ETV Bharat / international

ନିର୍ବାଚନରେ ହାର ମାନିଲେ ସୁନକ, 14ବର୍ଷ ପରେ ସରକାରକୁ ଫେରିଲା ଲେବର ପାର୍ଟି, କେର୍ ଷ୍ଟାରମର ହେବେ ପ୍ରଧାନମନ୍ତ୍ରୀ - UK Election Results

author img

By ETV Bharat Odisha Team

Published : Jul 5, 2024, 8:22 AM IST

Updated : Jul 5, 2024, 2:26 PM IST

UK Election Results: ବ୍ରିଟେନରେ ବଦଳିଲା ସରକାର । ହାରିଗଲେ ସୁନକ, ଭୋଟ ଗଣତି ଜାରି ରହିଥିବା ବେଳେ ବିଜୟୀ ପାଇଁ ମ୍ୟାଜିକ ନମ୍ବର ପାର କଲା ଲେବର ପାର୍ଟି । ଖୁବଶୀଘ୍ର ଇସ୍ତଫା ଦେବେ ସୁନକ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

UK National Election: ବ୍ରିଟେନରେ କଡ ଲେଉଟାଇଲା କ୍ଷମତା । 14 ବର୍ଷ ପରେ ଦେଶରେ ସରକାର ଗଠନ କରିବାକୁ ଯାଉଛି ଲେବର ପାର୍ଟି । ସୁନକଙ୍କ ଉପରେ ଭାରି ପଡିଲେ କେର୍ ଷ୍ଟାରମର । ବ୍ରିଟେନ ସାଧାରଣ ନିର୍ବାଚନରେ ହାର ମାନିଲେ କଞ୍ଜରଭେଟିଭ ପାର୍ଟି ପ୍ରାର୍ଥୀ ଋଷି ସୁନକ । ଲେବର ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କେର୍ ଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ ସୁନକ । ଆଜି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଋଷି ।

ଏହା ମଧ୍ୟ ପଢନ୍ତୁ-ଗୁରୁବାର ବ୍ରିଟେନ ନିର୍ବାଚନ; ପ୍ରଧାନମନ୍ତ୍ରୀ ସୁନକଙ୍କ ସହ ମଇଦାନରେ ଏହିସବୁ ବଡ଼ ନେତା - UK National Election

ହାର ମାନିଲେ ସୁନକ: ବ୍ରିଟେନ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସୁନକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ସାଧାରଣ ନିର୍ବାଚନରେ ​​ଲେବର ପାର୍ଟି ଜିତିଛି ଏବଂ ମୁଁ କେର୍ ଷ୍ଟାର୍ମରଙ୍କୁ ଫୋନ କରି ବିଜୟର ଶୁଭେଚ୍ଛା ଜଣାଇଛି। ସମସ୍ତ ପକ୍ଷର ସଦଭାବନା ସହିତ ଆଜି କ୍ଷମତା, ଶାନ୍ତିପୂର୍ଣ୍ଣ ଏବଂ ବ୍ୟବସ୍ଥିତ ଢଙ୍ଗରେ ପରିବର୍ତ୍ତନ ହେବ । ଅନେକ ଭଲ, କଠିନ ପରିଶ୍ରମି ଓ ରୁଢୀବାଦୀ ପ୍ରାର୍ଥୀଙ୍କର ହାରିବାର ଉତ୍ତରଦାୟିତ୍ବ ମୁଁ ନିଜେ ନେଉଛି । ଯେଉଁ ମାନେ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ କରି ହାରିଯାଇଛନ୍ତି ସେମାନଙ୍କ ପାଇଁ ଦୁଃଖିତ । ବର୍ତ୍ତମାନ ମୁଁ ଲଣ୍ଡନ ଅଭିମୁଖେ ଯିବି, ଯେଉଁଠାରେ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ଫଳାଫଳ ବିଷୟରେ ଅଧିକ କହିବି ।

Labour Party officially wins 2024 UK general election after reaching the required 326 seats#BBCElection live ⬇️

— BBC Breaking News (@BBCBreaking) July 5, 2024

ଅବକି ବାର 400 ପାର୍‌: 14 ବର୍ଷ ପରେ ଦେଶରେ ପୁଣି କ୍ଷମତାକୁ ଫେରିଛି ଲେବର ପାର୍ଟି । କେର୍ ଷ୍ଟାର୍ମର ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଗତକାଲି 650 ଆସନରେ ନିର୍ବାଚନ ହୋଇଥିବା ବେଳେ ଲେବର ପାର୍ଟି 400ରୁ ଉର୍ଦ୍ଧ୍ବ ଆସନରେ ବିଜୟୀ ହୋଇ ସରକାର ଗଠନ କରିବାକୁ ଯାଉଛି । ଭୋଟ ଗଣତି ଏବେ ଜାରି ରହିଥିବା ବେଳେ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା କରାଯାଇଛି । ସେହିପରି କଞ୍ଜରଭେଟିଭ ପାର୍ଟି 109 ସିଟ୍‌ରେ ବିଜୟୀ ହୋଇ ସରକାର ଗଠନ କରିବାରେ ବିଫଳ ହୋଇଛି ।

ବ୍ରିଟେନରେ କେର୍ ଷ୍ଟାର୍ମରଙ୍କ ରାଜ, ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ: ଦଳର ବିଜୟ ପରେ କେର୍ ଷ୍ଟାର୍ମର ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ନିର୍ବାଚନରେ ପ୍ରଚାର ସମୟରେ କଠିନ ପରିଶ୍ରମ କରିଥିବା ଓ ଯୋଉଁ ମାନେ ଲୋବପାର୍ଟି ଉପରେ ବିଶ୍ବାସ ରଖି ଭୋଟ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ।

ଗୁରୁବାର ବ୍ରିଟେନରେ ସାଧାରାଣ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିଲା । ବାଲାଟ ପେପରରେ 40 ହଜାର ମତଦାନ କେନ୍ଦ୍ରରେ 46 ମିଲିୟନ ବ୍ରିଟିଶ୍‌ ନାଗରିକ ସେମାନଙ୍କର ମତ ସାବ୍ୟସ୍ତ କରିଥିଲେ। ଶାସକ ଓ ବିରୋଧୀ ଦୁଇ ମୁଖ୍ୟ ଦଳ ବ୍ୟତୀତ ବ୍ରିଟେନରେ ପ୍ରାୟ 98 ଦଳ ନିର୍ବାଚନରେ ପ୍ରାର୍ଥୀ ଲଢାଇଥିଲେ । ମୈଦାନରେ ମୋଟ 4,515 ପ୍ରାର୍ଥୀ ରହିଥିଲେ। ସେମାନଙ୍କ ମଧ୍ୟରୁ 459 ସ୍ବାଧୀନ ପ୍ରାର୍ଥୀ ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 5, 2024, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.