ETV Bharat / politics

ନିର୍ବାଚନ ଯୁଦ୍ଧ ପାଇଁ ବିଗୁଲ ବାଜିବ କାଲି, ଯୁଦ୍ଧର ସୀମାରେଖା ନିର୍ଦ୍ଧାରଣ କେବେ ? - BJD and BJP Possible Alliance

BJD and BJP Possible Alliance: ନିର୍ବାଚନ ପାଇଁ ଆସନ୍ତାକାଲି ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଏହା ପୂର୍ବରୁ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ଚାଲିଥିବା ମେଣ୍ଟ ଆଲୋଚନା ବାସ୍ତବ ରୂପ ନେବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢ଼ନ୍ତୁ

BJD and BJP Possible Alliance
BJD and BJP Possible Alliance
author img

By ETV Bharat Odisha Team

Published : Mar 15, 2024, 9:42 PM IST

BJD and BJP Possible Alliance

ଭୁବନେଶ୍ବର: ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ । ଅପରାହ୍ନ 3ଟାରେ ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଓଡିଶାରେ କେବେ ହେବ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଏବଂ କେତୋଟି ପର୍ଯ୍ୟାୟରେ ହେବ ନିର୍ବାଚନ, ସେନେଇ ସମୟ ନିର୍ଦ୍ଧାରଣ କରିବେ ନିର୍ବାଚନ କମିଶନ । କହିବାକୁ ଗଲେ ନିର୍ବାଚନ ଯୁଦ୍ଧ ପାଇଁ ବିଗୁଲ ବାଜିବ । କିନ୍ତୁ ଓଡିଶାରେ ମେଣ୍ଟ ରାଜନୀତି ଚର୍ଚ୍ଚାରେ ଏପର୍ଯ୍ୟନ୍ତ ପଡ଼ିପାରିଲାନି ପୂର୍ଣ୍ଣଚ୍ଛେଦ । ମେଣ୍ଟ ହେବ ନା ନାହିଁ, ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବେ ରାଜନୈତିକ ଦଳ । ହାତରେ ସମୟ କମ ରହିଲା । ଆଉ କିଛି ଘଣ୍ଟାର ଅପେକ୍ଷା । ଏହି ଅଳ୍ପ ସମୟ ମଧ୍ୟରେ ମେଣ୍ଟର ରଣନୀତି କଣ ରହିବ, ସେନେଇ ଘୋଷଣା ହୋଇପାରେ ।

ଗୋଟିଏ ପଟେ ନିର୍ବାଚନ ତାରିଖ ଘୋଷଣା ପାଇଁ ସମୟ ପାଖୋଉଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗତକାଲି ନବୀନ ନିବାସରେ ବିଜେଡିର ପ୍ରମୁଖ ନେତାମାନଙ୍କୁ ଡକାଇ ଆଲୋଚନା କରିଥିଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲା ଦଳ । କଂଗ୍ରେସ ଆଜି 2024 ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । 9ଟି ଗ୍ୟାରେଣ୍ଟି ନେଇ ଆସିଛି ଦଳ । ସେପଟେ ବିଜେପିର ରାଜ୍ୟ ନେତା ଏବଂ କେନ୍ଦ୍ରୀୟ ନେତାଙ୍କ ମଧ୍ୟରେ ଘନ ଘନ ବୈଠକ ଚାଲିଛି । ଯୁଦ୍ଧ ପ୍ରସ୍ତୁତିରେ 3 ରାଜନୈତିକ ଦଳ ଲାଗିପଡିଥିବା ବେଳେ ଯୁଦ୍ଧର ସୀମାରେଖା କେବେ ନିର୍ଦ୍ଧାରଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନ ।

ଏହା ମଧ୍ୟ ପଢ଼ନ୍ତୁ...ମେଣ୍ଟ ଚର୍ଚ୍ଚାରେ ଫୁଲଷ୍ଟପ୍ ନୁହେଁ, କମା ଦିଆଯାଇଛି: ରାଜନୈତିକ ସମୀକ୍ଷକ

ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ମେଣ୍ଟର ସ୍ପଷ୍ଟ ଚିତ୍ର ଆସିଯିବ । କାରଣ କାଲି ନିର୍ବାଚନ ତାରିଖ ଘୋଷଣା ହୋଇଯିବ । ଯୁଦ୍ଧ ପାଇଁ ବିଗୁଲ ବାଜିଯିବ । ତେଣୁ ତା ପୂର୍ବରୁ ଯୁଦ୍ଧର ସୀମାରେଖା ନିର୍ଦ୍ଧାରଣ ହେବ । ସମସ୍ତେ ପ୍ରସ୍ତୁତି ପଥରେ ଅଛନ୍ତି । କେହି ଘୋଷଣା କରିପାରୁନାହାନ୍ତି । ରାଜ୍ୟର ଶାସକ ଦଳ ଏବଂ ମୁଖ୍ୟ ବିରୋଧି ଦଳ ମଧ୍ୟରେ କଣ କଥାବାର୍ତ୍ତା ଚାଲିଛି ତାହା ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଚୂଡାନ୍ତ ନିଷ୍ପତ୍ତି ହୋଇପାରୁନି । ତେଣୁ ସୀମାରେଖା ନିର୍ଦ୍ଧାରଣ ହୋଇପାରୁନାହିଁ । ତେବେ ବଡ଼ କଥା ହେଲା, ମେଣ୍ଟ ହେଲେ କଣ ହେବ ମେଣ୍ଟ ନହେଲେ କଣ ହେବ, ସେନେଇ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତ ହୋଇ ରହିଛନ୍ତି । 2019 ମାର୍ଚ୍ଚ 10 ତାରିଖରେ ନିର୍ବାଚନ ଚାରିଖ ଘୋଷଣା ହୋଇଥିଲା । ଏଥର ବିଳମ୍ବ ହୋଇଗଲାଣି । ସବୁ ଅଙ୍ଗାଙ୍ଗି ଭାବେ ଜଡିତ । ଯେହେତୁ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟର ରୂପରେଖ ସ୍ପଷ୍ଟ ହୋଇପାରୁନି, କଂଗ୍ରେସ ମଧ୍ୟ ତାର ପ୍ରାର୍ଥୀ ଘୋଷଣା କରିପାରୁନି । ମେଣ୍ଟର ଚୂଡାନ୍ତ ରୂପରେଖକୁ ଅପେକ୍ଷା କରିଛି କଂଗ୍ରେସ ।"

ସବୁ ବିନ୍ଦୁକୁ ଯୋଡିଲେ ଜଣାପଡୁଛି, ମେଣ୍ଟ ନେଇ ଚୂଡାନ୍ତ ନିଷ୍ପତ୍ତି ଆଜି କିମ୍ବା କାଲି ଭିତରେ ନେଇପାରନ୍ତି ଶାସକ ବିଜେଡି ଏବଂ ବିରୋଧି ବିଜେପି । କାରଣ ଆଉ ସମୟ ନାହିଁ । ଆଉ ଏହାପରେ ହେବ ପ୍ରାର୍ଥୀ ଘୋଷଣା । ବିଜେଡି -ବିଜେପିର ମେଣ୍ଟ ଘୋଷଣାକୁ ଅପେକ୍ଷା କରିଛି କଂଗ୍ରେସ । ତା'ପରେ ଯାଇ କଂଗ୍ରେସ 2024 ନିର୍ବାଚନ ପାଇଁ ତାର ଚୂଡାନ୍ତ ପ୍ରାର୍ଥୀ ତାଲିକା ଆଣିବ । ତେଣୁ ଖୁବଶୀଘ୍ର ଯୁଦ୍ଧର ସୀମାରେଖା ନିର୍ଦ୍ଧାରଣ ହେବ ବୋଲି କହିଛନ୍ତି ରବି ଦାସ । ଯୁଦ୍ଧ ପାଇଁ 3 ରାଜନୈତିକ ଦଳ ପ୍ରସ୍ତୁତ ହେଲେଣି । କିନ୍ତୁ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନେଇ ଚାଲିଥିବା ଆଲୋଚନାର ଚୂଡାନ୍ତ ରୂପରେଖକୁ ଅପେକ୍ଷା କରାଯାଇଛି । ନେତା, କର୍ମୀ ସମସ୍ତେ ଅନେଇ ବସିଛନ୍ତି । ନିର୍ବାଚନ ଯୁଦ୍ଧ ପାଇଁ କାଲି ବିଗୁଲ ବାଜିବାକୁ ଥିବାବେଳେ ତା' ପୂର୍ବରୁ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଆଶା କରିଛନ୍ତି ରାଜନୀତି ସମୀକ୍ଷକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.