ETV Bharat / international

ସୁନକଙ୍କ ବିଦାୟୀ ଭାଷଣ ବେଳେ କଣ ପିନ୍ଧିଥିଲେ ଅକ୍ଷତା, ନିର୍ବାଚନ ଫଳାଫଳକୁ ବଳିଗଲା ଡ୍ରେସ ଚର୍ଚ୍ଚା - Akshata Murty Dress

Akshata Murty dress controversy: ସୁନକଙ୍କ ବିଦାୟୀ ଭାଷଣ ବେଳେ ଏମିତି କଣ ପିନ୍ଧିଥିଲେ ପତ୍ନୀ ଅକ୍ଷତା ମୂର୍ତ୍ତି । ସୋସିଆଲ ମିଡିଆରେ ଭିନ୍ନ ଚର୍ଚ୍ଚା ଜୋର । ଡ୍ରେସର ଡିଜାଇନ କଣ କହୁଥିଲା, ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 12:21 PM IST

ସ୍ବାମୀଙ୍କ ବିଦାୟୀ ଭାଷଣ ବେଳେ କଣ ପିନ୍ଧିଥିଲେ ଅକ୍ଷତା, କାହିଁକି ବିଭିନ୍ନ ଚର୍ଚ୍ଚା
ସ୍ବାମୀଙ୍କ ବିଦାୟୀ ଭାଷଣ ବେଳେ କଣ ପିନ୍ଧିଥିଲେ ଅକ୍ଷତା, କାହିଁକି ବିଭିନ୍ନ ଚର୍ଚ୍ଚା (ETV Bharat Odisha)

ହାଇଦ୍ରାବାଦ: ବ୍ରିଟେନ ନିର୍ବାଚନ ଉପରେ ଗତକାଲି ସମଗ୍ର ବିଶ୍ବର ନଜର ଥିଲା । ଅବଶ୍ୟ 4 ତାରିଖ ସଂଧ୍ୟାରେ ଭୋଟିଂ ସହ ଗତକାଲି (ଶୁକ୍ରବାର) ପୂର୍ବାହ୍ନ ସୁଦ୍ଧା ହିଁ ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇସାରିଥିଲା । 14ବର୍ଷ ପରେ କ୍ଷମତାରୁ ବିରୋଧୀ ଆସନକୁ ଯାଇଛି ‘ରକ୍ଷଣଶୀଳ ଦଳ’ ବା ‘କଞ୍ଜରଭେଟିଭ ପାର୍ଟି’ (ଟୋରୀ)। କେରି ଷ୍ଟାର୍ମର ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଫଳାଫଳ ସ୍ପଷ୍ଟ ହେବା ପରେ ପ୍ରଧାନମନ୍ତ୍ରୀ ଋଷି ସୁନକ ଇସ୍ତଫା ଦେବା ପୂର୍ବରୁ 10-ଡାଉନିଂ ଷ୍ଟ୍ରିଟରେ ବ୍ରିଟେନବାସୀଙ୍କୁ ସମ୍ବୋଧିତ କରିଥିଲେ । ଏହି ବିଦାୟୀ ଭାଷଣରେ ଚର୍ଚ୍ଚା ସୃଷ୍ଟି କରିଥିଲା ସୁନକଙ୍କ ପତ୍ନୀ ଅକ୍ଷତା ପରିଧାନ କରିଥିବା ପୋଷାକ ।

କାହିଁକି ଚର୍ଚ୍ଚାରେ ଅକ୍ଷତାଙ୍କ ଡ୍ରେସ:-

ସୁନକ ବିଦାୟୀ ଭାଷଣ ଦେଉଥିବା ବେଳେ ଠିକ ତାଙ୍କ ପଛପଟେ କିଛି ଫୁଟ ଦୂରତାରେ ଛିଡା ହୋଇଥିଲେ ପତ୍ନୀ ଅକ୍ଷତା । ହେଲେ ଅକ୍ଷତା ପିନ୍ଧିଥିବା ପୋଷାକକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି । ଅକ୍ଷତା ଏକାଧିକ ରଙ୍ଗର ମିଶ୍ରିତ ଭାରତୀୟ ଶୈଳୀର ହାଇ-ନେକ ଗାଉନ ପିନ୍ଧିଥିଲେ । ଏଥିରେ କୃଷ୍ଣକଳା, ଧଳା ଓ ନାଲି ରଙ୍ଗ ରହିଥିଲା । ଯାହା ବ୍ରିଟେନର ଜାତୀୟ ପତାକାରେ ଥିବା ସମସ୍ତ ରଙ୍ଗ ସହ ସମାନ । ହେଲେ ଏହାର ନିର୍ମାଣ ଶୈଳୀ ଭିନ୍ନ ଭିନ୍ନ ଦିଗରୁ ବିଶ୍ଳେଷଣ କରାଯାଇପାରେ । ନାଲି ରଙ୍ଗର ଏକ ଷ୍ଟ୍ରିଫ ବା ପଟି ତଳଭାଗରେ ରହିଥିବା ବେଳେ ଉପର ଭାଗର ଅଧିକାଂଶ ସ୍ଥାନ କୃଷ୍ଣକଳା ଓ ଧଳା ରଙ୍ଗର ଫ୍ୟାବରିକ ରହିଥିଲା ।

କାହିଁକି ବିବାଦ ଓ ଚର୍ଚ୍ଚା:-

ସବୁଠୁ ଅଧିକ କୌତୂହଳପୂର୍ଣ୍ଣ ରହିଛି, ଉପର ଭାଗର ମଧ୍ୟ ଅଂଶ । ଯେଉଁଥିରେ ଧଳା ରଙ୍ଗର ପଟି ଡାଉନ ଆରୋ (ନିମ୍ନଗାମୀ ତୀର ଚିହ୍ନ ସଦୃଶ) ଶୈଳୀରେ ରହିଛି । ଗାଉନର ତଳଅଂଶରେ ନାଲି ରଙ୍ଗର ଏକ ଓସାରିଆ ପଟି ରହିଛି । ତେଣୁ ଧଳା ରଙ୍ଗର ଡାଉନ ଆରୋ ଏହି ନାଲି ପଟି ଉଦ୍ଦେଶ୍ୟରେ ଡିଜାଇନ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଏହି ଡିଜାଇନ ସଙ୍କେତ ‘କଞ୍ଜରଭେଟିଭ ପାର୍ଟି’ର ନିର୍ବାଚନୀ ପରାଚୟକୁ ଦର୍ଶାଇବା ଉଦ୍ଦେଶ୍ୟରେ ଡିଜାଇନ କରାଯାଇଛି ବୋଲି ମଧ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀ ମତ ଦେଇଛନ୍ତି ।

ଗଣମାଧ୍ୟମରେ ଏହାକୁ ଦିନ ତମାମ ଭିନ୍ନ ଭିନ୍ନ ମତ ମନ୍ତବ୍ୟ ପ୍ରକାଶ ପାଇଥିଲେ ସୁଦ୍ଧା ଏହା କୌଣସି ବିବାଦୀୟ ପ୍ରସଙ୍ଗ ହୋଇନି । ଏମିତି ଚର୍ଚ୍ଚା ସମ୍ପର୍କରେ ଅକ୍ଷତାଙ୍କଠାରୁ ମଧ୍ୟ କୌଣସି ପ୍ରତିକ୍ରିୟା ଆସିନି । ଫଳାଫଳ ସ୍ପଷ୍ଟ ହେବା ପରେ ସୁନକ ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି । ଏହା ସହ ସେ ସୌଜନ୍ୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ (ନାମିତ) କେରି ଷ୍ଟର୍ମାରଙ୍କୁ ନିର୍ବାଚନୀ ବିଜୟର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

କେତେ ମୂଲ୍ୟର ଏହି ଗାଉନ:-

ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ହେଉଛନ୍ତି ବିଶିଷ୍ଟ ଭାରତୀୟ ଶିଳ୍ପପତି ତଥା ଭାରତର ସର୍ବବୃହତ୍ତ ଆଇଟି ଫାର୍ମ ‘ଇନଫୋସିସ’ର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଓ ବିଶିଷ୍ଟ ସମାଜସେବୀ ସୁଧା ମୂର୍ତ୍ତିଙ୍କ କନ୍ୟା । 2024 ରେ ‘ସଣ୍ଡେ ଟାଇମ୍ସ’ ପତ୍ରିକା ଅକ୍ଷତାଙ୍କୁ ବିଶ୍ବର ବିତ୍ତଶାଳୀ ମହିଳା ତାଲିକାରେ ସ୍ଥାନ ଦେଇଥିଲା । ଅକ୍ଷତାଙ୍କ ନାମରେ ପ୍ରାୟ 815 ମିଲିୟନ ଡଲାର ସମ୍ପତ୍ତିର ମାଲିକାନା ରହିଛି । ହେଲେ ଗତକାଲି ସ୍ବାମୀଙ୍କ ବିଦାୟୀ ସମ୍ବୋଧନ ବେଳେ ଅକ୍ଷତା ପିନ୍ଧିଥିବା ଗାଉନର ମୂଲ୍ୟ 395 ପାଉଣ୍ଡ । ଅର୍ଥାତ ଭାରତୀୟ ମୂଦ୍ରାରରେ ଏହାର ମୂଲ୍ୟ ପ୍ରାୟ 42 ହଜାର ଟଙ୍କା । ଏହି ଗାଉନର ମୂଲ୍ୟ କୌଣସି ସେଲିବ୍ରିଟିଙ୍କର ପରି ସେତେ ଅଧିକ ହୋଇନଥିଲେ ମଧ୍ୟ ଏହାର ଡିଜାଇନ ଓ ରଙ୍ଗ ଗତକାଲି ଅକ୍ଷତାଙ୍କୁ ଚର୍ଚ୍ଚାର ପରିଧି ମଧ୍ୟକୁ ଟାଣିଥିଲା । ନିର୍ବାଚନ ଫଳାଫଳ, ସ୍ବାମୀ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ସାଙ୍ଗକୁ ଏହି ଗାଉନ କାରଣରୁ ଅକ୍ଷତା ମଧ୍ୟ ଏହି ପୁରା ପ୍ରସଙ୍ଗରେ ଯୋଡି ହୋଇଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.