ETV Bharat / politics

ନବୀନ ନିବାସରେ ଷ୍ଟାରଙ୍କ ମେଳିକୁ ନେଇ ରାଜନୀତି, ବିଜେପିର ପ୍ରଶ୍ନ କଳାକାରଙ୍କ ପାଇଁ ସରକାର କ'ଣ କରିଛନ୍ତି - BJP Criticized BJD - BJP CRITICIZED BJD

BJP Criticized BJD: ଓଲିଉଡ କଳାକାରଙ୍କୁ ନବୀନ ନିବାସ ଡାକରା ପରେ ଜୋର ଧରିଲା ରାଜନୀତି । କଳାକାରଙ୍କ ପାଇଁ ରାଜ୍ୟ ସରକାର କ'ଣ କରିଛନ୍ତି ବୋଲି ପ୍ରଶ୍ନ କରି ବର୍ଷିଲା ଦଳ । ଅଧିକ ପଢନ୍ତୁ

BJP Criticized BJD
BJP Criticized BJD
author img

By ETV Bharat Odisha Team

Published : Apr 13, 2024, 6:31 PM IST

BJP Criticized BJD

ଭୁବନେଶ୍ବର: ଓଲିଉଡ଼ କଳାକାରଙ୍କୁ ନବୀନ ନିବାସ ଡାକରା ପରେ ବିଜେଡ଼ିକୁ ବିଜେପିର ଟାର୍ଗେଟ୍ । "ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏତେ ଯଦି ଲୋକପ୍ରିୟ, କଳାକାରଙ୍କୁ ଖୋଜୁଛ କାହିଁକି ?" ବୋଲି ପ୍ରଶ୍ନ କରି ନିର୍ବାଚନ ସମୟରେ ଷ୍ଟାରଙ୍କୁ ନେଇ ଜୋର ଧରିଲା ରାଜନୀତି । ବିଜେପି ନେତ୍ରୀ ତଥା ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରଶ୍ନ କରିଛନ୍ତି, "ରାଜ୍ୟ ସରକାର କଳାକାରଙ୍କ ପାଇଁ କ'ଣ କରିଛନ୍ତି ? ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏତେ ଯଦି ଲୋକପ୍ରିୟ, କଳାକାରଙ୍କୁ ଖୋଜୁଛ କାହିଁକି ?" ଓଲିଉଡ଼ କଳାକାରଙ୍କୁ ନବୀନ ନିବାସ ଡାକରା ପରେ ବିଜେଡିକୁ ଟାର୍ଗେଟ କରି ଏଭଳି ସମାଲୋଚନା କରିଛି ବିଜେପି । ନିର୍ବାଚନ ସମୟରେ କଳାକାରଙ୍କ କଥା ମନେ ପଡେ ବୋଲି କହିଛନ୍ତି ପିଙ୍କି ପ୍ରଧାନ ।

ସେ ଆହୁରି କହିଛନ୍ତି, "24 ବର୍ଷ ଧରି ନବୀନ ପଟ୍ଟନାୟକ କଳାକାରମାନଙ୍କ ସହ କେବେ ପ୍ରତ୍ୟକ୍ଷ ଭାବେ କଥା ହେଉନଥିଲେ । ବୁଡି ଯାଉଥିବା ଲୋକଙ୍କୁ କୁଟା ଖିଅ ସାହାରା । ବିଜେଡିକୁ ହାରିବା ଭୟ ଘାରିଛି । ସେଥିପାଇଁ ଫିଲ୍ମ ଷ୍ଟାରମାନଙ୍କୁ ଖୋଜିଲା ବିଜେଡି । ବିଜୁ ଜନତା ଦଳ ଆଗରୁ କେବଳ ନବୀନ ପଟ୍ଟନାୟକ ତାଙ୍କର ଷ୍ଟାର ପ୍ରଚାରକ ବୋଲି କହୁଥିଲା । କିନ୍ତୁ ଏବେ ହଠାତ୍ କ'ଣ ହେଲା ? ସିଦ୍ଧାନ୍ତ ମହାପାତ୍ରଙ୍କୁ ଦୁଇ ଥର ସାଂସଦ କଲା ବିଜେଡି । କିନ୍ତୁ ତାପରେ ଆଉ ପଚାରିଲେ ନାହିଁ । କଳାକାରମାନଙ୍କୁ ୟୁଜ ଆଣ୍ଡ ଥ୍ରୋ କରୁଛି ବିଜେଡି । କଳାକାରମାନଙ୍କ ବିକାଶ ପାଇଁ ଓ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ପାଇଁ କିଛି କରିନାହାନ୍ତି ବିଜେଡି ସରକାର । ବିଜେଡି କଳାକାରମାନଙ୍କୁ ଜିରୋ ବୋଲି କହୁଛି ।"

ଏହା ବି ପଢନ୍ତୁ...ନବୀନ ନିବାସରେ ଓଲିଉଡ ଷ୍ଟାରଙ୍କୁ ନେଇ ଅରିନ୍ଦମଙ୍କ ତେରେଚ୍ଛା ବାଣ, 'କାହା ବିକାଶରେ କଳାକାର' - Arindam Criticized BJD

"ଅନ୍ୟ ରାଜ୍ୟରେ କଳାକାରଙ୍କ ଭତ୍ତା 4 ହଜାର 500ଟଙ୍କା ହୋଇଥିବାବେଳେ ଓଡ଼ିଶାରେ ମାତ୍ର 2 ହଜାର ଟଙ୍କା । କରୋନାବେଳେ ନବୀନ କଳାକାରମାନଙ୍କୁ ସହାୟତା କରିନଥିଲେ, ମୋଦି କଳାକାରମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ । କୌଣସି କଳାକାରମାନଙ୍କୁ ନେଇ ହେଉଥିବା ଆୱାଡ ସୋ'କୁ ମୁଖ୍ୟମନ୍ତ୍ରୀ ଯାଇଛନ୍ତି କି ? କେବେ ଓଡ଼ିଆ ଚଳଚ୍ଚିତ୍ର ଦେଖିଛନ୍ତି କି ମୁଖ୍ୟମନ୍ତ୍ରୀ ? ବିଜେଡି ଦଳୀୟ ଆଧାରରେ କଳାକାରମାନଙ୍କୁ ଭାଗ ଭାଗ କରିବାକୁ ଉଦ୍ୟମ କରୁଛି । ଯଦି ସତରେ କଳାକାରମାନଙ୍କ ପ୍ରତି ଦରଦ ଅଛି, ତେବେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ବିକାଶ ପାଇଁ ପଦକ୍ଷେପ ନିଅନ୍ତୁ ରାଜ୍ୟ ସରକାର । ପୁରୀ ଓ ଭୁବନେଶ୍ଵର ଭଳି ରାଜ୍ୟର ବହୁତ ସହରରେ ଅନେକ ସିନେମା ହଲ ବନ୍ଦ ହୋଇଗଲାଣି । କଳାକାରମାନଙ୍କ ଅବସ୍ଥା ଏମିତି ଯେ, ବିଜେଡି ସେମାନଙ୍କୁ ପଇସା ଦେଇ ନିର୍ବାଚନ ପ୍ରଚାର ପାଇଁ ବ୍ୟବହାର କରୁଛି । ଓଡ଼ିଶାରେ ଲୋକ କଳାକାରମାନଙ୍କ ପାଇଁ ଆଜି ଯାଏଁ ନବୀନ ସରକାର କ'ଣ କରିଛନ୍ତି?" ବୋଲି ବିଜେପି ପ୍ରଶ୍ନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.