ETV Bharat / international

ବ୍ରାଜିଲରେ ଭୟାନକ ବିମାନ ଦୁର୍ଘଟଣା, ଚାଲିଗଲା ୬୨ ଯାତ୍ରୀଙ୍କ ଜୀବନ, କ୍ରାସ୍ ଭିଡିଓ ଭାଇରାଲ - Plane crashes in Brazil - PLANE CRASHES IN BRAZIL

Plane crash in Brazil: ୬୨ ଜଣଙ୍କୁ ନେଇ ଉଡ଼ାଣ ଭରିଥିଲା ଏକ ଯାତ୍ରୀବାହୀ ବିମାନ । ଉଡ଼ାଣ ଭରିବାର ମାତ୍ର କିଛି କିଲୋମିଟର ଦୂରରେ ହେଲା କ୍ରାସ୍ । ମଝି ଆକାଶରେ ଘୁରି ଘୁରି ଖସି ପଡ଼ିଲା । କେମିତି ଘଟିଲା ବିମାନ ଦୁର୍ଘଟଣା, ଆସନ୍ତୁ ଜାଣିବା

ଆକାଶରୁ ଖସିପଡି ଜଳିଗଲା ବିମାନ, ୬୨ ଯାତ୍ରୀ ମୃତ
ଆକାଶରୁ ଖସିପଡି ଜଳିଗଲା ବିମାନ, ୬୨ ଯାତ୍ରୀ ମୃତ (Etv Bharat Odisha)
author img

By ETV Bharat Odisha Team

Published : Aug 10, 2024, 6:25 AM IST

Updated : Aug 10, 2024, 10:05 AM IST

ନୂଆଦିଲ୍ଲୀ: ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା । ବ୍ରାଜିଲର ସାଓ ପାଉଲୋରେ ଏକ ଯାତ୍ରୀବାହୀ ବିମାନ କ୍ରାସ ହୋଇଯାଇଛି । ବିମାନରେ ୫୮ ଜଣ ଯାତ୍ରୀ ଓ ୪ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୬୨ ଜଣ ଥିଲେ । ଏଥିରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ବିମାନ ଦୁର୍ଘଟଣା ସମୟର ହୃଦୟ ବିଦାରକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିମାନଟି ତଳକୁ ଖସି ପଡିବା ପରେ ଜଳି ଯାଇଥିଲା । ଏହି ଦୁର୍ଘଟଣାଗ୍ରସ୍ତ ବିମାନ ଖସି ପଡିବା ଯୋଗୁଁ କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି ।

ଯାହା ସୂଚନା ମିଳିଛି, ଭୋଏପାସ ଏୟାରଲାଇନ୍ସ ଦ୍ବାରା ପରିଚାଳିତ ଏହି ବିମାନ ଶୁକ୍ରବାର ପୂର୍ବାହ୍ନରେ ବ୍ରାଜିଲର କାସକାଭେଲରୁ ଉଡାଣ ଆରମ୍ଭ କରି ସାଓ ପାଉଲୋ ଅଭିମୁଖେ ଯାଉଥିଲା । ହେଲେ ସାଓ ପାଉଲୋଠାରୁ ୮୦ କିଲୋମିଟର ଦୂର ଭିନହେଡୋ ସହରରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡିଥିଲା । ଖବର ପାଇ ଅଗ୍ନିଶମ ଦଳ, ମିଲିଟାରୀ ପୋଲିସ, ସିଭିଲ ଡିଫେନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ କାହିଁକି ଦୁର୍ଘଟଣା ଘଟିଲା ତାହା ଜଣାପଡିନି । ଏନେଇ ବ୍ରାଜିଲ ଫେଡେରାଲ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଭିଡିଓରେ ଦେଖାଯାଉଛି, ବିମାନଟି ମଝି ଆକାଶରେ ନିୟନ୍ତ୍ରଣ ହରାଇ ଘୁରି ଘୁରି ଏକ ଆବାସିକ ଅଞ୍ଚଳ ମଧ୍ୟରେ ଖସି ପଡି ପଡୁଛି । ଏହାପରେ ମୋଟା କଳା ଧୂଆଁ ଉପରକୁ ଉଠୁଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି । ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍‌ଭା ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ମୃତକଙ୍କ ପରିଜନ ପ୍ରତି ସମାବେଦନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ : ବିମାନ ଯାତ୍ରୀଙ୍କ ପାଇଁ ମୃତ୍ୟୁର ଯନ୍ତା ପାଲଟିଛି କାଠମାଣ୍ଡୁ ! ପୁଣି ହେଲିକପ୍ଟର କ୍ରାସ, ୫ ମୃତ - Helicopter Crash in Nepal

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ତଳେ ନେପାଳର କାଠମାଣ୍ଡୁଠାରେ ଏମିତି ବିମାନ କ୍ରାସ ହୋଇଥିଲା । ଟେକ୍ ଅଫ୍ କରିବା ବେଳେ ରନୱେରେ ଏକ ଯାତ୍ରୀବାହୀ ବିମାନ କ୍ରାସ୍ ହୋଇଯାଇଥିଲା । ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

Last Updated : Aug 10, 2024, 10:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.