ETV Bharat / politics

ଏକଜିଟ୍ ପୋଲ 2024: ଦିଦିଙ୍କ ଗଡରେ ଭାରି ପଡିବେ ମୋଦି ! - exit poll results for Bengal

BJP Ahead Of Trinamool In West Bengal: ଏଥର ଦିଦିଙ୍କୁ କାଟିବେ ମୋଦି ! ବଙ୍ଗରେ ବିଜେପି ହେବ ଏକକ ବୃହତ୍ତମ ଦଳ । ଦ୍ବିତୀୟ ସ୍ଥାନକୁ ଖସିପାରେ ମମତାଙ୍କ ପାର୍ଟି । ବିଜେପିକୁ 42ରୁ ପ୍ରାୟ 22ରୁ ଅଧିକ ଲୋକସଭା ଆସନ ମିଳିବା ନେଇ ଏକାଧିକ ସଂସ୍ଥାର ପୂର୍ବାକଳନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 1, 2024, 10:31 PM IST

Updated : Jun 1, 2024, 10:49 PM IST

ଏକଜିଟ୍ ପୋଲ 2024: ଦିଦିଙ୍କ ଗଡରେ ଭାରି ପଡିବେ ମୋଦି !
ଏକଜିଟ୍ ପୋଲ 2024: ଦିଦିଙ୍କ ଗଡରେ ଭାରି ପଡିବେ ମୋଦି ! (ETV Bharat Odisha)

ହାଇଦ୍ରାବାଦ: ଆଜି ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଗଣମାଧ୍ୟମ ସଂସ୍ଥାଗୁଡିକ ପକ୍ଷରୁ ବୁଥବାହୁଡା ଜନମତ ସର୍ଭେ ବା ‘ଏକଜିଟ ପୋଲ’ ପ୍ରକାଶ ପାଇଛି । 400 ପାର ସହ କେନ୍ଦ୍ରରେ ପ୍ରଚଣ୍ଡ ବହୁମତ ସହ ତୃତୀୟ ପାଳି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବା ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ପ୍ରାୟ 350ରୁ ଅଧିକ ଆସନ ପାଇବା ନେଇ ପ୍ରାୟ ସମସ୍ତ ସଂସ୍ଥା ଆକଳନ କରିଛନ୍ତି । ଏହା ସହ ବିଜେପି ବିଭିନ୍ନ ଅଣଶାସିତ ରାଜ୍ୟରେ ମଧ୍ୟ ବେଶ ଭଲ କରିବାକୁ ଯାଉଥିବା ସର୍ଭେ ରିପୋର୍ଟ କହୁଛି । ଏହି ଧାରାରେ ରହିଛି, କେବେବି ଦଳର ଶାସନ ପରିସରକୁ ଆସିନଥିବା ପଶ୍ଚିମବଙ୍ଗ । ବଙ୍ଗରେ ଶାସନରେ ଥିବା ତୃଣମୂଳ କଂଗ୍ରେସ (ଟିଏମସି)କୁ ଲୋକସଭା ନିର୍ବାଚନରେ ପଛରେ ପକାଇ ଭାରତୀୟ ଜନତା ପାର୍ଟି (ବିଜେପି) ଏକକ ବୃହତ୍ତମ ଦଳ ହେବା ନେଇ ଏକାଧିକ ସଂସ୍ଥା ନିଜ ରିପୋର୍ଟରେ ଦର୍ଶାଇଛନ୍ତି । ଟିଏମସିକୁ ପଛରେ ପକାଇ ବିଜେପି 42ଟି ଲୋକସଭା ଆସନରୁ ପ୍ରାୟ 22 ଆସନ ଜିତିବା ନେଇ ଏକାଧିକ ସର୍ଭେ କହୁଛି ।

ବିଜେପି ଓ ଆଞ୍ଚଳିକ ଦଳ ତୃଣମୂଳ କଂଗ୍ରେସ ମଧ୍ୟରେ ଦୀର୍ଘ ବର୍ଷରୁ କଡା ମୁକାବିଲା ରହିଆସିଛି । 2020ରେ ଶେଷ ହୋଇଥିବା ବଙ୍ଗ ବିଧାନସଭା ନିର୍ବାଚନରେ ସମସ୍ତ ଶକ୍ତି ଖଟାଇ ମଧ୍ୟ ମମତାଙ୍କ ଠାରୁ କ୍ଷମତା ଛଡାଇବାରେ ବିଫଳ ହୋଇଥିଲା ବିଜେପି । ମମତା ନିଜେ ନିର୍ବାଚନ ହାରି ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହିପରି ଗତ ସାଧାରଣ ନିର୍ବାଚନ (2019)ରେ ଭାରତୀୟ ଜନତା ପାର୍ଟି ଦ୍ବିତୀୟ ସ୍ଥାନରେ ରହିଥିଲା । ଶାସକ ଟିଏମସି 22 ଆସନ ଓ ଭାରତୀୟ ଜନତା ପାର୍ଟି 19 ଆସନରେ ବିଜୟ ଲାଭ କରିଥିଲା । ହେଲେ ଏଥର ଯଦି ଏକଜିଟ ପୋଲର ଫଳାଫଳକୁ ଗ୍ରହଣ କରାଯାଏ, ତେବେ ବିଜେପି ଏକ ନମ୍ବର ଦଳ ଭାବ 22 ଆସନରୁ ଅଧିକ ଜିତିବ । ଟିଏମସି ପ୍ରାୟ 19 ରୁ 20 ଆସନ ଜିତିବା ନେଇ ଆକଳନ କରାଯାଉଛି । ଆସନ ସଂଖ୍ୟା ବଢିବା ସହ ପାର୍ଟିର ଭୋଟ ସେୟାର ମଧ୍ୟ ବଢିବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଓଡିଶା ଲୋକସଭା ଏକଜିଟ୍ ପୋଲ 2024: ବିଜେପିକୁ 15ରୁ ଅଧିକ ଆସନ, 5 ଭିତରେ ସୀମିତ ରହିବ ବିଜେଡି ! - ODISHA EXIT POLLS RESULTS 2024

ଓଡିଶାରେ ମଧ୍ୟ ସମାନ ସମୀକରଣ ଆଡକୁ ‘ଏକଜିଟ ପୋଲ’ ଇସାରା କରୁଛି । 2014 ସାଧାରଣ ନିର୍ବାଚନରେ ମାତ୍ର ଗୋଟିଏ ସଂସଦୀୟ ଆସନ ଓ 2019 ରେ 8ଟି ସଂସଦୀୟ ଆସନ ଜିତିଥିବା ବିଜେପି ଏଥର ଦୀର୍ଘ ଅଢେଇ ଦଶନ୍ଧି ଧରି ଶାସନରେ ଥିବା ବିଜୁ ଜନତା ଦଳ (ବିଜେଡି)କୁ ପଛରେ ପକାଇବ । ବିଜେପି ପ୍ରାୟ 15 କିମ୍ବା ତା’ଠାରୁ ଅଧିକ ଆସନ ଜିତିବାକୁ ଯାଉଥିବା ଓ ବିଜେଡି ମାତ୍ର 4 ରୁ 6 ଆସନ ମଧ୍ୟରେ ସୀମିତ ରହିବା ନେଇ ଏକାଧିକ ଜାତୀୟ ସଂସ୍ଥାର ପୂର୍ବାକଳନ କହୁଛି । ଏହା ପରେ ବିଜେପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 1, 2024, 10:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.