ଦମାସକସ: ସିରିଆରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଦେଶ ଛାଡିଲେ ରାଷ୍ଟ୍ରପତି । ବିଦ୍ରୋହୀ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ସହରକୁ ଦଖଲ କରୁଛନ୍ତି । ଏଭଳି ସ୍ଥିତିରେ ରାଷ୍ଟ୍ରପତି ବଶର-ଅଲ-ଅସଦ ଦେଶ ଛାଡି ଚାଲି ଯାଇଥିବା ଚର୍ଚ୍ଚା ହେଉଛି । ସେପଟେ ରାଷ୍ଟ୍ରପତି ଦେଶ ଛାଡିବା ନେଇ ଚର୍ଚ୍ଚା ଭିତରେ ସେଲିବ୍ରେସନ କରିବା ଆରମ୍ଭ କରିଦେଇଛନ୍ତି ବିରୋଧୀ । ଅନ୍ୟପଟେ ହିଂସା କାରଣରୁ ଦେଶରେ ଦେଖାଦେଇଛି ଖାଦ୍ୟ ସଙ୍କଟ । ପ୍ରଭାବିତ ହୋଇଛନ୍ତି ଜନସାଧାରଣ ।
ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ରାଜ୍ୟ:
ସିରିଆରେ ଦୀର୍ଘ ସମୟ ଧରି ଜାରି ରହିଛି ଗୃହ ଯୁଦ୍ଧ । ସବୁଠୁ ବଡ଼ କଥା ହେଉଛି, ବର୍ତ୍ତମାନ ସୁଦ୍ଧା କେବଳ ଦମିଶକ, ଲତାକିୟା ଏବଂ ଟାରଟସକୁ ମିଶାଇ ୧୪ ରାଜଧାନୀ ସରକାରଙ୍କ ନିୟନ୍ତ୍ରଣରେ ରହିଛି । ଦେଶର ବିଭିନ୍ନ ସ୍ଥାନକୁ ବିଦ୍ରୋହୀ ଗୋଷ୍ଠୀ କବଜା କରିସାରିଥିବାବେଳେ ଶେଷରେ ରାଜଧାନୀ ଦମିଶକକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ଅନ୍ୟପଟେ ରାଷ୍ଟ୍ରପତି ବଶର-ଅଲ-ଅସଦ ଦେଶ ଛାଡି ଚାଲିଯିବା ଚର୍ଚ୍ଚା ପରେ ଖୁସି ମନାଇଛନ୍ତି ବିଦ୍ରୋହୀ ।
ଭାରତୀୟଙ୍କୁ ସିରିଆ ନଯିବାକୁ ପରାମର୍ଶ:
Travel advisory for Syria:https://t.co/bOnSP3tS03 pic.twitter.com/zg1AH7n6RB
— Randhir Jaiswal (@MEAIndia) December 6, 2024
ସିରିଆରେ ଭୟଙ୍କର ସ୍ଥିତି କାରଣରୁ ଭାରତୀୟଙ୍କୁ ସିରିଆ ନଯିବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାସହ ସେଠାରେ ଥିବା ଭାରତୀୟଙ୍କ ପାଇଁ ହେଲ୍ପ ଲାଇନ ନମ୍ବର ( +963993385973) ଜାରି ହୋଇଛି । ଦମାସକସରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।
ହିଂସା ପଛର କାରଣ:
ବଶର-ଅଲ- ଅସଦଙ୍କ ଶାସନର ଅନ୍ତ ଚାହୁଁଥିଲେ ବିରୋଧୀ ଗୋଷ୍ଠୀ । ଅସଦଙ୍କୁ କ୍ଷମତାରୁ ହଟାଇ ନୂଆ ସରକାର ଗଠନ ଲକ୍ଷ୍ୟ ଥିଲା । ଯେଉଁଥିପାଇଁ ଦୀର୍ଘ ସମୟ ଧରି ଅଶାନ୍ତି ଓ ଯୁଦ୍ଧ ଲାଗି ରହିଥିଲା । ଆଉ ଶେଷରେ ଏହା ଭୟାବହ ରୂପ ଧାରଣ କରିଥିବାବେଳେ ଅଣାୟତ୍ତ ହୋଇଛି ସ୍ଥିତି ।
ଏହା ବି ପଢନ୍ତୁ...ବୋମା ବିସ୍ଫୋରଣରେ ଥରିଲା ସିରିୟା: 6 ମୃତ, 23 ଆହତ
ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା:
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି, "ସିରିଆର ବିରୋଧୀମାନେ ଅପ୍ରତ୍ୟାଶିତ ଭାବେ ଅନେକ ସହର ଅକ୍ତିଆର କରିଛନ୍ତି । ଏହି ଲଢେଇ ସେମାନଙ୍କର । ତେଣୁ ଏଭଳି ସଂଘର୍ଷରେ ଆମେରିକା ହସ୍ତକ୍ଷେପ କରିବା ଅନୁଚିତ । "
Opposition fighters in Syria, in an unprecedented move, have totally taken over numerous cities, in a highly coordinated offensive, and are now on the outskirts of Damascus, obviously preparing to make a very big move toward taking out Assad. Russia, because they are so tied up…
— Donald J. Trump (@realDonaldTrump) December 7, 2024
ଏହା ବି ପଢନ୍ତୁ...ଅଶାନ୍ତ ବିଶ୍ୱ ! ସିରିଆ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍, "ଆତ୍ମରକ୍ଷା ପାଇଁ ଆକ୍ରମଣ"
ଏହା ବି ପଢନ୍ତୁ...Air strikes on Damascus: ସିରିଆରେ ଇସ୍ରାଇଲର ଏୟାରଷ୍ଟ୍ରାଇକ, ୫ମୃତ