ETV Bharat / international

ବିଶ୍ୱର 10 ସବୁଠୁ ସୁଖୀ ଦେଶ: ଏହି ଦେଶର ନାଗରିକ ଅଧିକ ସୁଖୀ, ଜାଣନ୍ତୁ କାହିଁକି ? - happiest Country in the World

author img

By ETV Bharat Odisha Team

Published : Jul 16, 2024, 1:52 PM IST

TOP 10 happiest Countries in the World for 2024: ନିକଟରେ ପ୍ରକାଶ ପାଇଛି ଦ ଓ୍ବାର୍ଲ୍ଡ ହାପିନେସ ରିପୋର୍ଟ ୨୦୨୪ (ବିଶ୍ୱ ସୁଖୀ ତଥ୍ୟ ୨୦୨୪) । ଏହି ରିପୋର୍ଟ ଅନୁଯାୟୀ ବିଶ୍ୱର ୧୦ ସୁଖୀ ଦେଶ ଲିଷ୍ଟରେ ଆମେରିକା, ବ୍ରିଟେନ, ଚୀନ ଭଳି ଅର୍ଥନୈତିର ସୁଦୃଢ ଦେଶ ନାହାନ୍ତି ବରଂ ଏହି ଲିଷ୍ଟରେ ରହିଛନ୍ତି ଅନେକ ଛୋଟ ଛୋଟ ଦେଶ । ୯ଟି ୟୁରୋପୀୟ ଦେଶ ଶୀର୍ଷ ୧୦ ସୁଖୀ ଦେଶ ମଧ୍ୟରେ ରହିଥିବା ବେଳେ ମାତ୍ର ଗୋଟିଏ ଅଣୟୁରୋପୀୟ ଦେଶ ଏହି ଲିଷ୍ଟରେ ସ୍ଥାନ ପାଇଛି । ଜାଣନ୍ତୁ ବିଶ୍ୱର ସୁଖୀ ଦେଶଗୁଡିକ କଣ କଣ ଓ ଏହି ଦେଶ କେଉଁ କାରଣରୁ ସୁଖୀ

TOP 10 happiest Countries in the World for 2024
TOP 10 happiest Countries in the World for 2024 (Getty image)

ହାଇଦ୍ରାବାଦ: ସୁଖୀ ରହିବା ଏକ ଲକ୍ଷ୍ୟ ନୁହେଁ, ଏହା ଜୀବନ ବଞ୍ଚିବାର ଏକ ଶୈଳୀ । ଗୋଟିଏ ଦେଶର ନାଗରିକମାନଙ୍କର ଜୀବନ ଶୈଳୀକୁ ନେଇ ସେହି ଦେଶ କେତେ ସୁଖୀ ଆକଳନ କରାଯାଏ । ନିକଟରେ ପ୍ରକାଶ ପାଇଛି ଦ ଓ୍ବାର୍ଲ୍ଡ ହାପିନେସ ରିପୋର୍ଟ ୨୦୨୪ ( ବିଶ୍ୱ ସୁଖୀ ତଥ୍ୟ ୨୦୨୪) । ସାମାଜିକ ସହଯୋଗ, କର୍ମମୟ ଜୀବନରେ ସନ୍ତୁଳନ, ଅର୍ଥନୈତିକ ସ୍ଥିରତା ଭଳି ଦିଗକୁ ନେଇ ଯାଞ୍ଚ କରି ଏହି ରିପୋର୍ଟ ପ୍ରକାଶ କରିଛି କେଉଁ ଦେଶ ସବୁଠୁ ସୁଖୀ । ତେବେ ଅର୍ଥନୈତିକ କ୍ଷେତ୍ରରେ ଆଗରେ ଥିବା ଦେଶ ଅର୍ଥାତ ଆମେରିକା, ବ୍ରିଟେନ, ଚୀନ ଭଳି ରାଷ୍ଟ୍ର ଏହି ରିପୋର୍ଟରେ ଆଗରେ ନାହାନ୍ତି ବରଂ ଛୋଟ ଛୋଟ ଦେଶର ନାଗରିକମାନେ ବେଶ ଖୁସିରେ ଥିବା ରିପୋର୍ଟରୁ ଜଣାପଡିଛି । ତେବେ ଆସନ୍ତୁ ଜାଣିବା ବିଶ୍ୱର ସୁଖୀରେ ଥିବା ୧୦ ଦେଶ ବିଷୟରେ...

ଦଶମ ସ୍ଥାନରେ ଅଷ୍ଟ୍ରେଲିଆ (Australia): ଏକମାତ୍ର ଅଣୟୁରୋପିଆନ ଦେଶ ଅଷ୍ଟ୍ରେଲିଆ ଶୀର୍ଷ ୧୦ ସୁଖୀ ଦେଶ ମଧ୍ୟରେ ରହିଛି । ଏହାର ହାପିନେସ ସ୍କୋର ୭.୦୫୭ । ଦୃଢ ଅର୍ଥନୀତି, ଗଣତାନ୍ତ୍ରିକ ଅନୁଷ୍ଠାନ ଓ ଉଚ୍ଚମାନର ଜୀବନଶୈଳୀ ମାନଦଣ୍ଡରେ ଅଷ୍ଟ୍ରେଲିଆ ଅନ୍ୟ ଦେଶ ତୁଳନାରେ ବେଶ ଉନ୍ନତ । ଅଷ୍ଟ୍ରେଲିଆ ନାଗରିକମାନଙ୍କର କର୍ମମୟ ଜୀବନ ବେଶ ସନ୍ତୁଳିତ, ପରସ୍ପର ପ୍ରତି ସହଯୋଗୀ ଓ ସୁନ୍ଦର ପରିବେଶରେ ରହି ପ୍ରକୃତିକୁ ଉପଭୋଗ କରିଥାନ୍ତି ।

ଶୀର୍ଷ ୧୦ ଦେଶ ମଧ୍ୟରେ ନବମରେ ସୁଇଜରଲ୍ୟାଣ୍ଡ (Switzerland): ରିପୋର୍ଟ ଅନୁଯାୟୀ ବିଶ୍ୱର ନବମ ସୁଖୀ ଦେଶ ହେଉଛି ସୁଇଜରଲ୍ୟାଣ୍ଡ । ଅର୍ଥନୈତିକ କ୍ଷେତ୍ରରେ ଏହି ଦେଶ ବେଶ ସୁଦୃଢ । ଏହି ଦେଶର ହାପିନେସ ସ୍କୋର ୭.୦୬୦ । ଅନ୍ୟ ଦେଶ ତୁଳନାରେ ଏହି ଦେଶର ନାଗରିକମାନଙ୍କର ମୁଣ୍ଡପିଛା ଆୟ ବେଶ ଅଧିକ ଓ ଏଠାରେ ଦୁର୍ନୀତି ମଧ୍ୟ କମ ହୋଇଥାଏ । ସୁଇଜରଲାଣ୍ଡ ନାଗରିକ କେବଳ ଆର୍ଥିକ କ୍ଷେତ୍ରରେ ନୁହନ୍ତି ବରଂ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ବେଶ ଉନ୍ନତ । ଏହି ଦେଶର ରାଜନୈତିକ ସ୍ଥିରତା ଓ ପ୍ରତିବଦ୍ଧତା ଏବଂ ପରିବେଶ ସନ୍ତୁଳନ ନାଗରିକମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ପ୍ରଦାନ କରିଥାଏ ଓ ଦେଶକୁ ସୁଖୀ ବନାଇଥାଏ ।

ଲକ୍‌ଜମବର୍ଗ (Luxembourg): ୟୁରୋପ ମହାଦ୍ୱୀପରେ ଅବସ୍ଥିତ ଏହି ଛୋଟ ଦେଶଟି ବିଶ୍ୱର ସୁଖୀ ଦେଶ ମଧ୍ୟରେ ଅଷ୍ଟମରେ ରହିଛି । ଏହାର ହାପିନେସ ସ୍କୋର ୭.୧୨୨ । ୟୁରୋପର ଏକ କ୍ଷୁଦ୍ର ଦେଶ ହେଲେ ମଧ୍ୟ ଏହି ଦେଶର ନାଗରିକମାନଙ୍କର ଜୀବନଶୈଳୀ ବେଶ ଉଚ୍ଚମାନର । ଦେଶର ମୁଣ୍ଡପିଛା ଜାତୀୟ ଆୟ ବେଶ ଅଧିକ । ଯାହା ଏହି ଦେଶକୁ ଆର୍ଥିକ କ୍ଷେତ୍ରରେ ସ୍ଥିରତା ପ୍ରଦାନ କରେ । ଏହି ଦେଶ ନିଜର ବହୁଭାଷିକ ସଂସ୍କୃତି, ଦୃଢ ଅର୍ଥନୀତି, ସୁନ୍ଦର ପରିବେଶ ଲୋକମାନଙ୍କ ଜୀବନଶୈଳୀକୁ ବେଶ ପ୍ରଭାବିତ କରିଥାଏ । ବିକଶିତ ସାମାଜିକ ସହଯୋଗିତା ଓ ଉତ୍ତମ ସ୍ୱାସ୍ଥ୍ୟସେବା ଦେଶକୁ ସୁଖୀ ରଖିବାରେ ସାହାଯ୍ୟ କରେ ।

ନରଓ୍ବେ(Norway): ୟୁରୋପୀୟ ଦେଶ ନରଓ୍ବେ ବିଶ୍ୱର ଶୀର୍ଷ ୧୦ ସୁଖୀ ଦେଶ ମଧ୍ୟରେ ସପ୍ତମ ସ୍ଥାନ ଅଧିକାର କରିଛି । ଏହି ଦେଶର ହାପିନେସ ସ୍କୋର-୭.୩୦୨ । ଏହାର ଉଚ୍ଚ ମୁଣ୍ଡପିଛା ଆୟ, ସାମାଜିକ ସହଯୋଗ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଲୋକମାନଙ୍କୁ ବେଶ ଖୁସିରେ ରଖିଥାଏ । ନରଓ୍ବେ ସରକାର ନିଜ ନାଗରିକମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ଉନ୍ନତି ପାଇଁ ଅଧିକ ବ୍ୟୟବରାଦ କରିଥାନ୍ତି ଓ ଏହି ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟ ଜୀବନଶୈଳୀକୁ ବେଶ ପ୍ରଭାବିତ କରିଥାଏ ।

ଏହାମଧ୍ୟ ପଢନ୍ତୁ.. ଏଭଳି ଦେଶ; ମାଟିତଳେ ହୀରା ଖଣି, ହେଲେ ଦାରିଦ୍ର୍ୟରେ ସଢୁଛନ୍ତି ଦେଶବାସୀ - 10 POOR COUNTRIES IN THE WORLD

ନେଦରଲାଣ୍ଡ୍ସ(Netherlands): ବିଶ୍ବର ସୁଖୀ ଦେଶ ମଧ୍ୟରେ ଷଷ୍ଠରେ ରହିଛି ନେଦରଲାଣ୍ଡ୍ସ । ଏହାର ସାମାଜିକ ସହଯୋଗିତା, ସ୍ଥାୟୀ ଅର୍ଥନୀତି, ସୁସ୍ଥ କର୍ମମୟ ଜୀବନ ଏଠାକାର ନାଗରିକମାନଙ୍କୁ ସୁଖୀ ରଖିଥାଏ । ବିକଶିତ ଭିତ୍ତିଭୂମୀ, ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା ନାଗରିକମାନଙ୍କୁ ସୁଖଃପ୍ରଦ ଜୀବନ ପ୍ରଦାନ କରିଥାଏ ।

ଇସ୍ରାଏଲ(Israel): ମଧ୍ୟପ୍ରାଚ୍ୟ ଦେଶ ମଧ୍ୟରେ ଇସ୍ରାଏଲ ସବୁଠୁ ସୁଖୀ ଦେଶ ହୋଇଥିବା ବେଳେ ବୈଶ୍ୱିକ ସ୍ତରରେ ଏହି ଦେଶ ପଞ୍ଚମରେ ରହିଛି । ଏହାର ହାପିନେସ ସ୍କୋର ୭.୩୪୧ । ଦୃଢ ଅର୍ଥନୀତି, ଗଣତାନ୍ତ୍ରିକ ଅନୁଷ୍ଠାନ, ସମୃଦ୍ଧ ସଂସ୍କୃତି ଏହି ଦେଶର ନାଗରିକମାନଙ୍କ ଉତ୍ତମ ଜୀବନଶୈଳୀ ପାଇଁ ସ୍ଥାୟୀତ୍ୱ ପ୍ରଦାନ କରିଥାଏ ।

ସ୍ୱିଡେନ (Sweden): ବିଶ୍ୱର ଶୀର୍ଷ ୧୦ ସୁଖୀ ଦେଶ ମଧ୍ୟରେ ସ୍ୱିଡେନର ସ୍ଥାନ ଚତୁର୍ଥ । ଏହାର ହାପିନେସ ସ୍କୋର-୭.୩୪୪ । ଦେଶର ସ୍ଥାୟୀ ଅର୍ଥନୀତି, ସ୍ୱାସ୍ଥ୍ୟସେବା, ଶିକ୍ଷା, ସାମାଜିକ ସେବା ନାଗରିକମାନଙ୍କୁ ସୁଖୀ କରିଥାଏ ।

ଆଇସଲାଣ୍ଡ୍(Iceland): ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଆଇସଲାଣ୍ଡର ଦେଶବାସୀ ବେଶ ଉନ୍ନତମାନର ଜୀବନଶୈଳୀ ବିତାଇଥାନ୍ତି । ବିଶ୍ୱର ଶୀର୍ଷ ୧୦ ସୁଖୀ ଦେଶ ମଧ୍ୟରେ ଏହାର ସ୍ଥାନ ତୃତୀୟ । ଏହି ଦେଶର ହାପିନେସ ସ୍କୋର ୭.୫୨୫ । ଆଇସଲାଣ୍ଡ୍ ନାଗରିକମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରିବାକୁ ପସନ୍ଦ କରିଥାନ୍ତି ।

ଡେନମାର୍କ(Denmark): ବିଶ୍ୱର ସୁଖୀ ଦେଶ ମଧ୍ୟରେ ଦ୍ୱିତୀୟରେ ରହିଛି ଡେନମାର୍କ । ଏହାର ହାପିନେସ ସ୍କୋର- ୭.୫୮୩ । ଏହି ଦେଶ ନିଜର ଉଚ୍ଚସ୍ତରୀୟ ସମାନତା ଓ ବ୍ୟାପକ ସମାଜ ମଙ୍ଗଳ ବ୍ୟବସ୍ଥା ପାଇଁ ବେଶ ପରିଚିତ । ଯେଉଁଥିରେ ମାଗଣା ସ୍ୱାସ୍ଥ୍ୟସେବା, ଶିଶୁମାନଙ୍କ ଯତ୍ନ ନେବା ପାଇଁ ସବସିଡି, ଟ୍ୟୁସନ ମୁକ୍ତ ବିଶ୍ୱବିଦ୍ୟାଳୟ ଓ ଉଦାର ପେନସନ ଯୋଜନା ଅନ୍ତର୍ଭୂକ୍ତ । ଏହି କାରଣଗୁଡିକ ପାଇଁ ନାଗରିକମାନେ ଉଚ୍ଚମାନର ଜୀବନଶୈଳୀ କାଟିବାରେ ସକ୍ଷମ ହୋଇଥାନ୍ତି ।

ଫିନଲାଣ୍ଡ୍ (Finland): ବିଶ୍ୱର ସବୁଠୁ ସୁଖୀ ଦେଶ ହେଉଛି ଫିନଲାଣ୍ଡ୍ । ଲଗାତର ଅନେକ ବର୍ଷ ହେଲା ଫିନଲାଣ୍ଡ ବିଶ୍ୱର ସବୁଠୁ ସୁଖୀ ଦେଶ ଭାବରେ ନମ୍ବର ଓ୍ବାନ ସ୍ଥାନରେ ରହିଆସୁଛି । ଏହି ଦେଶର ହାପିନେସ ସ୍କୋର- ୭.୭୪୧ । ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟ, ଦୃଢ ସାମାଜିକ ସହଯୋଗ ବ୍ୟବସ୍ଥା, ନିମ୍ନ ସ୍ତରର ଦୁର୍ନୀତି ଓ କର୍ମମୟ କ୍ଷେତ୍ରରେ ଏକ ସୁସ୍ଥ ଜୀବନଶୈଳୀ ସୁଖୀ ଦେଶ ରହିବାର ପ୍ରମୁଖ କାରଣ । ଫିନଲାଣ୍ଡ ନାଗରିକ ଏକ ଉଚ୍ଚମାନର ଜୀବନଶୈଳୀ ଅତିବାହିତ କରନ୍ତି । ଦୃଢ ସାମ୍ପ୍ରଦାୟିକ ଭାବନା ଓ ଅନ୍ୟମାନଙ୍କ ସାହାଯ୍ୟ କରିବାର ପ୍ରବୃତ୍ତି ଓ ଉଦ୍ଦେଶ୍ୟ ଏମାନଙ୍କୁ ଖୁସି ଦେଇଥାଏ । ଯେଉଁଥିପାଇଁ ଏହି ଦେଶ ପୃଥିବୀର ସବୁଠୁ ସୁଖୀ ଦେଶ ଭାବେ ପରିଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.