ETV Bharat / politics

ରାଜ୍ୟ ସରକାର ଲଜ୍ଜାର ସବୁ ସୀମା ଡେଇଁଗଲେଣି: ସତ୍ୟବ୍ରତ ପଣ୍ଡା - BJP MEETS CHIEF ELECTORAL OFFICER - BJP MEETS CHIEF ELECTORAL OFFICER

BJP Meets Ceo: ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରି ବିଜେଡ଼ି ଶିକ୍ଷକଙ୍କୁ ମୋହରା କରିଥିବା ଅଭିଯୋଗ ଆଣିଛି ବିଜେପି । ଏନେଇ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । ଅଧିକ ପଢ଼ନ୍ତୁ

ରାଜ୍ୟ ସରକାର ଲଜ୍ଜ୍ୟାର ସବୁ ସୀମା ଡେଇଁ ଗଲେଣି

author img

By ETV Bharat Odisha Team

Published : Apr 13, 2024, 7:40 AM IST

ରାଜ୍ୟ ସରକାର ଲଜ୍ଜ୍ୟାର ସବୁ ସୀମା ଡେଇଁ ଗଲେଣି

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି । ବିଜେଡ଼ି ଶିକ୍ଷକମାନଙ୍କୁ ନିର୍ବାଚନୀ ମୋହରା ବନାଇବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ତେବେ କେବଳ ସେତିକି ନୁହେଁ ବିଜୁ ଜନତା ଦଳ ନିର୍ବାଚନ ଜିତିବା ପାଇଁ ପୋଲିସ ଅଧିକାରୀମାନଙ୍କୁ କର୍ମୀ ଭଳି ଖଟାଉଥିବା ଅଭିଯୋଗ ଆଣିଛି । ଯାହାର ପ୍ରତିବାଦରେ ଗତକାଲି(ଶୁକ୍ରବାର) ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ସମେତ ଅନେକ କର୍ମୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ସେମାନଙ୍କ ବିରୋଧରେରେ ମକଦ୍ଦମା ରୁଜୁ କରାଯାଉ ବିଜେପି ଦାବି କରିଛି ।

ସ୍ୱଚ୍ଛ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଜାତୀୟ ନିର୍ବାଚନ କମିଶନ ୮ଜଣ ଅଫିସରଙ୍କୁ ବଦଳି କରାଇଲେ । ସମସ୍ତ ସରକାରୀ ପୋର୍ଟାଲରୁ ୫-ଟିର ଉଲ୍ଲେଖକୁ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ପରେ ରାଜ୍ୟ ସରକାର ବାଧ୍ୟ ହୋଇ ହୋଡ଼ିଂ ହଟାଇଥିଲେ । ଏହା ସତ୍ତ୍ବେ ପ୍ରଶାସନର ଚେତା ପଶିଲା ନାହିଁ । ଗତ ୧୦ ତାରିଖ ଦିନ ପ୍ରଶାସନ ଏକ ଚିଠି ଲେଖିଥିଲା । ଯେଉଁଥିରେ ୯୩ଟି ବ୍ଲକର ଯେତେସବୁ ମୋ ସ୍କୁଲର ୫-ଟି ରୂପାନ୍ତରୀକରଣ ହୋଇଛି ସେ ସ୍କୁଲ ଗୁଡିକର ତର୍ଜମା ପାଇଁ ୯୩ ଜଣ ବ୍ୟକ୍ତି ବିଶେଷଙ୍କୁ ନିଯୁକ୍ତି କରାଯାଇଛି । ଆଶ୍ଚର୍ଯ୍ୟର ବିଷୟ ଏହି ୯୩ ଜଣଙ୍କ ମଧ୍ୟରେ ଅଧିକାଂଶ ସ୍ୱଚ୍ଛାସେବୀ ବା ପରାମର୍ଶଦାତା ବୋଲି ଉଲ୍ଲେଖ ଅଛି, କିନ୍ତୁ ବାସ୍ତବରେ ବିଜୁ ଜନତା ଦଳର କିଛି ସ୍ଥାନୀୟ କର୍ମୀ ତର୍ଜମା ଆଳରେ ପ୍ରଧାନ ଶିକ୍ଷକମାନଙ୍କୁ ବିଜୁ ଜନତା ଦଳ ସପକ୍ଷରେ କାମ କରିବାକୁ ଚାପ ପକାଉଥିବା ବିଜେପି ଅଭିଯୋଗ ଆଣିଛି । ଶିକ୍ଷକକୁଳ ପ୍ରତି ଏଭଳି ଅପମାନ ଓଡିଆ ଜାତି କେବେ ସହିବ ନାହିଁ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି । ସେହିପରି ବିଜୁ ଜନତା ଦଳ ନିର୍ବାଚନ ଜିତିବା ପାଇଁ ସୁନ୍ଦରଗଡ ଜିଲ୍ଲାରେ ପୋଲିସ ଅଧିକାରୀମାନଙ୍କୁ କର୍ମୀ ଭଳି ଖଟାଉଥିବା ମଧ୍ୟ ଅଭିଯୋଗ ଆସିଛି।

ଏହା ମଧ୍ୟ ପଢ଼ନ୍ତୁ... ହିଞ୍ଜିଳିରୁ ନବୀନଙ୍କ ବିରୋଧରେ ଲଢିବାକୁ ଇଚ୍ଛା ଥିଲା: ପ୍ରଶାନ୍ତ ଜଗଦ୍ଦେବ - Prashant Jagdev Reaction

ସୁନ୍ଦରଗଡର ପୋଲିସ ଅଧିକାରୀମାନେ ବିଜେଡି ପାଇଁ କାର୍ଯ୍ୟ କରିବା ସହ ଭୋଟ ଦେବାକୁ ପ୍ରଚାର କରୁଛନ୍ତି । ଯଦି ଏଥିରୁ କିଏ ବିଚ୍ୟୁତ ହେଉଛି ତାହାଲେ ତାକୁ ମିଥ୍ୟା କେସ୍‌ରେ ଥାନାରେ ଅଟକ ରଖିବା ସହ ମାଡ ମରାଯାଉଛି, ଯାହା ଗଣତନ୍ତ୍ରକୁ ବିରୋଧ କରୁଥିବା ସତ୍ୟବ୍ରତ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ‘‘ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଜେପି ସର୍ବଦା ସଂକଳ୍ପବଦ୍ଧ । ବିଜେଡି ନିର୍ବାଚନ ବୈତରଣୀ ପାରହେବା ପାଇଁ ସବୁ ସୀମା ଉଲ୍ଲଘଂନ କରୁଛି । ଉଦାହରଣ ସ୍ୱରୂପ, ସୁନ୍ଦରଗଡ ଏସଡିପିଓ ହିଂମାଶୁ ଭୂଷଣ ବେହେରା ଓ ଭସମା ଥାନାର ଭାରପ୍ରାପ୍ତ ଅଧିକାରୀ ରାମପ୍ରସାଦ ନାଗ ବିଜେଡିର ସାଧାରଣ କର୍ମୀଙ୍କଠାରୁ ଅଧିକ ଉତ୍ସାହିତ ହୋଇ ନିର୍ବାଚନରେ ଦଳୀୟ କାର୍ଯ୍ୟ କରୁଛନ୍ତି । ଏହି ଦୁଇଜଣ ନିର୍ବାଚନ ମଣ୍ଡଳୀର ବିଜେପି କାର୍ଯ୍ୟକର୍ତାମାନଙ୍କୁ ଧମକ ଦେଉଛନ୍ତି । ବିଜେପି ସପକ୍ଷରେ କାମ କଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଉଛନ୍ତି ।’’ ଏହାଦ୍ୱାରା ସରକାରୀ କର୍ମଚାରୀମାନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.