ETV Bharat / health

ଶୋଇବା ପୂର୍ବରୁ ମଦ ପିଇଲେ ସୁଖନିଦ୍ରା ହୁଏ କି ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ - IMPACT OF ALCOHOL FOR QUALITY SLEEP

author img

By ETV Bharat Odisha Team

Published : Jul 11, 2024, 3:19 PM IST

NEED OF ALCOHOL FOR QUALITY SLEEP: ସୁସ୍ଥ ଜୀବନ ଶୈଳୀରେ ଭଲ ନିଦ ଏକ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇଥାଏ । କିଛି ଲୋକ ଭଲ ନିଦ ପାଇଁ ମଦ ସେବନ କରିଥାନ୍ତି । ଜାଣନ୍ତୁ ଏନେଇ କଣ କହୁଛନ୍ତି ଏକ୍ସପର୍ଟ ।

NEED OF ALCOHOL FOR QUALITY SLEEP
NEED OF ALCOHOL FOR QUALITY SLEEP (ETV Bharat Odisha)

ହାଇଦ୍ରାବାଦ: ଦିନସାରା କର୍ମମୟ ଜୀବନରୁ କ୍ଲାନ୍ତ ଅବଶ ହେବା ପରେ ରାତ୍ରି ସମୟରେ ସୁଖ ନିଦ୍ରା ଅତି ଆବଶ୍ୟକ ହୋଇଥାଏ । ମାତ୍ର ବିଭିନ୍ନ କାରଣରୁ ସମସ୍ତଙ୍କୁ ସହଜରେ ସୁଖମୟ ନିଦ ମିଳିନଥାଏ, ଯାହା ପାଇଁ ସେମାନେ ଦିନତମାମ ଥକ୍କା ଓ ଅଳସୁଆପଣ ଅନୁଭବ କରିଥାନ୍ତି । ଅନେକ ଲୋକ ଭଲ ନିଦ ପାଇଁ ବିଭିନ୍ନ ପ୍ରକାର ନିଦ ବଟିକା ସେବନ କରିଥାନ୍ତି । ଆହୁରି ମଧ୍ୟ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ନିଜର କ୍ଲାନ୍ତପଣକୁ ଦୂରେଇ ଭଲ ନିଦ ପାଇଁ ମଦ ସେବନ କରିଥାନ୍ତି । ତେବେ ଭଲ ନିଦ ପାଇଁ ମଦ କେତେମାତ୍ରାରେ ପ୍ରଭାବୀ ଆସନ୍ତୁ ଜାଣିବା ।

ଏହି ସମ୍ପର୍କରେ ବିଶେଷଜ୍ଞମାନେ କହିବା ଅନୁସାରେ ଏହା ବାସ ଏକ ମନଗଢା କାହାଣୀ ଛଡ଼ା ଆଉ କିଛି ନୁହଁ । ସେମାନଙ୍କ ମତରେ ଶୋଇବା ପୂର୍ବାରୁ ମଦ ପିଇବା କ୍ଷତିକାରକ ଅଟେ କାମ ଯଦି ନ ଆପଣ ନିଶାବଶତଃ ଶୋଇ ବି ଯାଆନ୍ତି, ତଥାପି ଆପଣଙ୍କ ଶରୀରକୁ ଆରାମ ମିଳିପାରିନଥାଏ ଯାହା ଆପଣଙ୍କୁ ସ୍ବାଭାବିକ ଭାବେ ଆବଶ୍ୟକ ହୋଇଥାଏ । ଶୋଇବା ପୂର୍ବରୁ ମଦ୍ୟପାନ ଆପଣଙ୍କର ଆର ଇ ଏମ୍‌ (ରାପିଡ଼ ଆଇ ମୁଭମେଣ୍ଟ) ନିଦରେ ବ୍ୟାଘାତ ସୃଷ୍ଟି କରିଥାଏ । ଏହା ବ୍ୟତୀତ, ଯଦି ବା ଆପଣ ନିଶାରେ ଶୋଇପଡିଥାନ୍ତି, କିନ୍ତୁ କିଛି ସମୟର ବ୍ୟବଧାନ ପରେ ଆପଣଙ୍କ ଶରୀରରୁ ମଦର ପରିମାଣ ଅବଶୋଷିତ ହେବାକୁ ଆରମ୍ଭ କଲେ ଆପଣଙ୍କୁ ବାରମ୍ବାର ପରିଶ୍ରା ଲାଗିଥାଏ, ଯାହା ଫଳରେ ଆପଣଙ୍କ ନିଦ ଭାଙ୍ଗିଥାଏ । ଏହା ଛଡ଼ା ଆପଣ ମଦର ପେଗ୍‌ କେତେବେଳେ ନେଉଛନ୍ତି ଓ କେତେ ମାତ୍ରାର ନେଉଛନ୍ତି ତାହାର ପ୍ରଭାବ ଆପଣଙ୍କର ନିଦ ଉପରେ ପଡିଥାଏ ।

ଏହା ମଧ୍ୟ ପଢନ୍ତୁ... ଗୁପଚୁପ ଖାଇଲେ ହେବ କ୍ୟାନସର ! ଖଟାପାଣିରେ ମିଶୁଛି ମାରାତ୍ମକ କେମିକାଲ - Gupchup causes Cancer

୨୦୧୮ରେ ଜର୍ଣ୍ଣାଲ ଅଫ କ୍ଲିନିକଲ ସ୍ଲିପ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଯେଉଁ ଲୋକ ମାନେ ରାତିରେ ମଦ ପିଇନ୍ତି ସେମାନେ ମଦ ପିଉନଥବା ଲୋକଙ୍କ ତୁଳନାରେ କମ୍‌ ଶୋଇଥାନ୍ତି ଓ ଦିନତମାମ ଥକ୍କାପଣ ଅନୁଭବ କରିଥାନ୍ତି । ଏହି ରିସର୍ଚ୍ଚରେ ଆମେରିକାର କେଣ୍ଟୁକି ବିଶ୍ବବିଦ୍ୟାଳୟର ସେଣ୍ଟର ଫର ସ୍ଲିପ ମେଡିସିନର ନିର୍ଦ୍ଦେଶକ ଡ଼ ଚାର୍ଲସ ଷ୍ଟେମ୍ପ ମଧ୍ୟ ସାମିଲ ହୋଇଥିଲେ । ତାଙ୍କ ମତରେ ମଦ ନିଦରେ ବାଧକ ସାଜିଥାଏ । ରାତିରେ ନିଦ ନ ଆସିବା ପାଇଁ କୌଣସି ଗୋଟିଏ କାରଣ ଯଥେଷ୍ଟ ହୋଇନପାରେ । ଏଥି ପାଇଁ ଅନେକ ରୋଗ ମଧ୍ୟ ଦାୟୀ ହୋଇଥାନ୍ତି । ନିଦ୍ରାର ଅଭାବ ହୃଦରୋଗ, ଲିଭର ସମ୍ବନ୍ଧିତ ସମସ୍ୟା, ମଧୁମେହ, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସହ ଯୁଝିବାକୁ ପଡିଥାଏ । ଏଥିପାଇଁ ସମ୍ଭବ ଅନୁଯାଯୀ ରାତିରେ ଦୁଇ ପେଗ୍‌ ସେବନର ଅଭ୍ୟାସକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ପରାମର୍ଶ ଦିଆଯାଇଥାଏ ।

ବି.ଦ୍ର: ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟା ଓ ପରାମର୍ଶ କେବଳ ଆପଣଙ୍କୁ ବୁଝାଇବା ଉଦ୍ଦେଶ୍ୟରେ ଦିଆଯାଇଛି । ଏହି ତଥ୍ୟ ବୈଜ୍ଞାନିକ ଶୋଧ, ଅଧ୍ୟୟନ, ଚିକିତ୍ସା ଓ ପେଶାଦାର ଚିକିତ୍ସକଙ୍କ ପରାମର୍ଶ ଆଧାରରେ ପ୍ରଦାନ କରାଯାଇଛି । ଏହାକୁ ଆପଣାଇବା ପୂର୍ବରୁ ନିଜର ଡାକ୍ତରଙ୍କ ପରାମର୍ଶ ନେବା ବିଧେୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.