ETV Bharat / entertainment

ପୂଜା ବଜାରରେ ମୁକ୍ତିଲାଭ କଲା ଦୁଇ ଓଡ଼ିଆ ଚଳଚ୍ଚିତ୍ର, 'କର୍ମ' ଓ 'ଭିଲେନ' ମଧ୍ୟରେ କଡ଼ା ଟକ୍କର

ପୂଜା ବଜାରରେ ମୁକ୍ତିଲାଭ କଲା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର 'କର୍ମ' ଏବଂ ଭିଲେନ । ଫିଲ୍ମ ଦେଖିଲେ ଅନୁଭବଙ୍କ ମା' ଓ ଜାଗୃତି ଶୁକ୍ଳା । ପ୍ରଥମ ଦିନରେ ହାଉସଫୁଲ ।

author img

By ETV Bharat Odisha Team

Published : 2 hours ago

NEW ODIA FILM RELEASE
NEW ODIA FILM RELEASE (ETV Bharat Odisha)

ଭୁବନେଶ୍ବର: ମୁକ୍ତିଲାଭ କଲା ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର 'କର୍ମ'। ଫିଲ୍ମ ଦେଖିଲେ ଅନୁଭବଙ୍କ ମା' ଓ ଜାଗୃତି ଶୁକ୍ଳା । ସାରା ଓଡ଼ିଶାରେ ରିଲିଜ ହୋଇଛି ଓଡ଼ିଆ ଚଳଚ୍ଚିତ୍ର 'କର୍ମ'। ଭୁବନେଶ୍ୱରର ଶ୍ରୀୟା ଟକିଜରେ ସ୍ପେଶାଲ ସ୍କ୍ରିନିଂ ସହ ମହାରାଜାରେ ଏହାର ପ୍ରିମିୟର ହୋଇଛି। ସୁପରଷ୍ଟାର ଅନୁଭବଙ୍କ ଦମଦାର ଆକ୍ସନ ଏଥିରେ ଦେଖିବାକୁ ମିଳିଛି । ଏହାକୁ ଦର୍ଶକ ବେଶ ପସନ୍ଦ କରିଥିବାବେଳେ ପୁରା ଟିମର ଅଭିନୟ ସହ ଫିଲ୍ମକୁ ବେଶ ପ୍ରଶଂସା କରିଛନ୍ତି ଦର୍ଶକ । ଏହାସହ ଅଭିନେତ୍ରୀ ସୂର୍ଯ୍ୟମୟୀ ଓ ଅନୁଭବଙ୍କ ଯୋଡି ବଡ଼ ପରଦାରେ ପ୍ରଥମ ଥର ପାଇଁ ଦେଖିବାକୁ ପାଇଛନ୍ତି ଦର୍ଶକ । ସେପଟେ ଓଡ଼ିଆ ଫିଲ୍ମ 'ଭିଲେନ' ମଧ୍ୟ ଆଜି ମୁକ୍ତିଲାଭ କରିଛି। ଏହି ଦୁଇ ଫିଲ୍ମ ପୂଜା ବଜାରରେ ପରସ୍ପରକୁ ଟକ୍କର ଦେଉଛନ୍ତି ।

ପରିବାର ସହ ଫିଲ୍ମ ଦେଖିଲେ ଅନୁଭବ:

Karma Release (ETV Bharat Odisha)

ପ୍ରଥମ ସୋ'ରେ ଅନୁଭବଙ୍କ ମା' ଫିଲ୍ମ ଦେଖି ଖୁସି ହୋଇଛନ୍ତି । "ମୋ ପୁଅର ସବୁ ସିନେମା ମୋତେ ଭଲ ଲାଗେ" ବୋଲି ପ୍ରତିକ୍ରିୟା ରଖିଛନ୍ତି ଅନୁଭବଙ୍କ ମା'। ସେହିପରି ସିନେମା ଦେଖିଛନ୍ତି ଅନୁଭବଙ୍କ ବନ୍ଧୁ ତଥା ସାମ୍ବାଦିକା ଜାଗୃତି ଶୁକ୍ଲା । ସେ ମଧ୍ୟ ଫିଲ୍ମର ମେକିଂ ଓ ଅନୁଭବଙ୍କ ଅଭିନୟକୁ ବେଶ ପ୍ରଶଂସା କରିଛନ୍ତି। ଏଥିରେ ଅନୁଭବ ଆକ୍ସନ ମୋଡରେ ଜଣେ ପୋଲିସ ଅଫିସର ଭାବେ ନଜର ଆସୁଥିବାବେଳେ ତାଙ୍କ ସ୍ତ୍ରୀ ଚରିତ୍ରରେ ନଜର ଆସିବେ ସୂର୍ଯ୍ୟମୟୀ । ଅନୁପମ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଚଳଚ୍ଚିତ୍ର ନିର୍ମାଣ ହେଉଥିବାବେଳେ ପ୍ରଯୋଜକ ନିର୍ଦ୍ଦେଶକ ଦାୟିତ୍ୱ ସମ୍ଭାଳିଛନ୍ତି ଅନୁପମ ପଟ୍ଟନାୟକ । ମନ୍ମୟ ଓ ଦିବ୍ୟାଙ୍କ କେମିଷ୍ଟ୍ରି ସହ ହୋଇଥିବା ଗୀତ ଧିତାଙ୍ଗଧିତାଙ୍ଗକୁ ମଧ୍ୟ ଦର୍ଶକ ବେଶ ଭଲପାଇବା ଦେଇଛନ୍ତି । କାହାଣୀ ମାନସ ପଢ଼ିଆରୀ ଲେଖିଥିବାବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଦାସ।

ଏହା ବି ପଢନ୍ତୁ...ଦଶହରାରେ କର୍ମର ଫଳକୁ ନେଇ ଆସୁଛି ଫିଲ୍ମ, ଟ୍ରେଣ୍ଡରେ 'ଚିରିଂ ଚିରିଂ' ଗୀତ

ଏହା ବି ପଢନ୍ତୁ...'ଭିଲେନ' ହୋଇ ଭିଲେନକୁ ମାତ୍ ! ସ୍ୱତନ୍ତ୍ର ସାକ୍ଷାତକାରରେ ଖୁଲାସା କଲେ ଷ୍ଟାରକାଷ୍ଟ - INTERVIEW WITH VILLIAN ACTORS

ଏହା ବି ପଢନ୍ତୁ...ପୂଜା ବଜାରରେ ଫିଲ୍ମ ଲଢେଇ: ଭିଲେନ ସହ କର୍ମ ଓ ‘ଖୋକା ଭାଇ ତମ ପାଇଁ’ର ଟକ୍କର, କିଏ ଜିତିବ ମନ - Odia Film Release On Dussehra 2024

ଏହା ବି ପଢନ୍ତୁ...ଅନୁଭବଙ୍କ ସହ କାମ କରିବା ମୋ ପାଇଁ ସୌଭାଗ୍ୟ: ସୂର୍ଯ୍ୟମୟୀ - Interview With Suryamaye

'ଭିଲେନ' ରିଲିଜ:

Villain Release (ETV Bharat Odisha)

ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର 'ଭିଲେନ'। ଆକ୍ସନ ପ୍ୟାକଡ୍ ଚଳଚ୍ଚିତ୍ର 'ଭିଲେନ' ଦଶହରା ବଜାରରେ ମୁକ୍ତିଲାଭ କରିଥିବାବେଳେ ଅଭିନେତା ଅର୍ଦ୍ଧେନ୍ଦୁଙ୍କ ଦମଦାର ଆକ୍ସନ ଦେଖିଛନ୍ତି ଦର୍ଶକ। ଭୁବନେଶ୍ୱର ମହାରାଜା ହଲରେ ଫିଲ୍ମର ପ୍ରିମିୟର ହୋଇଯାଇଛି। ଏହି ବ୍ୟୟ ବହୁଳ ଚଳଚ୍ଚିତ୍ରକୁ ପ୍ରଥମ ଦିନରେ ବେଶ ପ୍ରଶଂସା ମିଳିଥିବାବେଳେ ହାଉସଫୁଲ ରହିଥିଲା। ଅର୍ଦ୍ଧେନ୍ଦୁଙ୍କ ନଜର ମିଳିଥିବା ବେଳେ ବିପକ୍ଷରେ ରହିଛନ୍ତି ଅଭିନେତ୍ରୀ ତମନ୍ନା। ଆଦିଲକ୍ଷ୍ମୀ ଏଣ୍ଟର୍ଟେନମେଣ୍ଟ ବ୍ୟାନରରେ ନିର୍ମିତ 'ଭିଲେନ'ର ପ୍ରଯୋଜନା କରିଛନ୍ତି ଆଦିକନ୍ଦ ସାହୁ। ନିର୍ଦ୍ଦେଶନାରେ ଅଛନ୍ତି କେ. ମୁରଲୀକ୍ରିଷ୍ଣା। ଚଳଚ୍ଚିତ୍ରର ସଙ୍ଗୀତ ଦେଇଛନ୍ତି ଜାପାନୀ। ଗୀତ ରଚନା କରିଛନ୍ତି ତପୁ ନାୟକ, ବାପୁ ଗୋସ୍ୱାମୀ ଓ ରଞ୍ଜନ ନାୟକ । ଅର୍ଦ୍ଧେନ୍ଦୁଙ୍କ ନୂଆ ଅବତାର ଲୋକଙ୍କୁ ବେଶ ପସନ୍ଦ ଆସିଥିବାବେଳେ ପ୍ରଥମ ଥର ପାଇଁ ଦଶହରା ବଜାରରେ ତାଙ୍କ ଫିଲ୍ମ ଆସିଥିବାରୁ ଲୋକଙ୍କ ଭଲପାଇବାକୁ ପାଥେୟ କରି ବେଶ ଖୁସି ବ୍ୟକ୍ତ କରିଛନ୍ତି ଅର୍ଦ୍ଧେନ୍ଦୁ। ସୁନ୍ଦର ମେକିଙ୍ଗ ସହ ଗୀତ ଗୁଡିକ ବେଶ ଭଲ ହୋଇଥିବା କହିଛନ୍ତି ଅଭିନେତ୍ରୀ ତମନ୍ନା। ତେବେ 'ଫିଲ୍ମର ଟ୍ୟାଗ ଲାଇନ ରହିଛି 'ଭିଲେନ-ଲାଇଫ ଅଫ ଏ ଗ୍ୟାଙ୍ଗଷ୍ଟର'।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.