ETV Bharat / international

ଅନୁରା ଦିସାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ! ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ବିକ୍ରମସିଙ୍ଘେ, ଭୋଟ ଗଣତି ଜାରି - Sri Lanka President election

author img

By ETV Bharat Odisha Team

Published : 2 hours ago

Sri Lankan President poll: ବିଜୟ ଅଭିମୁଖେ ବାମପନ୍ଥୀ ନେତା ଅନୁରା ଦିସାନାୟକେ । ପଛରେ ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ । ଗତକାଲି ମତଦାନ ପରେ ଆଜି ଭୋଟ ଗଣତି ଜାରି । ଆଉ କିଛି ସମୟ ମଧ୍ୟରେ ଚୂଡାନ୍ତ ଫଳାଫଳ । ଅଧିକ ପଢନ୍ତୁ

ଅନୁର ଦିସାନାଏକେ ହୋଇପାରନ୍ତି ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି, ଭୋଟ ଗଣତି ଜାରି
ଅନୁର ଦିସାନାଏକେ ହୋଇପାରନ୍ତି ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି, ଭୋଟ ଗଣତି ଜାରି (ETV Bharat Odisha)

ହାଇଦ୍ରାବାଦ: ଦ୍ବିପାରାଷ୍ଟ୍ର ଶ୍ରୀଲଙ୍କାକୁ ମିଳିପାରନ୍ତି ନୂଆ ରାଷ୍ଟ୍ରପତି । ଗତକାଲି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଥିବା ବେଳେ ଆଜି ଭୋଟ ଗଣତି ଜାରି ରହିଛି । ଗଣତିର ପ୍ରାରମ୍ଭିକ ଫଳାଫଳ ଅନୁସାରେ, ବାମମେଣ୍ଟ ନ୍ୟାସନାଲ ପିପୁଲ୍ସ ପାଓ୍ବାର (ଏନପିପି) ନେତା ଅନୁରା କୁମାର ଦିସାନାୟକେ ରାଷ୍ଟ୍ରପତି ନିର୍ବାଚିତ ହୋଇପାରନ୍ତି । ଅନ୍ୟ ଦୁଇ ନିକଟତମ ପ୍ରୀର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଓ ବିରୋଧୀ ଦଳ ନେତା ସାଜିତ ପ୍ରେମଦାସାଙ୍କଠାରୁ ଅନୁରା ଭଲ ବ୍ୟବଧାନରେ ଆଗରେ ରହିଛନ୍ତି । ଏହି ଟ୍ରେଣ୍ଡ ବଜାୟ ରହିଲେ, ସେ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ ।

  • ଅନୁରାଙ୍କ ସମ୍ପର୍କରେ...

56 ବର୍ଷୀୟ ଅନୁରା ଦିସାନାୟକେ ହେଉଛନ୍ତି ଜଣେ ବାମପନ୍ଥୀ ନେତା । ସେ ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି) ମିଳିତ ମଞ୍ଚର ପ୍ରାର୍ଥୀ ଭାବରେ ଚଳିତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏହି ମେଣ୍ଟରେ ମାର୍କ୍ସବାଦୀ-ଜନତା ବିମୁକ୍ତି ପେରୁମୁନା (JVP) ଦଳ ମଧ୍ୟ ସାମିଲ ହୋଇଥିଲା । ଦିସାନାୟକେଙ୍କ ସିଧା ପ୍ରତିଦ୍ବନ୍ଦ୍ବିତା ବର୍ତ୍ତମାନର ରାଷ୍ଟ୍ରପତି ତଥା ସଂଯୁକ୍ତ ଜାତୀୟ ଦଳ (UNP) ପ୍ରାର୍ଥୀ ରାନିଲ ବିକ୍ରମସିଙ୍ଘେ ଓ ବିରୋଧୀ ଦଳ ପ୍ରାର୍ଥୀ ସାଜିତ ପ୍ରେମଦାସାଙ୍କ ସହ ହୋଇଥିଲା । ଏବେ ଦାସନାୟକେଙ୍କ ନେତୃତ୍ବାଧୀନ ବାମ ମେଣ୍ଟର ପ୍ରାର୍ଥୀମାନେ ଆଗରେ ରହିଛନ୍ତି । କିଛି ସ୍ଥାନରେ ନିର୍ବାଚନୀ ଫଳାଫଳ ମଧ୍ୟ ସ୍ପଷ୍ଟ ହୋଇସାରିଛି । ଅପରାହ୍ନ ସୁଦ୍ଧା ସ୍ଥାନୀୟ ନିର୍ବାଚନ ପ୍ରାଧିକରଣ ଔପଚାରିକ ଘୋଷଣା କରିପାରନ୍ତି ।

ଅନୁରା ଦିସାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ! ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ବିକ୍ରମସିଙ୍ଘେ, ଭୋଟ ଗଣତି ଜାରି
ଅନୁରା ଦିସାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ! ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ବିକ୍ରମସିଙ୍ଘେ, ଭୋଟ ଗଣତି ଜାରି (ETV Bharat Odisha)
  • ବର୍ତ୍ତମାନର ଟ୍ରେଣ୍ଡ ଫଳାଫଳ:-

ଏବେ ଶ୍ରୀଲଙ୍କାରେ ଭୋଟ ଗଣତି ଜାରି ରହିଛି । ଆଉ କିଛି ଘଣ୍ଟା ମଧ୍ୟରେ ଚୂଡାନ୍ତ ସ୍ପଷ୍ଟତା ଆସିବ । ମାତ୍ର ଟ୍ରେଣ୍ଡ ଅନୁସାରେ, ବାମପନ୍ଥୀ ନେତା ଅନୁରା କୁମାରା ଦିସାନାୟକେ 52% ଭୋଟ ସହ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାର ନିକଟତର ହେଉଛନ୍ତି । 22 ପ୍ରତିଶତ ଭୋଟ ସହ ସାଜିତ ପ୍ରେମଦାସା ଦ୍ୱିତୀୟ ସ୍ଥାନରେ ଓ ବିଦାୟୀ ରାଷ୍ଟ୍ରପତି ରାନିଲ ବିକ୍ରେମିସିଂଙ୍ଘେ ମାତ୍ର 16 ପ୍ରତିଶତ ଭୋଟ୍ ସହ ତୃତୀୟ ସ୍ଥାନରେ ଅଛନ୍ତି । ଏହି ଟ୍ରେଣ୍ଡରେ ଫଳାଫଳରେ ପରିଣତ ହେଲେ ଶାସକ ଦଳ କ୍ଷମତାରୁ ହଟିବା ସହ ପ୍ରେମଦାସା ପୁଣି ଥରେ ମୁଖ୍ୟ ବିରୋଧୀ ଦଳର ନେତା ଭୂମିକାରେ ନଜର ଆସିବା ନିଶ୍ଚିତ ।

ଏହା ମଧ୍ୟ ପଢନ୍ତୁ:- ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଜାରି, ଆର୍ଥିକ ସଙ୍କଟ ପରେ ପ୍ରଥମ - SRI LANKA ELECTION

ଏହା ମଧ୍ୟ ପଢନ୍ତୁ:- 3 ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ; କ୍ବାଡ ସମ୍ମିଳନୀରେ ସାମିଲ ହେବେ, ବାଇଡେନଙ୍କୁ ଭେଟିବେ - Modi visits America

ଶ୍ରୀଲଙ୍କା ନିର୍ବାଚନ ଆୟୋଗର ମୁଖ୍ୟ ଆର.ଏମ.ଏଲ ରାଥନାୟାକେ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ, ଗତକାଲି ମୋଟ 13 ହଜାର ବୁଥରେ ମତଦାନ ଶେଷ ହୋଇଥିଲା । 25 ହଜାର କର୍ମଚାରୀ ନିର୍ବାଚନ ପରିଚାଳନାରେ ନିୟୋଜିତ ହୋଇଥିଲେ । ବ୍ୟାପକ ଫୋର୍ସ ମୁତୟନ ହୋଇଥିଲେ । ସକାଳ 7ଟାରୁ ସଂଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା । ଆଜି ଭୋଟଗଣତି ଜାରି ରହିଥିବା ବେଳେ ଆଉ କିଛି ଘଣ୍ଟା ମଧ୍ୟରେ ଫଳାଫଳ ପ୍ରକାଶ ପାଇବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଆର୍ଥିକ ସଙ୍କଟ ପରେ ପ୍ରଥମ ନିର୍ବାଚନ:-

2022 ମସିହାରେ ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ସଙ୍କଟ ସ୍ଥିତି ଦେଖାଯାଇଥିଲା । ଏହାର ପ୍ରଭାବ ସିଧା ଦେଶର ଶାସନକୁ ମଧ୍ୟ ଦୋହଲାଇ ଦେଇଥିଲା । ଦେଶବ୍ୟାପୀ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା । ଲକ୍ଷାଧିକ ଆନ୍ଦୋଳନକାରୀ ରାଜଧାନୀ କଲମ୍ବୋରେ ବିଶାଳ ପ୍ରତିବାଦ ସଭା କରିବା ସହ ରାଷ୍ଟ୍ରପତି ଭବନକୁ ଦଖଲକୁ ନେବାକୁ ପ୍ରୟାସ କରିଥିଲେ । ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସେ ଦେଶ ଛାଡି ପଳାୟନ କରିଥିଲେ । ବ୍ୟାପକ ଅସ୍ଥିରତା ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ ପ୍ରଧାନମନ୍ତ୍ରୀ ଓ ପରେ ରାଷ୍ଟ୍ରପତି ଭାବେ ଦାୟିତ୍ବ ମିଳିଥିଲା । ଏଥର ସେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ ସୁଦ୍ଧା ପରାଜୟର ଦ୍ବାରଦେଶରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.