ETV Bharat / lifestyle

କେବେ ଖାଇଛନ୍ତି କି ମାଡ୍ରାସ ଚିକେନ ମସାଲା ? ଆଜି ହିଁ ଘରେ ବନାନ୍ତୁ - MADRAS CHICKEN MASALA

ଚିକେନର କିଛି ନୂଆ ଆଇଟମ ଖାଇବାକୁ ଚାହୁଁଛନ୍ତି କି ? କମ୍ ସମୟରେ ଘରେ ବନାନ୍ତୁ ମାଡ୍ରାସ ଚିକେନ ମସାଲା । ପଢନ୍ତୁ ପୁରା ରେସିପି

ମାଡ୍ରାସ ଚିକେନ ମସାଲା
ମାଡ୍ରାସ ଚିକେନ ମସାଲା (ETV Bharat)
author img

By ETV Bharat Lifestyle Team

Published : 3 hours ago

Updated : 1 hours ago

ଆପଣ ଚିକେନର ଅନେକ ଆଇଟମ୍ ଖାଇଥିବେ । ଚିକେନ କଷା, ଚିକେନ ଟିକା, ବଟର ଚିକେନ... ଆହୁରି କେତେ କ'ଣ । ହେଲେ କେବେ ମାଡ୍ରାସ ଚିକେନ ମସାଲା ଖାଇଛନ୍ତି କି ? ଏହି ଚିକେନ ଆଇଟମ ଖାଇବାକୁ ଆପଣଙ୍କୁ ମାଡ୍ରାସ ଯିବାକୁ ପଡିବନି । ନିଜ ଘରେ ଏହାକୁ ପ୍ରସ୍ତୁତ କରିପାରିବେ । ଏହି ରେସିପି ବନାଇବା ଭାରି ସହଜ । କମ୍ ସମୟରେ ଏବଂ କମ୍ ତେଲ ମସାଲାରେ ଆପଣ ଏହାକୁ ପ୍ରସ୍ତୁତ କରିପାରିବେ । ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ

ଆବଶ୍ୟକୀୟ ସାମଗ୍ରୀ:

  • ଚିକେନ- 500 ଗ୍ରାମ
  • ସୋରିଷ ତେଲ
  • ଜିରା- ଅଧା ଚାମଚ
  • ଗୋଟା ଧନିଆ- ଅଧା ଚାମଚ
  • ଗୋଟା ପାନମଧୁରୀ- ଅଧା ଚାମଚ
  • ଶୁଖିଲା ଲଙ୍କା- 4ରୁ 5ଟା
  • ଗୋଲମରିଚ
  • କଟା ପିଆଜ- ଏକ କପ୍
  • କଟା ଟମାଟୋ- ଏକ କପ୍
  • ଅଦା - ଏକ ଚାମଚ
  • ରସୁଣ (ଛୋଟ ଛୋଟ କରି କାଟନ୍ତୁ)- ଏକ ଚମଚ
  • ଭୃସଙ୍ଗ ପତ୍ର
  • ହଳଦୀ ପାଉଡର- ଏକ ଚାମଚ
  • ଲୁଣ ସ୍ବାଦ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ:

  1. ପ୍ରଥମେ ଗ୍ୟାସ୍ ଲଗାଇ ଏକ କଡେଇ ବସାନ୍ତୁ । କଡେଇ ଗରମ ହେବା ପରେ ଏଥିରେ ଜିରା, ଗୋଟା ଧନିଆ, ପାନମଧୁରୀ, ଗୋଲମରିଚ, ଶୁଖିଲା ଲଙ୍କା ପକାଇ ଭାଜନ୍ତୁ । ଏବେ କଟା ପିଆଜ, କଟା ରସୁଣ ଓ ଅଦା, କଟା ଟମାଟୋ ଓ ଲୁଣ ପକାଇ ଅଳ୍ପ ସମୟ ଭାଜନ୍ତୁ ଏବଂ ବାହାର କରିଦିଅନ୍ତୁ ।
  2. ଏହିସବୁ ସାମଗ୍ରୀକୁ ଗୋଟିଏ ପାତ୍ରକୁ କାଢି ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଏହାର ପେଷ୍ଟ ବନାନ୍ତୁ ।
  3. ବର୍ତ୍ତମାନ କଡେଇରେ ଅଳ୍ପ ସୋରିଷ ତେଲ ଦେଇ ଏଥିରେ ଭୃସଙ୍ଗ ପତ୍ର ପକାନ୍ତୁ । ଏହା ପଛକୁ ଚିକେନ, ଲୁଣ, ହଳଦୀ ଗୁଣ୍ଡ ପକାଇ 8ରୁ 10 ମିନିଟ୍ ଭାଜନ୍ତୁ । ଚିକେନ ହାଲୁକା ଭାଜି ହୋଇଥିବା ପରେ ଏଥିରେ ମସାଲା ପେଷ୍ଟକୁ ପକାଇ ଭଲ ଭାବେ ଗୋଳାନ୍ତୁ । କିଛି ସମୟ ସିଝିବାକୁ ଦେଇ ପୁଣିଥରେ ଏଥିରେ ଅଳ୍ପ ପାଣି ମିଶାଇ କଷନ୍ତୁ ।
  4. ଚିକେନ ଭଲ ଭାବେ ସିଝିଯିବା ପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ମାଡ୍ରାସ ଚିକେନ ମସାଲା । ଘରକୁ ଆସୁଥିବା ଅତିଥିଙ୍କ ପାଇଁ ଝଟପଟ୍ ପ୍ରସ୍ତୁତ କରିପାରିବେ । ନହେଲେ ଛୁଟି ଦିନରେ ଏହି ରେସିପିର ମଜା ନେଇପାରିବେ ।

ଏହା ମଧ୍ୟ ପଢନ୍ତୁ: ଆପଣ ଗୋଲାପ ଚା' ପିଇଛନ୍ତି କି ? ଏମିତି ବନାନ୍ତୁ, ଶରୀରକୁ ମିଳିବ ଚମତ୍କାର ଫାଇଦା - ROSE TEA HEALTH BENEFITS

ଏହା ମଧ୍ୟ ପଢନ୍ତୁ: ରବିବାରକୁ କରନ୍ତୁ ମଜାଦାର, ଘରେ ବନାନ୍ତୁ KFC ଷ୍ଟାଇଲ ଫ୍ରାଏଡ ଚିକେନ - FRIED CHICKEN RECIPE

ଏହା ମଧ୍ୟ ପଢନ୍ତୁ: ଶୀତଦିନେ କେତେ ଥର ଓ କେଉଁ ସାମ୍ପୂରେ କେଶ ଧୋଇବେ ? ଜାଣନ୍ତୁ ଏକ୍ସପର୍ଟଙ୍କଠାରୁ - HEALTHY HAIR TIPS IN WINTER

Last Updated : 1 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.