ETV Bharat / entertainment

ମା'ହେବେ ସିଦ୍ଧୁ ମୁସେୱାଲାଙ୍କ ମାଆ, ଖୁବଶୀଘ୍ର ଘରକୁ ଆସିବ ନୂଆ ଅତିଥି

author img

By ETV Bharat Odisha Team

Published : Feb 27, 2024, 3:31 PM IST

Sidhu Moosewala Mother Pregnant: ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିବେ ନୂଆ ଅତିଥି । ରିପୋର୍ଟ ଅନୁସାରେ, ଗର୍ଭବତୀ ଅଛନ୍ତି ସିଦ୍ଧୁ ମୁସେୱାଲାଙ୍କ ମାଆ ଚରଣ କୌର । ଖୁବଶୀଘ୍ର ସେ ଖୁସି ଖବର ଦେବାକୁ ଯାଉଛନ୍ତି ।

ମା'ହେବେ ସିଦ୍ଧୁ ମୁସେୱାଲାଙ୍କ ମାଆ, ଖୁବଶୀଘ୍ର ଘରକୁ ଆସିବ ନୂଆ ଅତିଥି
ମା'ହେବେ ସିଦ୍ଧୁ ମୁସେୱାଲାଙ୍କ ମାଆ, ଖୁବଶୀଘ୍ର ଘରକୁ ଆସିବ ନୂଆ ଅତିଥି

ହାଇଦ୍ରାବାଦ: ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ତେବେ ବର୍ତ୍ତମାନ ଦୀର୍ଘ ଦିନ ପରେ ପରିବାରରେ ଖୁସିର ଲହରୀ ଖେଳିବ । ରିପୋର୍ଟ ଅନୁସାରେ, ଖୁବଶୀଘ୍ର ଦିବଙ୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିବେ ନୂଆ ଅତିଥି । ପୁଣି ଥରେ ମାଆ ହେବେ ଗାୟକଙ୍କ ମାଆ ଚରଣ କୌର । ସିଦ୍ଧୁ ମୁସେୱାଲାଙ୍କ ମାଆ ଚରଣ କୌର ଗର୍ଭବତୀ ଅଛନ୍ତି ସିଦ୍ଧୁ ମୁସେୱାଲାଙ୍କ ମାଆ ଚରଣ କୌର । ଖୁବଶୀଘ୍ର ସେ ସନ୍ତାନକୁ ପ୍ରସବ କରିବାକୁ ଯାଉଛନ୍ତି । ଆସନ୍ତା ମାର୍ଚ୍ଚରେ ସେ ଖୁସି ଖବର ଦେବାକୁ ଯାଉଥିବା କୁହାଯାଉଛି । ତେବେ ଏନେଇ ସିଦ୍ଧୁଙ୍କ ମାଆ କିମ୍ୱା ବାପା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । କିନ୍ତୁ ଗାୟକଙ୍କ ଦାଦା ଚମକୌର ସିଂ ଏହି ସୂଚନା ଦେଇଛନ୍ତି ।

ଚମକୌର ସିଂଙ୍କ କହିବା ଅନୁସାରେ, ଚରଣ କୌର ଆଇବିଏଫ ଜରିଆରେ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି । ମାର୍ଚ୍ଚରେ ତାଙ୍କର ଡେଲିଭରୀ ହେବ । ସିଦ୍ଧୁଙ୍କ ମାଆହ୍କୁ ୫୮ ବର୍ଷ ହୋଇଥିବା ବେଳେ ବାପାଙ୍କୁ ୬୦ ବର୍ଷ । ଏହି ସମୟରେ ତାଙ୍କ ମାଆଙ୍କ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମଙ୍କ ନଜରରେ ରହିଛନ୍ତି । କହିରଖୁଛୁ କି, ସିଦ୍ଧୁ ମୋସେୱାଲା ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ ଥିବା ବେଳେ ବର୍ତ୍ତମାନ ତାଙ୍କ ପିତାମାତା ଦ୍ୱିତୀୟ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପଞ୍ଜାବ ପୋଲିସର ଏନକାଉଣ୍ଟର ଶେଷ, ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ସମ୍ପୃକ୍ତ 2 ସୁଟର ସଫା

ସୂଚନା ଥାଉ କି, ୨୯ ମେ ୨୦୨୨ରେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା । ମାନସର ଜବାହର ଗ୍ରାମରେ ଲୋକପ୍ରିୟ ଗାୟକ ତଥା ରାପର ଶୁଭଦୀପ ସିଂ ସିଦ୍ଧୁ ଓରଫ ସିଦ୍ଧୁ ମୁସେୱାଲାଙ୍କୁ କିଛି ଅଜଣା ବ୍ୟକ୍ତି ଗୁଳି ଚଳାଇଥିଲେ । ଫଳରେ ସେ ସେଠାରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା । ତେବେ ଏହି ଘଟଣାରେ ଏକାଧିକ ସୁଟରଙ୍କ ଏକ ଗୋଷ୍ଠୀ ତାଙ୍କୁ ପୂର୍ବ ଯୋଜନବଦ୍ଧ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ । କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଏବଂ ତାର ସହଯୋଗୀ ଗୋଲଡି ବରାର ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଥିଲା । ପରେ ଏହି ଗୋଷ୍ଠୀର ସମ୍ପୃକ୍ତି ଥିବା ମଧ୍ୟ ପୋଲିସ ସ୍ପଷ୍ଟ କରିଥିଲା । ଏବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଚିନ ବିଷ୍ଣୋଇ ସମେତ ଏକାଧିକ ସୁଟରଙ୍କୁ ଗିରଫ କାରଯାଇ ସାରିଲାଣି ।

ଏହା ମଧ୍ୟ ପଢନ୍ତୁ: ରିମାଣ୍ଡରେ ବିଦେଶରୁ ଗିରଫ ମାଷ୍ଟରମାଇଣ୍ଡ ସଚିନ ବିଷ୍ଣୋଇ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.