ETV Bharat / health

ଶୁଭ କାମରେ ଯାଉଛନ୍ତି କି ? ଘରୁ ବାହାରିବା ପୂର୍ବରୁ ଖାଆନ୍ତୁ ଏହି ଜିନିଷ, ପାଇବେ ସଫଳତା - Eat These Things Before Exit Home

author img

By ETV Bharat Odisha Team

Published : Jul 9, 2024, 5:57 PM IST

Cloves, Cardamom And Sugar candy Benefits: ବେଳେବେଳେ ଆମେ କିଛି ଭଲ କାମ ପାଇଁ ଘରୁ ବାହାରକୁ ଯାଇଥାଉ, ହେଲେ ସେହି କାମ ପୁରା ହୋଇନଥାଏ କିମ୍ୱା ଆମର ସଫଳ ପାଇନଥାଉ କିମ୍ୱା ଆମର ଅନେକ କ୍ଷତି ହୋଇଥାଏ । ଫଳରେ ଆମେ ଦିନଟିକୁ ଅଶୁଭ ଦିନ ବୋଲି କହୁଥାଉ । ଆପଣଙ୍କ କ୍ଷେତ୍ରରେ ମଧ୍ୟ ଏପରି ହୋଇଛି କି ? ଯଦି ଆପଣ ବି ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ ଆପଣ ଘରୁ ବାହାରିବା ପୂର୍ବରୁ କିଛି ପଦକ୍ଷେପ ଅନୁସରଣ କଲେ ଲାଭ ପାଇପାରିବେ ଏବଂ କାମରେ ଆପଣ ସଫଳତା ହାସଲ କରିବେ ? ତାହା କ'ଣ ? ଜାଣନ୍ତୁ ଏହି ଆର୍ଟିକିଲରେ,

ଶୁଭ କାମରେ ଘରୁ ବାହାରିବା ପୂର୍ବରୁ ଖାଆନ୍ତୁ ଏହି ଜିନିଷ, ପାଇବେ ସଫଳତା
ଶୁଭ କାମରେ ଘରୁ ବାହାରିବା ପୂର୍ବରୁ ଖାଆନ୍ତୁ ଏହି ଜିନିଷ, ପାଇବେ ସଫଳତା (ETV Bharat Odisha)

ହାଇଦ୍ରାବାଦ: କଥାରେ ଅଛି, ଯେକୌଣସି ବ୍ୟକ୍ତି ଜୀବନରେ ସଫଳ ହେବା ପାଇଁ, ତାଙ୍କ ପରିଶ୍ରମ ସହ ଭାଗ୍ୟର ସାଥ୍ ମଧ୍ୟ ଜରୁରୀ । ପ୍ରାୟତଃ ଲୋକମାନେ ଭଲ ମନ୍ଦ, ଶୁଭ ଏବଂ ଅଶୁଭ ଉପରେ ବହୁତ ବିଶ୍ୱାସ କରନ୍ତି । ଏହି ବିଷୟରେ ଆମ ଦେଶରେ ଲୋକଙ୍କ ଅନେକ ପ୍ରକାରର ବିଶ୍ୱାସ ରହିଛି । ଲୋକମାନେ ଯେତେ ପରିଶ୍ରମ ସହ ଭାଗ୍ୟ ଉପରେ ବି ବିଶ୍ୱାସ କରନ୍ତି । ଉଦାହରଣ ସ୍ୱରୂପ, କୌଣସି ଭଲ କାମ ପାଇଁ ଘରୁ ବାହାରିବା ପୂର୍ବରୁ ଲୋକମାନେ ଈଶ୍ବରଙ୍କ ଆଶୀର୍ବାଦ ଓ ଘରର ବରିଷ୍ଠଙ୍କ ଆଶୀର୍ବାଦ ନେଇଥାନ୍ତି । ଅନେକ ଦହି ମଧ୍ୟ ଖାଇଥାନ୍ତି । ଯାହାଫଳରେ ସେମାନେ ଯେଉଁ କାର୍ଯ୍ୟ ପାଇଁ ଯାଉଛନ୍ତି ତାହା ସଫଳ ହୁଏ ବୋଲି ମାନିଥାନ୍ତି । ଏପରି ସମୟରେ ଆପଣ ଜାଣନ୍ତି କି, ରୋଷେଇ ଶାଳର କିଛି ସାମଗ୍ରୀ ରହିଛି ଯାହାକୁ ଖାଇ ଘରୁ ବାହାରିଲେ ଆପଣଙ୍କ ଦିନ ଶୁଭ ହେବା ସହ କାମରେ ସଫଳତା ସହ ଲାଭ ପାଇବେ । ତାହା କ'ଣ ? ଜାଣନ୍ତୁ

ଲବଙ୍ଗ
ଲବଙ୍ଗ (ETV Bharat Odisha)

ଘରୁ ବାହାରିଲା ବେଳେ କ'ଣ ଖାଇବେ ?

ସାଧାରଣତଃ ପ୍ରତ୍ୟେକ ଘରର ରୋଷେଇ ଘରେ ଲବଙ୍ଗ, ଅଳେଇଚ ଏବଂ ମିଶ୍ରି ଆଦି ରହିଛି । ଏହା ମସଲା ଭାବରେ ମଧ୍ୟ ବ୍ୟବହୃତ ହୁଏ । ଉଭୟ ଲବଙ୍ଗ ଏବଂ ଅଳେଇଚ ଖାଦ୍ୟର ସ୍ୱାଦକୁ ବଢାଇଥାଏ ଯଦି ଆପଣ ଉଭୟକୁ ଏକାଠି ଖାଆନ୍ତି ଏବଂ ଏଥିରେ ମିଶ୍ରି ମିଶାନ୍ତି, ତେବେ ଖାଇବାର ସ୍ୱାଦ ଦ୍ୱିଗୁଣିତ ହୋଇଯାଏ । ଏହା ସୁସ୍ଥ ସ୍ୱାସ୍ଥ୍ୟକ୍ଷେତ୍ରରେ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବେଳେ ଏହାକୁ ଆପଣ ଘରୁ ବାହାରିବା ପୂର୍ବରୁ ଏକାଠି ଖାଇଲେ ମଧ୍ୟ ଅନେକ ଲାଭ ମିଳିଥାଏ । ଆପଣଙ୍କ ଅଧୁରା କାମ ପୁରା ହେବା ସହ ସଫଳତା ପାଇବେ ।

ସ୍ୱାଦ ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ

ଲବଙ୍ଗ ଏବଂ ଅଳେଇଚ ଖାଦ୍ୟରେ ସ୍ୱାଦ ଦେଇଥାଏ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ବିବାହିତ ପୁରୁଷମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ । ଏହା ହେଉଛି ଆୟୁର୍ବେଦରେ ବର୍ଷ ବର୍ଷ ଧରି ବ୍ୟବହୃତ ହୋଇଆସୁଛି । ଖାଦ୍ୟର ସ୍ୱାଦ ବଢାଇବା ପାଇଁ ଲୋକମାନେ ଲବଙ୍ଗ ଏବଂ ଅଳେଇଚ ବ୍ୟବହାର କରନ୍ତି, କିନ୍ତୁ ଅନେକ ଉପାୟରେ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।

ଗୁଜୁରାତି
ଗୁଜୁରାତି (ETV Bharat Odisha)

ପୋଷକ ତତ୍ତ୍ୱରେ ଭରପୂର

ଲବଙ୍ଗରେ ଭଲ ପରିମାଣରେ କ୍ଲୋଭ୍-ଏରସ, ମାଙ୍ଗାନିଜ୍, ଭିଟାମିନ୍ K, ପୋଟାସିୟମ୍, ବିଟା କାରୋଟିନ୍ ଏବଂ ପ୍ରୋଟିନ୍ ଅଧିକ ମାତ୍ରାରେ ରହିଛି । ଏହା ବ୍ୟତୀତ ଲବଙ୍ଗରେ ଫାଇବର ଏବଂ କାର୍ବୋହାଇଡ୍ରେଟ୍ ମଧ୍ୟ ରହିଛି । ଲବଙ୍ଗ ପରି ଅଳେଇଚରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ B-6, ପ୍ରୋଟିନ୍, ଫାଇବର ଏବଂ ନିୟାସିନ୍ ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଯଦି ଆପଣ ଲବଙ୍ଗ ଏବଂ ଅଳେଇଚ ସହ ମିଶ୍ରି ଖାଉଛନ୍ତି, ତେବେ ଆପଣ ଏଥିରୁ ଅନେକ ସ୍ୱାସ୍ଥ୍ୟ ଲାଭ ପାଇପାରିବେ ।

ଲବଙ୍ଗ-ଅଲେଇଚର ଧାର୍ମିକ ଗୁରୁତ୍ୱ

ଲବଙ୍ଗ-ଅଲେଇଚ କେବଳ ସ୍ୱାଦ ଏବଂ ସ୍ୱାସ୍ଥ୍ୟ ପାଇଁ ବ୍ୟବହୃତ ହୁଏ ତାହା ନୁହେଁ ଏହାର ଧାର୍ମିକ ଗୁରୁତ୍ୱ ମଧ୍ୟ ରହିଛି । ଘରୁ ନକାରାତ୍ମକ ଶକ୍ତି ହଟାଇବା ପାଇଁ ଲବଙ୍ଗ ମଧ୍ୟ ବ୍ୟବହୃତ ହୁଏ । ନବରାତ୍ରୀ ସମୟରେ ମା' ଦୁର୍ଗାଙ୍କୁ ଲବଙ୍ଗ ଅର୍ପଣ କରିବା ମଧ୍ୟ ବିଶେଷ ମହତ୍ତ୍ୱ ବୋଲି କୁହାଯାଏ । ବିଶ୍ୱାସ କରାଯାଏ ଯେ ଦେବୀ ଦୁର୍ଗାଙ୍କୁ ଏକ ଯୁଗଳ ଲବଙ୍ଗ ଅର୍ପଣ କରି ଜଣେ ଆବଶ୍ୟକୀୟ ଫଳାଫଳ ପାଇଥାଏ । ଏହା ବ୍ୟତୀତ ଲବଙ୍ଗ ଏବଂ ଅଳେଇଚର ପ୍ରତିକାର ଘରେ ସୁଖ ଏବଂ ସମୃଦ୍ଧି ଆଣିଥାଏ । ଧନ ହାସଲ କରିବା, ଅସୁବିଧାରୁ ମୁକ୍ତି ପାଇବା ଏବଂ ଭାଗ୍ୟକୁ ଦୃଢ କରିବା ପାଇଁ ଲବଙ୍ଗ ବ୍ୟବହୃତ ହୁଏ । ଏହା ମଧ୍ୟ ବିଶ୍ୱାସ ମଧ୍ୟ ଅଛି ଯେ ରାହୁ-କେତୁଙ୍କର ଖରାପ ପ୍ରଭାବ ଲବଙ୍ଗ ସାହାଯ୍ୟରେ ହ୍ରାସ କରାଯାଇପାରେ । ୪୦ ଦିନ ପାଇଁ ଶିବଲିଙ୍ଗ ଉପରେ ଲବଙ୍ଗ ଅର୍ପଣ କଲେ ସମସ୍ତ ଖରାପ ପ୍ରଭାବ ଦୂର ହୋଇଥାଏ ।

ମିଶ୍ରି
ମିଶ୍ରି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: ପ୍ରତିଦିନ ଖାଆନ୍ତୁ ଡ୍ରାଗନ୍ ଫ୍ରୁଟ, ତ୍ୱଚା ଗ୍ଲୋ ସହ ଏହି ଗମ୍ଭୀର ରୋଗ ହେବ ଦୂର

ସଫଳତାରେ ମଧ୍ୟ ସହାୟକ ହୁଏ ଲବଙ୍ଗ-ଅଲେଇଚ

ଯଦି ଆପଣ ଘରୁ ବାହାରକୁ ଯାଉଛନ୍ତି ତେବେ ଲବଙ୍ଗ, ଅଳେଇଚ ଏବଂ ମିଶ୍ରି ଖାଇବାକୁ ଭୁଲନ୍ତୁ ନାହିଁ । ବିଶେଷକରି ଯେତେବେଳେ ଆପଣ କିଛି ଶୁଭ କାମ କରିବାକୁ ଯାଉଛନ୍ତି ଏବଂ ଯଦି ଆପଣ ଏହି ୩ଟି ଜିନିଷ ଖାଆନ୍ତି, ତେବେ ଆପଣଙ୍କର ସମସ୍ତ କାର୍ଯ୍ୟ ବହୁତ ଭଲ ହେବ । ଯଦିଓ ଆପଣଙ୍କ କାର୍ଯ୍ୟରେ କିଛି ବାଧା ଅଛି, ତାହା ନ ରହି ଏହା ସମ୍ପୂର୍ଣ୍ଣ ହୋଇଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.