ETV Bharat / politics

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅଭିନେତା ଅରିନ୍ଦମ ରାୟ, ଆଜି ନବୀନଙ୍କୁ ପଠାଇଥିଲେ ଇସ୍ତଫା ପତ୍ର

Actor Arindam Roy quits BJD and Joins BJP: ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫା ପତ୍ର । ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଉନଥିବା କଲେ ଅଭିଯୋଗ । ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ବିଜେପିରେ ହେଲେ ସାମିଲ । ଅଧିକ ପଢ଼ନ୍ତୁ...

author img

By ETV Bharat Odisha Team

Published : Mar 15, 2024, 6:07 PM IST

Updated : Mar 15, 2024, 8:33 PM IST

Arindam Roy quits BJD and Joins BJP
Arindam Roy quits BJD and Joins BJP
Arindam Roy quits BJD and Joins BJP

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ଅଭିନେତା ଅରିନ୍ଦମ ରାୟ । ଦୀର୍ଘ ଦିନରୁ ତାଙ୍କ ଅସନ୍ତୋଷ ଓ ସମାନ୍ତରାଳ କାର୍ଯ୍ୟକ୍ରମକୁ ନେଇ ସେ ଚର୍ଚ୍ଚାରେ ଥିଲେ । ବିଜେଡି ସାଧାରଣ ସମ୍ପାଦକ ସମେତ ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇବାର ମାତ୍ର କିଛି ସମୟ ମଧ୍ୟରେ ରାଜ୍ୟ ବିଜେପି ମୁଖ୍ୟାଳୟରେ ପହଞ୍ଚି ସେ ବିଜେପିରେ ଯୋଗ ଦେଇଛନ୍ତି ।

Arindam Roy quits BJD and Joins BJP
Arindam Roy quits BJD and Joins BJP

ଇସ୍ତଫା ପତ୍ରରେ କ୍ଷୋଭ ଜଣାଇଲେ ଅରିନ୍ଦମ: ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଉନଥିବା ଇସ୍ତଫା ପତ୍ରରେ ଜଣାଇଲେ ଅରିନ୍ଦମ । ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟଦା ମିଳୁନଥିବା ସେ ଇସ୍ତଫା ପତ୍ରରେ ଲେଖିଛନ୍ତି । ଗତ 2009ରେ ବିଜେଡିରେ ଯୋଗ ଦେଇ ଅଭିନେତାରୁ ନେତା ପାଲଟିଥିଲେ ଓଲିଉଡ୍‌ ସୁପରଷ୍ଟାର ଅରିନ୍ଦମ ରାୟ । 2014ରୁ ବିଭିନ୍ନ ନିର୍ବାଚନରେ ଦଳର ଷ୍ଟାର ପ୍ରଚାରକ ହୋଇ ଆସୁଥିଲେ । ବର୍ତ୍ତମାନ ଦଳର ସାଧାରଣ ସମ୍ପାଦକ ଭାବେ କରୁଥିଲେ କାର୍ଯ୍ୟ । ଯାଜପୁର ବିଧାୟକ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ହେଉଛନ୍ତି ଅରିନ୍ଦମ । ଉଭୟ ପ୍ରାଥମିକ ସଦସ୍ୟତା ଓ ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ନେଇ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଦୀର୍ଘବର୍ଷ ଧରି ସକ୍ରିୟ ଭାବେ ଦଳ ପାଇଁ କାର୍ଯ୍ୟ କରିବା ପରେ ମଧ୍ୟ ଦଳରେ ଅଣଦେଖାର ଶିକାର ହେବାରୁ ବାଧ୍ୟ ହୋଇ ଦଳ ଛାଡ଼ୁଥିବା ତାଙ୍କର ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଅରିନ୍ଦମ ।

ଏହା ମଧ୍ୟ ପଢ଼ନ୍ତୁ... ମେଣ୍ଟ ରାଜନୀତି; ଦ୍ବନ୍ଦ୍ବରେ ସାଧାରଣ ଜନତା, ଶୁଣନ୍ତୁ ଭୋଟରଙ୍କ ମୁଡ

ବିଜେପିରେ ହେଲେ ସାମିଲ: ବିଜେଡିରୁ ଇସ୍ତଫା ଦେବାର କେବଳ କିଛି ସମୟ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଅରିନ୍ଦମ । ସେଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ପଦ୍ମ ଶିବିରରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ଅରିନ୍ଦମ ରାୟ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଭେଟିଥିଲେ ଅରିନ୍ଦମ । ଯାହାର ଫଟୋ ସେତେବେଳେ ବେଶ ଭାଇରାଲ ହୋଇଥିଲା । ଏହା ପରେ ପରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରାଙ୍କ ସହ ମଧ୍ୟ ଅରିନ୍ଦମଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା କଟକ ରାଜନୈତିକ ବାତାବରଣ ବେଶ ସରଗରମ କରିଥିଲା । ଅନ୍ୟପଟେ ଅନେକ କାର୍ଯ୍ୟକ୍ରମରେ ଦଳୀୟ ବ୍ୟାନର ନଲଗାଇ ବ୍ୟକ୍ତିଗତ ବ୍ୟାନର ବ୍ୟବହାର କରିବା ମଧ୍ୟ ତାଙ୍କର ଦଳ ଡିଆଁ ପ୍ରସଙ୍ଗକୁ ସ୍ପଷ୍ଟ କରିଥିଲା । ବର୍ତ୍ତମାନ ରାଜ୍ୟ ରାଜନୀତିରେ ବିଜେପି ଓ ବିଜେଡି ମେଣ୍ଟକୁ ନେଇ ସ୍ଥିତି ଅସନ୍ତୁଳିତ ରହିଥିଲାବେଳେ ଅରିନ୍ଦମ ଶାସକ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । ଯଦି ମେଣ୍ଟ ନହୁଏ, ତେବେ କଟକରେ ଶାସକ ବିଜେଡି ପାଇଁ ଅରିନ୍ଦମଙ୍କ ଦଳ ପରିବର୍ତ୍ତନ ବୁମେରାଂ ହୋଇପାରେ ବୋଲି ଆଲୋଚନା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 15, 2024, 8:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.