ETV Bharat / health

ଠିକ୍ ସମୟରେ ଚିକିତ୍ସା ହେପାଟାଇଟିସକୁ ଦେଇପାରେ ମାତ୍, ଏହି ଲକ୍ଷଣ ଦେଖାଗଲେ କରନ୍ତୁନି ଅଣଦେଖା - World Hepatitis Day 2024

author img

By ETV Bharat Odisha Team

Published : Jul 28, 2024, 1:32 PM IST

World Hepatitis Day 2024: ହେପାଟାଇଟିସ୍ ସମ୍ବନ୍ଧୀୟ ରୋଗ ହେତୁ ଦୁନିଆରେ ପ୍ରତିଦିନ ୩୫୦୦ ଲୋକ ମୃତ୍ୟୁବରଣ କରନ୍ତି । ଗ୍ଲୋବାଲ୍ ହେପାଟାଇଟିସ ରିପୋର୍ଟ ୨୦୨୪ ଅନୁଯାୟୀ, ଚୀନ୍ ପରେ ସଂକ୍ରମଣ କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ରୋଗ ପାଇଁ ଦାୟୀ କାରକକୁ ଚିହ୍ନିବା, ଏହାର ଲକ୍ଷଣ ଏବଂ ହେପାଟାଇଟିସ ସହ ଜଡିତ ଟିକିଏ ସୂଚନା ଦ୍ୱାରା ଆମେ କେବଳ ନିଜକୁ ବଞ୍ଚାଇପାରିବା ତାହା ନୁହଁ ବରଂ ସମାଜର ଅନ୍ୟ ଲୋକଙ୍କ ଜୀବନ ମଧ୍ୟ ବଞ୍ଚାଇ ପାରିବା । ତେବେ ଏହି ରୋଗ ବିଷୟରେ ଜାଣନ୍ତୁ ଏହି ଆର୍ଟିକିଲରେ,

ବିଶ୍ୱ ହେପାଟାଇଟିସ ଦିବସ 2024
ବିଶ୍ୱ ହେପାଟାଇଟିସ ଦିବସ 2024 (ETV Bharat Odisha)

ହାଇଦ୍ରାବାଦ: ହେପାଟାଇଟିସ୍ ସଂକ୍ରମଣ ହେତୁ ପ୍ରତିବର୍ଷ ବହୁସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ହେପାଟାଇଟିସ ସମ୍ବନ୍ଧୀୟ ରୋଗରେ ପ୍ରତି ୩୦ ସେକେଣ୍ଡରେ ଜଣେ ବ୍ୟକ୍ତି ମରିଯାଏ, ତେଣୁ ଜୀବନ ରକ୍ଷା ତଥା ସ୍ୱାସ୍ଥ୍ୟ ଫଳାଫଳରେ ଉନ୍ନତି ଆଣିବା ପାଇଁ ଆମକୁ ଉନ୍ନତ ନିରାକରଣ ଏବଂ ଚିକିତ୍ସା ଉପରେ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପଡିବ । ତେବେ ଏପରି ସମୟରେ ରୋଗର ବିପଦ, ଏହାର ପ୍ରତିରୋଧ, ଲକ୍ଷଣ ଏବଂ ଅନ୍ୟାନ୍ୟ ଦିଗ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ୨୮ ଜୁଲାଇରେ ବିଶ୍ୱ ହେପାଟାଇଟିସ ଦିବସ ପାଳନ କରାଯାଏ ।

ବିଶ୍ୱ ହେପାଟାଇଟିସ ଦିବସ 2024
ବିଶ୍ୱ ହେପାଟାଇଟିସ ଦିବସ 2024 (Getty)

ବିଶ୍ୱ ହେପାଟାଇଟିସ ଦିବସ ଥିମ:-

ଏହି ରୋଗ ଦ୍ୱାରା ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ଥିମ ଅଛି: 'Take Action. Test, treat, vaccinate ।' ଏହାର ଅର୍ଥ 'କାର୍ଯ୍ୟ କରିବାର ସମୟ ଆସିଛି, ପରୀକ୍ଷା କରିବା, ଚିକିତ୍ସା କରିବା ଏବଂ ଔଷଧ ନେବା' ।

ବିଶ୍ୱ ହେପାଟାଇଟିସ ଦିବସ 2024
ବିଶ୍ୱ ହେପାଟାଇଟିସ ଦିବସ 2024 (Getty)

ହେପାଟାଇଟିସ ରୋଗ କ'ଣ?

ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ଦୂର କରିବାରେ ଯକୃତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ ଏବଂ ଖରାପ ଜୀବନଶୈଳୀ ହେତୁ ଅନେକ ଲୋକ ହେପାଟାଇଟିସ ପରି ଗୁରୁତର ରୋଗରେ ଆକ୍ରାନ୍ତ ହୁଅନ୍ତି । ଏହି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୨୮ ଜୁଲାଇରେ ବିଶ୍ୱ ହେପାଟାଇଟିସ ଦିବସ ପାଳନ କରାଯାଏ । ଏହି ରୋଗରେ ଯକୃତରେ ଫୁଲା ଦେଖାଯାଏ ଏବଂ ଖାଦ୍ୟ ହଜମ କରିବାରେ ଜଣକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଏଭଳି ପରିସ୍ଥିତିରେ ଏହାର ଲକ୍ଷଣକୁ ଚିହ୍ନଟ କରିବା ଏବଂ ଚିକିତ୍ସା କରିବା ଜରୁରୀ ଅଟେ ।

ହେପାଟାଇଟିସ କେତେ ପ୍ରକାରର ଏବଂ କିପରି ବ୍ୟାପିଥାଏ ?

ଅନେକ ପ୍ରକାରର ହେପାଟାଇଟିସ ଅଛି, ହେପାଟାଇଟିସ A, B, C, D ଏବଂ E । ଯେଉଁଥିରୁ ହେପାଟାଇଟିସ B ସବୁଠାରୁ ବିପଜ୍ଜନକ ଅଟେ । ଏହି ଜୀବାଣୁ ମୁଖ୍ୟତଃ ଜନ୍ମ ଏବଂ ପ୍ରସବ ସମୟରେ, ରକ୍ତ କିମ୍ବା ଶରୀରର ଅନ୍ୟ ତରଳ ପଦାର୍ଥ, ଅସୁରକ୍ଷିତ ଇଞ୍ଜେକ୍ସନ୍ ସଂସ୍ପର୍ଶରେ ଆସିବା ଦ୍ୱାରା କିମ୍ୱା ସଂକ୍ରମିତ ସାଥୀଙ୍କ ସହ ଯୌନ ସମ୍ପର୍କ ରଖିଲେ ଏହି ରୋଗ ବ୍ୟାପିଥାଏ । ଏହି ରୋଗ ହେଲେ ସର୍ବପ୍ରଥମେ ଯକୃତରେ ଫୁଲା ଦେଖାଯାଏ, ଯେଉଁ କାରଣରୁ କୋଷଗୁଡ଼ିକ ନଷ୍ଟ ହୋଇଯାଏ । ଳିଭର ଫେଲ୍ ହେବା ସହ ଧୀରେ ଧୀରେ ଏହି ରୋଗ ଶରୀରର ସମସ୍ତ ଅଙ୍ଗକୁ ପ୍ରଭାବିତ କରିବା ଆରମ୍ଭ କରେ ଏବଂ ଠିକ୍ ଚିହ୍ନଟ ପରେ ଚିକିତ୍ସା ନହେବା ହେତୁ ଜଣେ ବ୍ୟକ୍ତି ମରିପାରେ ।

ହେପାଟାଇଟିସର ଲକ୍ଷଣ:-

  • ଥକ୍କାପଣ ଏବଂ ଦୁର୍ବଳ ଲାଗିବା
  • ବାନ୍ତି ହେବା
  • ଚର୍ମ ଏବଂ ଆଖି ହଳଦିଆ ଦେଖାଯିବା
  • ପେଟ ବ୍ୟଥା ହେବା
  • ଗାଢ ହଳଦିଆ ପରିସ୍ରା ହେବା
  • ଭୋକ ନ ଲାଗିବା
  • ଗଣ୍ଠି ଯନ୍ତ୍ରଣା ହେବା
  • ଜ୍ୱର ହେବା
  • ଓଜନ ହ୍ରାସ ହେବା

ଉପଚାର:-

ହେପାଟାଇଟିସ ସଂକ୍ରମଣକୁ ରୋକିବା ପାଇଁ ଟିକା ବ୍ୟବହାର ମଧ୍ୟ ଏକ ପ୍ରମୁଖ ପଦକ୍ଷେପ । ହେପାଟାଇଟିସ A ଏବଂ B ପାଇଁ ବର୍ତ୍ତମାନ ଟିକା ଉପଲବ୍ଧ । ଏହାକୁ ଧ୍ୟାନରେ ରଖନ୍ତୁ:-

  • ଖାଦ୍ୟରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ ।
  • ବ୍ୟକ୍ତିଗତ ଜିନିଷ ଯେପରିକି ଟୁଥ୍ ବ୍ରସ୍ ଏବଂ ରେଜର୍ କାହା ସହ ସେୟାର କରନ୍ତୁ ନାହିଁ ।
  • ଟାଟୁ କଲା ବେଳେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ ।
  • ସୁରକ୍ଷିତ ଯୌନ ସମ୍ପର୍କ ରଖନ୍ତୁ ।
  • ମଦ୍ୟପାନରୁ ଦୂରେଇ ରୁହନ୍ତୁ ।
  • ଜଳ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ ।
  • ନବଜାତ ଶିଶୁକୁ ହେପାଟାଇଟିସ B ବିରୁଦ୍ଧରେ ଟିକା ଦିଆଯିବା ଜରୁରୀ ।
ବିଶ୍ୱ ହେପାଟାଇଟିସ ଦିବସ 2024
ବିଶ୍ୱ ହେପାଟାଇଟିସ ଦିବସ 2024 (Getty)

ବିଶ୍ୱ ହେପାଟାଇଟିସ ଦିବସ କାହିଁକି ପାଳନ କରାଯାଏ ?

ବୈଜ୍ଞାନିକ ତଥା ନୋବେଲ ବିଜେତା ଡା. ବାରୁକ ସାମୁଏଲ ବ୍ଲୁମବର୍ଗଙ୍କ ଜନ୍ମଦିନ ଅବସରରେ ଜୁଲାଇ ୨୮ କୁ ବିଶ୍ୱ ହେପାଟାଇଟିସ୍ ଦିବସ ଭାବରେ ପାଳନ କରାଯାଏ । ସେ ପ୍ରଥମେ ହେପାଟାଇଟିସ B ଜୀବାଣୁ (HBV) ଆବିଷ୍କାର କରିଥିଲେ ଏବଂ ଏହାର ଚିକିତ୍ସା ପାଇଁ ଏକ ଡାଇଗ୍ନୋଷ୍ଟିକ୍ ପରୀକ୍ଷା ଏବଂ ଟିକା ପ୍ରସ୍ତୁତ କରିଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ବିଶ୍ୱସ୍ତରୀୟ ହେପାଟାଇଟିସ ମୁକ୍ତ ମିଶନ ସହ ଆରମ୍ଭ ହୋଇଥିବା ଏହି ଦିନକୁ ପାଳନ କରିବା ଏବଂ ୨୦୦୮ ମସିହାରେ ପ୍ରଥମ ଥର ପାଇଁ ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଇଥିଲା ।

ବିଶ୍ୱ ହେପାଟାଇଟିସ ଦିବସର ଗୁରୁତ୍ୱ:-

ବିଶ୍ୱର ଅନେକ ଲୋକ ଯକୃତ ଜନିତ ସମସ୍ୟାରେ ପୀଡିତ ଏବଂ ସଚେତନତା ଅଭାବରୁ ସେମାନେ ହେପାଟାଇଟିସରେ ପୀଡିତ ଥିବା ଜାଣି ନାହାଁନ୍ତି । ଏଭଳି ପରିସ୍ଥିତିରେ, ଏହି ଦିନର ବିଶେଷ ଉଦ୍ଦେଶ୍ୟ ହେଉଛି ଏହାକୁ ରୋକିବା ପାଇଁ ଉପାୟ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଚିକିତ୍ସା ପାଇଁ ସଠିକ୍ ପରୀକ୍ଷା ବିଷୟରେ ସୂଚନା ପ୍ରଦାନ କରିବା, ଯାହା ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିପାରିବ ।

ଏହା ମଧ୍ୟ ପଢନ୍ତୁ: ହେପାଟାଇଟିସ Cରୁ ସୁସ୍ଥ ହେବା ପରେ ମଧ୍ୟ ଯାଇପାରେ ଜୀବନ: ରିସର୍ଚ୍ଚ

କିଏ ଡା. ବାରୁକ ସାମୁଏଲ ବ୍ଲୁମବର୍ଗ ?

  • ଡା. ବାରୁକ ସାମୁଏଲ ବ୍ଲୁମବର୍ଗ ଫିଜିଓଲୋଜି ବା ମେଡିସିନ୍ (1976)ରେ ନୋବେଲ ପୁରସ୍କାର ପାଇଥିଲେ ।
  • ସେ ୨୮ ଜୁଲାଇ ୧୯୨୫ ରେ ଆମେରିକାର ନ୍ୟୁୟର୍କରେ ଜନ୍ମଗ୍ରହଣ କରିଥିଲେ ।
  • ୫ ଏପ୍ରିଲ ୨୦୧୧ ରେ ଆମେରିକାର ମଫେଟ ଫିଲ୍ଡରେ ତାଙ୍କର ଦେହାନ୍ତ ହୋଇଥିଲା ।
  • ପୁରସ୍କାର ପ୍ରଦାନ ସମୟରେ ଡକ୍ଟର ବାରୁଚ ଆମେରିକାର ଫିଲାଡେଲଫିଆ କର୍କଟ ଗବେଷଣା ପ୍ରତିଷ୍ଠାନ ସହିତ ଜଡିତ ଥିଲେ ।
  • ସଂକ୍ରାମକ ରୋଗର ଉତ୍ପତ୍ତି ଏବଂ ବିସ୍ତାର ପାଇଁ ନୂତନ ଯନ୍ତ୍ରକୌଶଳ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.