ETV Bharat / lifestyle

କେଶ ସହ ଜମାରୁ କରନ୍ତୁନି ଏହି 7 ଭୁଲ୍, ନହେଲେ ସବୁ ଝଡିଯିବ - TIPS FOR HEALTHY HAIR

କେଶ ଝଡିବାକୁ ନେଇ ଏବେ ସମସ୍ତେ ଚିନ୍ତିତ । ଆମେ ଏମିତି କିଛି ଛୋଟ ଛୋଟ ଭୁଲ୍ କରିଥାଉ ଯେଉଁଥିପାଇଁ କେଶ ଝଡିବା ସମସ୍ୟା ବଢିଯାଏ । ଜାଣନ୍ତୁ କ'ଣ

କଦାପି କେଶ ସହ କରନ୍ତୁନି ଏହି 7 ଭୁଲ୍
କଦାପି କେଶ ସହ କରନ୍ତୁନି ଏହି 7 ଭୁଲ୍ (ETV Bharat)
author img

By ETV Bharat Lifestyle Team

Published : Dec 8, 2024, 5:20 PM IST

କେଶ ଝଡିବାକୁ ନେଇ ଆଜିକାଲି ସମସ୍ତେ ଚିନ୍ତିତ । ପୁରୁଷ ହୁଅନ୍ତୁ କି ମହିଳା ସମସ୍ତଙ୍କ ପାଇଁ କେଶ ଝଡିବା (Hair loss) ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି । କମ୍ ବୟସରୁ ଅନେକ ଯୁବକ ଚନ୍ଦାପଣର ଶିକାର ହେଉଥିବା ଦେଖାଯାଉଛି । କେଶ ଝଡିବା କମାଇବାକୁ କେହି ମହଙ୍ଗା ତେଲ ଲଗାଉଛନ୍ତି ତ ଆଉ କେହି ଘରୋଇ ଉପଚାର କରୁଛନ୍ତି, ତଥାପି କୌଣସି ଲାଭ ମିଳୁନି । ସାଧାରଣତଃ ଖରାପ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ ଏହି ସମସ୍ୟାର ପ୍ରମୁଖ କାରଣ । ଏହାସହିତ ଆମେ ବି ବେଳେବେଳେ ଏପରି କିଛି କାମ କରିଥାଉ ଯାହା କେଶକୁ କ୍ଷତି ପହଞ୍ଚାଏ । ପରିଣାମସୂରୁପ, କେଶ ଦୁର୍ବଳ ହୋଇ ଝଡିବାକୁ ଲାଗେ । ଆଜି ଆମେ ଆପଣଙ୍କୁ ସେହିପରି 7ଟି ସାଧାରଣ ଭୁଲ ବିଷୟରେ କହିବୁ ଯେଉଁ କାରଣରୁ କେଶ ଝଡିବା ସମସ୍ୟା ଦେଖାଯାଏ ।

ପ୍ରତିଦିନ ସାମ୍ପୂ କରିବା:

ସବୁଦିନ କେଶ ଧୋଇବା ଦ୍ବାରା ଏଥିରୁ ପ୍ରାକୃତିକ ତୈଳ ବାହାରିଯାଏ । ଯାହାଫଳରେ କେଶ ରୁକ୍ଷ ହେବା ସହ ଝଡିବାର ସମ୍ଭାବନା ଥାଏ । ତେଣୁ ପ୍ରତିଦିନ ସାମ୍ପୂରେ କେଶ ଧୁଅନ୍ତୁ ନାହିଁ । ସପ୍ତାହକୁ 2ରୁ 3 ଥର ସାମ୍ପୂ କରିବା ଭଲ ।

7 things you should never do to your hair
7 things you should never do to your hair (ETV Bharat)

ଅଧିକ ଉତ୍ତାପ ପହଞ୍ଚିବା:

ହେୟାର ଡ୍ରାୟର, କର୍ଲିଗ ଆଇରନ ବ୍ୟବହାର ଦ୍ବାରା କେଶକୁ ଉତ୍ତାପ ପହଞ୍ଚେ । ଫଳରେ କେଶ ଦୁର୍ବଳ ହୋଇ ଅଧିକ ଝଡିଥାଏ । ତେଣୁ ଏହିସବୁ ହିଟ୍ ସାମଗ୍ରୀ ଅଧିକ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ । ନଚେତ୍ ଏହାକୁ ବ୍ୟବହାର କରିବା ପୂର୍ବରୁ ହିଟ୍ ପ୍ରୋଟେକ୍ଟାଣ୍ଟ ସ୍ପ୍ରେ ଲଗାନ୍ତୁ । ଯାହାଦ୍ବାରା ଉତ୍ତାପ ଜନିତ କ୍ଷତିକୁ ରୋକାଯାଇପାରିବ ।

ଓଦା କେଶ କୁଣ୍ଡାଇବା:

ଓଦା କେଶ ଦୁର୍ବଳ ହୋଇଥାଏ । ମୁଣ୍ଡ ଧୋଇବା ପରେ ସଙ୍ଗେ ସଙ୍ଗେ କୁଣ୍ଡାଇଲେ ଅଧିକ ଝଡିବା ସମସ୍ୟା ଦେଖାଯାଏ । ତେଣୁ ଓଦା କେଶକୁ ଜମାରୁ କୁଣ୍ଡାଇବେ ନାହିଁ । ଭଲ ଭାବେ ଶୁଖିଲା ପରେ କୁଣ୍ଡାଇବା ଉଚିତ୍ । ସେହିପରି ଓଦା ମୁଣ୍ଡରେ ଶୋଇଲେ ମଧ୍ୟ କେଶ ଝଡିଥାଏ । ସବୁବେଳେ ଚଉଡା ଦାନ୍ତ ଥିବା ପାନିଆରେ ମୁଣ୍ଡ କୁଣ୍ଡାଇବା ଭଲ । ଏଥିରେ କେଶ କମ୍ ଝଡିଥାଏ ।

ଟାଇଟ୍ ହେୟାରଷ୍ଟାଇଲ: ଟାଇଟ୍ ପୋନିଟେଲ କିମ୍ବା ବନ୍ ଭଳି ହେୟାରଷ୍ଟାଇଲ କରିବାରୁ ବଞ୍ଚନ୍ତୁ । କାରଣ ଏହାଦ୍ବାରା କେଶ ଉପରେ ଚାପ ପଡିଥାଏ ଏବଂ ସମୟ ସହିତ ଏହା ଝଡିବା ଆରମ୍ଭ କରେ । ସେହିପରି ଶୋଇବା ସମୟରେ କେଶକୁ ଟାଇଟ କରି ବାନ୍ଧିବା ଦ୍ବାରା ଏହା ଟାଣି ହୋଇ ଛିଣ୍ଡି ଯାଇଥାଏ ।

ଏସବୁ ସାମ୍ପୂ ଲଗାଉଥିଲେ...

ସଲଫେଟ ଓ ପାରାବେନଯୁକ୍ତ ସାମ୍ପୂ ଓ କଣ୍ଡିସନର ଲଗାନ୍ତୁ ନାହିଁ । କାରଣ ଏହା କେଶରୁ ପ୍ରାକୃତିକ ତୈଳ ବାହାର କରି ଏହାକୁ ରୁକ୍ଷ ଓ କ୍ଷତି ପହଞ୍ଚିଥାଏ । କେଶ ଦୁର୍ବଳ ହୋଇ ଝଡିବାକୁ ଲାଗେ । ତେଣୁ ସାମ୍ପୂ କିଣିବା ବେଳେ ଭଲ ଭାବେ ଯାଞ୍ଚ କରି କିଣନ୍ତୁ ।

ଠିକ୍ ଭାବେ ଯତ୍ନ ନନେବା:

କେଶର ଉତ୍ତମ ଯତ୍ନ ନ ନେଲେ ଝଡିବା ସମସ୍ୟା ଦେଖାଯାଏ । ଦୋମୁହାଁ ହେବା ସହ ରୁକ୍ଷ ଏବଂ ଦୁର୍ବଳ ହୋଇଯାଏ । ତେଣୁ ସପ୍ତାହକୁ 2ରୁ 3 ଥର ସାମ୍ପୂ କରନ୍ତୁ । ଖରାରେ ବାହାରକୁ ଯାଉଥିଲେ ମୁଣ୍ଡରେ ସ୍କ୍ରାପ ଘୋଡାନ୍ତୁ । ରାତିରେ ଶୋଇବା ପୂର୍ବରୁ ମୁଣ୍ଡ କୁଣ୍ଡାନ୍ତୁ । ସିଲ୍କ କିମ୍ବା ସାଟିନ କପଡାର ତକିଆ କଭର ବ୍ୟବହାର କରନ୍ତୁ ।

ପୋଷଣକୁ ଅବହେଳା:

ସୁସ୍ଥ କେଶ ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଜରୁରୀ । କାରଣ ଖାଦ୍ୟର ପ୍ରଭାବ ସିଧାସଖଳ ଆମର ସ୍ବାସ୍ଥ୍ୟ ଓ କେଶ ଉପରେ ପଡିଥାଏ । କେଶ ଝଡିବା ସମସ୍ୟା ଥିଲେ ଆଇରନ, ଭିଟାମିନ ଡି, ବାୟୋଟିନ ଓ ଆଣ୍ଟିଅକ୍ସିଡାଣ୍ଟଯୁକ୍ତ ଖାଦ୍ୟ ନିଜ ଡାଏଟରେ ସାମିଲ କରନ୍ତୁ । ଏସବୁ ପୋଷଣ ଅଭାବ କେଶକୁ ଦୁର୍ବଳ କରିଥାଏ । ସେହିପରି ମାନସିକ ଚାପ ଯୋଗୁଁ ମଧ୍ୟ କେଶ ଝଡିଥାଏ । ଚାପ କମାଇବାକୁ ନିୟମିତ ମେଡିଟେସନ କରିବା ଭଲ ।

ଏହା ମଧ୍ୟ ପଢନ୍ତୁ: ବିବାହ ପୂର୍ବରୁ ଅଣଦେଖା କରନ୍ତୁନି ଏସବୁ କଥା, ନହେଲେ ହଇରାଣ ହେବେ

ଏହା ମଧ୍ୟ ପଢନ୍ତୁ: ଶୀତ ଦିନିଆ ଡ୍ରାଏ ସ୍କିନକୁ ନେଇ ଚିନ୍ତିତ କି ? କ୍ଷୀର-ମହୁ-ନଡିଆ ତେଲ କରିଦେବ କମାଲ

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏନେଇ ଆପଣ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.