ETV Bharat / entertainment

ରୋହମନ ଶୋଲଙ୍କୁ ବିବାହ କରିବେ ସୁସ୍ମିତା! ଏମିତି କହିଲେ ଅଭିନେତ୍ରୀ

author img

By ETV Bharat Odisha Team

Published : Feb 6, 2024, 3:35 PM IST

Sushmita Sen On Marriage: ରୋହମାନ ଶୋଲ ଏବଂ ସୁସ୍ମିତା ସେନ ପୁଣି ଏକାଠି ହୋଇଛନ୍ତି । ଉଭୟଙ୍କୁ ପ୍ରାୟ ସମୟରେ ଏକାଠି ଦେଖିବାକୁ ମିଳିଥିବା ବେଳେ ଦୁହିଁଙ୍କ ବିବାହ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ଅଭିନେତ୍ରୀ ନିଜ ବିବାହ ଯୋଜନା ନେଇ ପ୍ରତିକ୍ରିୟା ଦେଇଛନ୍ତି । ଆସନ୍ତୁ ଜାଣିବା,

ରୋହମନ ଶୋଲଙ୍କୁ ବିବାହ କରିବେ ସୁସ୍ମିତା! ଏମିତି କହିଲେ ଅଭିନେତ୍ରୀ
ରୋହମନ ଶୋଲଙ୍କୁ ବିବାହ କରିବେ ସୁସ୍ମିତା! ଏମିତି କହିଲେ ଅଭିନେତ୍ରୀ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ରୋହମାନ ଶୋଲଙ୍କ ବ୍ରେକଅପ ହୋଇଥିବା ବେଳେ ଏବେ ଦୁହେଁ ପୁଣି ଏକାଠି ହୋଇଛନ୍ତି । ସୁସ୍ମିତା ଏବଂ ରୋହମାନଙ୍କ ପ୍ୟାଚଅପ୍ ପରେ ଉଭୟ ବିବାହକୁ ନେଇ ଆଲୋଚନା କରାଯାଉଛି । ଏହାରି ମଧ୍ୟରେ ସୁସ୍ମିତା ନିଜ ବିବାହ ଯୋଜନା ବିଷୟରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବିବାହ ନେଇ ତାଙ୍କର କୌଣସି ଯୋଜନା ନାହିଁ ।

ଏକ ସାକ୍ଷାତକାରରେ ସୁସ୍ମିତା ନିଜ ବିବାହ ଯୋଜନା ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, " ମୁଁ ଜାଣେ ସମଗ୍ର ବିଶ୍ବ ଚାହୁଁଛି ଯେ ମୁଁ ଏ ବିଷୟରେ ଚିନ୍ତା କରିବି । ଏହି ପର୍ଯ୍ୟାୟକୁ ଆସିବା ପରେ ମୁଁ ବିବାହ କରିନେବା ଉଚିତ୍ । ହେଲେ ମୁଁ ଏଥିପ୍ରତି ଧ୍ୟାନ ଦେବାକୁ ଚାହେଁ ନାହିଁ । ମୁଁ ଏହା ଉଲ୍ଲେଖ କରିବାକୁ ଚାହୁଁଛି ଯେ, ମୁଁ ବିବାହର ଅନୁଷ୍ଠାନକୁ ଭଲ ପାଏ ଏବଂ ସମ୍ମାନ କରେ । ମୁଁ ଭାଗ୍ୟବାନ ଯେ ମୋତେ ଆର୍ଯ୍ୟ ନିର୍ଦ୍ଦେଶକ ରାମ ମାଧବାନୀ ଏବଂ ମୋର ନିର୍ମାତା ଅମିତା ମାଧବାନୀଙ୍କ ଭଳି କିଛି ଅବିଶ୍ବସନୀୟ ଲୋକଙ୍କୁ ଜାଣିବାକୁ ସୁଯୋଗ ମିଳିଲା । ଯେଉଁମାନେ ଲୋକପ୍ରିୟ ବିବାହିତ ଲୋକଙ୍କ ମଧ୍ୟରେ ଜଣେ ।"

ସୁସ୍ମିତା ଆହୁରି କହିଛନ୍ତି ଯେ, " ମୁଁ ବନ୍ଧୁତା ଉପରେ ଅଧିକ ବିଶ୍ବାସ କରେ । ଯଦି ଏହି ଜିନିଷଗୁଡ଼ିକ ସମ୍ପର୍କରେ ରହିଥାଏ, ତେବେ ବିବାହ ହୋଇପାରେ । କିନ୍ତୁ ସେହି ସମ୍ମାନ ଏବଂ ବନ୍ଧୁତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସ୍ବାଧୀନତା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ମୋର ସ୍ବାଧୀନତା ପ୍ରତି ଅଧିକ ଧ୍ୟାନ ଦେଉଛି ।" କହିରଖୁଛୁ କି, ସୁସ୍ମିତା ସେନ ୨୦୧୮ରେ ରୋହମାନ ଶୋଲଙ୍କ ସହ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିଲେ । ଏହା ପରେ ଦୁହେଁ ୨୦୨୧ ବ୍ରେକଅପ କରିଥିଲେ । ଏହା ପରେ ସୁସ୍ମିତା ବ୍ୟବସାୟୀ ଲଲିତ ମୋଦୀଙ୍କୁ ଡେଟ କରିଥିଲେ । ବ୍ରେକଅପ୍ ପରେ ସୁସ୍ମିତା ଏବଂ ରୋହମାନ ପ୍ୟାଚଅପ କରିଛନ୍ତି । ଉଭୟ ଅନେକ ଇଭେଣ୍ଟରେ ଏକାଠି ନଜର ଆସିଛନ୍ତି । ତେବେ ଉଭୟ କେବେ ବିବାହ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଏହା ମଧ୍ୟ ପଢନ୍ତୁ: ସୁସ୍ମିତା ସେନ-ରୋହମନ ଶୋଲଙ୍କ ପ୍ୟାଚ୍‌ଅପ୍ ! ଦିୱାଲୀ ପାର୍ଟିରେ ଏକାଠି ଆସିଲେ ନଜର

ସୁସ୍ମିତା ସେନଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆର୍ଯ୍ୟ 3- ଅନ୍ତିମ ୱାରରେ ବର୍ତ୍ତମାନ ସୁସ୍ମିତାଙ୍କୁ ଦେଖିବାକୁ ମିଳିବ । ନଭେମ୍ବର 3 ରୁ ଡିଜନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମିଂ ହୋଇଥିବା ଆର୍ଯ୍ୟ ୩ ସହ ଦର୍ଶକଙ୍କ ମନ ଜିତିଥିବା ବେଳେ ଏବେ ଆର୍ଯ୍ୟ ୩-ଅନ୍ତିମ ୱାର ସହ ପୁଣି ଫେରୁଛନ୍ତି । ରାମ ମାଧବାନୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ସିରିଜ ତାଙ୍କ ପତ୍ନୀ ଅମ୍ରିତାଙ୍କ ଦ୍ବାରା ନିର୍ମିତ ହୋଇଛି । ଏହି ସିରିଜ ଶୁକ୍ରବାର ଫେବୃଆରୀ ୯ରେ ଡିଜନି ପ୍ଲସ୍ ହଟଷ୍ଟାରରେ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.