ETV Bharat / health

ନିଜ ବୟସ ହିସାବରେ କେତେ ଚାଲିବା ଦରକାର ? ଜାଣନ୍ତି କି - Walking According To Age - WALKING ACCORDING TO AGE

Walking According To Age: ଚାଲିବା ହେଉଛି ଏକମାତ୍ର ବ୍ୟାୟାମ ଯାହାକି ଯେକୌଣସି ବୟସର ଯେକୌଣସି ବ୍ୟକ୍ତି ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ସହଜରେ କରିପାରିବେ । ବିଶେଷଜ୍ଞମାନେ କହିଛନ୍ତି ଯେ ଏହିପରି ଦୈନିକ ଚାଲିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ । କିନ୍ତୁ, ଆପଣ ଜାଣନ୍ତି କି ସୁସ୍ଥ ରହିବା ପାଇଁ ଜଣେ ଲୋକ କେତେ ବୟସରେ କେତେ କିମି ଚାଲିବା ଉଚିତ୍ ? ଜାଣନ୍ତୁ ଏହି ଆର୍ଟିକିଲରେ,

ଚାଲିବା ସ୍ୱାସ୍ଥ୍ୟ ପାଇଁ ଭଲ, ନିଜ ବୟସ ହିସାବରେ କେତେ ଚାଲିବା ଦରକାର? ଜାଣନ୍ତି କି?
ଚାଲିବା ସ୍ୱାସ୍ଥ୍ୟ ପାଇଁ ଭଲ, ନିଜ ବୟସ ହିସାବରେ କେତେ ଚାଲିବା ଦରକାର? ଜାଣନ୍ତି କି? (Etv Bharat Odisha)
author img

By ETV Bharat Odisha Team

Published : May 5, 2024, 4:54 PM IST

ହାଇଦ୍ରାବାଦ: ଆମକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ଏକ ସନ୍ତୁଳିତ ଖାଦ୍ୟ ଖାଇବା ପରି ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ, ଆଜିକାଲି ଅନେକ ଲୋକ ବିଭିନ୍ନ କାରଣରୁ ଶାରୀରିକ କାର୍ଯ୍ୟକଳାପରୁ ଦୂରରେ ରୁହନ୍ତି । ଏହି କାରଣରୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୁଅନ୍ତି । ଏପରି ସମୟରେ ବିଶେଷଜ୍ଞମାନେ କହିଛନ୍ତି ଯେ ଯେଉଁମାନେ ଜିମ୍ ଯାଇ ବ୍ୟାୟାମ କରିପାରିବେ ନାହିଁ ସେମାନେ ପ୍ରତିଦିନ ଅଧ ଘଣ୍ଟା ଚାଲିବା ଉଚିତ । ଚାଲିବା ଦ୍ୱାରା ଶରୀର ଫିଟ୍ ରହିବା ସହ ଅନେକ ରୋଗ ଦୂର କରିଥାଏ ବୋଲି କୁହାଯାଏ । ଏପରି ସମୟରେ ଲୋକଙ୍କ ମନରେ ଆସେ ଯେ, ଆମେ ଦିନକୁ କେତେ ଚାଲିବା ଦରକାର । ତେବେ ନିଜ ବୟସ ଅନୁଯାୟୀ କେତେ ଚାଲିବା ଦରକାର ? ଜାଣନ୍ତୁ,

କେଉଁ ବୟସର ବ୍ୟକ୍ତି ପ୍ରତିଦିନ କେତେ ଚାଲିବା ଉଚିତ୍?

ଜଣେ ବ୍ୟକ୍ତି ସୁସ୍ଥ ରହିବା ପାଇଁ ପ୍ରତିଦିନ ଅତି କମରେ ଅଧ ଘଣ୍ଟା ଚାଲିବା ଉଚିତ୍ । ବିଶେଷଜ୍ଞମାନେ କହିଛନ୍ତି ଯେ ଅଧ ଘଣ୍ଟା ଚାଲିବା ଦ୍ୱାରା ପ୍ରାୟ 10,000 ଷ୍ଟେପ ଅର୍ଥାତ୍ ୮ କିଲୋମିଟର ଚାଲିବା ଉଚିତ ।

  • ୫ ରୁ ୭ବର୍ଷ ବୟସର ପିଲାମାନେ ଦୈନିକ ୧୨ ହଜାରରୁ ୧୫ ହଜାର ପଦଯାତ୍ରା ଅର୍ଥାତ୍ ୧୨ କିଲୋମିଟର ଚାଲିବା ଉଚିତ୍ ।
  • ସେହିପରି ବିଶେଷଜ୍ଞମାନେ କହିଛନ୍ତି ଯେ ୧୮ରୁ ୪୦ବୟସ୍କ ଲୋକମାନେ ପ୍ରତିଦିନ ୧୨ ହଜାର ଷ୍ଟେପ୍ ଅର୍ଥାତ୍ ୯.୬ କିଲୋମିଟର ଚାଲିବା ଉଚିତ୍ ।
  • 40 ବର୍ଷରୁ ଅଧିକ ଲୋକଙ୍କୁ ୧୧ ହଜାର ଅର୍ଥାତ୍ ୮.୮ କିଲୋମିଟର ଚାଲିବାକୁ ପରାମର୍ଶ ଦିଆଯାଇଛି ।
  • ବିଶେଷଜ୍ଞମାନେ କହିଛନ୍ତି ଯେ ୫୦ ବର୍ଷୀୟ ବୟସ୍କ ଲୋକ ୧୦ ହଜାର ଅର୍ଥାତ୍ ୮କିଲୋମିଟର ଚାଲିଲେ ସୁସ୍ଥ ରହିପାରିବେ ।
  • ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପ୍ରତିଦିନ ୮ହଜାର ଷ୍ଟେପ୍ ଅର୍ଥାତ୍ ୬.୪ କିଲୋମିଟର ଚାଲିବା ଉଚିତ ।

ଚାଲିବାର ଲାଭ:

ବିଶେଷଜ୍ଞମାନେ କହିଛନ୍ତି ଯେ ପ୍ରତିଦିନ ଚାଲିବା ହୃଦୟକୁ ସୁସ୍ଥ ରଖେ । ଏହା ଦ୍ୱାରା ହୃଦଘାତର ଆଶଙ୍କା କମ ହୁଏ ବୋଲି ମଧ୍ୟ କୁହାଯାଇଛି । ୨୦୧୯ରେ "ଦ ଲନସେଟ୍" ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି ଯେ ସପ୍ତାହରେ ପାଞ୍ଚ ଦିନ ୩୦ମିନିଟ ଚାଲିବା ଦ୍ୱାରା ହୃଦଘାତ ହେବାର ଆଶଙ୍କା ୨୭% କମିଯାଏ ।

  • ଚାଲିବା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏହା ଅନେକ ପ୍ରକାରର ରୋଗକୁ ରୋକିଥାଏ ।
  • ଚାଲିବା ଦ୍ୱାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ । ବିଶେଷଜ୍ଞମାନେ କହିଛନ୍ତି ଯେ ଝାଳ ମାଧ୍ୟମରେ ରକ୍ତରେ ଥିବା ଅଶୁଦ୍ଧତା ଦୂର ହୋଇଥାଏ ।
  • ଉଚ୍ଚ ରକ୍ତଚାପରେ ପୀଡିତ ଲୋକମାନେ ଚାଲିବା ଦ୍ୱାରା ସେମାନଙ୍କର ରକ୍ତଚାପକୁ ନିୟନ୍ତ୍ରଣରେ ରଖିପାରିବେ ।
  • ମଧୁମେହ ରୋଗୀମାନେ ପ୍ରତିଦିନ ଚାଲିବା ଦ୍ୱାରା ସେମାନଙ୍କର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିପାରିବେ ।
  • ନିୟମିତ ଚାଲିବା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ମାନସିକ ଅବସାଦ, ଚିନ୍ତା ଏବଂ ଚାପରେ ପୀଡିତ ଲୋକମାନେ ପ୍ରତିଦିନ ଚାଲିବା ଦ୍ୱାରା ଭଲ ଫଳାଫଳ ପାଇପାରିବେ ।

ଏହା ମଧ୍ୟ ପଢନ୍ତୁ: ଓଜନ କମାଇବାକୁ ଚାହୁଁଛନ୍ତି କି, କେତେ ଦୂର ଚାଲିବେ ?

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.