ETV Bharat / international

ବିଶ୍ବରେ ପ୍ରାଣ ପ୍ରତିଷ୍ଠା ନେଇ ଉତ୍ସାହ; ଟାଇମ୍ସ ସ୍କୋୟାରରେ ଦର୍ଶନ ଦେଲେ ରାମଲାଲା

Ram Mandir Pran Pratistha ceremony worlwide: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ବିଶ୍ବରେ ଉତ୍ସାହର ମାହୋଲ । ରାମଲାଲାଙ୍କ ଫଟୋଚିତ୍ରରେ ଆଲୋକିତ ହେଲା ଆମେରିକାର ଆଇକନିକ ଟାଇମ୍ସ ସ୍କୋୟାର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 22, 2024, 10:27 PM IST

Updated : Jan 23, 2024, 1:24 PM IST

Pran Pratistha ceremony worlwide
Pran Pratistha ceremony worlwide

ହାଇଦ୍ରାବାଦ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଲାଗି ଉତ୍ସବମୁଖର ସାରା ବିଶ୍ବ । ଭାରତ ସମେତ ବିଦେଶରେ ମଧ୍ୟ ରାମଲାଲାଙ୍କ ଅଯୋଧ୍ୟା ଆଗମନକୁ ଧୁମଧାମରେ ସ୍ବାଗତ କରାଯାଇଛି । ଦେଶଠୁ ଦୂରରେ ଥାଇ ମଧ୍ୟ ସମସ୍ତ ଭାରତୀୟଙ୍କ ମଧ୍ୟରେ ସମାନ ଉତ୍ସାହ, ଉଦ୍ଦୀପନା ଭରି ରହିଥିବା ଦେଖିବାକୁ ମିଳିଛି । ଆମେରିକାର ନ୍ୟୁୟର୍କ ସହର ସ୍ଥିତ ଟାଇମ୍ସ ସ୍କୋୟାର ରାମଲାଲାଙ୍କ ଫଟୋଚିତ୍ର ସହିତ ଆଲୋକିତ ହୋଇଉଠିଛି । ସେହିପରି ନେପାଳ ସ୍ଥିତ ମାତା ସୀତାଙ୍କ ଜନ୍ମସ୍ଥାନ ଜାନକପୁରରେ ଦୀପାବଳି ପାଳିଛନ୍ତି ସ୍ଥାନୀୟ ବାସୀ ।

Pran Pratistha
ନେପାଳ ମାତା ସୀତାଙ୍କ ଜନ୍ମସ୍ଥାନ କୁହାଯାଉଥିବା 'ଜାନକପୁର'ରେ ଦୀପାବଳି

ଟାଇମ ସ୍କୋୟାରରେ ରାମଲାଲା:- ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଲାଗି ନ୍ୟୁୟର୍କ ସହର ସ୍ଥିତ ଟାଇମ ସ୍କୋୟାର ବିଲବୋର୍ଡରେ ରାମଲାଲାଙ୍କ ୩ଡି ପ୍ରତିଛବି ଦେଖିବାକୁ ମିଳିଥିଲା । ଏଠାରେ ଭାରତୀୟମାନେ ଏକତ୍ରିତ ହୋଇ ରାମଲାଲାଙ୍କ ଦର୍ଶନ କରିଥିଲେ । ପାରମ୍ପରିକ ଭାରତୀୟ ପୋଷାକ ପିନ୍ଧି ପ୍ରବାସୀ ଭାରତୀୟ ଏକତ୍ରିତ ହୋଇଥିବା ବେଳେ ହାତରେ ଥିଲା ଗୈରିକ ରଙ୍ଗର ପତାକା । ଯେଉଁଥିରେ ରାମଲାଲାଙ୍କ ଫଟୋଚିତ୍ର ରହିଥିଲା । ଏଠାରେ ଭାରତୀୟମାନେ ଭଜନ ଗାନ କରି ରାମଙ୍କ ଆଗମନକୁ ସ୍ବାଗତ କରିଥିଲେ । ଯାହାକି ଭାରତୀୟ ଏକତାକୁ ଦର୍ଶାଇଥିଲା । ଏହାସହିତ ପାରମ୍ପରିକ ନୃତ୍ୟକୁ ଉପଭୋଗ କରିଥିଲେ ପ୍ରବାସୀ ଭାରତୀୟ ।

ଏହା ବି ପଢନ୍ତୁ- ଜନ୍ମସ୍ଥାନକୁ ଫେରିଲେ ରଘୁନନ୍ଦନ; ଦିବ୍ୟ ରୂପ ଦର୍ଶନ କରି କୃତାର୍ଥ ଭକ୍ତ

ଅନ୍ୟପଟେ ଜାପାନରେ ରହୁଥିବା ପ୍ରବାସୀ ଭାରତୀୟ ମଧ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପାଳନ କରିଛନ୍ତି । ଏ ନେଇ ଜାପାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କିଛି ଫଟୋ ଓ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ପ୍ରବାସୀ ଭାରତୀୟ ଭର୍ଚ୍ଚୁଆଲ ମାଧ୍ୟମରେ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛନ୍ତି । ସେହିପରି ନେପାଳରେ ମାତା ସୀତାଙ୍କ ଜନ୍ମସ୍ଥାନ କୁହାଯାଉଥିବା 'ଜାନକପୁର'ରେ ଶ୍ରଦ୍ଧାଳୁମାନେ ୨.୫ ଲକ୍ଷ ଦୀପ ଜଳାଇ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ପାଳନ କରିଛନ୍ତି । ପ୍ରଭୁ ରାମ (ଜ୍ବାଇଁ ) ଘରକୁ ପ୍ରତ୍ୟାବର୍ତ୍ତନ କରିଥିବା ଖୁସିରେ ଏଠାକାର ଲୋକେ ଦୀପାବଳି ପାଳନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 23, 2024, 1:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.