ETV Bharat / politics

ବିରୋଧୀ ଦଳ ନେତା ଚୟନକୁ ନେଇ ଛକାପଞ୍ଝା, ବାଟବଣା AICC - AICC YET TO SELECT LOP

author img

By ETV Bharat Odisha Team

Published : Jul 11, 2024, 5:09 PM IST

AICC YET TO SELECT LOP: ଆଗାମୀ ୨୨ ତାରିଖରେ ବସିବ ବିଧାନସଭା ଅଧିବେସନ । ମାତ୍ର ଏଯାଏଁ ବିରୋଧୀ ଦଳ ନେତା ଚୟନ କଂଗ୍ରେସ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଅଧିକ ପଢନ୍ତୁ

AICC YET TO SELECT LOP
AICC YET TO SELECT LOP (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ଫଳାଫଳକୁ ୧ ମାସରୁ ଊର୍ଦ୍ଧ୍ବ ସମୟ ଅତିବାହିତ ହୋଇ ସାରିଥିଲେ ହେଁ ଏଯାଏଁ କଂଗ୍ରେସ ଦୋଛକିରେ ରହିଛି । କିଏ ହେବ କଂଗ୍ରେସ ବିଧାୟକ ଦଳର ନେତା ଯାହା ଦର୍ଶାଉଛି ବାଟବଣା ହେଉଛି AICC । କଂଗ୍ରେସ ବିଧାୟକ ଦଳର ନେତା ନିଷ୍ପତ୍ତି ଘୋଷଣାରେ ହେଉଛି ଅହେତୁକ ବିଳମ୍ବ । ଚଳିତ ମାସ 22 ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ପ୍ରାୟ ଦେଢ଼ ମାସ ଚାଲିବାକୁ ଥିବା ଏହି ମୌସୁମୀ ଅଧିବେଶନରେ 2024-25 ଆର୍ଥିକ ବର୍ଷର ବଜେଟ ପାରିତ ହେବ । ମୋହନ ସରକାରଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି । ଆର୍ଥିକ ସନ୍ତୁଳନ, ରାଜ୍ୟର ବିକାଶ, କେନ୍ଦ୍ର ଏବଂ ରାଜ୍ୟର ସଂଘୀୟ ବ୍ୟବସ୍ଥାକୁ ଆଧାର କରି ବଜେଟ ଆଣିପାରନ୍ତି ମୋହନ ସରକାର ।

ପ୍ରଥମ କରି କ୍ଷମତାକୁ ଆସିଥିବା ବିଜେପି ସରକାର ବଜେଟ ଆଣିବେ, ଯାହା ଉପରେ ରହିଛି ସାରା ରାଜ୍ୟର ନଜର । ସେପଟେ ବିରୋଧୀ ଦଳର ନେତା ଭାବେ ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରିଛି ବିଜେଡି । ହେଲେ ବ୍ୟତିକ୍ରମ ଦେଖାଦେଇଛି କଂଗ୍ରେସ ଦଳରେ । କଂଗ୍ରେସ ଦଳରେ ବିଧାନସଭାରେ ବିଧାୟକ ଦଳର ନେତା ଚୟନ ନେଇ ଉଠିଛି ବିବାଦ । AICC ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ, ଫଳରେ ଆଗକୁ ଦଳର ଆଭିମୁଖ୍ୟ ନେଇ କୌଣସି ସ୍ପଷ୍ଟତା ଆସି ପାରୁନାହିଁ ।

ଏହା ମଧ୍ୟ ପଢନ୍ତୁ ... ତେଜୁଛି ଅସନ୍ତୋଷ; କଂଗ୍ରେସ ଭବନ ସମ୍ମୁଖରେ ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ - Odisha Congress inter conflict

ବରିଷ୍ଠ ବିଧାୟକ ତାରା ବାହିନୀପତି ଏବଂ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କଡ଼ାମଙ୍କ ମଧ୍ୟରୁ ଜଣେ କେହି ବିଧାୟକ ଦଳର ନେତା ହେବେ ବୋଲି ଚର୍ଚ୍ଚା ହେଉଛି । କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କୁଆଡେ ରାମଚନ୍ଦ୍ରଙ୍କ ସପକ୍ଷରେ ଲବି କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଏହାରି ଭିତରେ ବିଧାୟକ ତାରା ବାହିନୀପତି କହିଛନ୍ତି, ' କଂଗ୍ରେସର ଦିଲ୍ଲୀରେ ନିଷ୍ପତ୍ତି ହୁଏ । ସମସ୍ତ ତର୍ଜମା ପରେ ଘୋଷଣା ହେବ । ବିଧାନସଭା ଅଧିବେସନ ପୂର୍ବରୁ ଘୋଷଣା ହେବ । ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି । ଯାହା ନାଁ ନିଷ୍ପତ୍ତି ହେବ ସମସ୍ତେ ତାକୁ ମାନିବେ । ଓଡ଼ିଶାର ଜନସାଧାରଣଙ୍କ ପାଇଁ ଯାହା ଭଲ ହେବ କଂଗ୍ରେସ ତାହା କାର୍ଯ୍ୟକାରୀ କରିବ । ବିଧାନସଭା ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ଚୟନ ହୋଇଯିବ । ଏଆଇସିସି ଯାହା ନିଷ୍ପତ୍ତି ନେବେ ସମସ୍ତ କଂଗ୍ରେସ ନେତା ତାଙ୍କୁ ମାନିବେ । କଂଗ୍ରେସର କେନ୍ଦ୍ରୀୟ ନେତା ଏବଂ ରାଜ୍ୟର ବରିଷ୍ଠ ନେତା ଆଲୋଚନା କରି ସମସ୍ତ ନିଷ୍ପତ୍ତି ନେବେ । ରାଜ୍ୟବାସୀଙ୍କ ହିତ ଦୁଷ୍ଟିରେ ରଖି କଂଗ୍ରେସ ନିଷ୍ପତ୍ତି ନେବେ ।'

ସୂଚନା ଥାଉ କି କଂଗ୍ରେସର 14 ଜଣ ବିଧାୟକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅବିଭକ୍ତ କୋରାପୁଟ ଜିଲ୍ଲାରୁ 7 ଜଣ ନିର୍ବାଚିତ ହୋଇ ଆସିଛନ୍ତି । ଏହା ଛଡ଼ା କଟକ ବାରବାଟୀ, ବାସୁଦେବପୁର, ଜି ଉଦୟଗିରି, କଳାହାଣ୍ଡି, ସାନଖେମୁଣ୍ଡି ଏବଂ ମୋହନା ବିଧାନସଭା କ୍ଷେତ୍ରରେ କଂଗ୍ରେସର ବିଧାୟକ ଅଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କଡ଼ାମଙ୍କ ଭିତରେ ଚାଲିଛି ଛକା ପଞ୍ଚା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.