ETV Bharat / politics

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ, ଡିଜିଙ୍କ ଅଫିସ ଘେରାଉ କରିବ ବିଜେପି - BJP Yuva Morcha Pressmeet

author img

By ETV Bharat Odisha Team

Published : Jun 2, 2024, 8:29 PM IST

BJP Yuva Morcha Pressmeet: ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ କରି ଡିଜିଙ୍କ ଅଫିସ ଘେରାଉ କରିବାକୁ ବିଜେପିର ଚେତାବନୀ । ଅଧିକ ପଢ଼ନ୍ତୁ

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା, ଡିଜିଙ୍କ ଅଫିସ ଘେରାଉ କରିବାକୁ ବିଜେପିର ଚେତାବନୀ
ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା, ଡିଜିଙ୍କ ଅଫିସ ଘେରାଉ କରିବାକୁ ବିଜେପିର ଚେତାବନୀ (ETV Bharat Odisha)

ଭୁବନେଶ୍ବର: ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା । ଅଭିଯୋଗ ପରେ ମଧ୍ୟ ପୋଲିସ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଅଭିଯୋଗ ଆଣିଛି ବିଜେପି । ଯାହାକୁ ନେଇ ଆଗାମୀ ଦିନରେ ଡିଜି ଅଫିସ ଘେରାଉ କରିବାକୁ ସମ୍ବାଦିକ ସମ୍ମିଳନୀ କରି ଚେତାବନୀ ଦେଇଛି ବିଜେପି ଯୁବ ମୋର୍ଚ୍ଚା ।

ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ସଂଗ୍ରାମ ପାତ୍ର କହିଛନ୍ତି, "ନିର୍ବାଚନ ହାରିବା ସୁନିଶ୍ଚିତ ଜାଣିବା ପରେ ବିଜେଡି ରକ୍ତମୁଖା ହୋଇପଡିଛି । ରାଜ୍ୟରେ ହିଂସାର ବାତାବରଣ ସୃଷ୍ଟି କରି ଜନମତକୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା କରୁଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା କାରଣରୁ ରାଜ୍ୟରୁ ବିଭିନ୍ନ ନେତା ନିର୍ବାଚନ ପ୍ରଚାରରେ ଯାଇଥିଲେ । ଗତ ଦୁଇଦିନ ତଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ଅନ୍ତର୍ଗତ ଧାମରା ଅଞ୍ଚଳର କାଞ୍ଜିଆମାଳ ପଞ୍ଚାୟତ ଧାନକୁଟା ଗାଁରେ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ସମ୍ପାଦକ ସୁବ୍ରତ ବିଶ୍ୱାଳ, ପ୍ରଶାନ୍ତ ପ୍ରଧାନ ଓ ଅନ୍ୟମାନେ ପ୍ରଚାର ପତ୍ର ଧରି ଗୃହ ସମ୍ପର୍କ କରୁଥିବାବେଳେ ସ୍ଥାନୀୟ ବିଜେଡି ଗୁଣ୍ଡାମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ...ଅଭିଳାଷ ପଣ୍ଡା ଓ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କୁ ଆକ୍ରମଣକୁ ବିରୋଧ, ବ୍ରହ୍ମପୁରରେ ବିକ୍ଷୋଭ ପ୍ରଦର୍ଶନ - Ganjam BJP Yuva Morcha

ସଂଗ୍ରାମ ପାତ୍ର ଆହୁରି ମଧ୍ୟ କହିଛନ୍ତି, "ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାକୁ 72 ଘଣ୍ଟା ପରେ ବି ଚାନ୍ଦବାଲି ବିଧାୟକ ଏବଂ ସ୍ଥାନୀୟ ସରପଞ୍ଚ କିମ୍ବା ତାଙ୍କ ସହଯୋଗୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ । ପୋଲିସ କାହିଁକି ଚୁପ ? ଧାମରାରେ ଯେଉଁ ଆକ୍ରମଣ ହେଲା ତାହା ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଇଙ୍ଗିତରେ ହୋଇଛି । ତାଙ୍କ ନିର୍ଦ୍ଦେଶରେ ସରପଞ୍ଚ ଏବଂ ତାଙ୍କ ସମ୍ପର୍କୀୟମାନେ ଆକ୍ରମଣ କରିଛନ୍ତି । ବ୍ୟୋମକେଶ ଜଣେ ଅଭ୍ୟାସ ଗତ ଅପରାଧୀ ପୂର୍ବରୁ ବ୍ୟୋମକେଶଙ୍କ ନାଁରେ ଅନେକ ଅପରାଧିକ କାର୍ଯ୍ୟକଳାପ ରହିଛି । କଟକର ଡି ବ୍ରଦର୍ସଙ୍କ ସହ ତାଙ୍କର ଲିଙ୍କ ଥିଲା । ଦିଲ୍ଲୀ ଏୟାରପୋର୍ଟରେ ବି ମଦ ପିଇ ଗଣ୍ଡଗୋଳ କରିଥିଲେ ବିଧାୟକ । ପୋଲିସ ଡିଜିଙ୍କୁ ଅନୁରୋଧ କରୁଛୁ ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବିଧାୟକ ବ୍ୟୋମକେଶ ରାୟ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ । ନଚେତ ଭାରତୀୟ ଜନତା ଯୁବମୋର୍ଚ୍ଚାର ହଜାର ହଜାର କାର୍ଯ୍ୟକର୍ତା ଡିଜି ଅଫିସ ଘେରାଉ କରିବେ । ଏଥିଯୋଗୁ କୌଣସି ଆଇନ୍‌ ଶୃଙ୍ଖଳା ପରସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ଡିଜି ନିଜେ ଦାୟୀ ରହିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.