ETV Bharat / health

ଘାତକ ସାଜିପାରେ ହେପାଟାଇଟିସ୍; ଓଡ଼ିଶାରେ ୨-୮% ଲୋକ ଆକ୍ରାନ୍ତ, ଯତ୍ନ ନନେଲେ ଯାଇପାରେ ଜୀବନ - Hepatitis Symptoms Prevention

author img

By ETV Bharat Odisha Team

Published : Jul 28, 2024, 8:48 PM IST

Hepatitis Disease Symptoms And Prevention: ପ୍ରତିବର୍ଷ ୨୮ ଜୁଲାଇ ସାରା ବିଶ୍ୱରେ ହେପାଟାଇଟିସ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏହି ରୋଗର ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ମଧ୍ୟରେ ହେପାଟାଇଟିସ୍ ସଂକ୍ରମଣ ବିଷୟରେ ସଚେତନତା ସୃଷ୍ଟି କରିବା । ତେବେ ଆଜି ବିଶ୍ୱ ହେପାଟାଇଟିସ ଦିବସ ଅବସରରେ ଚାଲନ୍ତୁ ଜାଣିବା ଏହି ରୋଗ ନେଇ ଓଡ଼ିଶାର ସ୍ଥିତି କ'ଣ ରହିଛି ଏବଂ ଏହି ରୋଗର କାରଣ, ନିରାକରଣ ବିଷୟରେ କ'ଣ କହୁଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମନୋଜ କୁମାର ସାହୁ ।

ହେପାଟାଇଟିସ୍ ରୋଗ କଣ, ଲକ୍ଷଣ ଏବଂ ନିରାକରଣ
ହେପାଟାଇଟିସ୍ ରୋଗ କଣ, ଲକ୍ଷଣ ଏବଂ ନିରାକରଣ (Getty, ETV Bharat Odisha)

ଭୁବନେଶ୍ବର: ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଦୂର କରିବାରେ ଯକୃତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ ଏବଂ ଖରାପ ଜୀବନଶୈଳୀ ହେତୁ ଅନେକ ଲୋକ ହେପାଟାଇଟିସ୍ ପରି ଗୁରୁତର ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ହେପାଟାଇଟିସ B ଏବେ ବିଶ୍ୱର ସବୁଠାରୁ ବଡ ଘାତକ ରୋଗ ଭାବେ ପରିଗଣିତ ହୋଇଛି । ଏହି ରୋଗ ଦ୍ୱାରା ପ୍ରତ୍ୟେକ ବର୍ଷ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ତେବେ ଏହି ରୋଗ ବିଷୟରେ ଅନେକ ଲୋକ ଅବଗତ ନଥିବାରୁ ପ୍ରତିବର୍ଷ ବିଶ୍ୱରେ କୋଟି କୋଟି ଲୋକ ଏଥିରେ ସଂକ୍ରମିତ ହୋଇ ମୃତ୍ୟୁମୁଖରେ ମଧ୍ୟ ପଡିଥାନ୍ତି । ୮୭ ପ୍ରତିଶତ ଲୋକ ଏହି ରୋଗ ସମ୍ପର୍କରେ ଜାଣିନଥିବା କହିଛନ୍ତି ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ । ତେବେ ଏହି ରୋଗର ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୨୮ ଜୁଲାଇ ସାରା ବିଶ୍ୱରେ ହେପାଟାଇଟିସ ଦିବସ ଭାବେ ପାଳନ କରାଯାଏ । ଆଜି ବିଶ୍ୱ ହେପାଟାଇଟିସ ଦିବସ ଅବସରରେ ଚାଲନ୍ତୁ ଜାଣିବା ଏହି ରୋଗ ନେଇ ଓଡ଼ିଶାର ସ୍ଥିତି କ'ଣ ରହିଛି ଏବଂ ଏହି ରୋଗର କାରଣ ଏବଂ ନିରାକରଣ ବିଷୟରେ ।

ଘାତକ ସାଜିପାରେ ହେପାଟାଇଟିସ୍ (ETV Bharat Odisha)

ଓଡ଼ିଶାରେ ୨-୮% ଲୋକ ଆକ୍ରାନ୍ତ

ତେବେ ପ୍ରଫେସର ମନୋଜ ସାହୁ କହିଛନ୍ତି ଯେ, ହେପାଟାଇଟିସ୍‌ର ୫ଟି ଷ୍ଟ୍ରେନ୍ ରହିଛି । ହେପାଟାଇଟିସ A, B, C, D ଏବଂ E । ଏହା ମଧ୍ୟରୁ ହେପାଟାଇଟିସ୍ B ଏବଂ C ଯୋଗୁଁ ଭାରତରେ ଅଧିକ ମାତ୍ରାରେ ଲିଭର ସିରୋସିସ ଏବଂ ଲିଭର କ୍ୟାନ୍ସର ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ହେପାଟାଇଟିସ B ଏବଂ C ରୋଗରେ ବିଶ୍ୱରେ 3.04 ମିଲିୟନ ଶିକାର ହୋଇଥିବା ବେଳେ ଦେଶରେ ୩୫ ଲକ୍ଷରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ହୋଇସାରିଛନ୍ତି । ଓଡ଼ିଶାରେ ୨ ରୁ ୮ ପ୍ରତିଶତ ଲୋକ ହେପାଟାଇଟିସ B ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି । ଏହି ସଂଖ୍ୟା ଦୃତ ଗତିରେ ବଢ଼ି ଚାଲିଛି ।

ହେପାଟାଇଟିସ୍ ରୋଗ କଣ, ଲକ୍ଷଣ ଏବଂ ନିରାକରଣ
ହେପାଟାଇଟିସ୍ ରୋଗ କଣ, ଲକ୍ଷଣ ଏବଂ ନିରାକରଣ (Getty)

ହେପାଟାଇଟିସକୁ ମୁକ୍ତ କରିବାର ଲକ୍ଷ୍ୟ

ବିଶେଷ ଭାବରେ ୨୦୩୦ ସୁଦ୍ଧା ହେପାଟାଇିଟସକୁ ମୁକ୍ତ କରାଯିବାର ଲକ୍ଷ୍ୟ ରହିଛି । ଦେଶରେ ପ୍ରତିବର୍ଷ 1.3 ମିଲିୟନ ଲୋକ ପ୍ରାଣ ହରାଇଉଛନ୍ତି । ଏହି ହେପାଟାଇଟିସ ପାଇଁପ୍ରତି ୩୦ ସେକେଣ୍ଡରେ ଏକ ମୂଲ୍ୟବାନ ଜୀବନ ବଞ୍ଚାଇ ପାରୁନାହୁଁ । ଯାହା ମୃତ୍ୟୁ ସଂଖ୍ୟା ଇନଫେକ୍ସନ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗୋଟିଏ ଲିଭର ଗୋଟିଏ ଜୀବନ ସମ୍ଭବ ପାଇଁ ଅହରହ ଚେଷ୍ଟା କରାଯାଉଛି । ସବୁବେଳେ ସୁସ୍ଥ ରଖିବା ପାଇଁ ଚେଷ୍ଟା କରାଇବ । ସୁସ୍ଥ ଲୋକମାନେ କିଭଳି ସୁସ୍ଥ ରହିବେ ସୁସ୍ଥ ସମାଜ ଗଠନ କରାଯିବା ସେନେଇ ଆକ୍ସନ ନେବାକୁ ପଡିବ । କିଭଳି ୨୦୩୦ ସୁଦ୍ଧା କିଭଳି ମୁକ୍ତ କରିବା ପାଇଁ ସଚେତନ ହେବା ଆବଶ୍ୟକ ।

ଲିଭରକୁ ସୁସ୍ଥ ରଖିବାର ମୂଳମନ୍ତ୍ର

ଲିଭରକୁ ସୁସ୍ଥ ରଖିବାର ମୂଳମନ୍ତ୍ର ହେଉଛି ଜଣେ ବ୍ୟକ୍ତିର ସୁସ୍ଥ ସ୍ୱାସ୍ଥ୍ୟକର ଖାଦ୍ୟପେୟ । ଜଣେ ବ୍ୟକ୍ତିର ଦୈନଦିନ ଜୀବନ ଶୈଳୀରେ ପରିବର୍ତ୍ତନ ହେବା ଆବଶ୍ୟକ । ଦୈନିକ ୧୫ ରୁ ୨୦ ମିନିଟ ବ୍ୟାୟାମ ଏବଂ ଯୋଗ ପାଇଁ ସମୟ ଦେବା ଆବଶ୍ୟକ । ଜୀବନରେ ଥରୁଟିଏ ହେପାଟାଇଟିସ ଟିକା ନେବା ଆବଶ୍ୟକ । ଯାହା ସମ୍ପୂର୍ଣ୍ଣ ଭାବରେ ଲିଭର କି ସୁସ୍ଥ ରଖିବାରେ ସାହାଯ୍ୟ କରିବ । ଲିଭରକୁ ସୁସ୍ଥ ରଖିଲେ ଆମ ଶରୀର ସୁସ୍ଥ ରହିବ । ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଭଲ ରହିବ । ସମସ୍ତ ଅସୁବିଧାର ସମ୍ମୁଖୀନ ହୋଇପାରିବ ।

ହେପାଟାଇଟିସର ଲକ୍ଷଣ:-ସାଧାରଣ ଭାବରେ ହେପାଟାଇଟିସର ଲକ୍ଷଣ ସଙ୍ଗେ ସଙ୍ଗେ ଦେଖାଯାଏନାହିଁ । ମଣିଷ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଭାବରେ ରହିଥାଏ । ଯେତେବେଳେ ଲିଭର ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଯାଏ ସେହି ସମୟରେ ଧିରେ ଧିରେ ବ୍ୟକ୍ତିଙ୍କ ମଧ୍ୟରେ ଏହି ଳକ୍ଷଣ ଦେଖାଯାଏ ।
  • ଦୁର୍ବଳ ଲାଗିବା
  • ଭୋକ କମିଯିବା
  • ବାରମ୍ବାର ବାନ୍ତି ଲାଗିବା
  • ଦେହ ବିନ୍ଧା ହେବା
  • ଶରୀରର ଶ୍ବେତ ପଡିଯିବା
  • ଜଣ୍ଡିସ ଆରମ୍ଭ ହେବା
  • ଦେହ ହଳଦିଆ ହୋଇଯିବା
  • ରକ୍ତ ବାନ୍ତି ହେବା
  • ଗୋଡ଼ ଫୁଲିବା
  • ବାରମ୍ବାର ଚେତା ଶୂନ୍ୟ ହୋଇଯିବା

ବିଶେଷ ଭାବରେ କେଉଁ ପରୀକ୍ଷା କରିବା ଆବଶ୍ୟକ

ହେପାଟାଇଟିସ ଲିଭର ପ୍ରଭାବିତ ହେଲେ ଏକ ପରୀକ୍ଷା କରିବାକୁ ପଡ଼ିଥାଏ । ବିଶେଷ ଭାବରେ ଏଲଏଫଟି ଅଲଟ୍ରାସାଉଣ୍ଡ ପରୀକ୍ଷା କରିବା ପାଇଁ ପଡ଼ିଥାଏ । ଯାହା ୬ ମାସରେ ଥରେ କରିବା ଆବଶ୍ୟକ । ଯଦି ଆରମ୍ଭରୁ ଲିଭର୍ ସମସ୍ୟା ବାବଦରେ ଜାଣିପାରିବେ ତେବେ ଆଗକୁ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ।

ଲିଭର ଉପରେ ଖାଦ୍ୟର ପ୍ରଭାବ

ଆମେ ଯାହା ଖାଦ୍ୟ ଖାଇଥାଉ ତାହା ସମସ୍ତ ଖାଦ୍ୟ ଲିଭର ମଧ୍ୟକୁ ଯାଇଥାଏ । ସେଠାରେ ମେଟାପୋଲିଜିମ ହୁଏ । ଯଦି ବିଷାକ୍ତ ଖାଦ୍ୟ ଥାଏ ତେବେ ତାହାକୁ ଅଲଗା କରିଥାଏ । ଯଦି ବାରମ୍ବାର ଗୋଟିଏ ବିଷାକ୍ତ ଖାଦ୍ୟକୁ ବାରମ୍ବାର ଖାଇବା ଦ୍ଵାରା ତାହା ଲିଭର ସମେତ ମେଟାପୋଲିଜିମକୁ ପ୍ରଭାବିତ କରିଥାଏ । ଯାହା ଫଳରେ ଶରୀରର ଅନେକ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ଯାହା ଆଗାମୀ ଦିନରେ କ୍ୟାନ୍ସର ହେବାର ମଧ୍ୟ ସମ୍ଭାବନା ରହିଥାଏ ।

କେଉଁ ମାଧ୍ୟମରେ ହୋଇଥାଏ ହେପାଟାଇଟିସ ସମସ୍ୟା

ବିଶେଷ ଭାବରେ ହେପାଟାଇଟ୍ A ଏବଂ E ସାଧାରଣତଃ ପାଣି ଏବଂ ଖାଦ୍ୟ ଦ୍ଵାରା ଶରୀର ମଧ୍ୟକୁ ପ୍ରବେଶ କରିଥାଏ । ହେପାଟାଇଟିସ B ଏବଂ C ଏଚଆଇଭି ଭଳି ସଂକ୍ରମଣ ହୋଇଥାଏ । ଯାହା ଜଣଙ୍କ ଶରୀରରୁ ଅନ୍ୟ ଜଣଙ୍କ ଶାରୀରିକୁ ସଂକ୍ରମଣ ହୋଇଥାଏ । ବିଶେଷ ଭାବରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ । ଯେମିତିକି ଇଞ୍ଜେକ୍ସନ, ରକ୍ତ ପରୀକ୍ଷା, ଅପରେସନ ସମୟରେ ବ୍ୟବହାର ହେଉଥିବା ଯନ୍ତ୍ରପାତି, ସେଲୁନରେ ବାଳ କାଟୁଥିବା ବ୍ଲେଡ୍ ମାଧ୍ୟମରେ ଏବଂ ଏକାଧିକ ଅସୁରକ୍ଷିତ ଶାରୀରିକ ସଂପର୍କ ରଖିଲେ ଏହା ଅଧିକ ମାତ୍ରାରେ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଠିକ୍ ସମୟରେ ଚିକିତ୍ସା ହେପାଟାଇଟିସକୁ ଦେଇପାରେ ମାତ୍, ଏହି ଲକ୍ଷଣ ଦେଖାଗଲେ କରନ୍ତୁନି ଅଣଦେଖା

କେବେ ନେବେ ହେପାଟାଇଟିସ ଟିକା

୧୯୮୨ ମସିହାରୁ ହେପାଟାଇଟିସ ବି ନିରାକରଣ ପାଇଁ ଭ୍ୟାକ୍ସିନ୍ ଉପଲବ୍ଧ ଅଛି । ଏହା ଯେକୌଣସି ବୟସରେ ଏବଂ ଗର୍ଭଧାରଣ ସମୟରେ ମଧ୍ୟ ନିଆ ଯାଇପାରିବେ ଟିକା । ଜୀବନରେ ଥରେ ଏହି ଭ୍ୟାକ୍ସିନ୍ ନେବା ଦ୍ୱାରା ଜୀବନ ସାରା ଏହି ହେପାଟାଇଟିସ ରୋଗରୁ ମୁକ୍ତ ରହିପାରିବା । ଯଦିଓ ହେପାଟାଇଟିସ୍‌-C ନିରାକରଣ ପାଇଁ ଏପର୍ଯ୍ୟନ୍ତ କୌଣସି ଟୀକା ବାହାରି ପାରି ନାହିଁ ତଥାପି ଏହାର ଚିକିତ୍ସା ଉପଲବ୍ଧ ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.