ETV Bharat / politics

12ରେ ଫ୍ଲୋରଟେଷ୍ଟ, 7ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନୀତିଶ - PM Modi

Nitish Kumar Will Meet PM Modi: 12 ରେ ବିହାରରେ ଆସ୍ଥାଭୋଟ ହେବାକୁ ଯାଉଥିବା ବେଳେ 7 ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅଧିକ ପଢନ୍ତୁ

7ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନୀତିଶ
7ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ନୀତିଶ
author img

By ETV Bharat Odisha Team

Published : Feb 5, 2024, 10:24 PM IST

ପାଟନା: ବିଜେପି ବିରୋଧୀ ମେଳିର ଅଗ୍ରଦୂତ ସାଜି ଇଣ୍ଡିଆ ମେଣ୍ଟ ଗଠନ କରିଥିବା ଓ ପରେ ମେଣ୍ଟ ଛାଡି ବିଜେପି କ୍ୟାମ୍ପକୁ ଲମ୍ଫ ମାରିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ । ବିହାରରେ କ୍ଷମତା ପରିବର୍ତ୍ତନ ପରେ 12 ତାରିଖରେ ଫ୍ଲୋରଟେଷ୍ଟ ହେବା ପୂର୍ବରୁ ପରେ ପ୍ରଥମ ଥର ପାଇଁ 7 ତାରିଖରେ ଦିଲ୍ଲୀରେ ଉଭୟଙ୍କ ମଧ୍ୟରେ ଭେଟଘାଟ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ସହ ନୀତିଶ ଅନ୍ୟ କିଛି ତୁଙ୍ଗ ବିଜେପି ନେତାଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ତାଲିକାରେ ବିଜେପିର ରଣନୀତିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେ.ପି ନାଡାଙ୍କ ନାମ ରହିଛି ।

ଜାନୁଆରୀ 28 ରେ ନୀତିଶ ମହାମେଣ୍ଟ ସରକାର ଭାଙ୍ଗି ନୂଆ ସରକାର ଗଠନ କରିବା ପରେ ବିହାରରେ 12ରେ ଫ୍ଲୋରଟେଷ୍ଟ ହେବାକୁ ଯାଉଛି । କ୍ଷମତା ପରିବର୍ତ୍ତନ କରିଥିବା ନୀତିଶ ଗୃହରେ ସଂଖ୍ୟା ବହୁମତର ପ୍ରମାଣ ଦେବେ । ଏଭଳି ପରିସ୍ଥିତିରେ ବିଜେପିର ବରିଷ୍ଠ ନେତାଙ୍କ ସହ ତାଙ୍କର ଏହି ପ୍ରସ୍ତାବିତ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଲଲନ ସିଂ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିସାରିଛନ୍ତି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୀତିଶଙ୍କ ଜେଡିୟୁ-ବିଜେପି-ହମ ସମର୍ଥିତ ସରକାରରେ ସଂଖ୍ୟାର ସମସ୍ୟା ନଥିଲେ ସୁଦ୍ଧା କିଛି କଂଗ୍ରେସ ବିଧାୟକ ହାଇଦ୍ରାବାଦରେ ଡେରା ପକାଇଛନ୍ତି । କଂଗ୍ରେସ ଏନେଇ କୌଣସି ସୂଚନା ଦେଇନଥିବା ବେଳେ ସେମାନେ ଏହି ଫ୍ଲୋରଟେଷ୍ଟ ପୂର୍ବରୁ ହାଇଦ୍ରାବାଦ ଗସ୍ତ କରିବା ଚର୍ଚ୍ଚା ବଢାଇଛି ।

ସମ୍ପାଟ ଚୌଧୁରୀ ଓ ବିଜୟ ସିହ୍ନା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି:- ପୂର୍ବରୁ ନୀତିଶଙ୍କ ତୀବ୍ର ଆଲୋଚକ ଥିବା ଦୁଇ ବିଜେପି ନେତା ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନାଙ୍କୁ ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ମିଳିଛି । ଆଜି (ସୋମବାର) ଏହି ଉଭୟ ନେତା ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଗତକାଲି (ରବିବାର) ସେମାନେ ଦିଲ୍ଲୀରେ ପହଞ୍ଚିବା ପରେ ଅମିତ ଶାହ ଓ ରାଜନାଥ ସିଂଙ୍କୁ ମଧ୍ୟ ଭେଟିଥିଲେ । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ବିଜେପି କହିଥିଲା ।

ଏହା ମଧ୍ୟ ପଢନ୍ତୁ :- ରାଜସ୍ଥାନରେ ଭାରତ-ପାକ ଅନ୍ତର୍ଜାତୀୟ ସୀମା ନିକଟରେ ସନ୍ଦିଗ୍ଧ ଚିଲକୁ ଧରିଲା BSF

12ରେ ନୀତୀଶ କୁମାରଙ୍କ ବହୁମତ ପରୀକ୍ଷା :- 243 ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ‘ଏନଡିଏ’ର 128 ଜଣ ବିଧାୟକ ଅଛନ୍ତି । ସେ ଦୃଷ୍ଟିରୁ କୌଣସି ସମସ୍ୟା ନଜରକୁ ଆସୁନି । ତଥାପି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଦାବି କରିଛନ୍ତି ଯେ ଖେଳ ଏପର୍ଯ୍ୟନ୍ତ ଖେଳାଯାଇ ନାହିଁ । ଅନ୍ୟପଟେ 4 ବିଧାୟକ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନରାମ ମାଞ୍ଝୀ ମଧ୍ୟ ନୀତିଶଙ୍କ ଉପରେ କ୍ରାମାଗତ ଚାପ ସୃଷ୍ଟି କରୁଛନ୍ତି । ପୁଅ ସନ୍ତୋଷ ସୁମନଙ୍କୁ ମନ୍ତ୍ରୀପଦ ମିଳିଥିଲେ ସୁଦ୍ଧା ସେ ଖୁସି ନଥିବା ଚର୍ଚ୍ଚା ହେଉଛି ।​

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.