ETV Bharat / international

ଗୁଳି ମାଡ ପରେ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ ! ରାଲି ପାଇଁ ଯିବାବେଳେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କଲା ପ୍ଲେନ୍ - Trump plane emergency landing

author img

By ETV Bharat Odisha Team

Published : Aug 10, 2024, 10:37 AM IST

Donald Trump's plane makes emergency landing: ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଅଧା ବାଟରେ ଯାନ୍ତ୍ରିକ ସମସ୍ୟା ଦେଖାଦେବାରୁ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କଲା ଟ୍ରମ୍ପଙ୍କ ବିମାନ । ପଢନ୍ତୁ ପୁରା ଖବର

ଡୋନାଲ୍ଡ ଟ୍ରମ୍ପ ବିମାନର ଏମର୍ଜେନ୍ସିଂ ଲ୍ୟାଣ୍ଡିଂ
ଡୋନାଲ୍ଡ ଟ୍ରମ୍ପ ବିମାନର ଏମର୍ଜେନ୍ସିଂ ଲ୍ୟାଣ୍ଡିଂ (ETV Bharat Odisha)

ୱାସିଂଟନ: ରାଲି ପାଇଁ ଯିବାବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି । ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଟ୍ରମ୍ପ । ଚଳିତ ବର୍ଷ ଶେଷରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ରାଲି କରିବାକୁ ଯାଉଥିବାବେଳେ ଅଧା ବାଟରେ ତାଙ୍କ ବିମାନରେ ଯାନ୍ତ୍ରିକ ସମସ୍ୟା ଆସିଥିଲା । ଯେଉଁଥିପାଇଁ ତାଙ୍କର ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଥିଲା । ଏନେଇ ଟ୍ରମ୍ପ ନିଜେ ସୂଚନା ଦେଇଛନ୍ତି ।

ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପ କହିଛନ୍ତି, ''ମୁଁ ସନ ଫ୍ରାନ୍ସିସସ୍କୋ ମେୟର ୱିଇଲି ବ୍ରାଉନଙ୍କ ସହ ବିମାନରେ ଏକ ସ୍ଥାନକୁ ଯାତ୍ରା କରୁଥିବାବେଳେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଛୁ । ଅଧାବାଟରେ ଆମର ବିମାନ ତଳକୁ ଖସିବାକୁ ଲାଗିଥିଲା । ଏମିତି ଲାଗିଲା ଆମେ ଆଉ ବଞ୍ଚିବୁନି । ଏହାପରେ ବିମାନ ଜରୁରୀ ଅବତରଣ କରିଥିଲା । ଅବତରଣ ଆଦୌ ସହଜ ନଥିଲା ।'' ଯାହା ସୂଚନା ମିଳିଛି, ଡ୍ରମ୍ପ ନିର୍ବାଚନୀ ରାଲି ପାଇଁ ବୋଜମାନ ମୋଣ୍ଟାନାକୁ ଯାଉଥିଲେ । ହେଲେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ବିମାନ ବିଲିଙ୍ଗସ୍‌ଠାରେ ଅବତରଣ କରିବାକୁ ପଡିଥିଲା ।

ଏନେଇ ବିଲିଙ୍ଗସ୍ ଲୋଗାନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଅଧିକାରୀ ଜେନି ମୋକେଲ କହିଛନ୍ତି, ଶୁକ୍ରବାର ଅପରାହ୍ନରେ ଟ୍ରମ୍ପଙ୍କ ନିଜର ପ୍ରାଇଭେଟ ଜେଟରେ ମୋଣ୍ଟାନା ଯାଉଥିଲେ । ବାଟରେ ତାଙ୍କ ବିମାନରେ କିଛି ଯାନ୍ତ୍ରିକ ସମସ୍ୟା ଦେଖାଯାଇଥିଲା । ଏଠାରେ କହିରଖୁଛୁ କି, କିଛି ଦିନ ତଳେ ପେନସିଲଭେନିଆ ସହରରେ ନିର୍ବାଚନ ପ୍ରଚାର ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଗୁଳି ତାଙ୍କ କାନର ଉପର ଅଂଶ ବାଜି ବାହାରି ଯାଇଥିଲା । ଯେଉଁଥିରେ ଟ୍ରମ୍ପ ସାମାନ୍ୟ ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଟିମ୍‌ ଓ୍ବାଲ୍ସଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲେ କମଲା ହାରିସ - US Presidental election

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ନଭେମ୍ବରରେ ସୁପରପାୱାର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ଏଥର ବାଇଡେନ ନୁହେଁ, ରିପବ୍ଲିକାନ ପାର୍ଟି ନେତା ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ନେତା କମଲା ହାରିସଙ୍କ ମଧ୍ୟରେ ଦେଖିବାକୁ ମିଳିବ ହାଇଭୋଲଟେଜ ଲଢେଇ । ଜୋ ବାଇଡେନ ରାଷ୍ଟ୍ରପତି ଦୌଡରୁ ଓହରିବା ପରେ ୫୯ ବର୍ଷୀୟା ହାରିସ୍ ପ୍ରାର୍ଥୀ ହୋଇଛନ୍ତି । ଏବେ ହାରିସ୍ ଆମେରିକାର ଉପରାଷ୍ଟ୍ରପତି ଅଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବାରେ ଭାରତୀୟ ବଂଶୋଦ୍ଭବ କମଲା ହାରିସ୍ ହେଉଛନ୍ତି ପ୍ରଥମ କୃଷ୍ଣକାୟ ମହିଳା ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ପ୍ରଚାର ବେଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ନିନ୍ଦା କଲେ ମୋଦି - Donald Trump Injured In Shooting

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.