ETV Bharat / opinion

କାହିଁକି ବଢିଲା ରିଚାର୍ଜ ପ୍ଲାନ; ବାସ୍ତବରେ କଣ ଆବଶ୍ୟକତା ଥିଲା ? ଜାଣନ୍ତୁ - Telecom Price Hike

author img

By ETV Bharat Odisha Team

Published : Jul 19, 2024, 9:05 PM IST

Telecom Price Hike: ନିକଟରେ ଜିଓ, ଏୟାରଟେଲ ଏବଂ ଭି.ଆଇ ଭଳି ଟେଲିକମ କମ୍ପାନୀଗୁଡ଼ିକ ସେମାନଙ୍କ ରିଚାର୍ଜ ପ୍ଲାନର ମୂଲ୍ୟ ବୃଦ୍ଧି କରିଛନ୍ତି । ଗତ କିଛି ଦିନ ତଳେ ସ୍ପେକ୍‌ଟ୍ରମ ନିଲାମ ପରେ ଟେଲିକମ କମ୍ପାନୀଗୁଡ଼ିକ ରିଚାର୍ଜ ପ୍ଲାନ ବୃଦ୍ଧି କରିଛନ୍ତି । ଫଳରେ ଗରମ ହୋଇଛି ଗ୍ରାହକଙ୍କ ପକେଟ୍‌ । ଏଠାରେ ପ୍ରଶ୍ନ ରିଚାର୍ଜ ପ୍ଲାନ ବୃଦ୍ଧିର ବାସ୍ତବରେ କଣ ଆବଶ୍ୟକତା ଥିଲା ? ଯଦି ହଁ, ତେବେ କାହିଁକି ? ପଢନ୍ତୁ ବିଶାଖାପାଟନମ BSNLର ଅବସରପ୍ରାପ୍ତ ଉପ ମହାପ୍ରବନ୍ଧକ ଏମ.ଆର ପଟ୍ଟନାୟକଙ୍କ ଏହି ଆଲେଖ୍ୟ

Telecom Price Hike
Telecom Price Hike (X)

ହାଇଦ୍ରାବାଦ: ନିକଟରେ ବୃଦ୍ଧି ପାଇଛି ମୋବାଇଲ ରିଚାର୍ଜ ପ୍ଲାନ । ଦେଶରେ ବୃହତ୍ତମ ଟେଲିକମ କମ୍ପାନୀଗୁଡ଼ିକ ଏହି ଘୋଷଣା କରିବା ପରେ ଚିନ୍ତାରେ ଗ୍ରାହକ । ବର୍ତ୍ତମାନ ଇଣ୍ଟରନେଟ ଏକ ନିତିଦିନିଆ ଆବଶ୍ୟକତା ହୋଇଥିବା ବେଳେ ଦିନକୁ ଦିନ ରିଚାର୍ଜ ପ୍ଲାନରେ ବୃଦ୍ଧି ଗ୍ରାହକଙ୍କ ପକେଟ ଖାଲି କରୁଛି । ସାଧାରଣରେ ଏବେ ପ୍ରଶ୍ନ ଉଠୁଛି କାହିଁକି ଏହି ରିଚାର୍ଜ ପ୍ଲାନ ବୃଦ୍ଧି କରାଯାଉଛି । ଏହାର ଆବଶ୍ୟକତା ଥିଲା ନା କମ୍ପାନୀଗୁଡ଼ିକ ଲାଭ ଆଶାରେ ଏହି ପଦକ୍ଷେପ ନେଇଛନ୍ତି ।

Telecom Price Hike
Telecom Price Hike (ETV Bharat)

କୌଣସି ବି କମ୍ପାନୀ ପ୍ରଥମେ ଲୋକଙ୍କୁ ସୁବିଧା ଦେବା ଉଦ୍ଦେଶ୍ୟରେ ଏକ ବ୍ୟବସାୟ ଆରମ୍ଭ କରିଥାଏ । ଉକ୍ତ ବ୍ୟବସାୟର ବିସ୍ତାର ସମ୍ପୂର୍ଣ୍ଣ ଭାବେ ଗ୍ରାହକଙ୍କ ଉପରେ ନିର୍ଭର କରେ । ଗ୍ରାହକଙ୍କଠାରେ ଉକ୍ତ ସେବା ଲୋକପ୍ରିୟତା ଅର୍ଜନ କରିବା ପରେ ଧିରେ ଧିରେ ଏହା ସ୍ଥାନୀୟ ବଜାରରୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାରକୁ ପ୍ରବେଶ କରିଥାଏ । ବଜାରରେ ଅନେକ ବ୍ରାଣ୍ଡ୍‌ ମଧ୍ୟରେ ଚୟନ କରିବା ସମ୍ପୂର୍ଣ୍ଣ ଭାବେ ଗ୍ରାହକଙ୍କ ଉପରେ ନିର୍ଭର କରେ । ଏହି ବ୍ୟବସାୟ ଗୁଡିକର ପୁଞ୍ଜି ବ୍ୟୟ ବିକ୍ରି ଖର୍ଚ୍ଚ ସହିତ ଜଡି଼ତ । ଏହାର ଅର୍ଥ ହେଉଛି ପ୍ରାରମ୍ଭିକ ରୋଲ ଆଉଟ୍ ଖର୍ଚ୍ଚ ସର୍ବନିମ୍ନ ହୋଇପାରେ । ସେବା ଭାବରେ ଟେଲିକମ୍ କ୍ଷେତ୍ରରେ ଏପରି ହୋଇନଥାଏ ।

ଜାତୀୟ ସେବା ଯୋଗାଇବା ପାଇଁ ଏହି ସେବାଟି ଲାଇସେନ୍ସପ୍ରାପ୍ତ ସେବା କ୍ଷେତ୍ର । ଯାହାକି ଦେଶରେ ଥରକେ ସେବା ପ୍ରଦାନ କରିଥାଏ । ସରକାରୀ ନୀତି, ସ୍ପେକ୍ଟ୍ରମ୍ ଉପଲବ୍ଧତା, ନିୟାମକ ହାଇକପ୍, ହାର୍ଡୱେର୍ ଦୀର୍ଘାୟୁତା ଏବଂ ଭବିଷ୍ୟତର ବୈଷୟିକ ପରିବର୍ତ୍ତନ ଓ ସେବା କ୍ଷେତ୍ରର ବିଭିନ୍ନ ଭୌଗୋଳିକ ଅବସ୍ଥା ପରି ସମସ୍ତ ପାରାମିଟରକୁ ଧ୍ୟାନରେ ରଖି ଏହି ସେବା କ୍ଷେତ୍ର ଅଧିକ ପୁଞ୍ଜି ବ୍ୟୟ ଆବଶ୍ୟକ କରିଥାଏ । ଏଥିଲାଗି ଟେଲିକମ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକ ବିଭିନ୍ନ ସମୟରେ ଗ୍ରାହକଙ୍କୁ ଲୋଭନୀୟ ଅଫର ପ୍ରଦାନ କରିଥାନ୍ତି ।

ଏହା ବି ପଢନ୍ତୁ- "BSNL କି ଘର ଓ୍ବାପସି", ଘରୋଇ କମ୍ପାନୀ ଛାଡି ଏବେ ଶସ୍ତା ରିଚାର୍ଜ ପ୍ଲାନ ପଛରେ ଗ୍ରାହକ

କହି ରଖିଛୁ କି, ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ 1995 ଜୁଲାଇ 31ରେ ମୋଦି ଟେଲଷ୍ଟ୍ରାର ମୋବାଇଲ ନେଟ୍‌ ସେବାକୁ ଉଦଘାଟନ କରିବା ସମୟରେ କୋଲକାତାରୁ ତତ୍କାଳୀନ କେନ୍ଦ୍ର ଟେଲିକମ ମନ୍ତ୍ରୀ ସୁଖରାମଙ୍କୁ ଭାରତରେ ପ୍ରଥମ ମୋବାଇଲ ଫୋନକଲ୍‌ କରିଥିଲେ । 2016ରେ ଜିଓ ପ୍ଲାଟଫର୍ମର ଆଗମନ ବଜାରର ଗତିଶୀଳତାକୁ ବହୁ ପରିମାଣରେ ବଦଳା ଦେଇଥିଲା । କାରଣ କମ୍ପାନୀ ଏହାର କାର୍ଯ୍ୟର ପ୍ରଥମ ବର୍ଷରେ ମାଗଣା ଡାଟା ଓ ଭଏସ୍ ସେବା ଯୋଗାଇଲା, ଯାହା ବଜାରରେ ଜିଓକୁ ବହୁ ମାତ୍ରାରେ ଲୋକପ୍ରିୟତା ମିଳିଥିଲା ।

ଏହାପରେ ଟେଲିକମ ବଜାରରେ ହଲଚଲ ସୃଷ୍ଟି ହୋଇଥିଲା । ଜିଓକୁ ଟକ୍କର ଦେବାରେ ବିଫଳ ହୋଇଥିଲା ଭାରତୀ ଏୟାରଟେଲ । ଆଇଡିଆ ଓ ଭୋଡାଫୋନ ଏକୀକରଣ ହୋଇଥିଲା । ବଜାର ପ୍ରବେଶର 6ମାସ ମଧ୍ୟରେ ଜିଓ 100 ମିଲିୟନ ବା 10କୋଟି ସବସ୍କ୍ରାଇବର ହାସଲ କରିଥିଲା । ନିକଟରେ ଶେଷ ହୋଇଥିବା ଜୁନ୍ 25, 2024 ସ୍ପେକ୍ଟ୍ରମ୍ ନିଲାମରେ ସରକାର 96,238 କୋଟିରୁ ଅଧିକ ମୂଲ୍ୟରେ 10,500 ମେଗାହର୍ଜ ରେଡିଓ ତରଙ୍ଗ ନିଲାମ କରିଥିଲେ । ଏୟାରଟେଲ୍, ଆରଜିଓ ଏବଂ ଭିଆଇଏଲ୍ ମିଳିତ ଭାବରେ 11,341 କୋଟିରେ ମାତ୍ର 141.4 ମେଗାହର୍ଜ କିଣିଥିଲେ । ଏଠାରେ ଅର୍ଥାଭାବ ଟେଲିକମ କମ୍ପାନୀ ପାଇଁ କାରଣ ଥିଲା ।

ଭାରତୀୟ ଗ୍ରାହକମାନେ ଦୁଇ ଦଶନ୍ଧିରୁ ଅଧିକ ସମୟ ପାଇଁ କମ୍ ମୂଲ୍ୟରେ ଡାଟା ଉପଭୋଗ କରିଥିଲେ । ଦୀର୍ଘ ଦିନ ଧରି ବିଶ୍ବରେ ଭାରତ 237 ଦେଶ ମଧ୍ୟରେ ସବୁଠୁ ଶସ୍ତା ଜିବି ପ୍ରଦାନ କରୁଥିଲା । ଏବେ ଭାରତ ଅଷ୍ଟମ ସ୍ଥାନରେ ରହିଛି । ସେପଟେ ୟୁକେ 58ତମ ସ୍ଥାନରେ ଥିବା ବେଳେ ଆମେରିକା 219ତମ ସ୍ଥାନରେ ଅଛି । ଅର୍ଥନୀତିଜ୍ଞଙ୍କ ଅନୁସାରେ, ଯୋଜନାବଦ୍ଧ ପୁଞ୍ଜି ବ୍ୟୟ ଉପରେ ଯୁକ୍ତିଯୁକ୍ତ ରିଟର୍ଣ୍ଣ ଟେଲକମ କମ୍ପାନୀଗୁଡିକୁ ଲାଭ ପ୍ରଦାନ କରିବ । ଫଳରେ ଆବଶ୍ୟକତା ଅନୁଯାୟୀ କମ୍ପାନୀଗୁଡ଼ିକ ସେମାନଙ୍କର ଟାୱାର ଭିତ୍ତିଭୂମିକୁ ସୁଦୃଢ କରିବା ସହ ଏହାର ବିସ୍ତାର କରିପାରିବେ । ଏଥିଲାଗି ଗ୍ରାହକଙ୍କୁ ଶସ୍ତା ରିଚାର୍ଜ ପ୍ଲାନ ଦେବାକୁ ବନ୍ଦ କରିବା ଦିଗରେ କମ୍ପାନୀଗୁଡ଼ିକ କାମ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.