ହାଇଦ୍ରାବାଦ: ଇସ୍ରାଏଲରେ ମିସାଇଲ୍ ମାଡ କଲା ଲେବାନନ୍ । ମିସାଇଲ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଇସ୍ରାଏଲର ମାର୍ଗାଲିଓରେ ଲେବାନନ୍ ପକ୍ଷରୁ ମିସାଇଲ୍ ଆକ୍ରମଣ ହୋଇଛି । ମୃତକ ଓ ଆହତ କେରଳ ରାଜ୍ୟର ହୋଇଥିବା ଜଣାପଡିଛି । ହମାସ୍କୁ ସମର୍ଥନ କରି ଲେବାନନ୍ ଇସ୍ରାଏଲରେ ମିସାଇଲ୍ ଆକ୍ରମଣ କରିଛି ।
ଘଟଣା ସମ୍ପର୍କରେ ରେସକ୍ୟୁ ସର୍ଭିସେସ୍ ମ୍ୟାଗେନ୍ ଡେଭିଡ୍ ଆଡମ୍ ମୁଖପାତ୍ର ଜାକି ହେଲର୍ କହିଛନ୍ତି, "ସୋମବାର ଦିନ ପ୍ରାୟ 11ଟା ସମୟରେ ଇସ୍ରାଏଲର ଉତ୍ତର ସୀମାରେ ଥିବା ଗଲିଲୀ ଅଞ୍ଚଳର ମୋଶାଭ ମାର୍ଗାଲିଅଟରେ ମିସାଇଲ ମାଡ ହୋଇଥିଲା । ଏହି ଆକ୍ରମଣରେ କେରଳର କୋଲାମ ଅଞ୍ଚଳର ପାଟନିବିନ୍ ମ୍ୟାକ୍ସୱେଲଙ୍କ ମୃତ୍ୟୁ ଘଟିଛି । ତାଙ୍କ ମୃତଦେହ ଜିଭ୍ ହସ୍ପିଟାଲରେ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ସେହିପରି ଦୁଇ ଆହତ ହେଉଛନ୍ତି ବୁଶ ଜୋସେଫ ଜର୍ଜ ଏବଂ ପଲ ମେଲଭିନ୍ । ତାଙ୍କ ମୁହଁ ଓ ପୁରା ଶରୀରେ ଆଘାତ ଲାଗିଛି । ଜର୍ଜଙ୍କୁ ବେଇଲିନସନ ଡାକ୍ତରଖାନାକୁ ନିଆଯାଇଥିଲା । ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି । ଭାରତରେ ଥିବା ତାଙ୍କ ପରିବାର ଲୋକଙ୍କ ସହ ସେ ଖୁବଶିଘ୍ର କଥା ହୋଇପାରନ୍ତି ।"
ଏହା ମଧ୍ୟ ପଢନ୍ତୁ-ଇସ୍ରାଏଲ-ହମାସର ପ୍ରୟାସରେ ହିଁ ଦୂର ହେବ ଗାଜା ସଂକଟ: ଭାରତ
ମେଲଭିନ ସାମାନ୍ୟ ଆହତ ହୋଇଥିବାରୁ ଉତ୍ତର ଇସ୍ରାଏଲର ସଫେଦ ସହରର ଜିଭ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ କେରଳର ଇଡୁକ୍କି ଜିଲ୍ଲାର । ମିସାଇଲ ଆକ୍ରମଣରେ ଜଣେ ବିଦେଶୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ 7 ଜଣ ଆହତ ହୋଇଥିବା ଏମଡିଏ ପୂର୍ବରୁ କହିଛି। ଏହି ଆକ୍ରମଣ ଲେବାନନ ଥିବା ସିଆ ହିଜବୁଲା ଦଳ ଦ୍ୱାରା କରାଯାଇଛି । ଯିଏ ଗାଜାରେ ଚାଲିଥିବା ଯୁଦ୍ଧ ମଧ୍ୟରେ ହାମାସକୁ ସମର୍ଥନ କରି 8 ଅକ୍ଟୋବରରୁ ଉତ୍ତର ଇସ୍ରାଏଲରେ ପ୍ରତିଦିନ ରକେଟ୍, ମିଜାଇଲ ଏବଂ ଡ୍ରୋନ୍ ମାଡ କରୁଛି ।
ସୋମବାର ଇସ୍ରାଏଲ୍ ଡିଫେନ୍ସ ଫୋର୍ସ (ଆଇଡିଏଫ୍) କହିଛି ଯେ ମିସାଇଲ ମାଡର ଜବାବ ଦିଆଯାଇଛି । ଏମଡିଏ (Magen David Adom) କହିଛି ଯେ, ହିଜବୁଲା ପରିସରରେ ଆକ୍ରମଣା କରାଯାଇଛି । ଯେଉଁଠାରେ ସିଆ ହିଜବୁଲାର ସଦସ୍ୟମାନେ ଦକ୍ଷିଣ ଲେବାନନ୍ ଚିହିନ୍ ସହରରେ ଏକାଠି ହୋଇଥିଲେ । ସେହିପରି ଆୟତା ଆସ-ଶାହାବ ହିଜବୁଲାର ଅନ୍ୟ ଏକ ସ୍ଥାନରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଅକ୍ଟୋବର 8ରୁ ହିଜାବୁଲ ଇସ୍ରାଏଲର ସାମରିକ ଘାଟି ଉପରେ ଆକ୍ରମଣ କରୁଚି । ଗାଜାକୁ ସମର୍ଥନ କରି ସେ ଏପରି କରୁଥିବା କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ