ETV Bharat / entertainment

ତ୍ରିଶାଙ୍କ ଉପରେ ମନ୍ତବ୍ୟ ଦେଇ ଫସିଲେ ଏଭି ରାଜୁ, ମାନହାନୀ ମକଦ୍ଦମା ରୁଜୁ

author img

By ETV Bharat Odisha Team

Published : Feb 22, 2024, 3:33 PM IST

Trisha Files Defamation Case Against AV Raju: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଅପମାନଜନକ ବିବୃତ୍ତି ଦେବା ରାଜନେତା ଏଭି ରାଜୁଙ୍କୁ ପଡିଲା ମହଙ୍ଗା । ଏଭି ରାଜୁଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ,

ତ୍ରିଶାଙ୍କ ଉପରେ ମନ୍ତବ୍ୟ ଦେଇ ଫସିଲେ ଏଭି ରାଜୁ, ମାନହାନୀ ମକଦ୍ଦମା ରୁଜୁ କଲେ ଅଭିନେତ୍ରୀ

ହାଇଦ୍ରାବାଦ: ସାଉଥ ଲୋକପ୍ରିୟ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ବିବାଦୀୟ ବିବୃତ୍ତି ଦେଇ ଫସିଲେ ପୂର୍ବତନ AIADMK ନେତା ଏଭି ରାଜୁ । ଅଭିନେତ୍ରୀ ବର୍ତ୍ତମାନ ଏହାକୁ ନିନ୍ଦା କରିବା ସହ ଏଭି ରାଜୁଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି । ପୂର୍ବରୁ ଅଭିନେତ୍ରୀ ଏନେଇ ରାଜୁଙ୍କୁ ସମାଲୋଚନା କରିଥିବା ବେଳେ ସେ ଅଭିନେତ୍ରୀଙ୍କୁ କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ । ଏହା ପରେ ବି ଅଭିନେତ୍ରୀ ରାଜୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଫେବୃଆରୀ ୨୨, ଆଜି(ଗୁରୁବାର) ଦିନ ତ୍ରିଶା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର କପି ସେୟାର କରିଛନ୍ତି ।

ତ୍ରିଶା ଏକ୍ସରେ ମାମଲାର ଏକ କପି ସେୟାର କରିଛନ୍ତି । ଏତିରେ ଅଭିନେତ୍ରୀଙ୍କ ଓକିଲ ରାଜୁଙ୍କୁ ବିନା ସର୍ତ୍ତରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କ୍ଷମା ମାଗିବାକୁ ଦାବି କରିଛନ୍ତି ଏବଂ ଏହି କ୍ଷମା ଦସ୍ତାବିଜକୁ ସେ ପ୍ରମୁଖ ଇଂରାଜୀ ଏବଂ ତାମିଲ ସମାଚାର ଏବଂ ଅନ୍ୟ ସ୍ଥାନରେ ପ୍ରକାଶିତ କରିବାକୁ ପଡିବ । ଏତିରେ ଏହା ମଦ୍ୟ କୁହାଯାଇଛି ଯେ, ଯଦି ସେ ଏହା ନ କରନ୍ତି ତେବେ ଆଗାମୀ ଦିନରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନା ଥାଉ କି, ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜୁ ତ୍ରିଶାଙ୍କୁ ନେଇ ଏକ ବିବାଦୀୟ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ ଯେ, ଜଣେ ବିଧାୟକଙ୍କ ଅନୁରୋଧ ପରେ ତ୍ରିଶାଙ୍କୁ ଏକ ରିସୋର୍ଟକୁ ଅଣାଯାଇଥିବା ସେ ଦାବି କରିଛନ୍ତି । ତାଙ୍କୁ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ଦେଇ ଡକାଯାଇଥିଲା । ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ଏଭି ରାଜୁଙ୍କୁ ଖୁବ ସମାଲୋଚନା ଏବଂ ଟ୍ରୋଲ କରିଥିଲେ ଅଭିନେତ୍ରୀଙ୍କ ଫ୍ୟାନ୍ସ ।

ଏଥିସହ କଳାକାର ସଂଘ, ନିର୍ଦ୍ଦେଶକଙ୍କ ସମେତ ଅନେକ ଅଭିନେତା ରାଜୁଙ୍କ ବିବୃତ୍ତିକୁ ନିନ୍ଦା କରିଥିଲେ । ଏହା ପରେ ସେହି ଦିନ ରାଜୁ ସ୍ପଷ୍ଟ କରିଥିଲେ ଯେ ତାଙ୍କର କୌଣସି ଅଭିନେତାଙ୍କୁ ଟାର୍ଗେଟ କରିବାର ଉଦ୍ଦେଶ୍ୟ ନାହିଁ ଏବଂ ତ୍ରିଶା, ନିର୍ଦ୍ଦେଶକ ଚେରନ୍ ଏବଂ ଚଳଚ୍ଚିତ୍ର କର୍ମଚାରୀ ଫେଡେରେସନ୍ ଅଫ୍ ସାଉଥ ଇଣ୍ଡିଆ (FEFSI) ସଭାପତି ଆର.କେ ସେଲଭମଣିଙ୍କୁ କ୍ଷମା ମାଗିଥିଲେ ।

ଏହା ମଧ୍ୟ ପଢନ୍ତୁ: ମନସୁରଙ୍କୁ ମାଡ୍ରାସ ହାଇକୋର୍ଟଙ୍କ ଭର୍ତ୍ସନା, କହିଲେ 'ତ୍ରିଶାଙ୍କୁ ତୁମ ନାଁରେ ମାନହାନି ମକଦ୍ଦମା କରିବା ଦରକାର'

ଏହା ପରେ ତ୍ରିଶା ମଧ୍ୟ ଏନେଇ ଏକ ପୋଷ୍ଟ ସେୟାର କରି ରାଜନେତାଙ୍କୁ ସମାଲୋଚନା କରିଥିଲେ । ଲୋକଙ୍କୁ ଧ୍ୟାନ ପାଇବା ପାଇଁ ଚରମ ପଦକ୍ଷେପ ଗ୍ରହଣ କରୁଥିବା ବ୍ୟକ୍ତିବିଶେଷଙ୍କୁ ନାପସନ୍ଦ କରିଥିଲେ ଏବଂ ତାଙ୍କ ଆଇନ ଦଳ ନିର୍ଣ୍ଣାୟକ ପଦକ୍ଷେପ ନେବେ ବୋଲି ନିଶ୍ଚିତ କରିଥିଲେ । ସେ ଏହି ପୋଷ୍ଟରେ ଲେଖିଥିଲେ, ''ବାରମ୍ବାର ନିମ୍ନ ଜୀବନ ଏବଂ ଘୃଣ୍ୟ ମଣିଷ ଦେଖିବା ଘୃଣ୍ୟ, ଯେଉଁମାନେ ଧ୍ୟାନ ପାଇବା ପାଇଁ ଯେକୌଣସି ସ୍ତରକୁ ଯାଇପାରନ୍ତି । ଆବଶ୍ୟକ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଶ୍ଚିତ ହୁଅନ୍ତୁ । ବର୍ତ୍ତମାନଠାରୁ ଯାହା କୁହାଯିବା ଏବଂ କରିବା ଆବଶ୍ୟକ ତାହା ମୋର ଆଇନ ବିଭାଗ କରିବ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.