ETV Bharat / entertainment

'ବାଗି 4' ସହ ପୁଣି ପରଦାକୁ ଫେରୁଛନ୍ତି ଟାଇଗର ଶ୍ରଫ, ସାମ୍ନାକୁ ଆସିଲା ରିଲିଜ ଡେଟ୍

'ବାଗି 4' ସହ ପରଦାକୁ ଫେରୁଛନ୍ତି ଟାଇଗର ଶ୍ରଫ । ଫିଲ୍ମର ନୂଆ ପୋଷ୍ଟର ଏବଂ ରିଲିଜ୍ ତାରିଖ ପ୍ରକାଶ ପାଇଛି । ଜାଣନ୍ତୁ କେବେ ରିଲିଜ ହେବ ଫିଲ୍ମ ?

Tiger Shroff 's Baaghi 4 First Look
Tiger Shroff 's Baaghi 4 First Look (FILM POSTER)
author img

By ETV Bharat Entertainment Team

Published : 2 hours ago

ହାଇଦ୍ରାବାଦ: ବଲିଉଡ ଅଭିନେତା ଟାଇଗର ଶ୍ରଫ 'ବାଗୀ' ଚଳଚ୍ଚିତ୍ର ମାଧ୍ୟମରେ ବେଶ ଲୋକପ୍ରିୟତା ହାସଲ କରିଥିଲେ । ନିକଟରେ ଟାଇଗରଙ୍କୁ ନିକଟରେ ଅଜୟ ଦେବଗାନଙ୍କ ଫିଲ୍ମ 'ସିଙ୍ଘମ ଏଗେନ'ରେ ଦେଖିବାକୁ ମିଳିଥିଲା । କିନ୍ତୁ ଗତ 4 ବର୍ଷ ତାଙ୍କ ପାଇଁ ଭଲ ନଥିଲା ଏବଂ ତାଙ୍କର ତିନୋଟି ଚଳଚ୍ଚିତ୍ର ବିଗ୍ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା । ଏପରି ସମୟରେ ବର୍ତ୍ତମାନ ଟାଇଗର ଶ୍ରଫଙ୍କ ଫ୍ଲପ୍ ଫିଲ୍ମର ସିରିଜ୍ ବନ୍ଦ ହେବାକୁ ଯାଉଛି। ଏହାର କାରଣ ହେଉଛି ନିର୍ମାତାମାନଙ୍କ ଦ୍ୱାରା Baaghi 4 ର ଘୋଷଣା ହୋଇଛି । ଟାଇଗର ପୁଣି 'ବାଗି 4' ସହ କମବ୍ୟାକ କରୁଥିବା ବେଳେ ଏହି ଚତୁର୍ଥ କିସ୍ତିର ପ୍ରଥମ ଲୁକ୍ ପୋଷ୍ଟର ସହ ଏହାର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି ।

'ବାଗି 4' ପୋଷ୍ଟର

ସୋମବାର ସକାଳେ ଟାଇଗର ଇନଷ୍ଟାଗ୍ରାମରେ ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଛନ୍ତି । ଏହି ପୋଷ୍ଟରରେ ଅଭିନେତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶୌଚାଳୟ ସିଟରେ ବସି ଏକ ଛୁରୀ ଏବଂ ମଦ୍ୟପାନର ଏକ ବୋତଲ ଧରିଥିବାର ନଜର ଆସିଛନ୍ତି। ଟାଇଗରଙ୍କ ଆଘାତ ଲାଗିଥିବା ହୋଇଥିବା ଦେଖିବାକୁ ମିଳିଛି । ଟାଇଗର ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, "ଏକ ଅନ୍ଧକାର ଆତ୍ମା, ରକ୍ତମୁଖା ମିଶନ। ଏଥର ପୂର୍ବ ପରି କିଛି ନୁହେଁ ।''

ଏହା ମଧ୍ୟ ପଢନ୍ତୁ: ଟାଇଗରଙ୍କ ‘ବାଗି 4’ ରେ ଲିଡ୍ ରୋଲରେ ସାରା !

'ବାଗି 4' କେବେ ରିଲିଜ ହେବ?

ଫିଲ୍ମର ଘୋଷଣା ସହ ଏହାର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ କରାଯାଇଛି । ଯାହା ଅନୁଯାୟୀ ନିର୍ମାତା ସାଜିଦ ନାଦିଆଡୱାଲାଙ୍କ 'ବାଗୀ 4' ଆସନ୍ତା ବର୍ଷ 5 ସେପ୍ଟେମ୍ବର 2025 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହା ପୂର୍ବରୁ ବାଗି ଫ୍ରାଞ୍ଚାଇଜ୍ ର ତିନୋଟି ଅଂଶ ବକ୍ସ ଅଫିସରେ ସଫଳ ପ୍ରମାଣିତ ହୋଇଛି । 'ବାଗି 4'ର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ଏ.ହର୍ଷ, ଯିଏ 'ବଜରଙ୍ଗୀ' ଏବଂ 'ବେଦ' ଭଳି ଚଳଚ୍ଚିତ୍ର ନିର୍ମାଣ ପାଇଁ ଜଣାଶୁଣା । 2016 ରେ 'ବାଗି' ଫ୍ରାଞ୍ଚାଇଜ୍ ଆରମ୍ଭ ହୋଇଥିଲା । ଟାଇଗର ଶ୍ରଫଙ୍କ 'ବାଗି' ଫ୍ରାଞ୍ଚାଇଜ୍ 2016 ମସିହାରେ ଆରମ୍ଭ ହୋଇଥିଲା । ଶ୍ରଦ୍ଧା କପୁର ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ଥିଲେ । ଏହା ପରେ ଫିଲ୍ମ 'ବାଗି 2' ର୍ଲିଜ ହୋଇଥିଲା । 2020 ମସିହାରେ ମୁକ୍ତିଲାଭ କରିଥିବା 'ବାଗୀ 3'ରେ ଶ୍ରଦ୍ଧା କପୁର ଟାଇଗରଙ୍କ ସହ ଯୋଡି ରହିଥିଲେ । ରୀତିଶ ଦେଶମୁଖ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ଥିଲେ ।

  • 'ବାଗି'- 2016ରେ ରିଲିଜ ହୋଇଥିବା ବେଳେ 76.34 କୋଟି ଆୟ କରିଥିଲା
  • 'ବାଗି 2'- 2018ରେ ରିଲିଜ ହୋଇଥିବା ବେଳେ 164.38 କୋଟି ଆୟ କରିଥିଲା
  • 'ବାଗି 3'- 2020ରେ ରିଲିଜ ହୋଇଥିବା ବେଳେ 93.37 କୋଟି ଆୟ କରିଥିଲା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.