ETV Bharat / politics

ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - Kanhai And Saroj File Nomination - KANHAI AND SAROJ FILE NOMINATION

Kanhai Charan And Saroj Pradhan File Nomination: ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ । ଅଧିକ ପଢ଼ନ୍ତୁ

ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

author img

By ETV Bharat Odisha Team

Published : May 1, 2024, 9:50 PM IST

ବୌଦ୍ଧ ଓ କଣ୍ଟାମାଳ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବୌଦ୍ଧ: ନିର୍ବାଚନକୁ ଆଉ ଦିନ କେଇଟା ବାକିଥିବା ବେଳେ ବର୍ତ୍ତମାନ ନାମାଙ୍କନ ଭରିବା ପର୍ବ ଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି (ବୁଧବାର) ବୌଦ୍ଧ ଜିଲ୍ଲାର 2ଟି ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଭରିଛନ୍ତି ବିଜେପିର 2 ବିଧାୟକ ପ୍ରାର୍ଥୀ । 2 ବିଜେପି ପ୍ରାର୍ଥୀ ବିଶାଳ ଶୋଭାଯାତ୍ରାରେ ଆସି ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ବୌଦ୍ଧ ଜିଲ୍ଲାରେ 2ଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ବିଜେପି ପକ୍ଷରୁ ବୌଦ୍ଧ ନିର୍ବାଚନ ମଣ୍ଡଳୀରୁ ସରୋଜ କୁମାର ପ୍ରଧାନ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରୁ କହ୍ନେଇ ଚରଣ ଡାଙ୍ଗ ପ୍ରାର୍ଥୀ ହୋଇଛନ୍ତି । ଆଜି 2 ବିଜେପି ବିଧାୟକ ପ୍ରାର୍ଥୀ ଶହ ଶହ ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଜିଲ୍ଲାର ଦୁଇ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଜିଲ୍ଲା ସଦର ମହକୁମା ସମ୍ପୁର୍ଣ୍ଣ ଗେରୁଆ ରଙ୍ଗରେ ରଙ୍ଗାୟିତ ହୋଇଥିଲା ।

ପ୍ରାର୍ଥୀପତ୍ର ଦାଖଲ କରିବା ଅବସରରେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ଯୁବ ବିଜେପି ପ୍ରାର୍ଥୀ ସରୋଜ କୁମାର ପ୍ରଧାନ କହିଛନ୍ତି, "ବିଜେପି ସରକାର ଆସିଲେ ଜାଗା ମିଶନ ଆମେ କାର୍ଯ୍ୟ କରିବୁ । ଏହାସହ ନିର୍ବାଚନ ମଣ୍ଡଳୀରେ ପିଇବା ପାଣିର ସମସ୍ୟା ରହିଥିବା ବେଳେ ବିଜେଡି ସରକାର ଏହାର ସମାଧାନ କରିନାହିଁ । ଯାହା ଆମେ ସରକାରକୁ ଆସିଲେ ତାହାର ସମାଧାନ କରିବୁ ।"

ସେପଟେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ କହିଛନ୍ତି, "କଣ୍ଟାମାଳରେ ଯିଏ ବିଧାୟକ ଅଛନ୍ତି 10 ବର୍ଷ ମଧ୍ୟରେ କୌଣସି ବିକାଶ କରିନାହାନ୍ତି । କେବଳ ମୁଷ୍ଟିମେୟ ଠିକାଦାର ସୃଷ୍ଟି କରିଛନ୍ତି । ନିର୍ବାଚନ ମଣ୍ଡଳୀକୁ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଆସିଛି । କିନ୍ତୁ ତାହାର ସଠିକ କାର୍ଯ୍ୟକାରୀ ହୋଇନାହିଁ । ଏହାସହ ଏଠାରେ ଭଲ ଶିକ୍ଷା ବ୍ୟବସ୍ଥା ମଧ୍ୟ ନାହିଁ । ନିର୍ବାଚନ ମଣ୍ଡଳୀରେ ସମିତିସଭ୍ୟ, ଜିଲ୍ଲା ପରିଷଦ ଓ ସରପଞ୍ଚଙ୍କର କୌଣସି କ୍ଷମତା ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ....ବୌଦ୍ଧ ଓ କଣ୍ଟାମାଳ ଆସନ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ - Pradip And Mahidhar File Nomination

ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବରେ ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗ ହଜାର ହଜାର ଦଳୀୟ ନେତା ଓ କର୍ମୀ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଅପରାହ୍ନରେ କହ୍ନେଇ ଚରଣ ନିର୍ବାଚନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ହଜାର ହଜାର ସମର୍ଥକଙ୍କ ଗହଣରେ ସହର ପରିକ୍ରମା କରି ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଶେଷ ଭାବରେ କେନ୍ଦ୍ରର ନରେନ୍ଦ୍ର ମୋଦି ଗ୍ୟାରେଣ୍ଟି ତଥା ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ନେଇ ଭୋଟରଙ୍କ ନିକଟରେ ପହଞ୍ଚି ଆଶୀର୍ବାଦ ନେଇ ସଫଳତା ପାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.