ETV Bharat / politics

ପାରଳାଖେମୁଣ୍ଡିରେ ତ୍ରିମୁଖୀ ଲଢେଇ: ରୂପେଶ ପାଣିଗ୍ରାହୀଙ୍କୁ ବିଜେଡି ଟିକେଟ୍‌, ମୋହନାରୁ ଅନ୍ତର୍ଯ୍ୟାମୀ ପ୍ରାର୍ଥୀ - BJD Candidates

author img

By ETV Bharat Odisha Team

Published : Apr 4, 2024, 7:53 AM IST

Paralakhemundi & Mohana Constituencies: ପାରଳାଖେମୁଣ୍ଡି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହେଲେ ରୂପେଶ ପାଣିଗ୍ରାହୀ । ସେହିପରି ମୋହନାରୁ ପ୍ରାର୍ଥୀ ହୋଇଛନ୍ତି ଅନ୍ତର୍ଯ୍ୟାମୀ ଗମାଙ୍ଗ । ଅଧିକ ପଢନ୍ତୁ

BJD Candidates
BJD Candidates

BJD Candidates

ଗଜପତି: ବିଜେଡି ଗତକାଲି ତା’ର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ୨୭ ଜଣିଆ ତାଲିକାରେ ଗଜପତି ଜିଲ୍ଲାର ଉଭୟ ପାରଳାଖେମୁଣ୍ଡି ଏବଂ ମୋହନା ଆସନର ପ୍ରାର୍ଥୀଙ୍କ ନାଁ ରହିଛି । ପାରଳାଖେମୁଣ୍ଡି ଆସନରୁ ଶିଳ୍ପପତି ଡ.ତିରୁପତି ପାଣିଗ୍ରାହୀଙ୍କ ପୁଅ ଇଂ.ରୂପେଶ ପାଣିଗ୍ରାହୀ ପ୍ରାର୍ଥୀ ହୋଇଛନ୍ତି । ସେହିପରି ମୋହନାରୁ ବରିଷ୍ଠ ନେତା ତଥା ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ତଥା ୨୦୧୯ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପୂର୍ଣ୍ଣବାସୀ ନାୟକଙ୍କ ସ୍ବାମୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ପ୍ରାର୍ଥୀ ହୋଇଛନ୍ତି । ଉଭୟ ପ୍ରାର୍ଥୀ ବିଜେଡି ସୁପ୍ରିମୋଙ୍କୁ ଧନ୍ୟବାଦ ଜଣାଇବା ସହ ନିର୍ବାଚନରେ ଜିତିବା ନେଇ ଆଶା ପ୍ରକଟ କରିଛନ୍ତି । ଅନ୍ୟପଟେ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଉଭୟ ରୂପେଶ ଏବଂ ଅନ୍ତର୍ଯ୍ୟାମୀଙ୍କ ସମର୍ଥକମାନେ ଉତ୍ସାହିତ ହୋଇପଡିଥିବାବେଳେ ଟିକଟ ଦୌଡରୁ ବାଦ ପଡିଥିବା ଏବଂ ଉଭୟ ପ୍ରାର୍ଥୀଙ୍କ ବିରୋଧୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେପି ଏଠାରୁ ବିଧାୟକ କେ.ନାରାୟଣ ରାଓଙ୍କୁ ପୁନଃ ପ୍ରାର୍ଥୀ କରିଥିବାବେଳେ ବିଜେଡି ପ୍ରଥମ ଥର ପାଇଁ ଯୁବ ନେତା ରୂପେଶ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି । ସେହିପରି କଂଗ୍ରେସ ଏଠାରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ପୂର୍ବରୁ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେପି ପ୍ରାର୍ଥୀଙ୍କୁ ନେଇ ଦ୍ବନ୍ଦ ଲାଗି ରହିଥିଲା । ତେବେ ଗତକାଲି ଘୋଷଣା ପରେ ସବୁ କିଛି ସ୍ପଷ୍ଟ ହୋଇଯାଇଛି । ତେଣୁ ଏଠାରେ ଏକ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବା ନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ବ୍ରଜରାଜନଗରରେ ପୁଣି ବିଧାନସଭା ପ୍ରାର୍ଥୀ ହେଲେ ଅଳକା ମହାନ୍ତି - BJD Candidate Alaka Mohanty

ସେହିପରି ଜିଲ୍ଲାର ଅନ୍ୟତମ ନିର୍ବାଚନ ମଣ୍ଡଳୀ ମୋହନା ପାଇଁ କଂଗ୍ରେସ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି । କିନ୍ତୁ ଏଯାଏଁ ବିଜେପି କାହାକୁ ପ୍ରାର୍ଥୀ କରିବ ତାହାକୁ ଦ୍ବନ୍ଦ୍ବ ଲାଗି ରହିଛି । ଏଠାରୁ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ପୁଣି ଥରେ ପ୍ରାର୍ଥୀ କରିଥିବାବେଳେ ବିଜେଡି ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି । ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ହିଁ ଏହି ଆସନର ମୁକାବିଲା କିଭଳି ରହିବ ତାହା ସ୍ପଷ୍ଟ ହୋଇପାରିବ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ହୋଇଥିବା ପୂର୍ଣ୍ଣବାସୀ ଖୁବ କମ ଭୋଟରେ ପରାସ୍ତ ହୋଇଥିଲେ । ତେଣୁ ଏଥର ମଧ୍ୟ ତାଙ୍କ ସ୍ବାମୀ ଭଲ ପ୍ରଦର୍ଶନ କରିବେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.