ETV Bharat / health

ଡାଇବେଟିସ୍ ରୋଗୀ ପାନ ଖାଇବା ଠିକ୍ କି ? ଏମିତି କହିଲେ ବିଶେଷଜ୍ଞ - Can diabetes patients eat paan

author img

By ETV Bharat Odisha Team

Published : 13 hours ago

Can diabetes patients eat paan: ଡାଇବେଟିସ୍ ରୋଗୀ ପାନ ଖାଇବା ଠିକ୍ କି ? ପାନ ଖାଇଲେ କ'ଣ ହୁଏ ? କ'ଣ ସବୁ ସ୍ବାସ୍ଥ୍ୟଗତ ଫାଇଦା ମିଳିଥାଏ, ଜାଣନ୍ତୁ ଏହି ଖବରରେ

ଡାଇବେଟିସ୍ ରୋଗୀ ପାନ ଖାଇବା ଠିକ୍ କି ? ଏମିତି କହିଲେ ବିଶେଷଜ୍ଞ
ଡାଇବେଟିସ୍ ରୋଗୀ ପାନ ଖାଇବା ଠିକ୍ କି ? ଏମିତି କହିଲେ ବିଶେଷଜ୍ଞ (ETV Bharat)

Can diabetes patients eat paan: ବହୁ ପ୍ରାଚୀନ କାଳରୁ ଭାରତୀୟ ସଂସ୍କୃତିର ଏକ ଅଂଶ ହୋଇରହିଛି ପାନ । ବିବାହଠାରୁ ନେଇ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ, ପର୍ବପର୍ବାଣି ଓ ଉତ୍ସବରେ ପାନ ବ୍ୟବହାର ହୋଇଥାଏ । ଯୁବକ ହୁଏନ୍ତୁ ଅବା ବୃଦ୍ଧବୃଦ୍ଧା, ପାନର ଆଦୃତି ସବୁଠି । ଓଡ଼ିଶାର ଗଣପର୍ବ ରଜରେ ଦୋଳି ସହ ରଜପାନ ମୁଖ୍ୟ ଆକର୍ଷଣ । ତେବେ ଆପଣ ଜାଣନ୍ତି କି, ପାନ କେବଳ ସ୍ବାଦରେ ନୁହେଁ ବରଂ ସ୍ବାସ୍ଥ୍ୟ ପାଇଁ ବି କେତେ ଉପକାରୀ ? ଡାଇବେଟିସ୍ ନିୟନ୍ତ୍ରଣରୁ ଆରମ୍ଭ କରି ମାନସିକ ଚାପ ଦୂର କରିବା ଯାଏଁ, ଏହି ସାଧାରଣ ଦିଶୁଥିବା ପାନ ପତ୍ରରେ ରହିଥିବା ଔଷଧୀୟ ଗୁଣ ଚମତ୍କାର ସ୍ବାସ୍ଥ୍ୟଗତ ଫାଇଦା ଦିଏ ।

ପାନ ପତ୍ରରେ ଡାଇବେଟିସ୍, ହୃଦଜନିତ ରୋଗ, ଆଣ୍ଟି ଇନଫ୍ଲାମେଟୋରୀ, ଆଣ୍ଟି ଅଲସର ଓ ଆଣ୍ଟି-ଇନଫେକ୍ସନ ଗୁଣ ରହିଛି । ପ୍ରତି 100 ଗ୍ରାମ ପାନ ପତ୍ରରେ 1.3 ମାଇକ୍ରୋଗ୍ରାମ ଆୟୋଡିନ, 4.6 ମାଇକ୍ରୋଗ୍ରାମ ପୋଟାସିୟମ, 2.9 ଏମସିଜି ଭିଟାମିନ-ଏ, 13 ମାଇକ୍ରୋଗ୍ରାମ ଭିଟାମିନ ବି1 ଓ 0.63ରୁ 0.89 ମାଇକ୍ରୋଗ୍ରାମ ନିକୋଟିନିକ ଏସିଡ ଥାଏ ।

ମୁମ୍ବାଇ ସ୍ଥିତ ନିରୋଗ ଆୟୁର୍ବେଦିକ ଚିକିତ୍ସାଳୟର ଚିକିତ୍ସକ ଡଃ ମନୀଷ କାଲେ କୁହନ୍ତି, ଆୟୁର୍ବେଦରେ ପାନ ପତ୍ରକୁ ଖୁବ୍ ଜରୁରୀ ଜଡି ବୁଟି ଭାବେ ଗ୍ରହଣ କରାଯାଏ । ଏହାର ଉଲ୍ଲେଖ ଚରକ ସଂହିତା ଓ ସୁଶ୍ରୁତ ସଂହିତାରୁ ମିଳେ । ପାନ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ଅନେକ ରୋଗର ଚିକିତ୍ସାରେ ସହାୟକ ହୋଇଥାଏ । କେବଳ ଔଷଧ ଭାବେ ନୁହେଁ ବରଂ ପ୍ରତିଦିନ ଆହାର ଭାବେ ଏହାର ସୀମିତ ସେବନ ଦ୍ବାରା ଶରୀରକୁ ଅନେକ ଫାଇଦା ମିଳିପାରେ ।

ଡାଇବେଟିସ୍ ନିୟନ୍ତ୍ରଣ:

ପାନ ପତ୍ରରେ ଆଣ୍ଟି-ହାଇପରଗ୍ଲାଇସେମିକ ଗୁଣ ଥାଏ, ଯାହା ସୁଗାର ନିୟନ୍ତ୍ରିତ କରିବାରେ କାର୍ଯ୍ୟ କରେ । ଏହା ରକ୍ତରେ ଗ୍ଲୁକୋଜ ମାତ୍ରା ବଢିବାରୁ ରୋକିଥାଏ । ଟାଇପ୍-2 ଡାଇବେଟିସ୍ ପୀଡିତ ଲୋକେ ପ୍ରତିଦିନ ସକାଳେ ଖାଲି ପେଟରେ ପାନ ପତ୍ର ଚୋବାଇବା ଭଲ । ଏହି ପତ୍ରରେ ଥିବା କିଛି ଯୌଗିକ ଇନସୁଲିନ ସେନସିଟିଭିଟିରେ ସୁଧାର ଆଣେ ଓ ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣ କରିବାରେ ସହାୟକ ହୁଏ ।

ଡାଇବେଟିସ୍ ରୋଗୀଙ୍କ ବଜାର ପାନ ମନା:

ଡଃ ମନୀଷ କାଲେଙ୍କ ମୁତାବକ, ଡାଇବେଟିସ୍ ରୋଗୀ ବଜାରରେ ମିଳୁଥିବା ପାନ ଖାଇବା ଅନୁଚିତ୍ । କାରଣ ଏହି ପାନରେ ସୁପାରୀ ଥାଏ । ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନର ଏକ ରିସର୍ଚ୍ଚରେ କୁହାଯାଇଛି ଯେ, ସୁପାରୀରେ ଥିବା ଏରେକୋଲାଇନ (Arecoline) ଇନସୁଲିନ ସେନସିଟିଭିଟି କମ୍ କରେ, ଏହାଦ୍ବାରା ଶରୀରରେ ସୁଗାର ସ୍ତର ବଢିପାରେ । ଯାହାଫଳରେ ଟାଇପ୍-2 ଡାଇବେଟିସ୍ ହେବାର ଆଶଙ୍କା ବଢିଯାଏ ।

ତମାଖୁ ଯୁକ୍ତ ପାନ ଖାଉଥିବା ଲୋକେ ସୁଗାର ସ୍ତର ନିୟନ୍ତ୍ରଣ କରିବାରେ ମୁସ୍କିଲ ହୁଏ । କାରଣ ତମାଖୁ ନା କେବଳ ହାର୍ଟ ଓ ଫୁସଫୁସ୍ ପାଇଁ ହାନିକାରକ, ବରଂ ସୁଗାର ମେଟାବୋଲିଜମକୁ ମଧ୍ୟ ପ୍ରଭାବିତ କରେ । ଏଥିସହ ବଜାରରେ ମିଳୁଥିବା ପାନରେ ମିଠା ସ୍ବାଦ ପାଇଁ ଚେରୀ ଓ ଗୁଲକନ୍ଦ ମିଶାଯାଏ । ତେଣୁ ଡାଇବେଟିସ୍ ରୋଗୀ ଆଜିଠୁ ଏହି ପାନ ଖାଇବା ବନ୍ଦ କରିବା ଉଚିତ୍ । ଏହିଭଳି ପାନ ଖାଇବା ଦ୍ବାରା ବ୍ଲଡ ସୁଗାର ଶୀଘ୍ର ବଢି ଯାଇପାରେ । ସେହିପରି ପାନରେ ଲାଗୁଥିବା ଚୂନର ଅଧିକ ମାତ୍ରା ଅଲ୍‌ସର ଓ ଦାନ୍ତ ସମସ୍ୟାର କାରଣ ହୋଇପାରେ ।

ଡଃ ମନୀଷ କାଲେଙ୍କ ମୁତାବକ, ଯଦି କୌଣସି ଡାଇବେଟିସ୍ ରୋଗୀ ପାନ ଖାଇବାକୁ ଚାହାନ୍ତି, ତାହେଲେ ସୁପାରୀ, ତମାଖୁ ଓ କୌଣସି ମିଠା ପଦାର୍ଥ ନ ମିଶାଇ ଖାଇପାରିବେ । ଏହାଛଡା, ପାନ ପତ୍ର ଘନ କେଶ ଓ କେଶ ବୃଦ୍ଧିରେ ସହାୟକ ହୋଇପାରେ ।

ମୁଖ ଦୁର୍ଗନ୍ଧ ଦୂର କରେ: ପାନ ଚୋବାଇବା ଦ୍ବାରା ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ । ଏଥିସହ ଦାନ୍ତ ବିନ୍ଧା, ମାଢି ଯନ୍ତ୍ରଣା, ଫୁଲା ଓ ସଂକ୍ରମଣରୁ ମୁକ୍ତି ମିଳିଥାଏ ।

ଶ୍ବାସ ସମନ୍ଧୀୟ ସମସ୍ୟା: ଛାତି, ଫୁସଫୁସ୍ ଜନିତ ସମସ୍ୟା ଓ ଆସ୍ଥାମା ପୀଡିତ ଲୋକଙ୍କ ପାଇଁ ଏହା ବେଶ୍ ଉପଯୋଗୀ ।

ପାଚନ କ୍ରିୟା ଉନ୍ନତ କରେ: ପାନ ଚୋବାଇଲେ ପାଚନ କ୍ରିୟା ଉନ୍ନତ ହୁଏ । ସହଜରେ ଖାଦ୍ୟ ହଜମ ହୋଇଯାଏ । ଏହା ମେଟାବୋଲିଜିମ ବୃଦ୍ଧି କରେ ଏବଂ ଅନ୍ତଃନଳୀକୁ ଜରୁରୀ ଭିଟାମିନ ଓ ପୋଷକ ତତ୍ତ୍ବ ଅବଶୋଷଣ କରିବାରେ ସାହାଯ୍ୟ କରେ ।

ମୁଡ୍ ଭଲ ରଖେ: ପାନ ପତ୍ରରେ ଥିବା ସୁଗନ୍ଧିତ ଫେନୋଲିକ୍ ଯୌଗିତ ମୁଡ୍‌ ଭଲ ରଖେ ।

ଆଣ୍ଟି-ମାଇକ୍ରୋବିଅଲ ଗୁଣ: ପାନ ପତ୍ରରେ ଆନାଲେଜିସିକ ଓ ଆଣ୍ଟି-ମାଇକ୍ରୋବିଅଲ ଗୁଣ ରହିଥାଏ । କଟିବା, ଆଘାତ ଲାଗିବା କାରଣରୁ ହେଉଥିବା ଯନ୍ତ୍ରଣା କମ୍ କରିବାରେ ସାହାଯ୍ୟ କରିପାରେ ।

ସୁସ୍ଥ ତ୍ବଚା: ପାନ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି-ମାଇକ୍ରୋବିଅଲ ଗୁଣ ରହିଛି । ପାନ ପତ୍ରର ଫେସ୍ ପ୍ୟାକ ତ୍ବଚାରୁ କଳା ଦାଗ କମ୍ କରିବାରେ ସହାୟକ ହୁଏ ।

Ref- https://www.ncbi.nlm.nih.gov/pmc/articles/PMC3892533/

https://www.ncbi.nlm.nih.gov/pmc/articles/PMC4324734/#:~:text=In%20the%20present%20study%2C%20arecoline,as%20revealed%20by%20the%20IPGTT.

Study Source: ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ

ଏହା ମଧ୍ୟ ପଢନ୍ତୁ: କୋଲେଷ୍ଟ୍ରଲ ଠାରୁ ଓଜନ ନିୟନ୍ତ୍ରଣ ଯାଏଁ, ଦହି ଖାଇଲେ ମିଳିପାରେ ଏସବୁ ଫାଇଦା - Curd health benefits

ଏହା ମଧ୍ୟ ପଢନ୍ତୁ: ଅଧିକ ବିସ୍କୁଟ ଖାଇଲେ ପିଲାଙ୍କୁ ହୋଇପାରେ ଡାଇବେଟିସ୍, NIH ଟିମ୍ କଲେ ଖୁଲାସା - Biscuits Side Effects

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.