ETV Bharat / health

ଉତ୍ତମ ନିଦ୍ରା ପାଇଁ ଜରୁରୀ ମେଲାଟୋନିନ, ଏହି ଉପାୟରେ ବଢ଼ାନ୍ତୁ ସ୍ତର - ଉତ୍ତମ ନିଦ୍ରା ପାଇଁ ଜରୁରୀ ମେଲାଟୋନିନ

Sleep Hormone: ଅନେକ କାରଣ ପାଇଁ ପ୍ରଭାବିତ ହୋଇଥାଏ ନିଦ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଉତ୍ତମ ନିଦ୍ରା ପାଇଁ ଜରୁରୀ ମେଲାଟୋନିନ । ଅଧିକ ପଢନ୍ତୁ

Sleep Hormone
Sleep Hormone
author img

By ETV Bharat Odisha Team

Published : Jan 24, 2024, 12:36 PM IST

ହାଇଦ୍ରାବାଦ: ଶରୀରକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଆହାର, ନିୟମିତ ବ୍ୟାୟମ ସାଙ୍ଗକୁ ନିଦ୍ରାର ଆବଶ୍ୟକତା ମଧ୍ୟ ରହିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଜଣେ ବ୍ୟକ୍ତି ରାତିରେ 6ରୁ 8 ଘଣ୍ଟା ଶୋଇବା ଉଚିତ । ଏହାଦ୍ବାରା କେବଳ ମାନସିକ ସ୍ବାସ୍ଥ୍ୟ ଠିକ୍ ରୁହେ ନାହିଁ ବରଂ ରକ୍ତଚାପ, ହାର୍ଟରେଟ ମଧ୍ୟ ସଠିକ ରହିଥାଏ । କିନ୍ତୁ ପରିବର୍ତ୍ତିତ ଜୀବନଶୈଳୀ ଏବଂ ଖାଦ୍ୟଶୈଳୀରେ ପରିବର୍ତ୍ତନ ଯୋଗୁଁ ନିଦ୍ରାରେ ସମସ୍ୟା ଦେଖାଯାଉଛି ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଉତ୍ତମ ଏବଂ ଆରାମଦାୟକ ନିଦ ପାଇଁ ମେଲାଟୋନିନ ଆବଶ୍ୟକ ହୋଇଥାଏ । ସଠିକ ନିଦ ହେବା ପାଇଁ ଏହି ହରମୋନର ଆବଶ୍ୟକତା ରହିଥାଏ । ପ୍ରାକୃତିକ ଭାବେ ଶରୀରରେ ଏହି ହରମୋନ ତିଆରି ହୋଇଥାଏ । ଯେତେବେଳେ ଜଣେ ବ୍ୟକ୍ତି ଅନ୍ଧାରରେ ରହିଥାଏ ସେତେବେଳେ ଏହି ହରମୋନ ଉତ୍ପାଦିତ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଏହି ହରମୋନ ନିଦ୍ରାହୀନତା ସମସ୍ୟା ଦୂର କରିବା ସହିତ ଶ୍ରୀଘ୍ର ନିଦ ଲାଗିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଗୋଟିଏ ଦିନ ମଧ୍ୟ ସଠିକ ଭାବେ ନିଦ ନହେଲେ କ୍ଲାନ୍ତ, କ୍ରୋଧିତ ଏବଂ ବିରକ୍ତିଭାବ ଆସିଥାଏ । କିଛି ସମୟ ଧରି ଏଭଳି ସମସ୍ୟା ଲାଗି ରହିଲେ ଏହାର ପ୍ରଭାବ ସାମଗ୍ରିକ ସ୍ବାସ୍ଥ୍ୟ ଉପରେ ପଡିଥାଏ । ତେଣୁ ସ୍ବାଭାବିକ ଭାବେ ଶରୀରରରେ ମେଲାଟୋନିନ ସ୍ତରକୁ ବଜାୟୀ ରଖିବା ଉଚିତ ବୋଲି କୁହାଯାଇଛି ।

ଶରୀର ପାଇଁ ଆବଶ୍ୟକ ସୂର୍ଯ୍ୟକିରଣ: ପ୍ରତିଦିନ ଖରାରେ କିଛି ସମୟ ବିତାଇବା ଦ୍ବାରା କେବଳ ଭିଟାମିନ୍ ଡି ମିଳେ ନାହିଁ ବରଂ ଶରୀରରେ ଏହା ମେଲାଟୋନିନ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ସକାଳୁ ଅତି କମରେ 15 ମିନିଟ ସୂର୍ଯ୍ୟକିରଣରେ ରହିବା ଆବଶ୍ୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଏହା ଦ୍ବାରା ଶରୀରରେ ମେଲାଟୋନିନ ସ୍ତର ସଠିକ ରହିବା ସହିତ ରାତିରେ ନିଦ୍ରା ସମସ୍ୟା ମଧ୍ୟ ଦୂର ହୋଇଥାଏ । ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ପୋଷକ ତତ୍ତ୍ୱ ମଧ୍ୟ ବୃଦ୍ଧି ପାଇଥାଏ ।

ଏହା ମଧ୍ୟ ପଢନ୍ତୁ: ମେଲାଟୋନିନକୁ ପ୍ରଭାବିତ କରିଥାଏ ଆଲୋକର ମାତ୍ରା

ଶୋଇବା ସମୟରେ ଅନ୍ଧାର ରଖନ୍ତୁ କୋଠରୀ: ଭଲ ନିଦ ପାଇବା ଏବଂ ମେଲାଟୋନିନ୍ ସ୍ତର ବୃଦ୍ଧି କରିବା ପାଇଁ କୋଠରୀକୁ ଅନ୍ଧକାର ରଖିବା ଜରୁରୀ ଅଟେ । କୋଠରୀକୁ ଅନ୍ଧାର ଏବଂ ଶାନ୍ତ ରଖିବା ଦ୍ୱାରା ମେଲାଟୋନିନ୍ ଉତ୍ପାଦନରେ ଉନ୍ନତି ହୁଏ ନିଦ ମଧ୍ୟ ଭଲ ହୋଇଥାଏ । କୋଠରୀକୁ ଅନ୍ଧାରରେ ରଖିବା ଦ୍ୱାରା ରାତିରେ ନିଦରେ ବ୍ୟାଘାତ ହୁଏ ନାହିଁ ।

ସ୍କ୍ରିନ ଟାଇମକୁ କମାଇବା ଜରୁରୀ: ଆଜିକା ସମୟରେ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବ୍ୟକ୍ତିବିଶେଷ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟରେ ଅଧିକ ସମୟ ବିତାଇ ଥାଆନ୍ତି । ଏହା ଦ୍ବାରା ମଧ୍ୟ ନିଦ ପ୍ରଭାବିତ ହୋଇଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଶୋଇବା ସମୟର ଏକ ଘଣ୍ଟା ପୂର୍ବରୁ ଗ୍ୟାଜେଟ ଠାରୁ ଦୂରରେ ରହିବା ଉଚିତ । କାରଣ ଏହାର କିରଣ ମେଲାଟୋନିନ୍ ଉତ୍ପାଦନକୁ ପ୍ରଭାବିତ କରିଥାଏ । ସ୍କ୍ରିନ୍ ସମୟ କେବଳ ଶୋଇବା ସମସ୍ୟାକୁ ବୃଦ୍ଧି କରେ ନାହିଁ ବରଂ ଶରୀରରେ ଅନେକ ସମସ୍ୟାର ଆଶଙ୍କାକୁ ମଧ୍ୟ ବୃଦ୍ଧି କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.