ETV Bharat / health

ସ୍ବପ୍ନରେ ଶାରୀରିକ ସମ୍ବନ୍ଧ ? ଜାଣନ୍ତୁ ଜୀବନରେ କେଉଁ ଦିଗକୁ ଦିଏ ସଂକେତ - swapna shastra

author img

By ETV Bharat Odisha Team

Published : Aug 6, 2024, 6:33 PM IST

Updated : Aug 6, 2024, 6:40 PM IST

Physical Relation Dreams Interpretation: ପ୍ରାୟତଃ ସମସ୍ତେ ସ୍ବପ୍ନ ଦେଖନ୍ତି । କିଛି ଲୋକ ଶୋଇବା ସମୟରେ ଶାରୀରିକ ସମ୍ବନ୍ଧ ରଖୁଥିବା ନେଇ ସ୍ବପ୍ନ ଦେଖନ୍ତି । ସ୍ବପ୍ନ ଶାସ୍ତ୍ର ଅନୁସାରେ ଜାଣନ୍ତୁ ଏହା କେଉଁ ସଂକେତ ଦିଏ । ଅଧିକ ପଢ଼ନ୍ତୁ

Swapna Shastra
Swapna Shastra (ETV Bharat Odisha)

ହାଇଦ୍ରାବାଦ: ପ୍ରାୟ ସମସ୍ତେ ଶୋଇବା ସମୟରେ ସ୍ବପ୍ନ ଦେଖିଥାନ୍ତି । ଅନେକ ଲୋକ ଶୋଇବା ବେଳେ ଅଜବ ଗଜବ ସ୍ୱପ୍ନ ଦେଖନ୍ତି । ଏହା ମଧ୍ୟରୁ ଗୋଟିଏ ହେଉଛି ଶାରୀରିକ ସମ୍ପର୍କ ସହିତ ଜଡିତ ସ୍ୱପ୍ନ । ତେବେ ସ୍ୱପ୍ନରେ ନିଜ ଜୀବନସାଥୀଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିବା ଦେଖିବା ସାଧାରଣ କଥା, କାରଣ ଏହା ବ୍ୟକ୍ତିର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । କେତେକ ପରିସ୍ଥିତିରେ, ଶାରୀରିକ ସମ୍ପର୍କର ସ୍ୱପ୍ନ ଶୁଭ ସଙ୍କେତ ଦେଇଥାଏ । ବେଳେବେଳେ ଏହିପରି ସ୍ୱପ୍ନ ମଧ୍ୟ କିଛି ଅଶୁଭ ଘଟଣାକୁ ସୂଚିତ କରିଥାଏ । କିନ୍ତୁ ସ୍ୱପ୍ନ ଶାସ୍ତ୍ରରେ, ଏହି ସମସ୍ତ ସ୍ୱପ୍ନର ଉଭୟ ଶୁଭ ଏବଂ ଏହା ପଛରେଥିବା କାରଣ ବିସୟରେ ଲେଖା ଯାଇଇଛି । ତେବେ ଶାରୀରିକ ସମ୍ପର୍କ ସହିତ ଜଡିତ ବିଭିନ୍ନ ସ୍ୱପ୍ନର ପଛରେ କେଉଁ ସଂକେତ ରହିଛି ଆସନ୍ତୁ ଜାଣିବା ।

ଜୀବନସାଥୀ ସହିତ ଶାରୀରିକ ସମ୍ପର୍କ ରଖିବା :

ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ବିବାହିତ ଲୋକମାନେ ସ୍ୱପ୍ନରେ ନିଜ ଜୀବନସାଥୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବା ଦେଖନ୍ତି, ତେବେ ଏହା ଆପଣଙ୍କ ବୈବାହିକ ଜୀବନରେ ସୁଖ ଆସିବାର ସଙ୍କେତ ଦିଏ । ପତିପତ୍ନୀଙ୍କ ମଧ୍ୟରେ ଶାରୀରିକ ଏବଂ ମାନସିକ ଭାବରେ ସମ୍ପର୍କ ଭାବରେ ସୁଦୃଢ଼ ହେବ । ଉଭୟଙ୍କ ଜୀବନରେ ପ୍ରେମ ବୃଦ୍ଧି ପାଇବ । ଏହା ସହ ଜୀବନସାଥୀଙ୍କ ସହିତ ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଇବାକୁ ମଧ୍ୟ ଏକ ସୁଯୋଗ ପାଇବେ ।

Swapna Shastra
Swapna Shastra (Getty)

ଅବିବାହିତ ଲୋକଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା:

ଯଦି ଆପଣ ବିବାହିତ ନୁହଁନ୍ତି କିମ୍ବା ଆପଣ କୌଣସି ସଂପର୍କରେ ନାହାଁନ୍ତି, କିନ୍ତୁ ଯଦି ଆପଣ ସ୍ୱପ୍ନରେ ଜଣେ ଅଜଣା ଲୋକ ସହ ଶାରୀରିକ ସମ୍ପର୍କ ରଖିଥିବାର ସ୍ବପ୍ନ ଦେଖନ୍ତି, ତେବେ ଏହା ଏକ ଭଲ ସଙ୍କେତ । ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଏହି ସ୍ୱପ୍ନର ଅର୍ଥ ହେଉଛି ଖୁବଶୀଘ୍ର ଆପଣଙ୍କର କାହା ସହ ପ୍ରେମ ସମ୍ପର୍କ ଗଢ଼ିଉଠିବ । ଦୀର୍ଘ ଦିନ ଧରି ପଡ଼ିରହିଥିବା କାର୍ଯ୍ୟ ଧୀରେ ଧୀରେ ସମାପ୍ତ ହେବ । ଏପରିକି ଶୀଘ୍ର ଆପଣଙ୍କ ବିବାହ ସ୍ଥିର ହୋଇପାରେ ।

Swapna Shastra
Swapna Shastra (Getty)

ପ୍ରେମୀକା/ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖିବା :

ଯଦି ଅବିବାହିତ ଲୋକ ସ୍ୱପ୍ନରେ ଭଲପାଉଥିବା ବ୍ୟକ୍ତିଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିବା ଦେଖନ୍ତି, ତେବେ ଏହା ଶୁଭ ବୋଲି ଧରାଯାଏ । ଏହି ସ୍ୱପ୍ନର ଅର୍ଥ ହେଉଛି ତୁମର ବିବାହ ଶୀଘ୍ର ହୋଇପାରେ । ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହେବ ।

Swapna Shastra
Swapna Shastra (Getty)

ପୁରୁଣା ପ୍ରେମିକ/ପ୍ରେମିକା ସହିତ ଶାରୀରିକ ସମ୍ପର୍କ ରଖିବା:

ଯଦି ଆପଣ ସ୍ୱପ୍ନରେ ନିଜ ପୂର୍ବ ପ୍ରେମିକ/ପ୍ରେମିକା ସହିତ ଶାରୀରିକ ସମ୍ପର୍କ ରଖୁଥିବାର ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆପଣ ଏପର୍ଯ୍ୟନ୍ତ ପୁରୁଣା ସମ୍ପର୍କକୁ ଭୁଲି ନାହାନ୍ତି । ତାଙ୍କୁ ଏବେ ବି ଆପଣ ମନେ ପକାଉଛନ୍ତି ।

ଅନ୍ୟର ପୁରୁଷ କିମ୍ବା ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବା :

ସ୍ବପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଜଣେ ବିବାହିତ ସ୍ବପ୍ନରେ ଜଣେ ଅପରିଚିତ ଅଜଣା ପୁରୁଷ କିମ୍ବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିବାର ଦେଖନ୍ତି , ତେବେ ଏହାକୁ ବଡ଼ ଅଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ । ଏହି ସ୍ବପ୍ନର ଅର୍ଥ ହେଉଛି, ସେହି ବ୍ୟକ୍ତି ବୈବାହିକ ଜୀବନରେ ଖୁସି ନୁହାନ୍ତି । ଅନ୍ୟ କୌଣସି ବ୍ୟକ୍ତିଙ୍କ ପ୍ରତି ଆକର୍ଷିତ ହେଉଛନ୍ତି । ଏଭଳି ପରିସ୍ଥିତିରେ, ଜୀବନସାଥୀ ସହିତ ଯଥାସମ୍ଭବ ସମୟ ବିତାଇବା ସହ ଦୁହେଁ ଦୁହିଁଙ୍କୁ ସମୟ ଦେବା । ନଚେତ ସମ୍ପର୍କରେ ଫାଟ ଆସିପାରେ ।

ଏହି ୱେବସାଇଟରେ ଦିଆଯାଇଥିବା ସମସ୍ତ ତଥ୍ୟ କେବଳ ଆପଣଙ୍କ ସୂଚନା ପାଇଁ । ଏହା ‘ଇଟିଭି ଭାରତ’ର ନିଜସ୍ବ ମତାମତ ନୁହେଁ ।

Last Updated : Aug 6, 2024, 6:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.