ETV Bharat / politics

ମାର୍ଚ୍ଚ ୫ରେ ବିଜେଡିର ବ୍ୟାପକ କାର୍ଯ୍ୟକ୍ରମ; ସମୃଦ୍ଧ, ସଶକ୍ତ ଓ ସ୍ଵାଭିମାନୀ 'ନବୀନ ଓଡ଼ିଶା' ପାଇଁ ଶପଥ ନେବେ ନେତା-କର୍ମୀ

Biju Jayanti: ବିଜୁ ଜୟନ୍ତୀ ଅବସରରେ ମାର୍ଚ୍ଚ ୫ ତାରିଖ ଦିନ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବ ବିଜେଡି । ଏହି ଦିନ ‘ସମୃଦ୍ଧ, ସଶକ୍ତ ଓ ସ୍ଵାଭିମାନୀ 'ନବୀନ ଓଡ଼ିଶା' ପାଇଁ ଶପଥ ନେବେ ନେତା ଓ କର୍ମୀ । ଅଧିକ ପଢନ୍ତୁ

୫ରେ ବିଜେଡିର ବ୍ୟାପକ କାର୍ଯ୍ୟକ୍ରମ
୫ରେ ବିଜେଡିର ବ୍ୟାପକ କାର୍ଯ୍ୟକ୍ରମ
author img

By ETV Bharat Odisha Team

Published : Mar 1, 2024, 7:18 AM IST

୫ରେ ବିଜେଡିର ବ୍ୟାପକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆସନ୍ତା ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ କରିବ ବିଜେଡି । ବିଜୁ ଜୟନ୍ତୀରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି । ଏହି ଦିବସ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ, ବ୍ଲକ ଏବଂ ସହରାଞ୍ଚଳରେ ମହା ସମାରୋହରେ ପାଳନ କରାଯିବ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ଜୟନ୍ତୀରେ ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ବ୍ଲକ ସଭାପତି ଓ ଦଳୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖି ନିର୍ବାଚନ ମଣ୍ଡଳୀସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଓ ସହଯୋଗ କରିବାକୁ କହିଛନ୍ତି । ଏହି ଦିନ ‘ସମୃଦ୍ଧ, ସଶକ୍ତ ଓ ସ୍ଵାଭିମାନୀ 'ନବୀନ ଓଡ଼ିଶା' ପାଇଁ ଶପଥ ନେବେ ନେତା ଓ କର୍ମୀ । ଏନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେଡିର ଦୁଇ ରାଷ୍ଟ୍ରୀୟ ମୁଖପାତ୍ର ସଂତୃପ୍ତ ମିଶ୍ର ଓ ସସ୍ମିତ ପାତ୍ର ।

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଛାମୁଆ ସଂଗଠନକୁ ସକ୍ରିୟ ରଖିବାକୁ ପଦକ୍ଷେପ ନେଉଛି ବିଜେଡି । ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ନିଷ୍ପତ୍ତି ନେଇଛି ଦଳ । ବିଜୁ ଜୟନ୍ତୀରେ ପ୍ରତି ନିର୍ବାଚନ ମଣ୍ଡଳୀରେ ସାମାଜିକ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ପ୍ରଭାତରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଏହି ଦିବସ ପାଳନର ଶୁଭାରମ୍ଭ କରାଯିବ । ଡାକ୍ତରଖାନା, ବୃଦ୍ଧାଶ୍ରମ, ଅନାଥାଶ୍ରମ ଏବଂ ବାଳାଶ୍ରମରେ ଫଳ ବଣ୍ଟନ ଓ ବିଭିନ୍ନ ସମାଜ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ସାଇକେଲ ଶୋଭାଯାତ୍ରା ବା ଗଣଦୌଡ଼ ଆୟୋଜିତ ହେବ ।

ସେହିଦିନ ଅପରାହ୍ନରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଦଳର ଜନପ୍ରତିନିଧୀ ଦଳୀୟ କର୍ମକର୍ତ୍ତା, ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତା, ସକ୍ରିୟ ସଦସ୍ୟ ସଦସ୍ୟା, ଦଳୀୟ କର୍ମୀ, ବିଜୁ ବାବୁଙ୍କ ଅନୁଗାମୀ ଏବଂ ଜନସାଧାରଣଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଆୟୋଜନ କରାଯିବ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ଆମ ଦେଶ ତଥା ଜାତି ପ୍ରତି ତାଙ୍କର ଅମୂଲ୍ୟ ଅବଦାନ, ଏକ ସଶକ୍ତ ଏବଂ ପୂର୍ଣ୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ତାଙ୍କର ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ସବିଶେଷ ଆଲୋଚନା କରାଯିବ ।

ଉପସ୍ଥିତ ସମସ୍ତ ସଦସ୍ୟ ଏକ ‘ସମୃଦ୍ଧ, ସଶକ୍ତ, ନବୀନ ଓଡ଼ିଶା’ ଗଠନ ନିମନ୍ତେ ଅଙ୍ଗୀକାରବଦ୍ଧ ହୋଇ ଶପଥ ଗ୍ରହଣ କରିବେ । 'ମୁଁ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ଆଜି ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଦୃଢ ଶପଥ ଗ୍ରହଣ କରୁଛି ଯେ ଦଳୀୟ ଏକତା, ଶୃଙ୍ଖଳା ଏବଂ ଅନୁଶାସନ ପରିପାଳନ ସହିତ ଓଡ଼ିଶାବାସୀଙ୍କ ସେବାରେ ମୁଁ ନିଜକୁ ନିରନ୍ତର ଉତ୍ସର୍ଗ କରିବି । ଓଡ଼ିଶାର ସ୍ବାର୍ଥ ଓ ସ୍ଵାଭିମାନର ସୁରକ୍ଷା ସହିତ ଓଡ଼ିଶାବାସୀଙ୍କ ନ୍ୟାର୍ଯ୍ୟ ଦାବି ହାସଲ ନିମନ୍ତେ ନିର୍ଭୀକତାର ସହିତ ସଂଗ୍ରାମ ଜାରି ରଖିବି । ଓଡ଼ିଶାବାସୀଙ୍କ କଲ୍ୟାଣ ଓ ସଶକ୍ତିକରଣ ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ନେଇ ନିରନ୍ତର କାର୍ଯ୍ୟ କରିବି । ଏହା ସହିତ ଏକ ସମୃଦ୍ଧ, ସଶକ୍ତ ଓ ସ୍ଵାଭିମାନୀ 'ନବୀନ ଓଡ଼ିଶା' ଗଢିବା ପାଇଁ ମୁଁ ଦୃଢ ଶପଥ ଗ୍ରହଣ କରୁଛି ।'

ଏହା ମଧ୍ୟ ପଢନ୍ତୁ: ମାର୍ଚ୍ଚ ୧ରେ 'ନବୀନ ହଟାଅ, ଓଡ଼ିଶା ବଞ୍ଚାଅ' ଆନ୍ଦୋଳନ କରିବ ଯୁବ କଂଗ୍ରେସ

ସେହିପରି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ 'ଆନ୍ତର୍ଜାତୀୟ ମହିଳା ଦିବସ' ବିଜେଡି ପାଳନ କରିଆସୁଛି । ଏ ବର୍ଷ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀସ୍ତରରେ ଏହି ଦିବସ ପାଳନ ଉପଲକ୍ଷେ ମହିଳା ସମାବେଶ ଆୟୋଜନ କରାଯିବ । ବିଜୁ ବାବୁ ମହିଳାମାନଙ୍କର ଅର୍ଥନୈତିକ, ସାମାଜିକ, ଏବଂ ରାଜନୈତିକ ସଶକ୍ତିକରଣ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରି ଅତୁଳନୀୟ ଉଦାହରଣ ସୃଷ୍ଟି କରିଛନ୍ତି । ସେହିଭଳି ଆମ ସରକାରଙ୍କ ଦ୍ଵାରା ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ଅନୁକରଣୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ମାଧ୍ୟମରେ ମା’ମାନଙ୍କର ସାମାଜିକ ତଥା ଅର୍ଥନୈତିକ ଅଭିବୃଦ୍ଧି ହାସଲ କରାଯାଇ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଅନୁକରଣୀୟ ଉଦାହରଣ ସୃଷ୍ଟି କରାଯାଇଛି । ଏ ସଂପର୍କରେ ଉପରୋକ୍ତ ବୈଠକରେ ସବିଶେଷ ଆଲୋଚନା କରାଯିବ ବୋଲି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର କହିଛନ୍ତି ।

ତେବେ ଏପ୍ରିଲ ୧୭ ତାରିଖ ବିଜୁବାବୁଙ୍କ ତିରୋଧାନ ଦିବସକୁ ନିରାଡ଼ମ୍ବର ଭାବେ ବିନମ୍ରତାର ସହ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିଦିନ ପ୍ରାତଃ କାଳରେ ତିଳତର୍ପଣ, ଦଳୀୟ କାର୍ଯ୍ୟାଳୟରେ ତାଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବ । ଏହା ସହିତ ରାଜ୍ୟର କୋଣ ଅନୁକୋଣରେ ସ୍ଥାପନ କରାଯାଇଥିବା ଏହି ମହତ ପୁରୁଷଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.