ETV Bharat / opinion

ଭାରତୀୟ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ସୁଯୋଗ ଓ ସମ୍ଭାବନା - SEMICONDUCTOR INDUSTRY Prospects - SEMICONDUCTOR INDUSTRY PROSPECTS

Indian Semiconductor Industry: ଭାରତୀୟ ସେମିକଣ୍ଡକ୍ଟର ଶିଳ୍ପ ପାଇଁ କଣ ରହିଛି ସୁଯୋଗ ? ଏହା ଉପରେ ପଢନ୍ତୁ ବିଶାଖାପାଟନମ ସ୍ଥିତ ଗୀତାମ ସ୍କୁଲ ଅଫ ବିଜନେସର ଅର୍ଥନୀତି ଓ ଅନ୍ତର୍ଜାତୀୟ ବ୍ୟବସାୟ ବିଭାଗର ସହକାରୀ ପ୍ରଫେସର ଡଃ ରାଧା ରଗୁରାମାପଟ୍ରୁଣିଙ୍କ ଏହି ଆଲେଖ୍ୟ

Indian Semiconductor Industry
Indian Semiconductor Industry
author img

By ETV Bharat Odisha Team

Published : Apr 5, 2024, 10:07 PM IST

ଲେଖକ- ଡଃ ରାଧା ରଘୁରାମାପଟ୍ରୁଣି

(ସହକାରୀ ପ୍ରଫେସର, ଅର୍ଥନୀତି ଓ ଅନ୍ତର୍ଜାତୀୟ ବ୍ୟବସାୟ, ଗୀତାମ ସ୍କୁଲ ଅଫ ବିଜନେସ ବିଶାଖାପାଟନମ)

ହାଇଦ୍ରାବାଦ: ଭାରତ ସରକାର ଦେଶରେ ଚିପ (ସେମିକଣ୍ଡକ୍ଟର ଉପାଦାନ ଉତ୍ପାଦ ପାଇଁ ଚିପ ଶବ୍ଦ ବ୍ୟବହାର ହୁଏ ) ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା 21 ବିଲିୟନ ଡଲାରର ପୁଞ୍ଜି ବିନିଯୋଗର ସମୀକ୍ଷା କରୁଛନ୍ତି । ଏହି ଶିଳ୍ପ ଦେଶର ଅନେକ ଯୁବ ଟେକ୍ନିସିଆନ, ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେବ । ଏହି ଶିଳ୍ପ ଏବେ ଭୌଗୋଳିକ ରାଜନୈତିକ ପ୍ରତିଯୋଗିତାର ଏକ ପ୍ରମୁଖ ମଞ୍ଚରେ ପରିଣତ ହୋଇଥିବା ବେଳେ ଆମେରିକା, ଜାପାନ ଏବଂ ଚୀନ ସମେତ ଅନେକ ଦେଶ ସେମାନଙ୍କ ଘରୋଇ ଚିପ୍ ଶିଳ୍ପକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଭାରତୀୟ ସେମିକଣ୍ଡକ୍ଟର ଶିଳ୍ପ ପାଇଁ କଣ ରହିଛି ସୁଯୋଗ ଓ ସମ୍ଭାବନା ସେ ବିଷୟରେ ଆସନ୍ତୁ ଜାଣିବା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଏକ ବିଶ୍ବ ଉତ୍ପାଦନ ହବ୍ ଭାବରେ ସ୍ଥାନିତ କରିବା ଉପରେ ଗୁରୁତ୍ବାରୋପ କରୁଛନ୍ତି । ବ୍ୟୟବହୁଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ସ୍ମାର୍ଟଫୋନ ପରି ଶିଳ୍ପ କ୍ଷେତ୍ରରେ ଭାରତର ସ୍ଥିତିକୁ ଦୃଢ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଚିପ ଉତ୍ପାଦନ ପାଇଁ ଭାରତର ପ୍ରୋତ୍ସାହନ ଯୋଜନା ଅଧୀନରେ ସରକାର ଅନୁମୋଦିତ ପ୍ରକଳ୍ପର ଖର୍ଚ୍ଚର ଅଧା ସବସିଡି ଦେବାକୁ ଯାଉଛନ୍ତି ଏବଂ ଏଥିପାଇଁ 10 ବିଲିୟନ ଡଲାରର ପ୍ରାରମ୍ଭିକ ଆବଣ୍ଟନ କରାଯାଇଛି । ଅତୀତର ଅସୁବିଧା ସତ୍ତ୍ବେ ସେମିକଣ୍ଡକ୍ଟର ଆତ୍ମନିର୍ଭରଶୀଳତା ପାଇଁ ଭାରତ ସ୍ଥିର କରିଛି ।

ଉଦ୍ୟୋଗପତିମାନେ ପୂର୍ବରୁ ଆପଲ୍ ଏବଂ ଗୁଗଲ୍ ଭଳି ଟେକ୍ ଜାଏଣ୍ଟସଠାରୁ ନିବେଶ ଆଣିଛି, ଯାହା ଭାରତର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଇକୋସିଷ୍ଟମର ଅଭିବୃଦ୍ଧିକୁ ଉତ୍ସାହିତ କରିଥାଏ । ଆପଲ୍ ଇନକର୍ପୋରେସନ ଭାରତରୁ କୋଟି କୋଟି ଡଲାର ମୂଲ୍ୟର ଆଇଫୋନ ତିଆରି ଏବଂ ରପ୍ତାନି କରୁଛି । ସେମିକଣ୍ଡକ୍ଟର ପାଣ୍ଠି ଆମେରିକାର ମେମୋରି ନିର୍ମାତା ମାଇକ୍ରୋନ୍ ଟେକ୍ନୋଲୋଜି ଗୁଜୁରାଟରେ 2.75 ବିଲିୟନ ଡଲାର ଆସେମ୍ବଲି ଏବଂ ଟେଷ୍ଟିଂ ସୁବିଧା ସ୍ଥାପନ କରିବାରେ ସାହାଯ୍ୟ କରିଛି । ଏହାସହ ଧୋଲେରା ସହରକୁ ଏକ ଚିପ୍ ତିଆରି ହବ୍ ଭାବରେ ବିକଶିତ କରାଯାଉଛି ।

ଟାୱାର ସେମିକଣ୍ଡକ୍ଟର ଏକ ଦଶନ୍ଧି ମଧ୍ୟରେ ମାସକୁ 80 ହଜାର ସିଲିକନ୍ ୱେଫର୍ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛି । ଯାହା ଏକ ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀ ଦ୍ବାରା ପରିଚାଳିତ ଭାରତର ପ୍ରଥମ ଉତ୍ପାଦନ ୟୁନିଟ୍ ଭାବରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରେ । ସେହିଭଳି ଟାଟା ଗ୍ରୁପ୍‌ର ଭେଣ୍ଟ୍ୟୁର ପାୱାର ଚିପ୍ ସେମିକଣ୍ଡକ୍ଟର ଉତ୍ପାଦନ କରିବାକୁ ଆଶା ରଖିଛି । ଉଭୟ ପ୍ରକଳ୍ପର ଉପଭୋକ୍ତା ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ ଏବଂ ପ୍ରତିରକ୍ଷା ସହିତ ବିଭିନ୍ନ କ୍ଷେତ୍ରରେ ବହୁଳ ଭାବରେ ବ୍ୟବହୃତ ଚିପ୍ସ ଉତ୍ପାଦନ ଉପରେ ଧ୍ୟାନ ଦେଇଥାଏ । ଏଥି ସହିତ ଟାଟା ଗ୍ରୁପ୍ ମଧ୍ୟ ପୂର୍ବ ଭାରତରେ 3 ବିଲିୟନ ଡଲାରର ଚିପ-ପ୍ୟାକେଜିଂ ପ୍ଲାଣ୍ଟ ପ୍ରତିଷ୍ଠା ଉପରେ ନଜର ରଖିଛି । ଏହି ପଦକ୍ଷେପଗୁଡିକ ଟାଟାର ବ୍ୟାପକ ରଣନୀତି ସହିତ ଉଚ୍ଚ-ବୈଷୟିକ କ୍ଷେତ୍ରଗୁଡିକରେ ବିନିଯୋଗକୁ ଭିନ୍ନ କରିବା ପାଇଁ ସ୍ମାର୍ଟଫୋନ ଉପାଦାନ ଉପରେ ନିର୍ଭର କରୁଛି ।

ଏହା ବି ପଢନ୍ତୁ- 'ସେମିକଣ୍ଡକ୍ଟର ପ୍ରୋଜେକ୍ଟକୁ ସ୍ବାଗତ, ଆତ୍ମବିଶ୍ବାସ ଦ୍ବାରା ଦେଶର ଭାଗ୍ୟ ବଦଳାଇ ପାରନ୍ତି ଯୁବକ'

ବିଂଶ ଶତାବ୍ଦୀ ଥିଲା ତେଲର ଶତାବ୍ଦୀ ଏବଂ ଏକବିଂଶ ଶତାବ୍ଦୀ ହେଉଛି ଚିପ୍ସର ଶତାବ୍ଦୀ । ଆଜି ଚିପ୍ସ କାର, ଉପକରଣ, ସ୍ମାର୍ଟଫୋନ୍, ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍, ଗେମିଂ କନସୋଲ୍ ଏବଂ ଏପରିକି ଅସ୍ତ୍ରଶସ୍ତ୍ରରେ ବ୍ୟବହୃତ ହେଉଛି । ସେମିକଣ୍ଡକ୍ଟର ବିନା ଆଧୁନିକ ଜୀବନ ଏକପ୍ରକାର ସମ୍ଭବ ନୁହେଁ । ଆଜି ଚିପ ବଜାର ପ୍ରାୟ 570 ବିଲିୟନ ଡଲାର ଏବଂ ଦଶନ୍ଧି ଶେଷ ସୁଦ୍ଧା ଏହା ଏକ ଟ୍ରିଲିୟନ ଡଲାର ହେବ ବୋଲି ଆକଳନ କରାଯାଇଛି । ତେଣୁ ପ୍ରତ୍ୟେକ ଦେଶ ଚିପ୍ ଯୋଗାଣ ବ୍ୟବସାୟରେ ନିଜକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସର୍ବଭାରତୀୟ ସ୍ତରରେ ଚିପ୍ ବଜାରକୁ 3ଟି ଭାଗରେ ବିଭକ୍ତ କରାଯାଇପାରେ, ଯେପରିକି ଡିଜାଇନ, ଉତ୍ପାଦନ ଏବଂ ଆସେମ୍ବଲିଂ । ସାଧାରଣତଃ ଏହି ପ୍ରକ୍ରିୟା ସମଗ୍ର ବିଶ୍ବରେ ବ୍ୟାପିବାରେ ଲାଗିଛି । ହେଲେ ଚିପ୍ ଡିଜାଇନର ନେତୃତ୍ବ ନେଉଛି ଆମେରିକା । ଏବେ ଆମେରିକାର ସଂସ୍ଥାଗୁଡ଼ିକ ବିଶ୍ବ ଚିପ୍ ଡିଜାଇନ ବିକ୍ରିର 46 ପ୍ରତିଶତ ଏବଂ ଚିପ୍ ଡିଜାଇନ୍ ସଫ୍ଟୱେୟାର ଏବଂ ଲାଇସେନ୍ସ ବିକ୍ରିର ଉଲ୍ଲେଖନୀୟ 72 ପ୍ରତିଶତ ଯୋଗାଉଛନ୍ତି । ଏହାବାଦ ବିଶ୍ବର ଅନ୍ୟ ଦେଶରେ ଚିପ ଉତ୍ପାଦନ ହେଉଛି । ତାଇୱାନ ଚିପ ଉତ୍ପାଦନରେ ବିଶ୍ବ ବଜାରରେ 50 ପ୍ରତିଶତ ଯୋଗାଉଥିବା ବେଳେ, ଦ୍ବିତୀୟରେ ଦକ୍ଷିଣ କୋରିଆ (17%) ରହିଛି । ଜାପାନ ଓ ଚୀନ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି ।

ଆକଳନ ଅନୁସାରେ ଭାରତର ଚିପ ଉତ୍ପାଦନ 2026 ସୁଦ୍ଧା 35.18 ବିଲିୟନ ଡଲାରରେ ପହଞ୍ଚିବ । ଏହି ଲକ୍ଷ୍ୟ ପୂରଣ କରିବାକୁ ହଲେ ଚିପ୍‌ ଶିଳ୍ପକୁ ଆଗାମୀ 3 ବର୍ଷରେ ଦ୍ବିଗୁଣ ହେବାକୁ ପଡ଼ିବ । ଭାରତରେ ସେମିକଣ୍ଡକ୍ଟର ଶିଳ୍ପ ସଂସ୍ଥା ପାଇଁ ବିନିଯୋଗ ଓ ବିଶ୍ବରେ ସେମିକଣ୍ଡକ୍ଟର ଅଭାବକୁ ପୂରଣ କରିବା ଲାଗି ଭାରତ ସରକାର ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ISM) ଆରମ୍ଭ କରିଛନ୍ତି । ଭାରତର ଏହି ମିଶନକୁ ସମର୍ଥନ କରି ଦେଶର ଅନେକ ରାଜ୍ୟଗୁଡ଼ିକ ମଧ୍ୟ ସେମିକଣ୍ଡକ୍ଟର ଶିଳ୍ପ ସ୍ଥାପନ ଦିଗରେ କାର୍ଯ୍ୟ କରୁଛନ୍ତି । ଗୁଜୁରାଟ ପ୍ରଥମ ରାଜ୍ୟ ଭାବେ 2022 ସେମିକଣ୍ଡକ୍ଟର ନୀତି ଆଗତ କରିଛି ।

ଅର୍ଥନୈତିକ ପ୍ରଭାବ ଓ ନିଯୁକ୍ତି:- ଗୁଜୁରାଟର ସେମିକଣ୍ଡକ୍ଟର ପ୍ଲାଣ୍ଟ କେବଳ ବୈଷୟିକ ପ୍ରୟାସ ନୁହେଁ, ବରଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ଲାଟଫର୍ମ । ଏହା 20 ହଜାରରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଚାକିରି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ଯାହା ଆଞ୍ଚଳିକ ବିକାଶକୁ ବୃଦ୍ଧି କରିବ । ଦେଶରେ ରୋଜଗାର ଏବଂ ଦକ୍ଷତା ବିକାଶରେ ଯଥେଷ୍ଟ ଅବଦାନ ରହିବ ବୋଲି ମଧ୍ୟ ଆଶା କରାଯାଉଛି । ଏହି ସେମିକଣ୍ଡକ୍ଟର ପ୍ଲାଣ୍ଟଗୁଡିକୁ ଅନୁମୋଦନ କରିବାରେ ଭାରତ କେବଳ ଟେକ୍ନୋଲୋଜିରେ ବିନିଯୋଗ କରିନାହିଁ, ବରଂ ଭବିଷ୍ୟତ ଉପରେ ବିନିଯୋଗ କରିଛି ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.