ହାଇଦ୍ରାବାଦ: ପ୍ରେମ ସପ୍ତାହରେ ପରଦାକୁ ଆସିଛି ସାହିଦ କପୁର ଏବଂ କ୍ରିତି ସାନନଙ୍କ ଲଭ୍-ରୋମାନ୍ସ ଭରା ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝା ଜିଆ' । ଏହି ଫିଲ୍ମ ବର୍ତ୍ତମାନ ଦର୍ଶକଙ୍କୁ ଆକୃଷ୍ଟ କରିଛି । ପ୍ରଥମ ଦିନରେ ପ୍ରଥମ ଶୋ' ଦେଖିଥିବା ଦର୍ଶକ ବର୍ତ୍ତମାନ ସୋସିଆଲ ମିଡିଆରେ ନିଜର ରିଭ୍ୟୁ ସେୟାର କରିଛନ୍ତି । ତେବେ ଦର୍ଶକ ଏବଂ ନେଟିଜେନ୍ସ ଫିଲ୍ମର ଖୁବ ପ୍ରଶଂସା କରିବା ସହ ଭାଲେଣ୍ଟାଇନ ଡେ' ପାଇଁ ଏହା ଶ୍ରେଷ୍ଠ ଫିଲ୍ମ ବୋଲି କହିଛନ୍ତି ।
ଏକ୍ସରେ ଜଣେ ୟୁଜର୍ସ ଲେଖିଛନ୍ତି, ''ତେରି ବାତୋଁ ମେ ଏସା ଉଲଝା ଜିଆ' ଫିଲ୍ମ ଲଭ-ରୋମାନ୍ସରେ ଭରପୁର । ଏଥିସହ ସାହିଦ ଏବଂ କ୍ରିତିଙ୍କ ଅଭିନୟ ବି ଚମତ୍କାର ରହିଛି । ଫିଲ୍ମଟି ବହୁତ ମଜାଦାର ହୋଇଥିବା ବେଳେ ଭାଲେଣ୍ଟାଇନ୍ସ ଡେ' ପାଇଁ ଏକ ଉପଯୁକ୍ତ ଫିଲ୍ମ ।'' ଅନ୍ୟ ଜଣେ ଲେଖିଛନ୍ତି, ତେରି ବାତୋଁ ମେ ଏସା ଉଲଝା ଜିଆ' ଏକ ଆନନ୍ଦଦାୟକ ରୋମ-କମ ଫିଲ୍ମ । ଷ୍ଟୋରୀ ଲାଇନ, ଅଭିନୟ ବେଶ ଭଲ ଅଛି ।
- " class="align-text-top noRightClick twitterSection" data="">
ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଏହି ଚଳଚ୍ଚିତ୍ରଟି 'ଜବ ଉଇ ମେଟ ଭଳି । ସହଜରେ ୧୫୦କୋଟିରୁ ଅଧିକ ଆୟ କରିବ ଫିଲ୍ମ । ଅନ୍ୟ ଜଣେ ଲେଖିଛନ୍ତି, ଏହା ନିଶ୍ଚିତ ଭାବରେ କିଛି ତାଜା ଏବଂ ଅନନ୍ୟ ଅଟେ । ଗୀତ ଏବଂ ରୋମାନ୍ସ ବହୁତ ସାନଦାର ରହିଛି । ଭାଲେଣ୍ଟାଇନ ପିରିୟଡ୍ ଏବଂ ଛୁଟିଦିନରେ ଫିଲ୍ମ ଡିମାଣ୍ଡ ବଢାଇବ । ଆଉ ଜଣେ ଲେଖିଛନ୍ତି, ଫିଲ୍ମର ସରଳ କାହାଣୀ ବେଶ ପ୍ରଭାବଶାଳୀ ଏବଂ ଚିତ୍ତାକର୍ଷକ । ଗୀତଗୁଡିକ ଚାର୍ଟବଷ୍ଟର ରହିଛି ।
ଏହା ମଧ୍ୟ ପଢନ୍ତୁ: ପ୍ରେମ ସପ୍ତାହରେ ରୋମାଣ୍ଟିକ ହେବେ ସାହିଦ-କୀର୍ତ୍ତି, ଆସିଲା ଫିଲ୍ମର ଟାଇଟଲ
ଅମିତ ଯୋଶୀ ଏବଂ ଆରଧ୍ୟନା ଶାହା ନିର୍ଦ୍ଦେଶିତ ଏହି ଫିଲ୍ମ ଏକ ସାଇନ୍ସ ଫିକ୍ସନ ଚଳଚ୍ଚିତ୍ର । ଏହି ଫିଲ୍ମରେ କ୍ରିତି ସାନନଙ୍କ ସହ ପ୍ରଥମ ଥର ପାଇଁ ସାହିଦ କପୁର ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଧର୍ମେନ୍ଦ୍ର, ଡିମ୍ପଲ୍ କପାଡିଆ, ରାକେଶ ବେଦୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । 'ତେରି ବାତୋଁ ମେ ଏସା ଉଲଝା ଜିଆ' ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଏହି ସିନେମାରେ ସାହିଦ ଆର୍ଯ୍ୟନ ନାମକ ଜଣେ କମ୍ପ୍ୟୁଟର ଇଞ୍ଜିନିୟର ଭୂମିକାରେ ଅଭିନୟ କରିଥିବା ବେଳେ କ୍ରିତି ଏକ ରୋବଟ୍ ଶିଫ୍ରା ଭୂମିକାରେ ଅଭିନୟ କରିଛନ୍ତି । ଆର୍ଯ୍ୟନ ଶିଫ୍ରାଙ୍କୁ ଭଲ ପାଉଛନ୍ତି ଏବଂ ଉଭୟ ବିବାହ କରିବାକୁ ମଧ୍ୟ ଯୋଜନା କରୁଛନ୍ତି । ହେଲେ ଦିନେ ସାହିଦ ଜାଣିବାକୁ ପାଆନ୍ତି ଯେ, SIFRA- 'ସୁପର ଇଣ୍ଟେଲିଜେଣ୍ଟ୍ ମହିଳା ରୋବଟ୍ ଅଟୋମେସନ୍' ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅଟେ । ଏହାପରେ କାହାଣୀରେ ଟ୍ୱିଷ୍ଟ ଦେଖିବାକୁ ମିଳୁଛି ।