ETV Bharat / health

ବର୍ଷା ଋତୁରେ କିପରି ସତର୍କ ରହିବେ ଗର୍ଭବତୀ ମହିଳା ? କ'ଣ କହୁଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଡାକ୍ତର - HEALTH TIPS FOR PREGNANT WOMAN

author img

By ETV Bharat Odisha Team

Published : Aug 4, 2024, 6:24 PM IST

Monsoon Health Tips For Pregnant Ladies: ବର୍ଷା ଦିନେ ସଂକ୍ରମଣ ଅଧିକ ହୋଇଥାଏ । ବର୍ଷା ଋତୁରେ ଗର୍ଭବତୀ ମହିଳାମାନେ ମୁଖ୍ୟତଃ ସତର୍କ ରହିବା ଉଚିତ । ତେବେ ଗର୍ଭବତୀ ମହିଳାମାନେ କିଭଳି ସତର୍କ ରହିବେ । କେଭଳି ନିଜ ସହ ଗର୍ଭସ୍ଥ ଶିଶୁର ଯତ୍ନ ନେବେ ସେନେଇ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ କ'ଣ କହୁଛନ୍ତି ପଢ଼ନ୍ତୁ ।

Health Tips For Pregnant Ladies
Health Tips For Pregnant Ladies (ETV Bharat Odisha)

କେନ୍ଦ୍ରାପଡା: ବର୍ଷା ଦିନକୁ ସଂକ୍ରମଣ ହେବାର ଆଶଙ୍କା ବେଶୀ ଥାଏ । ତେଣୁ ବର୍ଷାଦିନେ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଇଥାଏ । ମୁଖ୍ୟତଃ ଗର୍ଭବତୀ ମହିଳାଙ୍କ ଅଧିକ ସତର୍କତାର ଅବଲମ୍ବନ କରିବା ଉଚିତ୍‌ । ଗର୍ଭବତୀ ମହିଳାମାନେ ଏହିଦିନ ଗୁଡିକରେ କିପରି ନିଜର ଓ ଗର୍ଭସ୍ଥ ଶିଶୁର ଯତ୍ନ ନେବେ ସେନେଇ ସୂଚନା ଦେଇଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ବରିଷ୍ଠ ଚିକିତ୍ସକ ଡାକ୍ତର ଦେବପ୍ରସାଦ ସାହୁ ।

ଗର୍ଭାବସ୍ଥାରେ କମ ଥାଏ ରୋଗ ପ୍ରତିରୋଧକାରୀ ଶକ୍ତି:

ଡାକ୍ତର ଦେବପ୍ରସାଦ ସାହୁଙ୍କ ପରାମର୍ଶ ମୁତାବକ,"ଗର୍ଭାବସ୍ଥାରେ ସାଧାରଣତଃ ରୋଗ ପ୍ରତିରୋଧକାରୀ ଶକ୍ତି କମ ରହୁଥିବା ସମୟ । ଗର୍ଭବତୀ ମହିଳାଙ୍କ ରୋଗ ପ୍ରତିରୋଧକାରୀ ଶକ୍ତି ସାଧାରଣ ଲୋକ ଠାରୁ ଯଥେଷ୍ଟ କମ ରହିଥାଏ । କାରଣ ଗର୍ଭସ୍ଥ ଶିଶୁଟି ପେଟରେ ବଢୁଥାଏ ଏବଂ ମାଆ ବା ଗର୍ଭବତୀ ମହିଳା ଜଣଙ୍କ ଯାହା ଖାଇଥାଏ ତାହା ଶିଶୁଟିଏ ମଧ୍ୟ ପାଇଥାଏ । ଯେଉଁଥିପାଇଁ ଗର୍ଭବତୀ ମହିଳାଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଅନ୍ୟମାନଙ୍କ ଅପେକ୍ଷା ଖୁବ କମ ହୋଇଥାଏ ।"

Health Tips For Pregnant Ladies
Health Tips For Pregnant Ladies (RKC)

ବର୍ଷାଦିନେ ଗର୍ଭବତୀ ମହିଳା କାହିଁକି ଅଧିକ ସାବଧାନ ହେବା ଉଚିତ:

ଗ୍ରୀଷ୍ମଋତୁରେ ସାଧାରଣତଃ ଧୂଳିକଣା ବାୟୁମଣ୍ଡଳରେ ଘୁରି ବୁଲୁଥାଏ । ବର୍ଷା ହେଲେ ଏହି ଧୂଳିକଣା ଜମାଟ ବାନ୍ଧି ଭୂପୃଷ୍ଠରେ ପଡିଥାଏ । ଯାହାକି ମଶାମାଛିଙ୍କ ବଂଶ ବିସ୍ତାର କରିବାରେ ସହାୟକ ହୋଇଥାଏ । ବର୍ଷାଦିନେ ଗର୍ଭବତୀ ମହିଳାମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ହୋଇଥାଏ । ପ୍ରଦୂଷିତ ଜଳ ବା ଅଶୁଦ୍ଧ ପାନୀୟ କାରଣରୁ ବିଭିନ୍ନ ଜଳବାହିତ ସଂକ୍ରମଣ ରୋଗ ଗର୍ଭବତୀମାନଙ୍କ ନିକଟରେ ଦେଖା ଯାଇଥାଏ । ଯାହାକି ଗର୍ଭବତୀ ମହିଳା ଓ ପେଟରେ ବଢୁଥିବା ଗର୍ଭସ୍ଥ ଶିଶୁ ପାଇଁ ବିପଦ ପାଲଟିପାରେ । ତେଣୁ ଏହି ସମୟରେ ବିଶୁଦ୍ଧ ପାଣି ବ୍ୟବହାର ଏବଂ ପିଇବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ଦେବପ୍ରସାଦ ସାହୁ ।

Health Tips For Pregnant Ladies
Health Tips For Pregnant Ladies (RKC)

ପ୍ରଦୂଷିତ ବାୟୁ ବାହିତ ରୋଗ ସଂକ୍ରମଣ ଆଶଙ୍କା ଅଧିକ:

ବର୍ଷାଦିନେ ଅପରିଷ୍କାର ପାଣି ସଂକ୍ରମଣ ଭଳି ଦୂଷିତ ବାୟୁ ଯୋଗୁଁ ସଂକ୍ରମଣର ଆଶଙ୍କା ଗର୍ଭବତୀଙ୍କ ନିକଟରେ ଅଧିକ ଥାଏ । ରୋଗ ପ୍ରତିରୋଧକ ଶକ୍ତି କମ ରହୁଥିବା କାରଣରୁ ଥଣ୍ଡା, ଛିଙ୍କ, ଜ୍ୱର ଓ କାଶ ମଧ୍ୟ ବ୍ୟାପିଥାଏ । ଏହାକୁ ଭାଇରାଲ ବା ଫ୍ଲୁ କୁହାଯାଇଥାଏ । ଏହି ରୋଗ ଗର୍ଭବତୀମାନଙ୍କୁ ଥରେ ବ୍ୟାପିଲେ ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ପାଇଁ ବିପଦ ହୋଇପାରେ । ଗର୍ଭବତୀ ମହିଳାମାନଙ୍କର ଜ୍ୱର ଓ କାଶ ହେଲେ ଗର୍ଭସ୍ଥ ଶିଶୁ ମଧ୍ୟ ଏହାର ଶିକାର ହୋଇଥାଏ । ଯାହାଫଳରେ କୌଣସି ପ୍ରକାର ଅଘଟଣ ଘଟିପାରେ ବୋଲି ଆଶଙ୍କା ରହିଥିବା କହିଛନ୍ତି ଡାକ୍ତର ଦେବପ୍ରସାଦ ସାହୁ ।

ବର୍ଷା ଦିନେ ମଶାମାଛି ବଂଶ ବୃଦ୍ଧି, ଗର୍ଭବତୀ ମହିଳାଙ୍କ ପାଇଁ ବିପଦଜ୍ଜନକ:

Health Tips For Pregnant Ladies
Health Tips For Pregnant Ladies (RKC)
ସାଧାରଣତଃ ବର୍ଷାଦିନେ ମାଛି ମାନେ ସେମାନଙ୍କ ବଂଶ ବିସ୍ତାର କରି ବିଭିନ୍ନ ଖାଦ୍ୟ ପଦାର୍ଥରେ ବସିଥାନ୍ତି । ମାଛି ବିଭିନ୍ନ ଅପରିଷ୍କାର ସ୍ଥାନରେ ବସି ସେଠାରୁ ଉଡି ଆସି ଖାଦ୍ୟ ପଦାର୍ଥରେ ବସିବା ଏବଂ ସେହି ଖାଦ୍ୟକୁ ଖାଇବା ଦ୍ୱାରା ଗର୍ଭବତୀ ମହିଳା ବିଭିନ୍ନ ପେଟରୋଗ ଏବଂ ହଇଜା ଓ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହେବା ଦେଖାଯାଇଥାଏ । ଯେଉଁଥିପାଇଁ ଉଭୟ ଗର୍ଭବତୀ ଓ ଗର୍ଭସ୍ଥ ଶିଶୁଙ୍କ ଜୀବନ ଉପରେ ବିପଦ ସୃଷ୍ଟି କରିଥାଏ । ସେହିପରି ମଶାମାନେ ମଧ୍ୟ ଏହି ସମୟରେ ବଂଶ ବଢ଼ାଉଥିବାରୁ ସେଥିପ୍ରତି ସଚେତନ ହେବା ଆବଶ୍ୟକ । ମଶା କାମୁଡିବା ଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ହେଲେ ଗର୍ଭବତୀ ମହିଳାମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଥାଏ ।

ବର୍ଷାଦିନେ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁଙ୍କ ପାଇଁ କ'ଣ ରହିଛି ସତର୍କତା ଏବଂ ପ୍ରତିକାର:

ବର୍ଷାଦିନ ପାଇଁ ଗର୍ଭବତୀ ମହିଳାମାନେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ଥିବା ପୁଷ୍ଟିକ ଆହାର ସହ ଫଳ ଏବଂ ସବୁଜ ପନିପରିବା ଖାଇବା ଉଚିତ । ଏଥିସହ ବିଭିନ୍ନ କିସମର ଶାଗ ମଧ୍ୟ ଖାଇବା ଉଚିତ । ସେହିପରି ମାଛିଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଘୋଡା ଯାଇଥିବା ଅଳ୍ପ ଉଷୁମ ଖାଦ୍ୟ ଖାଇବା ଉଚିତ । ମଶାଙ୍କ କବଳରୁ ରକ୍ଷା ପାଇବା ପାଇଁ କୌଣସି ପ୍ରକାର ମଶା ଧୂପ ଏବଂ ଲିକ୍ୱଡ଼ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ସହ କେବଳ ମଶାରୀ ଟାଙ୍ଗି ଶୋଇବା ଉଚିତ । ଘରର ଆଖପାଖରେ ପାଣି ଜମିଥିଲେ ଏହାକୁ ସଫା କରିବା ଉଚିତ । ସାଧାରଣତଃ ଦୂଷିତ ପାଣି ବ୍ୟବହାର ଦ୍ୱାରା ଥଣ୍ଡା, ଛିଙ୍କ ଭଳି ସଂକ୍ରାମକ ରୋଗ ବ୍ୟାପିଥାଏ । ତେଣୁ ଯଥାସମ୍ଭବ ଏହାଠାରୁ ଦୂରେଇ ରହିବା ଉଚିତ । ଅନ୍ୟପଟେ ଯଦି ଗର୍ଭବତୀ ମହିଳାଙ୍କୁ କୌଣସି ପ୍ରକାର ସଂକ୍ରାମକ ରୋଗ ହୁଏ ତେବେ ପ୍ରାକୃତିକ ଉପାୟରେ ଏହାର ପ୍ରାଥମିକ ଚିକିତ୍ସା କରାଯିବା ଉଚିତ, ନଚେତ ପାରସିଟାମଲ ବ୍ୟବହାର ସର୍ବନିମ୍ନ କରାଯିବା ଉଚିତ ବୋଲି କହିଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଡାକ୍ତର ଦେବପ୍ରସାଦ ସାହୁ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.