ETV Bharat / health

ଦାନ୍ତରେ କ୍ଲିପ୍ ଲଗାଉଛନ୍ତି କି ? ହୋଇପାରେ ଅନେକ ସମସ୍ୟା, ଏମିତି କହିଲେ ଡାକ୍ତର

ଦାନ୍ତରେ କ୍ଲିପ୍ ଲଗାଉଛନ୍ତି କି ? ଦନ୍ତରୋଗ ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ ଏହି କ୍ଲିପ ଦାନ୍ତ ପାଇଁ କେତେ ସୁରକ୍ଷିତ ଓ କେଉଁ ବସୟରେ ଏହାକୁ ଲଗାଇବା ଭଲ ।

author img

By ETV Bharat Health Team

Published : 3 hours ago

Updated : 2 hours ago

ଦାନ୍ତରେ କ୍ଲିପ୍ ଲଗାଉଛନ୍ତି କି ? ଏହା କେତେ ସୁରକ୍ଷିତ କହିଲେ ଡାକ୍ତର
ଦାନ୍ତରେ କ୍ଲିପ୍ ଲଗାଉଛନ୍ତି କି ? ଏହା କେତେ ସୁରକ୍ଷିତ କହିଲେ ଡାକ୍ତର (ETV Bharat)

ଭୁବନେଶ୍ବର: ମୁହଁର ସୌନ୍ଦର୍ଯ୍ୟ ବଢାଇବାରେ ଦାନ୍ତର ଭୂମିକା ଗୁରୁତ୍ବପୂର୍ଣ୍ଣ । ଦାନ୍ତ ସଫା ଓ ସୁନ୍ଦର ଥିଲେ ଆତ୍ମବିଶ୍ବାସ ବଢିଥାଏ । ହେଲେ ପୁରୁଷ ହୁଅନ୍ତୁ କି ମହିଳା, ଅନେକ ଲୋକ ନିଜର ଅଙ୍କା ବଙ୍କା ଦାନ୍ତକୁ ନେଇ ଚିନ୍ତିତ ରହିଥାନ୍ତି । ଦାନ୍ତ ସିଧା କରିବା ପାଇଁ କ୍ଲିପ୍ ଲଗାନ୍ତି । ଯାହାଦ୍ବାରା କିଛି ମାସ ପରେ ଦାନ୍ତ ସିଧା ହୋଇଯାଇଥାଏ । ଏହି ଦାନ୍ତ କ୍ଲିପିଂକୁ ମାଉଥ୍ ବ୍ରେସେସ୍ ବୋଲି କୁହାଯାଏ । ତେବେ ଏହି କ୍ଲିପ ଲଗାଇବା କେତେ ସୁରକ୍ଷିତ ? ଅସଜଡା ଦାନ୍ତର ଚିକିତ୍ସା ନ କଲେ କି ପ୍ରକାର ସମସ୍ୟା ହୁଏ ? ଏ ସମ୍ପର୍କରେ ଅଧିକ ସୂଚନା ଦେଇଛନ୍ତି ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ହରିଶ ପାଠକ ।

ଦାନ୍ତ କ୍ଲିପ୍ ବ୍ୟବହାର କରିବାର ଫାଇଦା:

ଦାନ୍ତ କ୍ଲିପ୍ ଲଗାଇବା ଦ୍ବାରା ଅସଜଡା ଦାନ୍ତ ସିଧା ହୋଇଥାଏ । ମୁହଁର ସୁନ୍ଦରତା ବଢାଏ । ଖାଦ୍ୟ ଚୋବାଇବାରେ ସୁବିଧା ହୋଇଥାଏ । ବ୍ରଶ କରିବା ଓ ଦାନ୍ତକୁ ଠିକ ଭାବରେ ସଫା କରିବା ସହଜ ହୋଇଥାଏ । ଏଥିସହ ଦାନ୍ତରେ କ୍ଲିପ ଲଗାଇଲେ କ୍ୟାବିଟି ଓ ଦାନ୍ତ ରୋଗ ମଧ୍ୟ ଭଲ ହୋଇଥାଏ ବୋଲି କହିଛନ୍ତି ଦାନ୍ତ ବିଶେଷଜ୍ଞ ।

ଦାନ୍ତରେ କ୍ଲିପ୍ ଲଗାଉଛନ୍ତି କି ? ହୋଇପାରେ ଅନେକ ସମସ୍ୟା (ETV Bharat Odisha)

ଦାନ୍ତକୁ କିପରି ରଖିବେ ସୁରକ୍ଷିତ:

  • ମିଠା ତଥା ଶର୍କରାଯୁକ୍ତ ଖାଦ୍ୟ ଖାଇବା ପିଇବା ଦ୍ବାରା ଟୁଥୱର୍ମ ହେବାର ଆଶଙ୍କା ଥାଏ । ଏଥିପାଇଁ ଅଧିକ ମିଠା ଖାଆନ୍ତୁନି ।
  • ଖାଦ୍ୟ ଖାଇବା ପରେ ଫ୍ଲୋରାଇଡ୍ ଟୁଥପେଷ୍ଟ ଓ ନରମ ବ୍ରଶରେ ଦାନ୍ତ ସଫା କରନ୍ତୁ ।
  • ଡାକ୍ତରଙ୍କ ପରାମର୍ଶରେ ଫ୍ଲୋରାଇଡ ଲିକ୍ୱିଡରେ କୁଳି କରିବା ଅଭ୍ୟାସ କରନ୍ତୁ ।
  • ଚୁଇଁଗମ ଏବଂ ଅଠା ଯୁକ୍ତ ଚକୋଲେଟ ଖାଆନ୍ତୁ ନାହିଁ ।
  • ଦାନ୍ତରେ ଦାନ୍ତ କ୍ଲିପ୍ ଲଗାଇବା ପରେ କଠିନ ଖାଦ୍ୟ ଖାଆନ୍ତୁ ନାହିଁ ।
  • ଦାନ୍ତ କ୍ଲିପ୍ ଲଗାଇବା ପରେ ନିୟମିତ ଦାନ୍ତ ବିଶେଷଜ୍ଞ ନିକଟରେ ଚେକ ଅପ୍ କରିବା ଉଚିତ୍ । ଫଳରେ ଦାନ୍ତ ଓ ମାଢ଼ି ସୁସ୍ଥ ରହେ ।

ଦାନ୍ତ କ୍ଲିପିଂ ପ୍ରଭାବ:

ଦାନ୍ତ କ୍ଲିପିଂରେ ବିଶେଷ ଭାବେ ମାଂସପେଶୀ, ହାଡ ଓ ମାଢି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ । ଯଦି ରୋଗୀଙ୍କ ବୟସ 13 ବର୍ଷରୁ କମ୍ ତାହେଲେ ସେମାନଙ୍କର ଚିନ୍, ମାଂସପେଶୀ, ଓଠ ତଥା ଚେହେରାର ଆକୃତି ଆଦି ପରିବର୍ତ୍ତନ କରିପାରିବେ । ହସିବା ବେଳେ ଦାନ୍ତ ସହ ମାଢି ଦେଖାଯାଉଥିଲେ ଏହି କ୍ଲିପିଂ ମାଧ୍ୟମରେ ଚିକିତ୍ସା କରିପାରିବେ ବୋଲି କହିଛନ୍ତି ଦାନ୍ତ ବିଶେଷଜ୍ଞ ।

ଦାନ୍ତ ରୋଗ ବିଶେଷଜ୍ଞ ଆହୁରି କହିଛନ୍ତି ଯେ, ସାଧାରଣତଃ ଜଣେ ବ୍ୟକ୍ତି ନିଜର ଆତ୍ମବିଶ୍ବାସ ବଢାଇବା ପାଇଁ ଓ ସୁନ୍ଦର ହସ ପାଇଁ ଦାନ୍ତରେ କ୍ଲିପ୍ ଲଗାଇଥାନ୍ତି । ଯଦି ଦାନ୍ତ ଅସଜଡା ଥାଏ କିମ୍ବା ଫାଙ୍କା ଥାଏ, ତାହେଲେ କ୍ୟାବିଟି ସମ୍ଭାବନା ଅଧିକ ଥାଏ । କାରଣ ଏହା ମଧ୍ୟରେ ଖାଦ୍ୟ ରହିଯାଇଥାଏ । ବ୍ରଶ କଲେ ମଧ୍ୟ ଭଲରେ ସଫା ହୁଏ ନାହିଁ । ଏହା ଦୀର୍ଘ ଦିନ ଧରି ଦାନ୍ତରେ ରହିଲେ କ୍ୟାବିଟି ହୋଇଯାଏ । ମାଢି ରୋଗ ମଧ୍ୟ ଅଧିକ ହୋଇଥାଏ ।

ଦାନ୍ତ କ୍ଲିପିଂ କରିବାର ସମସ୍ଯା:

ଦାନ୍ତରେ କ୍ଲିପ୍ ଲଗାଇବା ଦ୍ଵାରା ଖାଇବା ସମୟରେ ସେଥିରେ ଖାଦ୍ୟ ଲାଗି ରହିଯାଇଥାଏ । ଦୀର୍ଘ ଦିନ ଧରି ଖାଦ୍ଯ ରହିଲେ ସେହି ସ୍ଥାନରେ ସଂକ୍ରମଣ ହୋଇଥାଏ । ଏହି କାରଣରୁ ଦାନ୍ତ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଥାଏ । ଏପରିକି ଅନେକ ସମୟରେ ମଧ୍ୟ ଦାନ୍ତ ସିଧା ହେବା ପାଇଁ ବ୍ୟବହାର କରାଯାଇଥିବା ଚାପ ଯୋଗୁଁ ଦାନ୍ତ ଉପରେ କିମ୍ବା ଦାନ୍ତର ତଳ ଭାଗରେ କିଛି ଫାଙ୍କା ସ୍ଥାନ ରହିଯାଇଥାଏ । ସେହି ଫାଙ୍କା ସ୍ଥାନରେ ଖାଦ୍ୟ ଜମାଟ ବାନ୍ଧି ରହିଲେ ଅନେକ ଜଟିଳ ରୋଗ ହେବାର ସମ୍ଭାବନା ଥାଏ । ଖାଦ୍ୟ ଅଧିକ ଦିନ ଯାଏଁ ଦାନ୍ତ କ୍ଲିପିଂରେ ଲାଗି ରହିବା କାରଣରୁ ଦାନ୍ତ ଉପରେ ଧଳା ରଙ୍ଗର ଏକ ପ୍ରକାର ଆସ୍ତରଣ ପଡିଯାଇଥାଏ । ଏନେଇ ପରବର୍ତ୍ତୀ ସମୟରେ ଅନେକ ସମସ୍ଯା ହୋଇଥାଏ ବୋଲି କହିଛନ୍ତି ଦନ୍ତରୋଗ ବିଶେଷଞ ହରିଶ ପାଠକ ।

କେଉଁ ବୟସରେ କ୍ଲିପିଂ କରିବେ

ସାଧାରଣତଃ 11 ବର୍ଷରୁ 13 ବୟସରେ ଦାନ୍ତ କ୍ଲିପିଂ କରିବା ଭଲ । ଏହି ସମୟରେ କ୍ଲିପିଂ କଲେ ଭଲ ଫାଇଦା ମିଳିଥାଏ । ଦାନ୍ତର ମାନ ଠିକ୍ ରହିବା ସହ ମଜଭୁତ ହୋଇଥାଏ ବୋଲି କହିଛନ୍ତି ଦାନ୍ତ ବିଶେଷଜ୍ଞ ।

ଏହା ମଧ୍ୟ ପଢନ୍ତୁ: ରୁଟି କଲାବେଳେ ମାନନ୍ତୁ ଏହି ଟିପ୍ସ, ଗୋଟିଏ ଜାଗାରେ 3ଟା ଖାଇବେ ପିଲା

ଏହା ମଧ୍ୟ ପଢନ୍ତୁ: ଏସବୁ ଖାଦ୍ୟ ବଢାଇପାରେ ଡାଇବେଟିସ୍, ଜାଣନ୍ତୁ କ'ଣ ଖାଇବେ ଓ କ'ଣ ନୁହେଁ - Best food for diabetes

ଏହା ମଧ୍ୟ ପଢନ୍ତୁ: ଅଧିକ ସମୟ ବସି ରହୁଥିଲେ ସାବଧାନ ! ହୃଦରୋଗଠୁ କ୍ୟାନ୍ସର ଯାଏ ହୋଇପାରେ ମାରାତ୍ମକ ରୋଗ - Sitting risks

ଇଟିଭି ଭାରତ, ଭୁବନେଶ୍ବର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.