ETV Bharat / politics

ନାମାଙ୍କନର ଶେଷ ଦିନ, ପ୍ରାର୍ଥୀ ପତ୍ର ଦାଖଲ କଲେ ବିଜେଡି ଓ ସ୍ବାଧୀନ ପ୍ରାର୍ଥୀ - NOMINATION PROCESS IN MAYURBHANJ

author img

By ETV Bharat Odisha Team

Published : May 14, 2024, 10:43 PM IST

Mayurbhanj Lok Sabha constituency: ରାଜ୍ୟର ଶେଷ ତଥା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଥିଲା ନାମାଙ୍କନ ଦାଖଲର ଶେଷ ଦିନ । ରାଇରଙ୍ଗପୁରରେ ନାମାଙ୍କନ ଭରିଲେ ଏହି ପ୍ରାର୍ଥୀ । ଅଧିକ ପଢ଼ନ୍ତୁ,

Mayurbhanj Lok Sabha constituency
Mayurbhanj Lok Sabha constituency (ETV Bharat Odisha)

ରାଇରଙ୍ଗପୁର: ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ଶେଷ ଦିନରେ ରାଇରଙ୍ଗପୁର ଏବଂ ସାରସକଣା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି । ରାଇରଙ୍ଗପୁର ପାଇଁ ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଏବଂ ସାରସକଣା ପାଇଁ ବିଧାୟକ ପ୍ରାର୍ଥୀ ଦେବାଶିଷ ମାରାଣ୍ଡି ଶୋଭାଯାତ୍ରାରେ ଆସି ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେଡି ପ୍ରାର୍ଥୀମାନେ ନିଜର ହଜାର ହଜାର କର୍ମକର୍ତ୍ତା ଓ ସମର୍ଥକଙ୍କୁ ନେଇ ଆଜି ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ରାଇରଙ୍ଗପୁର ସହରର ଜଗନ୍ନାଥ ମନ୍ଦିରରେ ରାଇସେନ ଓ ଦେବାଶିଷ ପୂଜାର୍ଚ୍ଚନା କରିବା ପରେ ନାମାଙ୍କନ ପାଇଁ ବାହାରି ଥିଲେ । ଜଗନ୍ନାଥ ମନ୍ଦିରରୁ ହଜାର ହଜାର ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କ ସହ ଶୋଭାଯାତ୍ରାରେ ବାହାରି ରାଇରଙ୍ଗପୁର ଗୋଲେଇ ଦେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ରାଇରଙ୍ଗପୁର ସହରର ବିଜୁ ପଟ୍ଟନାୟକ ମାର୍ଗରେ ଥିବା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ସୁଦାମ ମାରାଣ୍ଡିଙ୍କ ସହିତ ଉଭୟ ପ୍ରାର୍ଥୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଉଭୟ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.. ବାଲେଶ୍ବରରେ ନାମାଙ୍କନ ଭରିଲେ ହେଭିୱେଟ, ପ୍ରତାପ-ମାନସ-ସ୍ବରୂପଙ୍କ ଶକ୍ତି ପ୍ରଦର୍ଶନ - Balasore Lok Sabha Constituency

ପ୍ରବଳ ଖରା ସତ୍ତ୍ବେ ହଜାର ହଜାର ସଂଖ୍ୟାରେ ବିଜେଡ଼ି ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ରହିଥ‌ିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଭୟ ପ୍ରାର୍ଥୀ । ଏହି ଅବସରରେ ବିଜେଡ଼ିର ମୟୂରଭଞ୍ଜ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଏବଂ ସଂଖ୍ୟାଲଘୁ ବିଭାଗର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକଙ୍କ ସମେତ ବିଜେଡିର ବରିଷ୍ଠ ନେତା ଓ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ, ବିଜୁ ଛାତ୍ର ଜନତା ଦଳର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ମୟୂରଭଞ୍ଜର ପୂର୍ବତନ ସାଂସଦ ତଥା 'ବିଚ୍ଛିନ୍ନାଞ୍ଚଳ ଝାରଖଣ୍ଡ ଆଦିବାସୀ ମୂଳବାସୀ ମଞ୍ଚ'ର ପ୍ରତିଷ୍ଠାତା ଇଂ ରାମଚନ୍ଦ୍ର ହାଁସଦା ମଧ୍ୟ ଆଜି ସାରସକଣା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଚଳିତ ନିର୍ବାଚନରେ ଉଭୟ ବିଜେପି ଓ ବିଜେଡ଼ି ସରକାରଙ୍କୁ ଭୋଟ ମାଧ୍ୟମରେ ମୟୂରଭଞ୍ଜର ଜନସାଧାରଣ କଡ଼ା ଜବାବ ଦେବେ ବୋଲି କହିଛନ୍ତି ପୂର୍ବତନ ସାଂସଦ ପ୍ରାର୍ଥୀ ଇଂ ରାମଚନ୍ଦ୍ର ହାଁସଦା । ସେ ୨୦୧୨ ମସିହାରେ NCP ଛାଡ଼ି ବିଜେଡ଼ି ଦଳରେ ସାମିଲ ହୋଇଥିଲେ । ୨୦୧୪ ମସିହାରେ ବିଜେଡ଼ି ଦଳରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଟିକଟ ପାଇ ନିର୍ବାଚନରେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.