ETV Bharat / entertainment

ମୁସେୱାଲାଙ୍କ ମାଆ ମା' ହେବା ଉପରେ ମୁହଁ ଖୋଲିଲେ ବାପା, କହିଲେ 'ଗୁଜବ'

author img

By ETV Bharat Odisha Team

Published : Mar 13, 2024, 11:28 AM IST

Updated : Mar 13, 2024, 11:35 AM IST

Sidhu Moosewala Father On Wife Pregnancy: ସ୍ୱର୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ବାପା ବାଲକୌର ସିଂ ତାଙ୍କ ପତ୍ନୀଙ୍କ ଗର୍ଭବତୀ ଖବର ମଧ୍ୟରେ ଏକ କ୍ରିପ୍ଟିକ୍ ପୋଷ୍ଟ ସେୟାର କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ କଣ କହିଛନ୍ତି ପଢନ୍ତୁ,

ସିଦ୍ଧୁ ମୁସେୱାଲାଙ୍କ ମାଆ ମା'ହେବା ଉପରେ ମୁହଁ ଖୋଲିଲେ ବାପା, କହିଲେ-''ଏସବୁ ଗୁଜବ...

ହାଇଦ୍ରାବାଦ: ସ୍ୱର୍ଗତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମାଆ ଚରଣ କୌର ଗର୍ଭବତୀ ଖବର ଉପରେ ମୁହଁ ଖୋଲିଛନ୍ତି ବାପା ବାଲକୌର ସିଂ । ସେ ସୋସିଆଲ ମିଡିଆରେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ସେ ଏସବୁ ଗୁଜବ ଖବରକୁ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି ।

ନିକଟରେ ଖବର ଆସିଥିଲା ​​ଯେ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ପିତାମାତା ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି । ଖବର ଆସିଥିଲା ​​ଯେ ତାଙ୍କ ମାଆ ୫୮ ବର୍ଷ ବୟସରେ IVF ଟେକ୍ନୋଲୋଜି ସାହାଯ୍ୟରେ ଆଇଭିିଏଫ ଜରିଆରେ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି । ଚଳିତ ମାସରେ ସେ ଯାଆଁଳା ଶିଶୁ ଜନ୍ମ କରିବେ ବୋଲି ଖବର ଆସିଥିଲା । ବର୍ତ୍ତମାନ ସ୍ୱର୍ଗତ ଗାୟକଙ୍କ ପିତା ବାଲକୌର ସିଂ ବର୍ତ୍ତମାନ ଏହା ଉପରେ ମୁହଁ ଖୋଲିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି, ''ସିଦ୍ଧୁଙ୍କ ପ୍ରଶଂସକଙ୍କ ନିକଟରେ ଆମେ କୃତଜ୍ଞ, ଯେଉଁମାନେ ଆମ ପରିବାର ବିଷୟରେ ଚିନ୍ତିତ ଅଛନ୍ତି । କିନ୍ତୁ ଆମର ଅନୁରୋଧ ହେଉଛି ପରିବାର ବିଷୟରେ ଏତେସବୁ ଗୁଜବ ଖବର ଉପରେ ବିଶ୍ୱାସ କରନ୍ତୁ ନାହିଁ । ଯାହା ବି ଖବର ଆସିବ, ପରିବାର ଆପଣଙ୍କ ସହ ସେୟାର କରିବ । "

ସୂଚନା ଥାଉ କି, ୨୯ ମେ ୨୦୨୨ରେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା । ମାନସର ଜବାହର ଗ୍ରାମରେ ଲୋକପ୍ରିୟ ଗାୟକ ତଥା ରାପର ଶୁଭଦୀପ ସିଂ ସିଦ୍ଧୁ ଓରଫ ସିଦ୍ଧୁ ମୁସେୱାଲାଙ୍କୁ କିଛି ଅଜଣା ବ୍ୟକ୍ତି ଗୁଳି ଚଳାଇଥିଲେ । ଫଳରେ ସେ ସେଠାରେ ହିଁ ତାଙ୍କର ଜୀବନ ଚାଲିଯାଇଥିଲା । ତେବେ ଏହି ଘଟଣାରେ ଏକାଧିକ ସୁଟରଙ୍କ ଏକ ଗୋଷ୍ଠୀ ତାଙ୍କୁ ପୂର୍ବ ଯୋଜନବଦ୍ଧ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲେ । କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଏବଂ ତାର ସହଯୋଗୀ ଗୋଲଡି ବରାର ଏହି ହତ୍ୟାକାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଥିଲା । ପରେ ଏହି ଗୋଷ୍ଠୀର ସମ୍ପୃକ୍ତି ଥିବା ମଧ୍ୟ ପୋଲିସ ସ୍ପଷ୍ଟ କରିଥିଲା । ଏବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଚିନ ବିଷ୍ଣୋଇ ସମେତ ଏକାଧିକ ସୁଟରଙ୍କୁ ଗିରଫ କାରଯାଇ ସାରିଲାଣି ।

ଏହା ମଧ୍ୟ ପଢନ୍ତୁ: ମା'ହେବେ ସିଦ୍ଧୁ ମୁସେୱାଲାଙ୍କ ମାଆ, ଖୁବଶୀଘ୍ର ଘରକୁ ଆସିବ ନୂଆ ଅତିଥି

ସିଦ୍ଧୁଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଗଲାଣି, କିନ୍ତୁ ସେ ଏବେ ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି । ସିଦ୍ଧୁ କେବଳ ନିଜ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସିଦ୍ଧୁଙ୍କ ପ୍ରକୃତ ନାମ ଥିଲା ଶୁଭଦୀପ ସିଂ ସିଦ୍ଧୁ । ସେ ଅଳ୍ପ ବୟସରେ ବେଶ ଖ୍ୟାତି ଅର୍ଜନ କରିଥିଲେ । ଏଥିସହ ତାଙ୍କୁ ପଞ୍ଜାବୀ ସଙ୍ଗୀତ ଇଣ୍ଡଷ୍ଟ୍ରିର ବିବାଦୀୟ ଗାୟକ ମଧ୍ୟ କୁହାଯାଉଥିଲା । କାରଣ ସେ ଗୀତ ମାଧ୍ୟମରେ ବନ୍ଧୁକ ସଂସ୍କୃତିକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଥିଲା ।

Last Updated : Mar 13, 2024, 11:35 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.