ETV Bharat / international

ଆରବ ମାଟିରେ ଭବ୍ୟ ହିନ୍ଦୁ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ: ‘ବର୍ଷ ବର୍ଷର ପରିଶ୍ରମ ଆଜି ସଫଳ ହୋଇଛି ’

author img

By ETV Bharat Odisha Team

Published : Feb 14, 2024, 10:33 PM IST

PM Inaugurates Temple In Abu Dhabi: ଆବୁଧାବିରେ ଭବ୍ୟ ହିନ୍ଦୁ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । କହିଲେ ଏମିରେଟ୍ସ- ଭାରତର ସୁସମ୍ପର୍କର ଏକ ପ୍ରତୀକ । ଅଧିକ ପଢନ୍ତୁ

ଆବୁଧାବିରେ ହିନ୍ଦୁ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ:‘ ବର୍ଷ ବର୍ଷର ପରିଶ୍ରମ ଆଜି ସଫଳ ହୋଇଛି ’

ଆବୁଧାବିରେ ହିନ୍ଦୁ ମନ୍ଦିର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ: ‘ବର୍ଷ ବର୍ଷର ପରିଶ୍ରମ ଆଜି ସଫଳ ହୋଇଛି ’

ହାଇଦ୍ରାବାଦ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀ ଆବୁଧାବିରେ ନିର୍ମିତ ବିଶାଳ ହିନ୍ଦୁ ମନ୍ଦିରର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 27 ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ଭବ୍ୟ BAPS ହିନ୍ଦୁ ମନ୍ଦିରଟି ପ୍ରାୟ 7ଶହ କୋଟି ଟଙ୍କାରେ ନିର୍ମିତ ହୋଇଛି । ଏହାକୁ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଭାରତ ବାହାରେ ଅନ୍ୟତମ ବିଶାଳ ମନ୍ଦିର ହେଉଛି ଏହି ମନ୍ଦିର । 2019ରେ ପ୍ରଧାନମନ୍ତ୍ରୀ ମୋଦି ଏହି ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କୁ ମନ୍ଦିରର ପୂଜକ ଓ ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା (BAPS) ସଂଗଠନର କାର୍ଯ୍ୟକର୍ତ୍ତାମାନେ ସ୍ବାଗତ କରିଥିଲେ । ବୈଦିକ ପରମ୍ପରାରେ ପ୍ରଧାନମନ୍ତ୍ରୀ ଏହି ମନ୍ଦିରର ଉଦଘାଟନ କରିବା ସହ ଦର୍ଶନ ଓ ଆଳତୀ ମଧ୍ୟ କରିଥିଲେ । ମନ୍ଦିର ପରିସରରେ ଜଳାର୍ପଣ କରିଥିଲେ । ଏହା ପରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରବାସୀ ଭାରତୀୟ ଶ୍ରଦ୍ଧାଳୁମାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମାନବ ସଭ୍ୟତାର ଇତିହାସରେ ସଂଯୁକ୍ତ ଆରବ ଏମିରେଟ୍ସ ଏକ ସୁବର୍ଣ୍ଣ ପୃଷ୍ଠା ଯୋଡିଛି । ଆଜି ବର୍ଷ ବର୍ଷର ପରିଶ୍ରମ ସଫଳ ହୋଇଛି । ବହୁ ପ୍ରତୀକ୍ଷିତ ସ୍ବପ୍ନ ଆଜି ସାକାର ହୋଇଛି । ଏହା ହେଉଛି ଭଗବାନ ସ୍ବାମୀ ନାରାୟଣଙ୍କ ଆଶୀର୍ବାଦ । ଏହା ଏମିରେଟ୍ସ ଓ ଭାରତର ସୁସମ୍ପର୍କକୁ ଦର୍ଶାଉଛି । ଏହା ୟୁଇଏର ଭାରତ ଥିବା ଶ୍ରଦ୍ଧା ଓ ସହଯୋଗର ପ୍ରତୀକ ମଧ୍ୟ । ରାଷ୍ଟ୍ରପତି ନ୍ୟାହାନଙ୍କୁ ଏଥିପାଇଁ ଧନ୍ୟବାଦ ।

ଏହା ମଧ୍ୟ ପଢନ୍ତୁ :- ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ତ୍ରିରଙ୍ଗାରେ ରଙ୍ଗୀନ ହେଲା ବୁର୍ଜଖଲିଫା

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2015ରେ ଏମିରେଟ୍ସ ସରକାରଙ୍କ ପକ୍ଷରୁ ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ 13.5 ଏକର ଜମି ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଆଉ 13.5 ଏକର ଜମି ମଧ୍ୟ ଏହି ନିର୍ମାଣ ସହ ଯୋଡି ହୋଇଥିଲା । 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଭବ୍ୟ ମନ୍ଦିରର ଶିଳାନ୍ୟାସ କରିଥିଲେ । 5 ବର୍ଷ ପରେ ଏହି ମନ୍ଦିରର ନିର୍ମାଣ ଶେଷ ହେବା ସହ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏହାର ଉଦଘାଟନ ମଧ୍ୟ ହୋଇଛି । ଗତକାଲି ଠାରୁ ଆରବ ଏମିରେଟ୍ସରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଳମ୍ବିତ ସଂଧ୍ୟାରେ କତାର ରାଜଧାନୀ ଦୋହା ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ମଧ୍ୟ ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସେ ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.