ETV Bharat / politics

ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ପ୍ରାର୍ଥୀ ଖୋଜୁଛି ବିଜେପି: ସ୍ବୟଂ ପ୍ରକାଶ - Swayam Prakash targets Odisha BJP

author img

By ETV Bharat Odisha Team

Published : Apr 1, 2024, 5:30 PM IST

Delay In BJP Assembly Candidates List: ଓଡ଼ିଶା ବିଜେପି ପକ୍ଷରୁ ଏଯାବତ ବିଧାନସଭା ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା ହୋଇନାହିଁ । ଯାହାକୁ ନେଇ କାଲି ସାଂସଦ ସସ୍ମିତଙ୍କ ପରେ ଆଜି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ବିଜେପିକୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

Swayam Prakash
Swayam Prakash
ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ପ୍ରାର୍ଥୀ ଖୋଜୁଛି ବିଜେପି: ସ୍ବୟଂ ପ୍ରକାଶ

ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡି ପ୍ରଥମେ 72 ଜଣ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି । କିନ୍ତୁ ରାଜ୍ୟରେ ଅନ୍ୟ ଦୁଇ ଜାତୀୟ ଦଳ ଜଣେ ବି ହେଲେ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଏହାକୁ ନେଇ ଲଗାତାର ଭାବେ ବିଜେପିକୁ ଟାର୍ଗେଟ କରିବାରେ ଲାଗିଛି ବିଜେଡି । ଗତକାଲି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ଆଜି ଦଳର ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ଗେରୁଆ ଦଳକୁ ଘେରିଛନ୍ତି ।

ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ କହିଛନ୍ତି, "ବିଜୁ ଜନତା ଦଳ ପକ୍ଷରୁ ଲଗାତାର ଭାବେ ଆମେ ଯାହା କହି ଆସିଥିଲୁ, ତାହା ଆଜି ସତ ପ୍ରମାଣିତ ହେଉଛି । ଆମେ କହିଥିଲୁ 147 ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବାକୁ ବିଜେପି ପାଖରେ ନେତା ନାହାନ୍ତି । ଅର୍ଥାତ ନିର୍ବାଚନରେ ଲଢ଼େଇବାକୁ ବିଜେପି ପ୍ରାର୍ଥୀ ପାଉନାହିଁ । କେବଳ ସେତିକି ନୁହେଁ ବାସ୍ତବ କଥା ହେଲା, 80 ଆସନ ପାଇଁ ବି ବିଜେପିକୁ ପ୍ରାର୍ଥୀ ମିଳୁନାହିଁ । ଏହା ହେଉଛି ସତ୍ୟ ।"

ସେ ଆହୁରି କହିଛନ୍ତି, " ବିଜେପି ନେତା କହୁଥିଲେ 2024ରେ 80 ଆସନ ଜିତି ସରକାର କରିବ । ବାସ୍ତବ କଥା ହେଉଛି 147 ଛାଡ଼ନ୍ତୁ 80ଟି ଆସନ ପାଇଁ ବିଜେପି ପାଖରେ ପ୍ରାର୍ଥୀ ନାହାନ୍ତି । ଯେଉଁଥିପାଇଁ ବିଜେପି ଗୋଟେ ବି ଆସନ ଘୋଷଣା କରିବାରେ ସକ୍ଷମ ହୋଇନାହିଁ । ଆଜିର ଦିନରେ ଏହା ହେଉଛି ଓଡ଼ିଶା ବିଜେପିର ଅସଲ ସ୍ଥିତି । ଓଡ଼ିଶା ବିଜେପି ନେତା କହିଥିଲେ, ଜିଲ୍ଲାକୁ ଜିଲ୍ଲା ସେମାନଙ୍କ ନେତା ଯାଉଛନ୍ତି । ପ୍ରାର୍ଥୀ ସନ୍ଧାନ କରୁଛନ୍ତି । ଏବଂ ଖୁବଶୀଘ୍ର ସେମାନଙ୍କର ପ୍ରାର୍ଥୀ ତାଲିକା ଆସିଯିବ । ଏହା ଭିତରେ ଅନେକ ସମୟ ବିତିଗଲାଣି । 147 ନିର୍ବାଚନ ମଣ୍ଡଳୀରୁ ଗୋଟେ ବି ପ୍ରାର୍ଥୀ ଘୋଷଣା କରିପାରିଲେ ନାହିଁ ।"

ଏହା ବି ପଢନ୍ତୁ- ୧୪୭ ବିଧାନସଭା ଆସନରେ ଲଢ଼ିବାକୁ ଯାଉଛି ବିଜେପି, ଏଯାଏଁ ପାଉନି ୪୭ ପ୍ରାର୍ଥୀ: ସସ୍ମିତ ପାତ୍ର

ଗୋଟେ କଥା ହେଉଛି, ଯେଉଁ ପ୍ରାର୍ଥୀ ସନ୍ଧାନକାରୀ ଦଳ ବିଭିନ୍ନ ଜିଲ୍ଲା ଗସ୍ତ କରିଥିଲେ, ସେମାନେ ପ୍ରାର୍ଥୀ ପାଇଲେ ନାହିଁ । ଅନ୍ୟ କଥା ହେଉଛି ରାଜ୍ୟ ବିଜେପିର ସଂଗଠନର ଦୁର୍ବଳ ଓ ଦୟନୀୟ ସ୍ଥିତି ଦେଖି ଟିମ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 147 ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ନଥିବାରୁ ଓଡ଼ିଶା ବିଜେପି ଅନ୍ୟ ଦଳରୁ ବିତାଡିତ ନେତା, ଅନ୍ୟ ଦଳରୁ ଟିକେଟ ପାଉଥିବା ନେତାଙ୍କୁ ନେଉଛନ୍ତି । ଅପରାଧିକ ରେକର୍ଡ ଥିବା ନେତାଙ୍କୁ ବିଜେପି ଭରସା କରୁଛି । ଯେବେ ଏହି ତାଲିକା ଭରିବ, ସେତେବେଳେ ଘୋଷଣା କରିବେ ବୋଲି ସ୍ବୟଂ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗାଁ ଗଣ୍ଡାରେ ପ୍ରାର୍ଥୀ ଦରାଣ୍ଡିବା ଆରମ୍ଭ କରିଛି ବିଜେପି । ବସଷ୍ଟାଣ୍ଡ, ରେଳ ଷ୍ଟେସନରୁ ବିଜେପି ଖୋଜୁଛି ପ୍ରାର୍ଥୀ । ବିଜେପିର ଏଭଳି ସ୍ଥିତି ଦେଖି ଓଡିଶା ବାସୀ ହସିବା ଆରମ୍ଭ କରିଲେଣି । ଯେଉଁ ଦଳ ବାହାସ୍ଫଟ ମାରୁଥିଲା ସେ ଆଜି ପ୍ରାର୍ଥୀ ପାଉନାହିଁ । ଲୋକେ ଜାଣି ସାରିଲେଣି ଯେ ତାଙ୍କ ପାଖରେ ପ୍ରାର୍ଥୀ ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.