ETV Bharat / international

ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ସଂଙ୍କଳ୍ପ ପାରିତ - israel hamas war

author img

By ETV Bharat Odisha Team

Published : Mar 25, 2024, 9:57 PM IST

UN Security Council passes resolution demanding immediate Gaza ceasefire: ଗାଜାରେ ତୁରନ୍ତ ଅସ୍ତ୍ରବିରତି ସହ ନିସର୍ତ୍ତ ପଣବନ୍ଦୀ ମୁକ୍ତି ନେଇ ସଙ୍କଳ୍ପ ପାରିତ କଲା ଜାତିସଂଘ ସୁରକ୍ଷା ପରିଷଦ । ତଥାପି କାର୍ଯ୍ୟକାରିତା ଉପରେ ଲାଗି ରହିଛି ପ୍ରଶ୍ନବାଚୀ । ଅଧିକ ପଢନ୍ତୁ

ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଜାତିସଂଘ ସୁରକ୍ଷା ପରିଷଦରେ ସଂଙ୍କଳ୍ପ ପାରିତ

ହାଇଦ୍ରାବାଦ: ପାଲେଷ୍ଟାଇନ ଅଧିକୃତ ଗାଜାପଟିରେ ଇସ୍ରାଏଲ ଦ୍ବାରା ଜାରି ରହିଥିବା ସାମରିକ ଅଭିଯାନରେ ତୁରନ୍ତ ଅସ୍ତ୍ରବିରତି ଘୋଷଣା କରିବା ପାଇଁ ଆଜି ଜାତିସଂଘ ସୁରକ୍ଷା ପରିଷଦ (UNSC) ଏକ ସଙ୍କଳ୍ପ ପାରିତ କରିଛି । ତୁରନ୍ତ ଅସ୍ତ୍ରବିରତି ଘୋଷଣା ଓ ଯୁଦ୍ଧରେ ପଣବନ୍ଦୀ ଥିବା ନାଗରିକଙ୍କୁ ଅବିଳମ୍ବେ ନିସର୍ତ୍ତ ମୁକ୍ତ କରିବା ପାଇଁ ଏହି ସଙ୍କଳ୍ପରେ ପ୍ରସ୍ତାବ ରହିଛି । ଆଜିର ନିଷ୍ପତ୍ତି ସମ୍ପର୍କରେ ଜାତିସଂଘ ସୁରକ୍ଷା ପରିଷଦର ମହାସଚିବ ଆଣ୍ଟୋନିଓ ଗୁଟରେସ ‘ଏକ୍ସ’ରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଏହି ପାରିତ ସଙ୍କଳ୍ପ ତୁରନ୍ତ କାର୍ଯ୍ୟକାରୀ ହେବ । କୌଣସି ପରିସ୍ଥିତିରେ ଏହାର ଉଲ୍ଲଙ୍ଘନକୁ ଅକ୍ଷମଣୀୟ ବୋଲି ବିଚାର କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଅଲ-ଜିଜିରା ନ୍ୟୁଜ ନେଟଓ୍ବାର୍କର ରିପୋର୍ଟ ଅନୁସାରେ, ଆଲଜେରିଆ, ଗୁଇନା, ଇକ୍ୟୁଏଡର୍, ଜାପାନ, ମାଲଟା, ମୋଜାମ୍ବିକ, ସ୍ଲୋଭେନିଆ, ଦକ୍ଷିଣ-କୋରିଆ ଏବଂ ସ୍ୱିଜରଲ୍ୟାଣ୍ଡ ସମେତ ଅନ୍ତର୍ଜାତୀୟ ଫୋରମର 12ଜଣ ଅସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କ ଦ୍ବାରା ଏହି ସଙ୍କଳ୍ପ ଆଗତ କରାଯାଇଥିଲା । ଏହାକୁ ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନ ମଧ୍ୟ ମିଳିଛି ଓ ଏହା ପାରିତ ମଧ୍ୟ ହୋଇଛି । ପୂର୍ବରୁ ଜାତିସଂଘ ଇସ୍ରାଏଲର ଯୁଦ୍ଧ ଉପରେ ଏକାଧିକ କଟକଣା ଜାରି କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଯୁଦ୍ଧ ରୋକିବାରେ ଏପର୍ଯ୍ୟନ୍ତ ସଫଳ ହୋଇନି । ଆତଙ୍କବାଦୀ ଗୋଷ୍ଠୀ ହମାସକୁ ଧରାଶାୟୀ ନକରିବା ପର୍ଯ୍ୟନ୍ତ ଏହି ଅପରେସନ ବନ୍ଦ ହେବ ନାହିଁ ବୋଲି ଇସ୍ରାଏଲ କହିସାରିଛି । ଅନ୍ୟପଟେ ଆମେରିକା ସମେତ ଏକାଧିକ ପଶ୍ଚିମରାଷ୍ଟ୍ର ଇସ୍ରାଏଲକୁ ଏହି ପ୍ରସଙ୍ଗରେ ମଧ୍ୟ ସମର୍ଥନ କରିବା କାରଣରୁ ଜାତିସଂଘର କଟକଣା ସେତେମାତ୍ରାରେ କାର୍ଯ୍ୟକାରୀ ହୋଇପାରିନି । ଆଜି ପାରିତ ଏହି ସଙ୍କଳ୍ପର କାର୍ଯ୍ୟକାରିତା ଉପରେ ମଧ୍ୟ ସନ୍ଦେହ ରହିଛି ।

ଏହା ମଧ୍ୟ ପଢନ୍ତୁ :- କଙ୍ଗନାଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ମାମଲାରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି, ସଫେଇ ରଖିଲେ ସୁପ୍ରିୟା - Supriya Shrinate controversy

ଗତବର୍ଷ ଅକ୍ଟୋବର ମାସରେ ଗାଜାପଟିରୁ ‘ହମାସ’ ପକ୍ଷରୁ ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ଏହି ଅପରେସନ ଜାରି ରଖିଛି । ଆତଙ୍କବାଦୀ ଗୋଷ୍ଠୀ ହମାସ ବିରୋଧରେ ଏହି ଅପରେସନ ଜାରି ରହିଥିବା ଇସ୍ରାଏଲ କହୁଥିବା ବେଳେ ଏବେ ସୁଦ୍ଧା ପ୍ରାୟ 30 ହାଜର ଗାଜାବାସୀଙ୍କ ପ୍ରାଣହାନୀ ହୋଇସାରିଲାଣି । ଏବେ ପୁରା ଗାଜାପଟି ଏବେ ଶରଣାର୍ଥୀ ଶିବିରରେ ପରିଣତ ହୋଇଛି । ଉତ୍କଟ ମାନବୀୟ ସଙ୍କଟ ମଧ୍ୟରେ ଗାଜାବାଜୀ ଅଣନିଶ୍ବାସୀ ହୋଇପଡିଛନ୍ତି । ତଥାପି ମଝି ମଝିରେ ଇସ୍ରାଏଲ ପକ୍ଷରୁ ବିଭିନ୍ନ ଶରଣାର୍ଥୀ କ୍ୟାମ୍ପ ଓ ରିଲିଫ କେନ୍ଦ୍ରରେ ଆକ୍ରମଣ କରାଯାଉଥିବା ଘଟଣା ମଧ୍ୟ ସମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.