ETV Bharat / international

ହେଲିକପ୍ଟର କ୍ରାସରେ ଇରାନ ରାଷ୍ଟ୍ରପତି ମୃତ; ଶୋକ ପ୍ରକାଶ କଲେ ମୋଦି - PRESIDENT EBRAHIM RAIS DIED

Iran Helicopter Crash: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଦୁର୍ଘଟଣା । ଠାବ ହେଲା ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର । ମାତ୍ର ଏଥିରେ ରାଷ୍ଟ୍ରପତିଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା । ଅଧିକ ପଢନ୍ତୁ

ପାହାଡରେ କ୍ରାସ ହେଲା ହେଲିକପ୍ଟର, ଇରାନ ରାଷ୍ଟ୍ରପତି ମୃତ !
ପାହାଡରେ କ୍ରାସ ହେଲା ହେଲିକପ୍ଟର, ଇରାନ ରାଷ୍ଟ୍ରପତି ମୃତ ! (ETV Bharat Odisha)
author img

By ETV Bharat Odisha Team

Published : May 20, 2024, 9:44 AM IST

Updated : May 20, 2024, 2:15 PM IST

ନୂଆଦିଲ୍ଲୀ: ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ହୋଇଛି । ତାଙ୍କ ସହ ହେଲିକପ୍ଟରରେ ଯାତ୍ରା କରୁଥିବା ବୈଦେଶିକ ମନ୍ତ୍ରୀ ହୋସେନ ଅମିର୍ ଅବଦୋଲ୍ଲାହାନଙ୍କ ଏବଂ ଅନ୍ୟ ଅଧିକାରୀମାନେ ମଧ୍ୟ ପ୍ରାଣ ହରାଇଛନ୍ତି । ଏନେଇ ଆଜି(ସୋମବାର) ଇରାନ ସରକାରୀ ନ୍ୟୁଜ ଏଜେନ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗତକାଲିଠାରୁ ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାରକାରୀ ଟିମ୍ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଠାବ କରିଥିଲେ । ତେବେ କ୍ରାସ ପରେ ହେଲେକପ୍ଟରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ଦେଖାଯାଇଛି । ଦୁର୍ଘଟଣାସ୍ଥଳରୁ ରଇସିଙ୍କ ସମେତ ଅନ୍ୟମାନଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଡ୍ରୋନ ଜରିଆରେ ହେଲିକପ୍ଟରଟିକୁ ଠାବ କରାଯାଇଛି । ଗତକାଲି ଆଜରବାଇଜାନ ସୀମାନ୍ତ ଜୋଲଫା ସହର ନିକଟରେ ପାହାଡି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ଖରାପ ପାଗ ଭିତରେ ଦୀର୍ଘ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଉଦ୍ଧାରକାରୀ ଟିମକୁ ରାଷ୍ଟ୍ରପତିଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ସନ୍ଧାନ ମିଳିଛି । ଡ୍ରୋନ ଫୁଟେଜ ଅନୁସାରେ, ଉକ୍ତ ହେଲିକପ୍ଟରଟି କ୍ରାସ ପରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏହି ହେଲିକପ୍ଟରରେ ରାଷ୍ଟ୍ରପତି ରଇସିଙ୍କ ସମେତ ମୋଟ ୯ ଜଣ ଯାତ୍ରୀ ଥିଲେ । ପୂର୍ବ ଆଜରବାଇଜାନ ଗଭର୍ଣ୍ଣର, ଇମାମ ମହମ୍ମଦ ଅଲ୍ଲୀ ହସେମ ମୃତକଙ୍କ ମଧ୍ୟରେ ରହିଥିବା ଜଣାପଡିଛି ।

ଏନେଇ ଇରାନୀୟ ରେଡ୍ କ୍ରେସେଣ୍ଟ ସୋସିଆଟି ଅଧ୍ୟକ୍ଷ ପିର୍ ହୋସେନ କୋଲିଭାନ୍ଦ କହିଥିଲେ ଯେ, ଉଦ୍ଧାରକାରୀ ଦଳ ଆଜି ସକାଳେ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ନିକଟରେ ପହଞ୍ଚିଛନ୍ତି । ତେବେ ରାଷ୍ଟ୍ରପତିଙ୍କ ସମ୍ପର୍କରେ ସେ ଅଧିକ କିଛି ସୂଚନା ନଦେଇ କେବେଳ ''ପରିସ୍ଥିତି ଭଲ ନାହିଁ'' ବୋଲି କହିଥିଲେ । ଏଥିରୁ ରାଷ୍ଟ୍ରପତିଙ୍କ ଜୀବନ ପ୍ରତି ବିପଦ ସ୍ପଷ୍ଟ ସଙ୍କେତ ମିଳିଲା । ଏବେ ଦେଶର ସରକାରୀ ନ୍ୟୁଜ ଏଜେନ୍ସି ଏ କଥାକୁ ସ୍ପଷ୍ଟ କରିଛି ।

ଏହା ମଧ୍ୟ ପଢନ୍ତୁ: ଇରାନ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ମିଳୁନି ଇବ୍ରାହିମ ରଇସିଙ୍କ ପତ୍ତା ! - Iran President Helicopter Crash

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆଜରବାଇଜାନ ଓ ଇରାନ ସୀମାନ୍ତ ଆରସ ନଦୀରେ ଏକ ସେତୁ ଉଦଘାଟନ କାର୍ଯ୍ୟକ୍ରମ ଥିଲା । ଏଥିରେ ଆଜରବାଇଜାନର ରାଷ୍ଟ୍ରପତି ଇଲହାମ ଅଲିୟେଭ ଓ ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଯୋଗ ଦେଇଥିଲେ । ସେଠାରୁ ରଇସି ଫେରିବା ସମୟରେ ରାଜଧାନୀ ତେହରାନରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ଜୋଲଫା ସହ ସୀମାନ୍ତରେ ଏହି ଦୁର୍ଘଟଣା ଘଟିଥିଲା । ଘନ କୁହୁଡି ଯୋଗୁଁ ହେଲିକପ୍ଟରଟି ପାହାଡରେ ମାଡ ହେବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ସେନାବାହିନୀ, ଇସଲାମିକ ରିଭୋଲ୍ୟୁସନ ଗାର୍ଡ କର୍ପସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ବର୍ଷା ଓ କୁହୁଡି ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ସେପଟେ ସାରା ଦେଶରେ ରାଷ୍ଟ୍ରପତି ଏବଂ ହେଲିକପ୍ଟରରେ ଥିବା ଅନ୍ୟମାନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା ହୋଇଥିଲା । ଶେଷରେ ଦୀର୍ଘ ଘଣ୍ଟାର ଅପରେସନ ପରେ ଯଦିଓ ହେଲିକପ୍ଟରଟିକୁ ଠାବ କରାଯାଇଛି, କିନ୍ତୁ ଏଥିରେ କେହି ଜୀବିତ ଥିବାର ସୂଚନା ନାହିଁ ।

Last Updated : May 20, 2024, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.