ETV Bharat / lifestyle

ବିବାହ ପୂର୍ବରୁ ପାର୍ଟନରଙ୍କ ଏହି 7 ମେଡିକାଲ ଟେଷ୍ଟ କରାନ୍ତୁ, ନହେଲେ... - PRE WEDDING CHECK UP

ବାହାଘର ପୂର୍ବରୁ ସବୁ ଯୁବକ-ଯୁବତୀ 7ଟି ମେଡିକାଲ ଟେଷ୍ଟ କରିବା ନିହାତି ଜରୁରୀ । ନହେଲେ ଭବିଷ୍ୟତରେ ବଡ ହଇରାଣ ହୋଇପାରନ୍ତି । ଅଧିକ ପଢନ୍ତୁ

ବିବାହ ପୂର୍ବରୁ ଏହି 7 ମେଡିକାଲ ଟେଷ୍ଟ କରାଇବା ଜରୁରୀ
ବିବାହ ପୂର୍ବରୁ ଏହି 7 ମେଡିକାଲ ଟେଷ୍ଟ କରାଇବା ଜରୁରୀ (ETV Bharat)
author img

By ETV Bharat Lifestyle Team

Published : Dec 1, 2024, 6:04 PM IST

ବିବାହ ଏମିତି ଏକ ବନ୍ଧନ, ଯେଉଁଠି ଦୁଇଟି ଅଜଣା ମଣିଷ ସାରା ଜୀବନ ପରସ୍ପର ସହ ବାନ୍ଧି ହୋଇଯାଆନ୍ତି । ବିବାହ ସମସ୍ତଙ୍କ ଜୀବନରେ ଏକ ଚିରସ୍ମରଣୀୟ ମୁହୂର୍ତ୍ତ । ଯାହାକୁ ନେଇ ପ୍ରତ୍ୟେକ ଯୁବକ-ଯୁବତୀ ବେଶ୍ ଉତ୍ସାହିତ ରହିଥାନ୍ତି । ପ୍ରି ୱେଡିଂ ପାର୍ଟିଠୁ ଆରମ୍ଭ କରି ଫଟୋସୁଟ, ସପିଂ, ମେକ୍-ଅପ୍ ଓ ଖାଦ୍ୟ ମେନ୍ୟୁ ଯାଏଁ ପ୍ରତିଟି ଜିନିଷ ଉପରେ ଭାରି ଧ୍ୟାନ ଦିଅନ୍ତି । କିନ୍ତୁ ଏସବୁ ଝିନଝଟ୍ ଭିତରେ ଜୀବନର ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଅଣଦେଖା କରିଥାନ୍ତି । ତାହା ହେଲା ମେଡିକାଲ ଟେଷ୍ଟ । ଦୁହିଁଙ୍କ ଭବିଷ୍ୟତ ଜୀବନ ପାଇଁ ବିବାହ ପୂର୍ବରୁ ମେଡିକାଲ ଟେଷ୍ଟ ନିହାତି ଜରୁରୀ ହୋଇଥାଏ । ନଚେତ୍ କୌଣସି ସ୍ବାସ୍ଥ୍ୟ ସମସ୍ୟା ଥିଲେ ବାହାଘର ପରେ ଦୁହିଁଙ୍କ ଜୀବନରେ ଝଡ଼ ଉଠିଥାଏ । ଏଥିରେ ଖାଲି ଦୁଇଟି ସମ୍ପର୍କ ଭାଙ୍ଗେନି ବରଂ ଦୁଇଟି ଜୀବନ ମଧ୍ୟ ବର୍ବାଦ ହୋଇଯାଏ ।

ଏନେଇ ବିଶେଷଜ୍ଞଙ୍କ କହିବା କଥା, ବିବାହ ପୂର୍ବରୁ ସବୁ ଯୁବକ-ଯୁବତୀ ପ୍ରି ମାରିଟାଲ ଚେକ୍‌-ଅପ୍ କରିବା ଜରୁରୀ । ଏହି ମେଡିକାଲ ଚେକ୍‌-ଅପ୍ ଭବିଷ୍ୟତରେ ବୈବାହିକ ଜୀବନର ସମ୍ଭାବ୍ୟ ସମସ୍ୟା ଆଶଙ୍କା କମାଇଥାଏ । ଏହି ଖବର ମାଧ୍ୟମରେ ଜାଣନ୍ତୁ ବିବାହ ପୂର୍ବରୁ ପୁଅ-ଝିଅ କେଉଁ କେଉଁ ମେଡିକାଲ ଟେଷ୍ଟ କରାଇବା ଆବଶ୍ୟକ...

STD ଟେଷ୍ଟ:

ବିବାହ କରିବାକୁ ଯାଉଥିବା ପ୍ରତ୍ୟେକ ଭାବି ଦମ୍ପତି STD ଟେଷ୍ଟ କରିବା ଉଚିତ୍ । ଏଥିରେ ସେକ୍ସୁଆଲି ଟ୍ରାନ୍ସମିଟେଡ ଡିଜିଜ୍ ବା ଯୌନ ସଂକ୍ରମଣ ରୋଗ ଚିହ୍ନଟ ହୋଇଥାଏ । ଏହି ରୋଗ ଯୌନକ୍ରିୟା ମାଧ୍ୟମରେ ବ୍ୟାପିଥାଏ । ବିବାହ ପୂର୍ବରୁ ଅନେକ ଲୋକ ଯୌନ ସମ୍ପର୍କ ରଖିଥାନ୍ତି । କେତେକ ରୋଗ ଅଛି ଯାହା ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ବ୍ୟାପିଥାଏ । ବିବାହ ପରେ ଦମ୍ପତି ନିୟମିତ ଶାରିରୀକ ସମ୍ବନ୍ଧ ରଖିଥାନ୍ତି । ଏମିତିରେ ଯଦି ଦୁହିଁଙ୍କ ମଧ୍ୟରୁ କାହାକୁ ଏହି ରୋଗ ଥାଏ ତେବେ ଅନ୍ୟ ଜଣଙ୍କୁ ମଧ୍ୟ ହୋଇଥାଏ । ଏଥିପାଇଁ ବିବାହ ପୂର୍ବରୁ ଏସଟିଡି ଟେଷ୍ଟ ଜରୁରୀ । ଖାସ୍ କରି ଯେଉଁମାନେ ବିବାହ ପୂର୍ବରୁ ଯୌନ ସମ୍ବନ୍ଧ ରଖିଥାନ୍ତି ।

ଜେନେଟିକ ଟେଷ୍ଟ (Genetic Test):

ଜେନେଟିକ ବା ବଂଶାନୁକ୍ରମିକ ରୋଗଗୁଡିକ ଗୋଟିଏ ପିଢିରୁ ଅନ୍ୟ ପିଢିକୁ ସ୍ଥାନାନ୍ତରିତ ହୋଇପାରେ । ତେଣୁକରି ବିବାହ ପୂର୍ବରୁ ସମସ୍ତେ ଜେନେଟିକ ଟେଷ୍ଟ କରାଇବା ଭଲ । ଏହି ପରୀକ୍ଷା ଦ୍ବାରା ଆପଣ ନିଜ ଭବିଷ୍ୟତ ସନ୍ତାନଙ୍କୁ ବଂଶାନୁକ୍ରମିକ ରୋଗରୁ ରକ୍ଷା କରିପାରିବ । ଏଥିସହ ଭବିଷ୍ୟତରେ ଆପଣଙ୍କ ସାଥୀକୁ କୌଣସି ବଂଶାନୁକ୍ରମିକ ରୋଗ ହେବାର ସମ୍ଭାବନା ଅଛି କି ନାହିଁ ତାହା ମଧ୍ୟ ଜାଣିପାରିବେ । ଜେନେଟିକ ଟେଷ୍ଟ ପରେ ଯଦି କୌଣସି ରୋଗ ଚିହ୍ନଟ ହେଉଛି ତେବେ ତୁରନ୍ତ ଏହାର ଚିକିତ୍ସା କରାଯାଇପାରିବ ।

ଥାଲେସେମିୟା (Infertility Test):

ଥାଲେସେମିୟା ଏକ ବ୍ଲଡ ଡିସଅର୍ଡର ଅଟେ । ଯଦି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଏହି ରୋଗ ଥାଏ ତେବେ ଭବିଷ୍ୟତରେ ପିଲାକୁ ବି ହୋଇପାରେ । ପିଲାକୁ ଥାଲେସେମିୟା ହେଲେ ଗମ୍ଭୀର ରୂପ ନେଇପାରେ । ଭବିଷ୍ୟତକୁ ଦୃଷ୍ଟିରେ ରଖି ବିବାହ ପୂର୍ବରୁ ଏହି ଟେଷ୍ଟ କରିବା ନିହାତି ଜରୁରୀ ।

ମାନସିକ ପରୀକ୍ଷା (Mental Test):

ବିବାହ ପୂର୍ବରୁ ମାନସିକ ରୋଗକୁ ଅଣଦେଖା କରିବା ମହଙ୍ଗା ପଡିପାରେ । ମଣିଷର ଶାରିରୀକ ସ୍ବାସ୍ଥ୍ୟ ଭଳି ମାନସିକ ସ୍ବାସ୍ଥ୍ୟ ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ । ଯଦି କୌଣସି ମାନସିକ ସ୍ବାସ୍ଥ୍ୟ ସମସ୍ୟା ଅଛି ତାହେଲେ ମନୋଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ । ଏହାଦ୍ବାରା ଆପଣଙ୍କ ବୈବାହିକ ଜୀବନ ସୁଖମୟ ହୋଇପାରିବ ।

ଓଭାରିଆନ ଟେଷ୍ଟ (Ovarian Test):

ମହିଳାଙ୍କ ବୟସ ବଢିବା ସହ ଡିମ୍ବାଣୁ ଉତ୍ପାଦନ କମ୍ ହେବାକୁ ଲାଗେ । ଏହି କାରଣରୁ ଗର୍ଭଧାରଣରେ ସମସ୍ୟା ଦେଖାଯାଏ । ପରିଣାମସୂରୁପ, ସନ୍ତାନଟିଏ ଚାହୁଁଥିବା ସ୍ବାମୀ ସ୍ତ୍ରୀଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଯାଏ । ତେଣୁକରି ବିବାହ ପୂର୍ବରୁ ଓଭାରିଆନ ଟେଷ୍ଟ କରାଇ ନିଅନ୍ତୁ ।

ଇନଫର୍ଟିଲିଟି ଟେଷ୍ଟ (Infertility Test):

ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ଓ ମହିଳାଙ୍କ ଓଭାରି ସ୍ବାସ୍ଥ୍ୟ ଜାଣିବା ପାଇଁ ଇନଫର୍ଟିଲିଟି ଟେଷ୍ଟ କରାଯାଏ । ଯଦି ପୁରୁଷଙ୍କ ସ୍ପର୍ମ କାଉଣ୍ଟ ବା ଶୁକ୍ରାଣୁ କମ୍ ଥାଏ, ଏହାକୁ ବଢାଯାଇ ପାରିବ । ଏଥିପାଇଁ ପୁରୁଷମାନେ ଏହି ଟେଷ୍ଟ କରାନ୍ତୁ । ଏହାଦ୍ବାରା ଭବିଷ୍ୟତରେ ନିଜ ଦାମ୍ପତ୍ୟ ଜୀବନର ସମ୍ଭାବ୍ୟ ସମସ୍ୟାକୁ ରୋକିପାରିବେ ।

HIV ଟେଷ୍ଟ:

ସବୁ ଯୁବକ-ଯୁବତୀ ବିବାହ ପୂର୍ବରୁ ନିଜର ଏଚ୍‌ଆଇଭି ଟେଷ୍ଟ କରିବା ଉଚିତ୍ । କାରଣ ଦୁହିଁଙ୍କ ମଧ୍ୟରୁ ଯଦି କାହାକୁ ବି ଏଚ୍‌ଆଇଭି ଥାଏ ତାହେଲେ ଦୁହିଁଙ୍କ ଜୀବନ ବର୍ବାଦ ହୋଇଯାଏ । ତେଣୁକରି ବିବାହ ମଣ୍ଡପକୁ ଯିବା ପୂର୍ବରୁ ଏଚ୍‌ଆଇଭି ଯାଞ୍ଚ ନିହାତି ଜରୁରୀ । ଉଭୟ ଭାବି ପତି-ପତ୍ନୀ ଲଜ୍ଜ୍ୟା ଛାଡି ଏହି ଟେଷ୍ଟ କରାନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ଭିତରେ ରୋମାଣ୍ଟିକ ସ୍ପଟ୍ ଖୋଜିଛନ୍ତି ? ଏହି ଖବର ପ୍ରେମୀଯୁଗଳଙ୍କ ପାଇଁ

ଏହା ମଧ୍ୟ ପଢନ୍ତୁ: ଶୀତ ଦିନେ ଦିନକୁ କେତେ ଗ୍ଲାସ ପାଣି ପିଇବେ ? ଜାଣନ୍ତୁ ଡାକ୍ତରଙ୍କଠାରୁ

ଏହା ମଧ୍ୟ ପଢନ୍ତୁ: ଏସବୁ ଲକ୍ଷଣ ହୋଇପାରେ ଏଡସ୍, ଜାଣନ୍ତୁ କେମିତି ଏଥିରୁ ବଞ୍ଚିବେ

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏନେଇ ଇଟିଭି ଭାରତ କୌଣସି ସ୍ପଷ୍ଟୀକରଣ ଦିଏ ନାହିଁ । ଅଧିକ ସୂଚନା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.