ETV Bharat / entertainment

ବିଶ୍ୱରେ ଚାଲିଛି 'ସ୍ତ୍ରୀ' ଯାଦୁ; ସପ୍ତାହକ ମଧ୍ୟରେ 400 କୋଟି ପାର୍ କଲା ଫିଲ୍ମ, ଭାଙ୍ଗିଲା ଏହି ଫିଲ୍ମର ରେକର୍ଡ - Stree 2 Box Office Collection

author img

By ETV Bharat Odisha Team

Published : Aug 22, 2024, 1:56 PM IST

Stree 2 First Week Collection: ବକ୍ସ ଅଫିସରେ ଧମାଲ କରୁଛି ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ସ୍ତ୍ରୀ 2' । ଏହି ଫିଲ୍ମ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଦର୍ଶକଙ୍କ ମନ ଜିତୁଛି । ଫିଲ୍ମ ରିଲିଜର ସପ୍ତାହକ ମଧ୍ୟରେ ବିଶ୍ୱ ବକ୍ସ ଅଫିସରେ 400 କୋଟି ପାର୍ କରି ସଫଳତା ହାସଲ କରିବା ସହ ଅନେକ ଫିଲ୍ମକୁ ବି ପଛରେ ପକାଇଛି । ଅଧିକ ପଢନ୍ତୁ,

ବିଶ୍ୱରେ ଚାଲିଛି 'ସ୍ତ୍ରୀ' ଯାଦୁ; ସପ୍ତାହକ ମଧ୍ୟରେ 400 କୋଟି ପାର୍ କଲା ଫିଲ୍ମ, ଭାଙ୍ଗିଲା ଏହି ଫିଲ୍ମର ରେକର୍ଡ
ବିଶ୍ୱରେ ଚାଲିଛି 'ସ୍ତ୍ରୀ' ଯାଦୁ; ସପ୍ତାହକ ମଧ୍ୟରେ 400 କୋଟି ପାର୍ କଲା ଫିଲ୍ମ, ଭାଙ୍ଗିଲା ଏହି ଫିଲ୍ମର ରେକର୍ଡ (Film Poster)

ହାଇଦ୍ରାବାଦ: ଦିନକୁ ଦିନ ଲୋକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳୁଥିବା ବେଳେ ଏପରି ସମୟରେ ଦର୍ଶକଙ୍କୁ ବେଶ ମନରୋଞ୍ଜନ ଯୋଗାଇଛି 'ସ୍ତ୍ରୀ 2' । ଫିଲ୍ମ ରିଲିଜ ହେବା ଦିନ ଠାରୁ ଜବରଦସ୍ତ ପ୍ରଦର୍ଶନ ସହ ବମ୍ପର କଲେକ୍ସନ କରୁଛି । ଏପରିକି 50 କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ନିଜ ବଜେଟରୁ ଅଧିକ ଆୟ କରିସାରିଲାଣି । ତତାପି ବକ୍ସ ଅଫିସରେ ନିଜର ଜଲୱା ଜାରି ରଖିଛି ଫିଲ୍ମ। ବର୍ତ୍ତମାନ 'ସ୍ତ୍ରୀ 2' ରିଲିଜର ସପ୍ତାହକ ମଧ୍ୟରେ ବିଶ୍ୱ ବକ୍ସ ଅଫିସରେ 400 କୋଟି ପାର୍ କରି ସଫଳତା ହାସଲ କରିବା ସହ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି ।

ସପ୍ତାହକରେ ବିଶ୍ୱରେ 400 କୋଟି ପାର୍

'ସ୍ତ୍ରୀ 2' ର ନିର୍ମାତା ମଡୋକ ଫିଲ୍ମସ୍ ସପ୍ତମ ଦିନର ବିଶ୍ୱ ବକ୍ସ ଅଫିସ କଲେକ୍ସନର ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଫିଲ୍ମ ପୋଷ୍ଟ ସହ ଫିଲ୍ମର ଆୟ ବିଷୟରେ ଲେଖାଅଛି । ଫିଲ୍ମ ବିଶ୍ୱରେ ପ୍ରଥମ ସପ୍ତାହରେ 401 କୋଟି ଆୟ କରି ସଫଳତା ହାସଲ କରିଛି । ନିର୍ମାତା ଏହା ସେୟାର କରି କ୍ୟାପସନରେ ଲେଖିଛନ୍ତି,''ପ୍ରଥମ ସପ୍ତାହରେ ବ୍ଲକବ୍ଲଷ୍ଟର ସଫଳତା । ଏଥିସହ ନିର୍ମାତା ଦର୍ଶକଙ୍କ ଭଲପାଇବା ନେଇ ଧନ୍ୟବାଦ ଜଣାଇଛନ୍ତି ।

ଭାରତରେ ଏତିକି ଆୟ କଲାଣି 'ସ୍ତ୍ରୀ 2'

ସାକନିକଙ୍କ ରିପୋର୍ଟ ଅନୁୟାୟୀ, 'ସ୍ତ୍ରୀ 2' ଭାରତରେ ସପ୍ତାହକ ମଧ୍ୟରେ 300କୋଟି ପାଖାପାଖି ଆୟ କରିଛି । 7ଦିନରେ ଫିଲ୍ମ ମୋଟ 274.35 କୋଟି ଟଙ୍କା ଆୟ କରିଛି . ଖୁବଶୀଘ୍ର ଏହା 300କୋଟି ପାର୍ କରିବ । ଏହି ସଫଳତାର ସହ 'ସ୍ତ୍ରୀ 2' ପ୍ରଭାସଙ୍କ ଫିଲ୍ମ 'କଲ୍କି'କୁ ପଛରେ ପକାଇଛି । କଲ୍କି ହିନ୍ଦୀ ଭର୍ସରେ 7 ଦିନରେ ମୋଟ 277 କୋଟି ଟଙ୍କା ଆୟ କରିଥିଲା ।

'ସ୍ତ୍ରୀ 2' ବକ୍ସ ଅଫିସ କଲେକ୍ସନ :-

  • ପ୍ରଥମ ଦିନ - 60.3କୋଟି ଟଙ୍କା (ପ୍ରିଭ୍ୟୁ)
  • ଦ୍ୱିତୀୟ ଦିନ- 31.4 କୋଟି ଟଙ୍କା
  • ତୃତୀୟ ଦିନ- 43.85 କୋଟି ଟଙ୍କା
  • ଚତୁର୍ଥ ଦିନ - 55.9 କୋଟି ଟଙ୍କା
  • ପଞ୍ଚମ ଦିନ - 38.1 କୋଟି ଟଙ୍କା
  • ଷଷ୍ଠ ଦିନ - 25.8 କୋଟି ଟଙ୍କା
  • ସପ୍ତମ ଦିନ - 19 କୋଟି

ମୋଟ ଘରୋଇ ସଂଗ୍ରହ - 274.35କୋଟି

ଏହା ମଧ୍ୟ ପଢନ୍ତୁ: 'ସ୍ତ୍ରୀ' ବଦଲାଇଲା ଶ୍ରଦ୍ଧାଙ୍କ ଭାଗ୍ୟ; ଫୋଲର୍ସ ରେସରେ ମୋଦିଙ୍କୁ ପଛରେ ପକାଇଲେ ଅଭିନେତ୍ରୀ

ହିନ୍ଦୀ ସିନେମାର ଶ୍ରେଷ୍ଠ 20 ହିଟ୍ ଚଳଚ୍ଚିତ୍ର ତାଲିକାରେ 'ସ୍ତ୍ରୀ 2' ସାମିଲ

ଏହା ସହିତ 'ସ୍ତ୍ରୀ 2' କେବଳ 'ଗୋଲମାଲ୍ ଏଗେନ' (205.69 ଟଙ୍କା) ଏବଂ 'ଭୁଲ ଭୁଲେୟା 2' (184.32 ଟଙ୍କା) ଭଳି ଚଳଚ୍ଚିତ୍ରକୁ ବି ପଛରେ ପକାଇ ସର୍ବାଧିକ ଆୟ କରିଥିବା ହରର କମେଡି ଚଳଚ୍ଚିତ୍ର ହୋଇଛି। ଏଥି ସହିତ ହିନ୍ଦୀ ସିନେମାର ସବୁଠୁ ବଡ ହିଟ୍ ଫିଲ୍ମ ତାଲିକାରେ ସ୍ଥାନ ପାଇବାରେ ମଧ୍ୟ ସଫଳ ହୋଇଛି। ବୁଧବାରର ସଂଗ୍ରହ ସହିତ ଏହି ଚଳଚ୍ଚିତ୍ର ହିନ୍ଦୀ ସିନେମାର ସବୁଠୁ ବଡ ହିଟ୍ ତାଲିକାରେ 19 ତମ ସ୍ଥାନ ଅଧିକାର କରିଛି, 'ଧୁମ୍ 3' (271.07 ଟଙ୍କା) ଏବଂ 'RRR' (ହିନ୍ଦୀ - 272.28 ଟଙ୍କା) ଭଳି ଚଳଚ୍ଚିତ୍ର ବି ପଛରେ ପକାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.