସ ଭବନ ପ୍ରବେଶ ଦ୍ୱାଦରେ ଧାରଣା ଦେବା ସହିତ ଆତ୍ମାହୁତି ଦେବା ପାଇଁ କଡା ଚେତାବନୀ ଦେଇଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ଓ କିଛି ବରିଷ୍ଠ ନେତାଙ୍କ ଅନୁରୋଧ ପରେ ଧାରଣା ଭଙ୍ଗ କରିଥିଲେ ଶ୍ରୀୟାସ୍ମିତା । ତାଙ୍କୁ ପ୍ରତିଶୃତି ଦିଆଯାଇଥିଲା ଯେ, ପୂର୍ବାହ୍ନ 11ଟାରେ ଏହି ଘଟଣାର ଆଲୋଚନା କରାଯିବ । ମାତ୍ର ନିର୍ଦ୍ଧାରିତ ସମୟ ଅନୁସାରେ ସେ କଂଗ୍ରେସ ଭବନ ସମୁଖରେ ପହଞ୍ଚିବା ବେଳକୁ କଂଗ୍ରେସ ଭବନ ମୁଖ୍ୟ ଫାଟକ ତାଲା ପଡି ବନ୍ଦ କରି ଦିଆଯାଇଥିଲା ।

କଂଗ୍ରେସ ମୂଖ୍ୟ ଫାଟକ ସମ୍ମୁଖରେ ଶ୍ରୀୟାସ୍ମିତା ନିଜ ସ୍କୁଟି ଉପରେ ବସି ଧାରଣା ଦେବା ସହ ତାଙ୍କ ପ୍ରତି ଅନ୍ୟାୟ ହୋଇଛି ତାର ପ୍ରତିବାଦ ସେ ତୀବ୍ର କରିଛନ୍ତି ବୋଲି କହିଥିଲେ । ତାଙ୍କ ବହିଷ୍କାର ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱରଞ୍ଜନ ମହାନ୍ତି ଏବଂ ଶୃଙ୍ଖଳା କମିଟି ମୁଖ୍ୟ ସନ୍ତୋଷ ସିଂହ ସାଲୁଜାଙ୍କୁ ଦାୟି କରିଛନ୍ତି । ଘଟଣାର ସମାଧାନ ନହେଲେ ମୂଖ୍ୟ ଫାଟକ ସାମ୍ନାରେ ଆତ୍ମାହୁତି ଦେବେ ବୋଲି ଅଡ଼ି ବସିଛନ୍ତି ଶ୍ରୀୟସ୍ମିତା ।

ଏହା ମଧ୍ୟ ପଢ଼ନ୍ତୁ...ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ, 5 ଜଣଙ୍କୁ ବହିଷ୍କାର କଲା ଦଳ - PCC Expels Congress Workers

ସୂଚନା ଥାଉ କି, NEET ପରୀକ୍ଷା କେଲଙ୍କାରୀକୁ ନେଇ ଦଳ ତାର କାର୍ଯ୍ୟପନ୍ଥା ପ୍ରସ୍ତୁତ କରୁଥିଲା । ପିସିସି ସଭାପତି ଶରତ ପଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରଣନୀତି ପ୍ରସ୍ତୁତ କରାଯାଉଥିଲା । ଏହି ସମୟରେ ଦଳର କିଛି ଅସନ୍ତୁଷ୍ଟ କର୍ମୀ ହଠାତ ରାଜ୍ୟ ସଭାପତିଙ୍କ ପ୍ରକୋଷ୍ଠରେ ପଶି କାଳିମାଡ଼ କରିବା ସହ ନେତୃତ୍ୱ ବିରୋଧୀ ସ୍ଲୋଗାନ ଦେଇଥିଲେ । ଏହି ଘଟଣାକୁ ଦଳ ଗୁରୁତର ସହ ନେଇଥିଲା । ଏଥିରେ ସମ୍ପୃକ୍ତ 5 ଜଣ ପଦାଧିକାରୀଙ୍କୁ ଦଳ 6 ବର୍ଷ ପାଇଁ ବହିଷ୍କୃତ କରିଛି । ଆଉ ଆଜି ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ରାଜ୍ୟ କାର୍ଯ୍ୟାଳୟରେ ସମ୍ମୁଖରେ । ସେପଟେ ଏନେଇ ପିସିସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.