ETV Bharat / health

ହୃଦଘାତ ଆଶଙ୍କା ବଢାଏ ସହରୀ ଶବ୍ଦ ପ୍ରଦୂଷଣ - Urban noise pollution - URBAN NOISE POLLUTION

Urban noise pollution: ଆଜିକାଲି ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ତେବେ ଖରାପ ଜୀବନଶୈଳୀ ବ୍ୟତୀତ ଶବ୍ଦ ପ୍ରଦୂଷଣ ମଧ୍ୟ ହୃଦଘାତ ଆଶଙ୍କା ବଢାଏ । ସହରୀ ଶବ୍ଦ ପ୍ରଦୂଷଣ ଏବେ ହୃଦଘାତର ପ୍ରମୁଖ କାରଣ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । ପଢନ୍ତୁ ପୁରା ଖବର

ହୃଦଘାତ ଆଶଙ୍କା ବଢାଏ ସହରୀ ଶବ୍ଦ ପ୍ରଦୂଷଣ
ହୃଦଘାତ ଆଶଙ୍କା ବଢାଏ ସହରୀ ଶବ୍ଦ ପ୍ରଦୂଷଣ (ETV Bharat)
author img

By ETV Bharat Health Team

Published : Aug 29, 2024, 1:44 PM IST

ହାଇଦ୍ରାବାଦ: ଆଜିକାଲି ହୃଦଘାତ ଅତି ସାଧାରଣ ରୋଗ ହୋଇଗଲାଣି । ଦେଶରେ ବଢିବାରେ ଲାଗିଛି ହୃଦଘାତ ଜନିତ ମୃତ୍ୟୁ । କିଏ କେତେବେଳେ ନାଚିବା ବେଳେ ଟଳିପଡିଲାଣି ତ କିଏ ଏକ୍ସରସାଇଜ କରିବା ବେଳେ ଆଖି ବୁଜିଲାଣି । ବିଶେଷକରି ଆଜିକାଲି ଯୁବବର୍ଗଙ୍କ ଠାରେ ଅଧିକ ହୃଦଘାତ ଦେଖାଯାଉଛି । ନିଜର ଖାଦ୍ୟପେୟ ଓ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସତ୍ତ୍ବେ ଲୋକେ ହୃଦଘାତରେ ପ୍ରାଣ ହରାଉଛି । ଏହାରି ମଧ୍ୟରେ ଏକ ତଥ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ହୃଦଘାତ ପାଇଁ ଶବ୍ଦ ପ୍ରଦୂଷଣକୁ ଦାୟୀ କରାଯାଇଛି । ଏଥିରେ ମୁଖ୍ୟତଃ ସହରୀ ଶବ୍ଦ ପ୍ରଦୂଷଣ କାରଣରୁ ଅଧିକ ହୃଦଘାତ ହେଉଥିବା କୁହାଯାଇଛି ।

ବିଭିନ୍ନ ଇଉରୋପୀୟ ସହରରେ ହୋଇଥିବା ଦୁଇଟି ଅଧ୍ୟୟନରୁ ଜଣାପଡିଛି ଯେ, ସହରୀ ଶବ୍ଦ ପ୍ରଦୂଷଣ ହୃଦୟ ସ୍ବାସ୍ଥ୍ୟ ଉପରେ ବଡ଼ ନକରାତ୍ମକ ପ୍ରଭାବ ପକାଇଥାଏ । ଏହି DECIBEL-MI ଅଧ୍ୟୟନରେ ଦେଖାଯାଇଛି, ହୃଦଘାତରେ ପୀଡିତ 50 ବର୍ଷ ଓ ଏହାଠୁ କମ୍ ବୟସର ରୋଗୀ ଯିଏକି ମାୟୋକାର୍ଡିୟଲ ଇନଫାର୍କ୍ସନର (myocardial infarction) ଶିକାର ହୋଇଥିଲେ, ସେମାନେ ସାଧାରଣ ଲୋକଙ୍କ ଅପେକ୍ଷାରେ ଅଧିକ ଉଚ୍ଚ ସ୍ତରର ଶବ୍ଦ ସଂସ୍ପର୍ଶରେ ଆସିଥିଲେ । କହୁରଖୁଛୁ କି, ମାୟୋକାର୍ଡିୟଲ ଇନଫାର୍କ୍ସନ ହେଉଛି ହୃଦଘାତ, ହୃଦୟର ମାଂସପେଶୀକୁ ପର୍ଯ୍ୟାପ୍ତ ଅକ୍ସିଜେନ ନ ମିଳିପାରିଲେ ଏହି ହୃଦଘାତ ହୋଇଥାଏ ।

ସହରୀ ଶବ୍ଦ ପ୍ରଦୂଷଣ ଯୁବବର୍ଗ ମଧ୍ୟରେ ମାୟୋକାର୍ଡିୟଲ ଇନଫାର୍କ୍ସନ ଆଶଙ୍କାକୁ ଅଧିକ ବଢାଇଥାଏ । ଜର୍ମାନୀର ବ୍ରେମେନରେ ରହୁଥିବା 50 ବର୍ଷ ଓ ଏହାଠୁ କମ୍ ବୟସର 430 ଜଣ ରୋଗୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ଏମାନେ ମାୟୋକାର୍ଡିୟଲ ଇନଫାର୍କ୍ସନ ପୀଡିତ ଥିଲେ ଓ ସମସ୍ତଙ୍କୁ ସ୍ଥାନୀୟ ହାର୍ଟ ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ରେସେଡେନ୍ସିଆଲ ଶବ୍ଦ ବିପଦ ସ୍ତରର ଗଣନା ସମୟରେ ଅନୁସନ୍ଧାନକାରୀମାନେ ସାଧାରଣ ଜନତାଙ୍କ ତୁଳନାରେ ଅଧିକ ଶବ୍ଦ ପ୍ରଦୂଷଣ ଘଟଣା ଦେଖିବାକୁ ପାଇଥିଲେ । ଫ୍ରାନ୍ସରେ ଅନ୍ୟ ଏକ ଅଧ୍ୟୟନରେ ମଧ୍ୟ ସହରୀ ଶବ୍ଦ ପ୍ରଦୂଷଣ, ବିଶେଷକରି ରାତିରେ ହେଉଥିବା ଉଚ୍ଚ ଶବ୍ଦ ଅଧିକ ହୃଦଘାତ ଆଶଙ୍କା ବଢାଉଥିବା ଦର୍ଶାଯାଇଛି । ଏହି ପରିବର୍ତ୍ତିତ ଜୀବନଶୈଳୀ ମଧ୍ୟରେ ବାୟୁ ପ୍ରଦୂଷଣ ପରେ ଶବ୍ଦ ପ୍ରଦୂଷଣ ଏବେ ରୋଗବ୍ୟାଧିର ପ୍ରମୁଖ କାରଣ ହୋଇଛି ।

ଶବ୍ଦ ପ୍ରଦୂଷଣ ବ୍ୟତୀତ ଖରାପ ଜୀବନଶୈଳୀ ମଧ୍ୟ ହୃଦଘାତର କାରଣ । ଆଜିକାଲି ଯୁବପିଢିଙ୍କ ମଧ୍ୟରେ ଧୂମ୍ରପାନ ଅଭ୍ୟାସ ଦ୍ରୁତଗତିରେ ବଢିଚାଲିଛି । ଯାହାକି ହୃଦଘାତ ଭଳି ଘାତର ରୋଗର କାରଣ ହୋଇଥାଏ । ସେହିପରି ଅସ୍ବାସ୍ଥ୍ୟକର ଖାଦ୍ୟ, ମେଦବହୁଳତା, ଚିନ୍ତା, ଚାପ ଓ ଉଚ୍ଚ ରକ୍ତଚାପ କାରଣରୁ ମଧ୍ୟ ହୃଦୟ ଜନିତ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ଖାଲି ସ୍ବାଦ ନୁହେଁ, ସ୍ବାସ୍ଥ୍ୟ ପାଇଁ ବି ଉପକାରୀ ସିଝା ବାଦାମ; ଡାଇବେଟିସ୍ ଓ ହୃଦରୋଗୀଙ୍କୁ ମିଳେ ଫାଇଦା - Benefits of Boiled Peanuts

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.